ETV Bharat / international

ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ; 22ଜଣ ଜୀବନ୍ତ ଦଗ୍ଧ, ମୃତକଙ୍କ ମଧ୍ୟରେ ଅଧିକାଂଶ ଚୀନ୍‌ ନାଗରିକ - South Korea Fire Tragedy

author img

By ETV Bharat Odisha Team

Published : Jun 24, 2024, 9:21 PM IST

Fire At Lithium Battery Factory In South Korea: ଦକ୍ଷିଣ କୋରିଆର ଏକ ବ୍ୟାଟେରୀ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ 22 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ ଚୀନ୍‌ର ନାଗରିକ ରହିଛନ୍ତି ।

Fire At Lithium Battery Factory
Fire At Lithium Battery Factory (ETV Bharat Odisha)

ସିଓଲ: ଦକ୍ଷିଣ କୋରିଆରେ ଭୟଙ୍କର ଅଗ୍ନିକାଣ୍ଡ । ଲିଥିୟମ୍ ବ୍ୟାଟେରୀ କାରଖାନାରେ ନିଆଁ ଲାଗିଯିବା ଫଳରେ ଘଟଣାସ୍ଥଳରେ 22 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଅଧିକାଂଶ ଚୀନ୍‌ର ନାଗରିକ ରହିଛନ୍ତି । ସେହିପରି ଏହି ଅଗ୍ନିକାଣ୍ଡରେ 8 ଜଣ ଗଭୀର ଭାବରେ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଆଜି ଦିନ 10.30 ସମୟରେ ଦକ୍ଷିଣ କୋରିଆର ରାଜଧାନୀ ସିଓଲର ଦକ୍ଷିଣ ହ୍ବାସୋଙ୍ଗରେ ଥିବା ଏକ ଲିଥିୟମ ବ୍ୟାଟେରୀ ଫ୍ୟାକ୍ଟ୍ରିର ଦ୍ବିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲେ । ଏହି ସମୟରେ ଫ୍ୟାକ୍ଟ୍ରିରେ ପ୍ରାୟ 100ରୁ ଊର୍ଦ୍ଧ୍ବ ଶ୍ରମିକ କାମ କରୁଥିଲେ । ନିଆଁ ଲାଗିବା ଫଳରେ ଘଟଣା ସ୍ଥଳରେ ହିଁ 22 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନଙ୍କ ମଧ୍ୟରୁ 18 ଜଣ ଚୀନ୍‌ର ଶ୍ରମିକ ଥିବା ବେଳେ 2 ଜଣ ଦକ୍ଷିଣ କୋରିଆର ଓ ଜଣେ ଲାଓଟିୟାନର ରହିଛନ୍ତି । ସେହିପରି ଅନ୍ୟ ଜଣେ ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ । ସେପଟେ କେଉଁ କାରଣରୁ ଏଭଳି ଭୟଙ୍କର ଅଗ୍ନୀକାଣ୍ଡ ହେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଭୁବନେଶ୍ବର ଆପାର୍ଟମେଣ୍ଟରେ ଲାଗିଗଲା ନିଆଁ, ପୂରା ଫ୍ଲାଟ ଧୂଆଁମୟ, ଭୟରେ ଲୋକେ - MAJOR FIRE IN BHUBNAESWAR APARTMENT

ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଶ୍ରମିକମାନେ ଫ୍ୟାକ୍ଟ୍ରିରେ ବ୍ୟାଟେରୀ ଯାଞ୍ଚ କରୁଥିଲେ । ଏତିକି ବେଳେ ଜୋରରେ ବିସ୍ଫୋରଣ ହୋଇଥିଲା । ଫଳରେ ଚାରିଆଡ ଧୂଆଁମୟ ହୋଇଯାଇଥିଲା । ବିସ୍ଫୋରଣ ଫଳରେ ଫ୍ୟାକ୍ଟ୍ରି ଭିତରେ ଭୟଙ୍କର ଅଗ୍ମିକାଣ୍ଡ ହୋଇଥିଲା । ଶ୍ରମିକମାନେ ଅଗ୍ନି ନିର୍ବାପକ ଯନ୍ତ୍ର ସାହଯ୍ୟରେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ନିଆଁ ଲିଭାଇବାରେ ସେମାନେ ବିଫଳ ହୋଇଥିଲେ । ଯେହେତୁ ସେମାନେ ଶ୍ରମିକ ଥିଲେ ତେଣୁ ସେମାନେ ଫ୍ୟାକ୍ଟ୍ରିରୁ ବାହକୁ ବାହାରିବାର ରାସ୍ତା ଜାଣିନଥିଲେ । ଫଳରେ ଫ୍ୟାକ୍ଟ୍ରି ଭିତରେ 22 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ ଘଟଣା ସ୍ଥଳରୁ 8 ଜଣଙ୍କୁ ଗୁରୁତର ଆବସ୍ଥାରେ ଉଦ୍ଧାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.