ETV Bharat / international

କ୍ୟାନ୍ସର ଚିହ୍ନଟ ହେବା ପରେ ପ୍ରଥମ ଥର ନଜର ଆସିଲେ ବ୍ରିଟେନ ରାଜା ଚାର୍ଲ୍ସ-ତୃତୀୟ - Buckingham Palace

King Charles III makes first public appearance after cancer diagnosis: କ୍ୟାନ୍ସର ଚିହ୍ନଟ ହେବା ପରେ ପ୍ରଥମ ଥର ନଜର ଆସିଲେ ବ୍ରିଟେନ ରାଜା ଚାର୍ଲ୍ସ-ତୃତୀୟ । ଅଧିକ ପଢନ୍ତୁ

କ୍ୟାନ୍ସର ଚିହ୍ନଟ ହେବା ପରେ ପ୍ରଥମ ଥର ନଜର ଆସିଲେ ବ୍ରିଟେନ ରାଜା ଚାର୍ଲ୍ସ-ତୃତୀୟ

author img

By ETV Bharat Odisha Team

Published : Feb 11, 2024, 11:01 PM IST

ହାଇଦ୍ରାବାଦ: କ୍ୟାନ୍ସରରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେବା ପରେ ପ୍ରଥମ ଥର ସାମ୍ନାକୁ ଆସିଛନ୍ତି ବ୍ରିଟେନର ରାଜା ଚାର୍ଲ୍ସ-ତୃତୀୟ । ଆଜି ସେ ଇଣ୍ଟର୍ଣ୍ଣ- ଇଂଲଣ୍ଡର ଏକ କାର୍ଯ୍ୟକ୍ରମରେ ରାଣୀ କାମିଲାଙ୍କ ସହ ନଜର ଆସିଛନ୍ତି । ଆଜି (ରବିବାର) ପୂର୍ବାହ୍ନରେ ସେଣ୍ଟ ମ୍ୟାରୀ ମାଗଡାଲେନ୍ସ ଚର୍ଚ୍ଚାରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ରାଣୀ କାମିଲାଙ୍କ ସହ ପହଞ୍ଚିଥିଲେ । ଉପସ୍ଥିତ ଜନତାଙ୍କୁ ହାତ ହଲାଇ ସମ୍ବୋଧିତ ମଧ୍ୟ କରିଥିଲେ ।

ସୋମବାର, ବକିଙ୍ଗହମ୍ ପ୍ୟାଲେସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ଯେ, 75 ବର୍ଷିୟ ରାଜା ଚାର୍ଲ୍ସ ଏକ ପ୍ରକାର କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେ ଏବେ ଚିକିତ୍ସାଧୀନ ଥିବା କାରଣରୁ ନିଜ ନିୟମିତ କାର୍ଯ୍ୟକ୍ରମରୁ କିଛି ଦିନ ଦୂରରେ ରହିବେ । ତେବେ ରାଜା କେଉଁ ପ୍ରକାରର କ୍ୟାନ୍ସରରେ ଆକ୍ରାନ୍ତ ସେ ରାଜପ୍ରସାଦ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ତେବେ ତାଙ୍କଠାରେ ପ୍ରାଥମିକ ଷ୍ଟେଜର କର୍କଟ ଚିହ୍ନଟ କରାଯାଇଥିବା ବ୍ରିଟିଶ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଆଜି ରାଜା ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପରେ ସେ ସୁସ୍ଥ ଥିବା ଜଣାପଡିଛି ।

ମା’ ତଥା ବ୍ରିଟେନର ମହାରାଣୀ ଏଲିଜାବେଥ-ଦ୍ୱିତୀୟଙ୍କ ମୃତ୍ୟୁ ପରେ ରାଜା ଚାର୍ଲସ-ତୃତୀୟ ବ୍ରିଟେନର ରାଜା ହୋଇଥିଲେ । ଏଲିଜାବେଥ-ଦ୍ୱିତୀୟଙ୍କ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଭାରତ ପକ୍ଷରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଂଲଣ୍ଡ ଗସ୍ତ କରିଥିଲେ । ବିଶ୍ବବ୍ୟାପୀ ବିଭିନ୍ନ ଦେଶରୁ ଶୋକ ପ୍ରକାଶ ପାଇଥିଲା । ଏହା ପରେ ଏଲିଜାବେଥଙ୍କ ପୁଅ ଚାର୍ଲ୍ସ-ତୃତୀୟ ବ୍ରିଟେନର ରାଜା ହୋଇଥିଲେ । ଗତବର୍ଷ (2023) ମେ' 6 ତାରିଖରେ ବ୍ରିଟିଶ ରାଜକୀୟ ପରମ୍ପରାରେ ତାଙ୍କର ରାଜ୍ୟାଭିଷେକ କରାଯାଇଥିଲା । ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ବ୍ରିଟେନ ରାଜା ଚାର୍ଲସ ତୃତୀୟଙ୍କୁ କ୍ୟାନ୍ସର

ବିଶ୍ବର ପୁରାତନ ଗଣତନ୍ତ୍ର ବ୍ୟବସ୍ଥା ମଧ୍ୟରେ ଅନ୍ୟତମ ଗ୍ରେଟ ବ୍ରିଟେନରେ ରାଜବଂଶର ବିଶେଷ ଭୂମିକା ରହିଛି । ପ୍ରଧାନମନ୍ତ୍ରୀଙ୍କୁ ରାଜା ହିଁ ଶପଥ ପାଠ କରାଯାଇଥାନ୍ତି । ନିର୍ବାଚିତ ସଂସଦ ଥିଲେ ସୁଦ୍ଧା ରାଜପରିବାର ମଧ୍ୟ ଶାସନ ବ୍ୟବସ୍ଥାରେ ଭୂମିକା ରହିଛି । ଭାରତରେ ରାଷ୍ଟ୍ରପତିଙ୍କ ଭୂମିକା ପରି ବ୍ରିଟେନରେ ରାଜପରିବାର ଦାୟିତ୍ବ ନିର୍ବାହ କରିଥାଏ । ସଂସଦରେ ପାରିତ କୌଣସି ବିଲ ରାଜପରିବାର ଅନୁମୋଦନ ପାଇଁ ପଠାଯାଇଥାଏ । ଏହାକୁ ରାଜା ହିଁ ଅନୁମୋଦନ ଦେଇଥାନ୍ତି । ବ୍ରିଟେନରେ ଦୀର୍ଘବର୍ଷର ରାଣୀଙ୍କ ଶାସନ ପରେ ଏବେ ରାଜା ଚାର୍ଲ୍ସ ଏହି ଦାୟିତ୍ବରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.