ETV Bharat / international

ମୁଇଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବ ମାଳଦ୍ବୀପ ବିରୋଧୀ ଦଳ ! - Mohamed Muizzu

Opposition in Maldives is set to file a motion to impeach President Mohamed Muizzu : ମୁଇଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବ ମାଳଦ୍ବୀପ ବିରୋଧୀ ଦଳ । ଅଧିକ ପଢନ୍ତୁ

ମୁଇଜୁଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବ ମାଳଦ୍ବୀପ ବିରୋଧୀ ଦଳ

author img

By ETV Bharat Odisha Team

Published : Jan 29, 2024, 11:01 PM IST

ନୂଆଦିଲ୍ଲୀ: ଭାରତ ବିରୋଧୀ ଆଭିମୁଖ୍ୟ ସହ ପ୍ରଚାର କରି ନିର୍ବାଚନରେ କ୍ଷମତା ହାସଲ କରିଥିବା ଚୀନ ସମର୍ଥିତ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଅଡୁଆ ବଢିବାକୁ ଯାଉଛି । ମାଳଦ୍ବୀପର ମୁଖ୍ୟ ବିରୋଧୀ ଦଳ ମୁଇଜୁଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯାଉଛି । ଏନେଇ ସମସ୍ତ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ସଂସଦରେ ଅଧିକ ସଭ୍ୟ ଥିବା ମାଳଦ୍ବୀପ ଡେମୋକ୍ରାଟିକ ପାର୍ଟି ଏହାର ସଦସ୍ୟଙ୍କ ଠାରୁ ଏହି ପ୍ରସ୍ତାବ ସମ୍ପର୍କରେ ହସ୍ତାକ୍ଷର ସଂଗ୍ରହ କରିବା ଆରମ୍ଭ କରିଛି । ସଂସଦରେ ମୁଇଜୁ ସରକାର ବିରୋଧରେ ମହାଭିଯୋଗ ଆଗତ ହେବା ଏକ ପ୍ରକାର ସ୍ଥିର ବୋଲି କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ମଧ୍ୟ ପ୍ରସାରିତ ହୋଇଛି ।

ମାଳଦ୍ବୀପ ରାଜଧାନୀ ମାଲେ ବନ୍ଦରରେ ଏକ ଚୀନ ଯାହାଜକୁ ପ୍ରବେଶ ଅନୁମତି ମିଳିବା ପରେ ମାଳଦ୍ବୀପରେ ରାଜନୈତିକ ପାରା ମଧ୍ୟ ଉପର ମୁହାଁ ହୋଇଛି । ଗତକାଲି ଏହି ପ୍ରସଙ୍ଗରେ ଚର୍ଚ୍ଚା ବେଳେ ମାଳଦ୍ବୀପ ସଂସଦରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାପରେ ବିରୋଧୀ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ପୂର୍ବ ରାଷ୍ଟ୍ରପତି ଭାରତ ସହ ସୁସମ୍ପର୍କ ରଖିଥିବା ବେଳେ ମୁଇଜୁ ପୂର୍ବରୁ ଭାରତ ବିରୋଧୀ ଓ ଚୀନ ସମର୍ଥିତ ବୋଲି ଜଣାଶୁଣା । ଏପରିକି ସେ ନିର୍ବାଚନ ସମୟରେ ଭାରତୀୟ ସୈନ୍ୟ ଅପସାରଣ ମୁଦ୍ଦାକୁ ନିର୍ବାଚନୀ ମୁଦ୍ଦା କରିଥିଲେ । ତାଙ୍କ ନେତୃତ୍ବରେ ମାଳଦ୍ବୀପରେ ‘ଆଉଟ ଇଣ୍ଡିଆ’ କ୍ୟାମ୍ପେନ ମଧ୍ୟ ଆରମ୍ଭ ହୋଇଥିଲା । ଏହାର ପ୍ରଭାବ ନିର୍ବାଚନରେ ଦେଖିବାକୁ ମିଳିଥିଲା । ମୁଇଜୁଙ୍କ ପାର୍ଟି ବହୁମତ ହାସଲ କରି ସରକାର ଗଠନ କରିଥିଲେ । ଏହା ପରେ ପ୍ରଥମ କରି ତୁର୍କୀ ଓ ପରେ ଚୀନ ଗସ୍ତ କରିଥିଲେ । ସେଠାରେ ସେ ରାଷ୍ଟ୍ରପତି ସି ଜିନପିଙ୍ଗକୁ ଭେଟିବା ପରେ ଭାରତକୁ ସୈନ୍ୟ ଅପସାରଣ ପାଇଁ ଚାପ ମଧ୍ୟ ପକାଇଥିଲେ । ଭାରତ ମାଳଦ୍ବୀପ ମଧ୍ୟରେ ଏହି ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:- ନୀତିଶ ଠିକ୍‌ କରିନାହାନ୍ତି, ଏପରି ଆଚରଣ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ : କେଜ୍ରିଓ୍ବାଲ

ତେବେ ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାକ୍ଷାଦ୍ବୀପ ଗସ୍ତକୁ ନେଇ ଭାରତ ଓ ମାଳଦ୍ବୀପ ମଧ୍ୟରେ ସମ୍ପର୍କରେ ତିକ୍ତତା ଆସିଥିଲା । ଏକାଧିକ ମାଲଦ୍ବୀପ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରି ପୋଷ୍ଟ କରିବା ପରେ ସ୍ଥାନୀୟ ବିରୋଧୀ ଦଳ ମଧ୍ୟ ମୁଇଜୁ ସରକାରକୁ ଘେରିଥିଲା । ମୁଇଜୁ ଓ ତାଙ୍କ ସରକାରର ଆଭିମୁଖ୍ୟ ପାଇଁ ଭାରତ ସହ ମାଳଦ୍ବୀପର ସମ୍ପର୍କ ଖରାପ ହେଉଛି ବୋଲି ସ୍ଥାନୀୟ ବିରୋଧୀ ପୂର୍ବରୁ ଅଭିଯୋଗ ମଧ୍ୟ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.