ETV Bharat / international

କିଏ ଏହି ମହମ୍ମଦ ୟୁନୁସ୍ ? ହସିନା ଯିବା ପରେ ବାଂଲାଦେଶରେ ଚଳାଇବେ ଅନ୍ତରୀଣ ସରକାର - Interim goverment in Bangladesh - INTERIM GOVERMENT IN BANGLADESH

Muhammad Yunus to lead Bangladesh interim goverment: ରାଜନୈତିକ ଅସ୍ଥିରତା ମଧ୍ୟରେ ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର । ଶେଖ୍ ହସିନାଙ୍କ ବଡ ସମାଲୋଚକ ତଥା ନୋବେଲ ବିଜେତା ମହମ୍ମଦ ୟୁନୁସ୍ ହେଲେ ଏହି ସରକାରର ମୁଖ୍ୟ । ପଢନ୍ତୁ ପୁରା ଖବର

କିଏ ଏହି ମହମ୍ମଦ ୟୁନୁସ୍, ବାଂଲାଦେଶରେ ଚଳାଇବେ ଅନ୍ତରୀଣ ସରକାର
କିଏ ଏହି ମହମ୍ମଦ ୟୁନୁସ୍, ବାଂଲାଦେଶରେ ଚଳାଇବେ ଅନ୍ତରୀଣ ସରକାର (ETV Bharat Odisha)
author img

By ETV Bharat Odisha Team

Published : Aug 7, 2024, 9:25 AM IST

ଢାକା: ବାଂଲାଦେଶରେ ଜାରି ରହିଥିବା ହିଂସାତ୍ମକ ସ୍ଥିତି ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ଏହି ସରକାରର ନେତୃତ୍ବ ନେବେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ । ମଙ୍ଗଳବାର ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଧିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ବପୂର୍ଣ୍ଣ ବୈଠକରେ ଅନ୍ତରୀଣ ସରକାର ଚଳାଇବା ପାଇଁ ୟୁନୁସଙ୍କୁ ମନୋନୀତ କରାଯାଇଛି । ୟୁନୁସ ହେଉଛନ୍ତି ଶେଖ୍ ହସିନାଙ୍କ ବଡ଼ ସମାଲୋଚକ । ଦିନକ ପୂର୍ବରୁ ବାଂଲାଦେଶର ଆନ୍ଦୋଳନ ଘଟଣାରେ ସେ ଭାରତର ଆଭିମୁଖ୍ୟକୁ ସମାଲୋଚନା କରିଥିଲେ ।

ମହମ୍ମଦ ୟୁନୁସ୍ ଅନ୍ତରୀଣ ସରକାର ମୁଖ୍ୟ:

ଗରିବୀ ବିରୋଧରେ ଲଢେଇ ପାଇଁ 'ଗରିବଙ୍କ ବ୍ୟାଙ୍କର' ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ଆନ୍ଦୋଳନକାରୀ ଛାତ୍ରଙ୍କ ପ୍ରଥମ ପସନ୍ଦ ଥିଲେ । ଅନ୍ତରୀଣ ସରକାରର ନେତୃତ୍ବ ନେବାକୁ ୟୁନୁସଙ୍କୁ ନେତା ଭାବେ ମନୋନୀତ କରିବାକୁ ଆନ୍ଦୋଳନକାରୀ ଛାତ୍ରମାନେ ପ୍ରସ୍ତାବ ଦେଇଥିଲେ । ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି । ଏହି ବୈଠକରେ ସଂରକ୍ଷଣ ବିରୋଧୀ ଆନ୍ଦୋଳନର ଛାତ୍ର ନେତାଙ୍କ ସମେତ ତିନି ସେନାର ମୁଖ୍ୟ ଉପସ୍ଥିତ ରହିଥିଲେ ।

