ETV Bharat / international

ଆମେରିକାରେ ପୋଲକୁ ଧକ୍କା ଦେଇଥିବା ଜାହାଜରେ ଥିଲେ 22 ଭାରତୀୟ କ୍ର୍ୟୁ ସଦସ୍ୟ, ସମସ୍ତେ ସୁରକ୍ଷିତ ଉଦ୍ଧାର - US Bridge collapse - US BRIDGE COLLAPSE

Baltimore Bridge incedent: ଆମେରିକାରେ ପୋଲକୁ ଧକ୍କା ଦେଇଥିବା ଜାହାଜରେ ଥିଲେ 22 ଭାରତୀୟ କ୍ର୍ୟୁ ସଦସ୍ୟ । ସମସ୍ତ ସଦସ୍ୟଙ୍କୁ ଉଦ୍ଧାର କଲା ରେସ୍କ୍ୟୁ ଟିମ । ଅଧିକ ପଢନ୍ତୁ

ଆମେରିକାରେ ପୋଲକୁ ଧକ୍କା ଦେଇଥିବା ଜାହାଜରେ ଥିଲେ 22 ଭାରତୀୟ କ୍ର୍ୟୁ ସଦସ୍ୟ, ସମସ୍ତେ ସୁରକ୍ଷିତ ଉଦ୍ଧାର

author img

By ETV Bharat Odisha Team

Published : Mar 26, 2024, 10:47 PM IST

ହାଇଦ୍ରାବାଦ: ଆମେରିକାର ବାଲଟିମୋର ସହରରେ ଏକ ପୋଲରେ ଏକ କଣ୍ଟେନର ଜାହାଜ ଧକ୍କା ହେବା ଫଳରେ ପୋଲଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ପୋଲରେ ଥିବା କିଛି ଯାନବାହନ ଓ ଲୋକେ ନଦୀରେ ଖସିପଡିଥିଲେ । ଏକାଧିକ ଏବେ ମଧ୍ୟ ନିଖୋଜ ଅଛନ୍ତି । ପୋଲରେ ଧକ୍କା ଖାଇଥିବା ଜାହାଜଟି ସିଙ୍ଗାପୁରର ଥିବା ବେଳେ ଏଥିରେ 22ଜଣ କ୍ର୍ୟୁ ସଦସ୍ୟ ଥିଲେ । ଏହି ସମସ୍ତ ସଦସ୍ୟ ଭାରତୀୟ ବୋଲି ଜଣାପଡିଛି । ଜାହାଜର କ୍ୟାପଟେନ ଜରୁରୀ ବାର୍ତ୍ତା ପଠାଇବା ପରେ ଉଦ୍ଧାରକାରୀ ଟିମ୍‌ ସମସ୍ତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ପୋଲଟି ସମ୍ପୂର୍ଣ୍ଣ ଭୁଶିଡି ପଡିବା ସହ କିଛି ସେକେଣ୍ଡରେ ନଦୀ ମଧ୍ୟରେ ଲୀନ ହୋଇଯିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ସୂଚନା ଅନୁସାରେ, ବାଲଟିମୋର ସହରର ଫ୍ରାନ୍ସିସ ସ୍କଟ ବ୍ରିଜର ଏକ ପିଲରକୁ ଆଜି ଭୋର ସମୟରେ ଏକ କଣ୍ଟେନର ଜାହାଜ ଧକ୍କା ଦେଇଥିଲା । ଏହାପରେ ପୋଲଟି ସମ୍ପୂର୍ଣ୍ଣ ଭାବେ ପାଲପସ୍କୋ ନଦୀରେ ଲୀନ ହୋଇଯାଇଥିଲା । ପୋଲ ଉପରେ ଥିବା କିଛି ଗାଡି ମଧ୍ୟ ନଦୀରେ ଖସିପଡିଥିଲା । ଦିନ ତମାମ ଉଦ୍ଧାର ଅପରେସନ ଚାଲିଥିଲେ ସୁଦ୍ଧା ଏବେବି ଅନେକ ନିଖୋଜଙ୍କ ପତ୍ତା ମିଳିନି । କିଛି ଉଦ୍ଧାର ମଧ୍ୟ ହୋଇଛନ୍ତି । ଏବେ ମଧ୍ୟ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ:- IPL ବେଟିଂରେ ସ୍ବାମୀ ହରାଇଲା 1 କୋଟି, ଜୀବନ ହାରିଲା ସ୍ତ୍ରୀ - Karnataka IPL Betting

ତେବେ ପୋଲର ଏକ ଖମ୍ବରେ ଏହି ଜାହାଟି ଧକ୍କା ଖାଇଥିଲା । କିଛି ସେକେଣ୍ଡ ମଧ୍ୟରେ ପୋଲଟି ସମ୍ପୂର୍ଣ୍ଣ ଭୁଶୁଡି ପଡିବା ସହ ନଦୀ ଗର୍ଭରେ ଲୀନ ହୋଇଯାଇଥିଲା । ଆଜି (ମଙ୍ଗଳବାର) ଭୋରରେ ଏହି ଦୁର୍ଘଟଣା ଘଟିଛି । 2.6 କିମି ଲମ୍ବ ବିଶିଷ୍ଟ ଏହି ବିଶାଳ ପୋଲଟି ମାତ୍ର କିଛି ସମୟ ମଧ୍ୟରେ ନଦୀଗର୍ଭରେ ଲୀନ ହୋଇଯିବାର ଭିଡିଓ ବିଶ୍ବବ୍ୟାପୀ ଗଣମାଧ୍ୟମରେ ପ୍ରସାରିତ ହୋଇଛି । ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଛି । କେଉଁ କାରଣରୁ ଜାହାଜଟି ପୋଲରେ ଧକ୍କା ଖାଇଲା, ତାହା ଏବେ ମଧ୍ୟ ଅସ୍ପଷ୍ଟ ରହିଛି । ହେଲେ ପରବର୍ତ୍ତୀ ସମୟରେ ଏହି ଜାହାଜରେ 22 ଭାରତୀୟ ନାବିକ ଓ ଅନ୍ୟ କର୍ମଚାରୀ ଥିବା ଖବର ସାମ୍ନାକୁ ଆସିଥିଲା । ଜାହାଜର ସମସ୍ତ କ୍ର୍ୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି । ସେମାନେ ଭାରତୀୟ ବୋଲି ଜଣାପଡିଥିଲେ ସୁଦ୍ଧା ଅଧିକ କିଛି ସ୍ପଷ୍ଟ ହୋଇପାରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.