ETV Bharat / international

ଇନଷ୍ଟାଗ୍ରାମରେ ସ୍ବାମୀଙ୍କୁ ଛାଡପତ୍ର ଦେଲେ ଦୁବାଇ ରାଜକୁମାରୀ; ଲେଖିଲେ ଏମିତି କାରଣ - Dubai Princess Divorces Husband

author img

By ETV Bharat Odisha Team

Published : Jul 18, 2024, 8:43 AM IST

Updated : Jul 18, 2024, 9:57 AM IST

Dubai Princess Divorces Husband On Instagram: ଇନଷ୍ଟାଗ୍ରାମରେ ତିନ୍ ତଲାକ୍ ଷ୍ଟାଇଲରେ ସ୍ବାମୀଙ୍କୁ ଛାଡପତ୍ର ଦେଲେ ଦୁବାଇ ରାଜକୁମାରୀ । ଭାଇରାଲ୍ ହେଲା ପୋଷ୍ଟ । ଅଧିକ ପଢନ୍ତୁ

ଦୁବାଇ ରାଜକୁମାରୀ ଶେଖ୍ ମାହରା
ଦୁବାଇ ରାଜକୁମାରୀ ଶେଖ୍ ମାହରା (Shaikha Mahra Instagram)

ଦୁବାଇ (ୟୁଏଇ): ଇନଷ୍ଟାଗ୍ରାମରେ ସ୍ବାମୀଙ୍କୁ ଛାଡପତ୍ର ଦେଲେ ଦୁବାଇ ରାଜକୁମାରୀ । ରାଜକୁମାରୀ ଶେଖ୍ ମାହରା ଇନଷ୍ଟାଗ୍ରାମରେ ତିନ୍ ତଲାକ୍ ଷ୍ଟାଇଲରେ ସ୍ବାମୀକୁ ଛାଡପତ୍ର ଦେଇଛନ୍ତି । 'ମୁଁ ତୁମକୁ ଛାଡପତ୍ର ଦେଉଛି' ବୋଲି ତିନି ଥର ଲେଖି ବିବାହ ବିଚ୍ଛେଦର ଘୋଷଣା କରିଛନ୍ତି ଏବଂ ନିଜକୁ ତାଙ୍କ ସ୍ବାମୀଙ୍କ ପୂର୍ବତନ ପତ୍ନୀ ଭାବେ ସମ୍ବୋଧିତ କରିଛନ୍ତି । ରାଜକୁମାରୀଙ୍କ ଏପରି ଶୈଳୀର ଛାଡପତ୍ର ଘୋଷଣା ଏବେ ଖୁବ୍ ଚର୍ଚ୍ଚାର ବିଷୟ ହୋଇଛି । ୨୦୨୩ ମେ' ମାସରେ ତାଙ୍କର ବିବାହ ହୋଇଥିଲା ।

ରାଜକୁମାରୀ ମାହରା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ''ପ୍ରିୟ ସ୍ବାମୀ, ତୁମେ ଅନ୍ୟ ସାଥୀମାନଙ୍କ ସହ ବ୍ୟସ୍ତ ଅଛ ତେଣୁ ମୁଁ ଆମର ଛାଡପତ୍ର ଘୋଷଣା କରୁଛି । ମୁଁ ତୁମକୁ ଛାଡପତ୍ର ଦେଉଛି, ମୁଁ ତୁମକୁ ଛାଡପତ୍ର ଦେଉଛି ଏବଂ ମୁଁ ତୁମକୁ ଛାଡପତ୍ର ଦେଉଛି...। ନିଜର ଯତ୍ନ ନିଅ । ତୁମର ପୂର୍ବତନ ପତ୍ନୀ ।''

ଇନଷ୍ଟାଗ୍ରାମରେ ସ୍ବାମୀଙ୍କୁ ଛାଡପତ୍ର ଦେଲେ ଦୁବାଇ ରାଜକୁମାରୀ; ଲେଖିଲେ ଏମିତି କାରଣ
ଇନଷ୍ଟାଗ୍ରାମରେ ସ୍ବାମୀଙ୍କୁ ଛାଡପତ୍ର ଦେଲେ ଦୁବାଇ ରାଜକୁମାରୀ; ଲେଖିଲେ ଏମିତି କାରଣ (Shaikha Mahra Instagram)

ଶେଖ ମାହରା ଦୁବାଇ ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ ଅଲ୍ ମାକତୁମଙ୍କ ଝିଅ, ଯିଏକି ୟୁଏଇର ପ୍ରଧାନମନ୍ତ୍ରୀ ଏବଂ ଉପରାଷ୍ଟ୍ରପତି ମଧ୍ୟ । ରାଜକୁମାରୀ ମାହରା ଗତବର୍ଷ ମେ' ୨୭ ତାରିଖରେ ଶେଖ୍ ମନା ବିନ୍ ମହମ୍ମଦଙ୍କୁ ବିବାହ କରିଥିଲେ । ବିବାହର ବର୍ଷକ ପରେ ଏକ କନ୍ୟାସନ୍ତାନ ଜନ୍ମ ଦେଇଥିଲେ । ତେବେ ତାଙ୍କ ଝିଅ ଜନ୍ମର ମାତ୍ର ଦୁଇ ମାସ ପରେ ସେ ନିଜ ସ୍ବାମୀଙ୍କ ସହ ଛାଡପତ୍ର ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: କ୍ୟାନସର ସହ ଯୁଝୁଛନ୍ତି ଓ୍ୱେଲ୍ସ ରାଜକୁମାରୀ କେଟ୍, ଚାଲିଛି କେମୋ ଥେରାପି - KATE DIAGNOSED CANCER

ସେ ଏହି ପୋଷ୍ଟ କରିବାର ମାତ୍ର କେଇ ମିନିଟ୍ ଭିତରେ ଖୁବ୍ ଭାଇରାଲ ହୋଇଯାଇଥିଲା । ତେବେ ଉଭୟ ପତି-ପତ୍ନୀ ଇନଷ୍ଟାଗ୍ରାମରେ ପରସ୍ପରକୁ ଅନ୍ ଫଲୋ କରିବା ସହ ଦୁହେଁ ଦୁହିଁଙ୍କର ଫଟୋ ମଧ୍ୟ ନିଜ ଆକାଉଣ୍ଟରୁ ଡିଲିଟ୍ କରିଥିବା ଦେଖିବାକୁ ମିଳିଛି । ତେବେ ଗୋଟିଏ ସପ୍ତାହ ପୂର୍ବରୁ ରାଜକୁମାରୀ ମାହରା ନିଜର ଛାଡପତ୍ର ନେଇ ଆଭାସ ଦେଇଥିଲେ । ସେ ଇନଷ୍ଟାଗ୍ରାମରେ 'କେବଳ ଆମ ଦୁଇ' କ୍ୟାପସନ ଲେଖି ନିଜ ଝିଅ ସହ ଫଟୋ ପୋଷ୍ଟ କରିଥିଲେ ।

Last Updated : Jul 18, 2024, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.