ବୈଠକ ପରେ ମିଡିଆ ଆଗରେ ଛାତ୍ର ନେତାମାନେ କହିଥିଲେ, ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ଶୀଘ୍ର ଅନ୍ତରୀଣ ସରକାର ଗଠନ କରାଯିବ । ଏହି ସରକାରର ଅଂଶ ହେବାକୁ ଥିବା ଆଉ ୧୦ରୁ ୧୪ ଜଣ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ଏକ ତାଲିକା ସେମାନେ ଦାଖଲ କରିଛନ୍ତି ।

ଭାରତକୁ ୟୁନୁସ୍‌ଙ୍କ ସମାଲୋଚନା:

କହିରଖୁଛୁ କି, ବାଂଲାଦେଶ ଆନ୍ଦୋଳନରେ ଭାରତର ଆଭିମୁଖ୍ୟକୁ ନେଇ ୟୁନୁସ୍ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ବାଂଲାଦେଶ ସ୍ଥିତିକୁ ଭାରତ ଆଭ୍ୟନ୍ତରୀଣ ବ୍ୟାପାର କହିବାରୁ ୟୁନୁସ୍ ସମାଲୋଚନା କରି କହିଥିଲେ, ''ଭାରତର ଏହି ଆଭିମୁଖ୍ୟ ମୋତେ ଆଘାତ ଦେଇଛି । ଯଦି ଭାଇ ଘରେ ନିଆଁ ଲାଗେ, ତାହେଲେ ଆମେ କେମିତି ଏହାକୁ ଆଭ୍ୟନ୍ତୀରଣ ପ୍ରସଙ୍ଗ କହିପାରିବା ।''

ଏହା ମଧ୍ୟ ପଢନ୍ତୁ: ବାଂଲାଦେଶ ହିଂସାରେ ହିନ୍ଦୁଙ୍କୁ ଟାର୍ଗେଟ; ମନ୍ଦିର ଜାଳିଲେ, ଘରେ ପଶି ଆକ୍ରମଣ କଲେ, ହିନ୍ଦୁମାନେ ଭୟଭୀତ କହଲେ ISKCON ସାଧାରଣ ସମ୍ପାଦକ - Bangladesh Violence Updates

କିଏ ଏହି ୟୁନୁସ୍ ?

୮୪ ବର୍ଷୀୟ ମହମ୍ମଦ ୟୁନୁସ୍ ୨୦୦୬ ମସିହାରେ ନୋବେଲ ଶାନ୍ତି ସମ୍ମାନ ଲାଭ କରିଥିଲେ। ଦେଶରେ ଗରିବୀ ହଟାଇବା ପାଇଁ ତାଙ୍କୁ ଏହି ନୋବେଲ ପୁରସ୍କାର ମିଳିଥିଲା । ୟୁନୁସ ବାଂଲାଦେଶ ଗ୍ରାମୀଣ ବ୍ୟାଙ୍କର ସଂସ୍ଥାପକ । ସେ ଗ୍ରାମାଞ୍ଚଳରେ ୧୦୦ ଡଲାରରୁ କମ୍ ଋଣ ଯୋଗାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ସାହାଯ୍ୟ କରିଥିଲେ । ଶେଖ୍ ହସିନାଙ୍କ ଜଣେ ବଡ ସମାଲୋଚକ ଥିଲେ ୟୁନୁସ ।

୨୦୧୧ରେ ହସିନା ସରକାର ତାଙ୍କୁ ଗ୍ରାମୀଣ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ପଦରୁ ହଟାଇଥିଲେ । ହସିନା ସରକାରରେ ତାଙ୍କ ବିରୋଧରେ ୧୯୦ଟି ମାମଲା ରୁଜୁ ହୋଇଥିଲା । ଚଳିତ ବର୍ଷ ଜନୁଆରୀରରେ ଶ୍ରମ ଆଇନ ଉଲ୍ଲଂଘନ ମାମଲାରେ ତାଙ୍କୁ ୬ ମାସ ଜେଲ୍ ଦଣ୍ଡ ମଧ୍ୟ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.