ETV Bharat / international

ଅଣଇସଲାମୀୟ ବିବାହ ମାମଲା: ଇମ୍ରାନ ଖାନ ଓ ବୁଶରା ବିବିଙ୍କୁ 7ବର୍ଷ ଜେଲ - Former Pakistan PM Imran Khan

Imran Khan, Bushra Bibi sentenced to seven years in un Islamic nikah case: ଅଣଇସଲାମୀୟ ବିବାହ ମାମଲାରେ ଇମ୍ରାନ ଖାନ ଓ ବୁଶରା ବିବି ଦୋଷୀ ସାବ୍ଯସ୍ତ । 7ବର୍ଷ ଜେଲ । ଅଧିକ ପଢନ୍ତୁ

ଅଣଇସାଲାମୀୟ ବିବାହ ମାମଲା: ଇମ୍ରାନ ଖାନ ଓ ବୁଶରା ବିବିଙ୍କୁ 7ବର୍ଷ ଜେଲ

author img

By ETV Bharat Odisha Team

Published : Feb 3, 2024, 7:41 PM IST

ହାଇଦ୍ରାବାଦ: ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହ ଦଣ୍ଡାଦେଶ ପାଇବାରେ ଲାଗିଛନ୍ତି ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଦୁର୍ନୀତି ଓ ସରକାରୀ ଗୋପନୀୟ ତଥ୍ୟ ଲିକ୍‌ ମାମଲା ପରେ ଏବେ ବିବାହ ସମ୍ପର୍କିତ ମାମଲାରେ ମଧ୍ୟ ତାଙ୍କୁ ଦୋଷୀ ସାବ୍ୟସ୍ତ ହେବାକୁ ପଡିଛି । ଅଣଇସଲାମୀୟ ବିବାହ ମାମଲାରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ 7ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହ ଉଭୟଙ୍କୁ 50 ହଜାର ଲେଖାଏଁ ପାକିସ୍ତାନୀ ମୁଦ୍ରା ମଧ୍ୟ ଜୋରିମାନା ବାବଦରେ ପ୍ରଦାନ କରିବାକୁ କୋର୍ଟ କହିଛନ୍ତି ।

ପାକିସ୍ତାନର ଏକାଧିକ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ,ଆଜି ସିନିୟର ସିଭିଲ ଜଜ କ୍ବାଦ୍ରାତୁଲ୍ଲା ଏହି ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ଇମ୍ରାନ ସଜ୍ଜା କାଟୁଥିବା ଆଦିଲା ଜେଲରେ ଏହି ମାମଲାର ଶୁଣାଣି ହୋଇଥିଲା । 14 ଘଣ୍ଟାର ଶୁଣାଣି ପରେ ଗତକାଲି (ଶୁକ୍ରବାର) କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ଯାହା ଆଜି ପ୍ରକାଶ ପାଇଛି । ତେବେ ଇମ୍ରାନଙ୍କୁ ବିବାହ କରିଥିବା ବୁଶରାଙ୍କ ପୂର୍ବତନ ସ୍ବାମୀ ଖାଓ୍ବାର ମାନେକା ଏହି ଆବେଦନ ଦାଏର କରିଥିଲେ ।

ବୁଶରା ଓ ଇମ୍ରାନ ଅଣଇସଲାମୀୟ ପରମ୍ପରାରେ ବିବାହ କରିଥିବା ସେ ଆବେଦନରେ ଦର୍ଶାଇଥିଲେ । ଏହି ବିବାହ ବେଳେ ଇସଲାମୀୟ ପରମ୍ପରାର ପାଳନ କରାଯାଇନଥିବା ସେ ଅଭିଯୋଗ କରିଥିଲେ । କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିବା ସହ ବିବାହ ସମୟର ଦଲିଲ ମଧ୍ୟ ଯାଞ୍ଚ କରାଯାଇଥିଲା । ଏହା ସହ ଏକାଧିକ ସାକ୍ଷୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା । ଉଭୟ ପକ୍ଷର ତର୍କ ଶୁଣାଣି ପରେ କୋର୍ଟ ଇମ୍ରାନ ଓ ପତ୍ନୀ ବୁଶରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । 50 ହଜାର ପାକିସ୍ତାନୀ ମୁଦ୍ରା ଲେଖାଏଁ ଜୋରିମାନା ସହ 7 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ :- ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68000 କୋଟିର ପ୍ରକଳ୍ପ ଦେଲେ ଉପହାର

ପୂର୍ବରୁ ଏକାଧିକ ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଶାସନରେ ଥିବା ବେଳେ ସେ ଭ୍ରାଷ୍ଟାଚାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଏକାଧିକ ମାମଲାରେ ସେ ଛନ୍ଦି ହୋଇଛନ୍ତି । ତୋଷଖାନା ମାମଲା, ସରକାରୀ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ସେ ନିକଟରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ଚଳିତମାସ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଗୋଟିଏ ପରେ ଗୋଟିଏ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଇମ୍ରାନଙ୍କ ରାଜନୈତିକ କ୍ୟାରିୟର ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.