ETV Bharat / international

ଯୁଦ୍ଧର 6 ମାସ ପରେ ଦକ୍ଷିଣ ଗାଜାରୁ ହଟିଲା ଇସ୍ରାଏଲ ସେନା, ବଡ ଆକ୍ରମଣ ପାଇଁ ପ୍ରସ୍ତୁତି ! - Israel withdraws troops from Gaza

author img

By ETV Bharat Odisha Team

Published : Apr 8, 2024, 7:14 AM IST

Israel withdraws troops from southern Gaza: 6 ମାସରେ ଇସ୍ରାଏଲ- ଗାଜା ଯୁଦ୍ଧ । ଦକ୍ଷିଣ ଗାଜାରୁ ସମସ୍ତ ସ୍ଥଳସେନା ପ୍ରତ୍ୟାହାର କଲା ଇସ୍ରାଏଲ । ଆଗାମୀ ଅପରେସନର ପ୍ରସ୍ତୁତି ପାଇଁ ସେନା ହଟାଇଯାଇଥିବା ଆଇଡିଏଫର ସୂଚନା । ଅଧିକ ପଢନ୍ତୁ

Israel withdraws troops
Israel withdraws troops

ତେଲ ଆଭିଭ: ଦୀର୍ଘ 6 ମାସର ଭୟାବହ ଯୁଦ୍ଧ ପରେ ଶନିବାର ବିଳମ୍ବିତ ରାତିରେ ଦକ୍ଷିଣ ଗାଜା ଷ୍ଟ୍ରିପରୁ ସମସ୍ତ ସ୍ଥଳସେନା ପ୍ରତ୍ୟାହାର କରିଛି ଇସ୍ରାଏଲ ଡିଫେନ୍ସ ଫୋର୍ସେସ । ତେବେ ଭବିଷ୍ୟତର ଅପେରେସନର ପ୍ରସ୍ତୁତି ପାଇଁ ଏହି ଅଞ୍ଚଳରୁ ସ୍ଥଳସେନା ଅପସାରଣ କରାଯାଇଥିବା ଆଇଡିଏଫ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ଇସ୍ରାଏଲ ଆକ୍ରମଣରେ ଏବେସୁଦ୍ଧା 33 ହଜାର ପାର କରିଛି ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ସଂଖ୍ୟା ।

ଦୀର୍ଘ 6 ମାସ ହେଲା ଜାରି ରହିଛି ଇସ୍ରାଏଲ- ଗାଜା ଯୁଦ୍ଧ । ଏହାମଧ୍ୟରେ ଶନିବାର ବିଳମ୍ୱିତ ରାତିରେ ଦକ୍ଷିଣ ଗାଜା ଷ୍ଟ୍ରିପର ସହର ଖାନ ୟୁନିସରୁ ସ୍ଥଳ ସେନା ହଟାଇଛି ଆଇଡିଏଫ । ଏନେଇ ଆଇଡିଏଫ ପକ୍ଷରୁ ପ୍ରତିକ୍ରିୟା ଜାରି କରାଯାଇ କୁହାଯାଇଛି ଯେ, ରବିବାର ଆଇଡିଏଫର 78ତମ କମାଣ୍ଡୋ ଖାନ ୟୁନିସରେ ମିଶନ ଶେଷ କରିଛନ୍ତି । ଭବିଷ୍ୟତ ଅପରେସନ ପାଇଁ ପ୍ରସ୍ତୁତ ହେବାକୁ ଗାଜା ଷ୍ଟ୍ରିପରୁ ସେନା ହଟାଯାଇଥିବା କୁହାଯାଇଛି । ଆଗାମୀ 'ରଫା' ମିଶନ ପାଇଁ ପ୍ରସ୍ତୁତ ହେବାକୁ ଖାନ ୟୁନିସରୁ ସେନା ପ୍ରତ୍ୟାହାର କରାଯାଇଥିବା ନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହାମଧ୍ୟ ପଢନ୍ତୁ.. ‘ବିଜୟରୁ ଆଉ ପାଦେ ପଛରେ ଇସ୍ରାଏଲ, ସେପର୍ଯ୍ୟନ୍ତ ଅସ୍ତ୍ରବିରତି ହେବନି’ - Netanyahu On Gaza War

ଅନ୍ୟପଟେ ଦକ୍ଷିଣ ଗାଜାର ଉପକୂଳବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ନେଟଜାରିମ କରିଡରକୁ ସୁରକ୍ଷା ଦେବା ପାଇଁ କେବଲ ନାହଲ ବ୍ରିଗେଡଙ୍କୁ ଦାୟିତ୍ୱରେ ରହିଛନ୍ତି । ଏହି କରିଡର ଉତ୍ତର ଓ କେନ୍ଦ୍ରୀୟ ଗାଜାରେ ଆକ୍ରମଣ କରିବାରେ ଆଇଡିଏଫର ମୁଖ୍ୟ ମାଧ୍ୟମ ସାଜିଥାଏ ଏବଂ ପାଲେଷ୍ଟାଇନ ନାଗରିକମାନଙ୍କୁ ଗାଜାର ଉତ୍ତର ପଟୁ ଦକ୍ଷିଣକୁ ଫେରିବାରେ ମଧ୍ୟ ରୋକିଥାଏ ।

ଏହାମଧ୍ୟ ପଢନ୍ତୁ.. ଇସ୍ରାଏଲରେ ତେଜୁଛି ସରକାରୀ ବିରୋଧି ନାରା, ନେତାନ୍ୟାହୁଙ୍କ ଇସ୍ତଫା ଦାବି କଲେ ହଜାର ହଜାର ବିକ୍ଷୋଭକାରୀ - Anti Government Protest In Israel

ସୂଚନାଯୋଗ୍ୟ, ରବିବାର ଦିନ ଇସ୍ରାଏଲ- ଗାଜା ମଧ୍ୟରେ ଯୁଦ୍ଧକୁ 6 ମାସ ପୁରିଛି । ଅକ୍ଟୋବର 7ରେ ଇସ୍ରାଏଲ ଉପରେ ଗାଜା ଷ୍ଟ୍ରିପରୁ ରକେଟ ମାଡ କରିଥିଲା ପାଲେଷ୍ଟାଇନ ଆତଙ୍କୀ ସଂଗଠନ 'ହମାସ' । ଯାହାପରେ 2 ଦେଶ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ ସ୍ଥିତି । ହମାସ ଆକ୍ରମଣର ପ୍ରଥମ ଦିନ ପାଖାପାଖି 1200 ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ 250ରୁ ଊର୍ଦ୍ଧ୍ୱ ଜଣଙ୍କୁ ଅପହରଣ କରି ନେଇଥିଲା ଆତଙ୍କୀ ଗୋଷ୍ଠୀ । ଏହାପରଠୁ ଇସ୍ରାଏଲ ଗାଜା ପଟ୍ଟିରେ ଆକ୍ରମଣ ଜାରି ରଖିଛି । ସୂଚନା ଅନୁଯାୟୀ 13 ହଜାରରୁ ଅଧିକ ହମାସ ଆତଙ୍କବାଦୀଙ୍କୁ ଆଇଡିଏଫ ନିହତ କରିଛି । ଇସ୍ରାଏଲ ଆକ୍ରମଣରେ ଏବେସୁଦ୍ଧା 33 ହଜାରରୁ ଅଧିକ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି । ସେପଟେ ଗାଜାକୁ ସମ୍ପୂର୍ଣ୍ଣ ଅକ୍ତିଆର ନକରିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଜାରି ରହିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.