ETV Bharat / international

ନେତାନ୍ୟାହୁଙ୍କର ହେବ ହାର୍ନିଆ ଅସ୍ତ୍ରୋପଚାର, ସାମୟିକ ଦାୟିତ୍ବରେ ରହିବେ ଇସ୍ରାଏଲର ଉପ-ପ୍ରଧାନମନ୍ତ୍ରୀ ଲେଭିନ - Netanyahu to undergo hernia surgery

author img

By ETV Bharat Odisha Team

Published : Mar 31, 2024, 11:03 PM IST

Netanyahu to undergo hernia surgery: ନେତାନ୍ୟାହୁଙ୍କର ହେବ ହାର୍ନିଆ ଅସ୍ତ୍ରୋପଚାର । ପୂର୍ବରୁ ମଧ୍ୟ 2013 ରେ ସେ ହୋଇଥିଲେ ଏହିପ୍ରକାର ସମସ୍ୟାର ସମ୍ମୁଖୀନ ।ଅଧିକ ପଢନ୍ତୁ

ନେତାନ୍ୟାହୁଙ୍କର ହେବ ହାର୍ନିଆ ଅସ୍ତ୍ରୋପଚାର, ସାମୟିକ ଦାୟିତ୍ବରେ ରହିବେ ଇସ୍ରାଏଲର ଉପ-ପ୍ରଧାନମନ୍ତ୍ରୀ ଲେଭିନ

ହାଇଦ୍ରାବାଦ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କର ହେବ ଅପରେସନ । ତାଙ୍କର ନେତାନ୍ୟାହୁଙ୍କର ହେବ ହାର୍ନିଆ ଅସ୍ତ୍ରୋପଚାର ହେବାକୁ ଯାଉଥିବା ଟେଲ-ଆଭିବ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଆଜି (ରବିବାର) ତାଙ୍କର ଏହି ଅପରେସନ ହେବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଏହି ଅପରେସନ କରିବ । ତେବେ ଅପରେସନ ପରେ ସେ ସାମୟିକ ଭାବେ ଦାୟିତ୍ବରେ ଅବ୍ୟାହତି ନେଇପାରନ୍ତି । ସେହିପରି ସମୟରେ ଇସ୍ରାଏଲର ଉପ-ପ୍ରଧାନମନ୍ତ୍ରୀ ଲେଭିନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବା ନେଇ ନିଷ୍ପତ୍ତି ହୋଇଛି । ହେଲେ ସେ କେତେ ଦିନ ବିଶ୍ରାମ ନେବେ କିମ୍ବା ଡାକ୍ତରୀ ପରାମର୍ଶରେ ରହିବେ ସେ ନେଇ କୌଣସି ସ୍ପଷ୍ଟତା ଆସିନି ।

ଗତକାଲି (ଶନିବାର ) ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ74 ବର୍ଷୀୟ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ହାର୍ନିଆ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଅବଶ୍ୟ ତାଙ୍କଠାରେ ପୂର୍ବରୁ ମଧ୍ୟ ଏହି ସମସ୍ୟା ଦେଖାଯାଇଥିଲା । ପରେ ସେ ଏଥିରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଥିଲେ । ଏବେ ପୁଣି ଥରେ ଏହି ସମସ୍ୟା ଦେଖାଯିବା ପରେ ଆଉ ଥରେ ଅପରେସନ ହେବାର ଆବଶ୍ୟକତା ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ କହିଥିଲା । ଏବେ ତାଙ୍କ ଦ୍ବିତୀୟ ଅପରେସନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସ୍ଥାନୀୟ ସମୟ ଅନୁସାରେ, ଆଜି ଏହି ଅପରେସନ ହେବାକୁ ଯାଉଛି । ଆଜି ଓ୍ବାର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏହି ଅପରେସନ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2013ରେ ମଧ୍ୟ ସେ ଏହି ପ୍ରକାର ସମସ୍ୟାରେ ସାମ୍ନା କରିଥିଲେ । ସେତେବେଳେ ମଧ୍ୟ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ‘ଲୋକତନ୍ତ୍ର ବଞ୍ଚାଓ’ ମହାରାଲିରେ ନିର୍ବାଚନ ଆୟୋଗଙ୍କ ନିକଟରେ 5ଦାବି ରଖିଲା ‘ଇଣ୍ଡିଆ’ ମେଣ୍ଟ - LOKTANTRA BACHAO RALLY

ତେବେ ଗତବର୍ଷ ଶେଷରୁ ଗାଜା ଓ ଇସ୍ରାଏଲ ମଧ୍ୟରେ ଜାରି ରହିଥିବା ସାମରିକ ଅଭିଯାନ ନେତାନ୍ୟାହୁଙ୍କୁ ବିଶ୍ବର ଏକ ପ୍ରଭାବଶାଳୀ ରାଷ୍ଟ୍ରମୁଖ୍ୟ ଭାବେ ପରିଚୟ ଦେଇଛି । ହମାସ ଗୋଷ୍ଠୀର ଆକ୍ରମଣରେ 14ଶହ ଇସ୍ରାଏଲୀ ନାଗରିକଙ୍କ ମୃତ୍ୟୁ ହେବା ପରେ ସିଧା ଯୁଦ୍ଧ ନିର୍ଦ୍ଦେଶ ଦେଇଥିଲେ ନେତାନ୍ୟାହୁ । ଯାହା ଏପର୍ଯ୍ୟନ୍ତ ଜାରି ରହିଛି । ଇସ୍ରାଏଲର ପ୍ରଚଣ୍ଡ ଆକ୍ରମଣରେ ଗାଜା ଏବେ ଧ୍ବଂସସ୍ତୂପରେ ପରିଣତ ହୋଇସାରିଛି । ଜାତିସଂଘ ଓ ତମାମ ଆରବ ରାଷ୍ଟ୍ରର ବିରୋଧ ସତ୍ତ୍ବେ ମଧ୍ୟ କୌଣସି ପରିସ୍ଥିତିରେ ଯୁଦ୍ଧ ବନ୍ଦ ହେବ ନାହିଁ ବୋଲି ନେତାନ୍ୟାହୁ ସ୍ପଷ୍ଟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.