ETV Bharat / international

ବିଶ୍ବରେ ଆଉ ଏକ ଯୁଦ୍ଧକୁ ସମ୍ଭାଳି ହେବ ନାହିଁ: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ - Iran attack on Israel - IRAN ATTACK ON ISRAEL

Iran attack on Israel: ଇରାନ ଉପରେ ଇସ୍ରାଏଲର ପ୍ରତି ଆକ୍ରମଣକୁ ସମର୍ଥନ କରିବନି ଆମେରିକା । ବିଶ୍ବରେ ଆଉ ଏକ ଯୁଦ୍ଧକୁ ସମ୍ଭାଳି ହେବ ନାହିଁ ବୋଲି କହିଲେ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 15, 2024, 9:14 AM IST

ହାଇଦ୍ରାବାଦ: ଅଶାନ୍ତ ହୋଇଛି ମଧ୍ୟ ପ୍ରାଚ୍ୟ । ଯୁଦ୍ଧର ରୂପ ନେଇଛି ଇସ୍ରାଏଲ ଓ ଇରାନ ମଧ୍ୟରେ ତିକ୍ତତା । ଇସ୍ରାଏଲ ଉପରେ ଘନ ଘନ ଡ୍ରୋନ ସହ ବାଲାଷ୍ଟିକ ଓ କ୍ରୁଜ ମିଶାଇଲ ମାଡ କରିଛି ଇରାନ । ଇରାନର ଆକ୍ରମଣକୁ ଆମେରିକା, ବ୍ରିଟେନ, ଜର୍ମାନୀ ସହ ଜି 7 ରାଷ୍ଟ୍ର ଗୋଷ୍ଠୀ ନିନ୍ଦା କରିଛନ୍ତି । କିନ୍ତୁ ଇସ୍ରାଏଲର ପ୍ରତି ଆକ୍ରମଣକୁ ଆମେରିକା ସମର୍ଥନ କରିବ ନାହିଁ ବୋଲି ଘୋଷଣା କରିଛି । ସାଉଦି ଆରବ, ଚୀନ, ତୁର୍କୀ ସମେତ ଅନ୍ୟ କିଛି ଦେଶ ଯୁଦ୍ଧରୁ ବିରତ ରହିବାକୁ ଦୁଇ ଦେଶକୁ ପରାମର୍ଶ ଦେଇଛନ୍ତି । ଇସ୍ରାଏଲ ଉପରେ ଇରାନର ଆକ୍ରମଣରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ବୈଠକ ବସିଥିଲା । ନା ଏହି ଅଞ୍ଚଳ ନା ଏହି ବିଶ୍ବ ଆଉ ଏକ ଯୁଦ୍ଧକୁ ସମ୍ଭାଳି ପାରିବ ବୋଲି କହିଛନ୍ତି ଜାତିସଂଘର ସେକ୍ରେଟେରୀ ।

ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ରବିବାର କହିଛନ୍ତି ଯେ, ମଧ୍ୟପ୍ରାଚ୍ୟ ବିପଦରେ ରହିଛି । ଉଭୟ ଦେଶ ସଂଯମତା ରକ୍ଷା କରନ୍ତୁ । ବିଶ୍ବରେ ଆଉ ଏକ ଯୁଦ୍ଧକୁ ସମ୍ଭାଳି ହେବ ନାହିଁ । ଶାନ୍ତି ପାଇଁ କାର୍ଯ୍ୟ କରିବା ପାଇଁ ଆମର ଦାୟିତ୍ୱ । ଆଞ୍ଚଳିକ ଏବଂ ବାସ୍ତବରେ ବିଶ୍ୱ - ଶାନ୍ତି ଏବଂ ନିରାପତ୍ତାକୁ କ୍ଷୁର୍ଣ୍ଣ କରାଯାଉଛି । ବର୍ତ୍ତମାନ ସଂଯମତା ରକ୍ଷା ସମୟ ଆସିଛି । ସିରିଆରେ ଥିବା ଦୂତାବାସ ଉପରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେବାକୁ ସେ ଇରାନର ଏୟାର ଆକ୍ରମଣକୁ ମଧ୍ୟ ନିନ୍ଦା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଇସ୍ରାଏଲ ଉପରେ ଇରାନର ଆକ୍ରମଣ, କ’ଣ ରହିଛି ଦୁଇ ଦେଶ ମଧ୍ୟରେ ବିବାଦ - IRAN ATTACKED ISRAEL

ଜାତିସଂଘ କହିଛି," ଶନିବାର ରାତିରେ ଇରାନ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣକୁ ମୁଁ ଦୃଢ ବିରୋଧ କରୁଛି । ଦୁଇ ଦେଶ ମଧ୍ୟରେ ଥିବା ଶତ୍ରୁତାକୁ ତୁରନ୍ତ ଶେଷ କରିବାକୁ ମୁଁ ଆହ୍ବାନ କରୁଛି । ମୁଁ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କୁ ମନେ ପକାଇ ଦେଉଛି ଯେ, ମିଳିତ ଜାତିସଂଘର ଚାର୍ଟର କୌଣସି ରାଜ୍ୟର ଆଞ୍ଚଳିକ ଅଖଣ୍ଡତା କିମ୍ବା ରାଜନୈତିକ ସ୍ବାଧୀନତା ବିରୁଦ୍ଧରେ କିମ୍ବା ସଂଯୁକ୍ତ ରାଷ୍ଟ୍ର ଉଦ୍ଦେଶ୍ୟ ସହ ଅସଙ୍ଗତ କୌଣସି ଅନ୍ୟ ଉପାୟରେ ବଳ ପ୍ରୟୋଗ ଉପରେ ପ୍ରତିବନ୍ଧକ ଲଗାଇଥାଏ ।''

ଇରାନର ଆକ୍ରମଣ ପରେ ଇସ୍ରାଏଲ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (ଆଇଆରଜିସି)କୁ ଆତଙ୍କବାଦୀ ସଂଗଠନ ଘୋଷଣା କରିବାକୁ ଏକ ବୈଠକ ଡାକିବାରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦକୁ ଅନୁରୋଧ କରିଛି । ଇସ୍ରାଏଲ କହିଛି ଯେ ଇରାନ ଅନ୍ତର୍ଜାତୀୟ ଶାନ୍ତି ପ୍ରତି ସିଧାସଳଖ ବିପଦ ସୃଷ୍ଟି କରୁଛି ଏବଂ ଜାତିସଂଘର ଚାର୍ଟରକୁ ଉଲ୍ଲଘଂନ କରିଛି । ସୁରକ୍ଷା ପରିଷଦ ପାଇଁ 'ଇରାନ ବିପଦ'କୁ ସମାଧାନ କରିବାର ସମୟ ଆସିଛି ବୋଲି କହିଛି ଇସ୍ରାଏଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.