ETV Bharat / international

ଦୁବାଇ ବର୍ଷା ବିତ୍ପାତ: ଭାରତୀୟଙ୍କ ପାଇଁ ଆସିଲା ନୂଆ ଆଡଭାଇଜରୀ - Dubai Flood - DUBAI FLOOD

Dubai Flood: ଦୁବାଇ ବର୍ଷା ବିତ୍ପାତ ପରେ ଏବେବି ସ୍ୱାଭାବିକ ହୋଇନି ସ୍ଥିତି । ଅନ୍ୟପଟେ ଭାରତୀୟଙ୍କ ପାଇଁ ୟୁଏଇରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଦୁବାଇ ବିମାନବନ୍ଦର ଯିବାକୁ ବାରଣ କରାଯାଇଛି । ଅଧିକ ପଢନ୍ତୁ

Dubai Flood
Dubai Flood
author img

By ETV Bharat Odisha Team

Published : Apr 19, 2024, 10:10 PM IST

ନୂଆଦିଲ୍ଲୀ: ଦୁବାଇରେ ବର୍ଷା ବିତ୍ପାତକୁ ଦୃଷ୍ଟିରେ ରଖି ଭାରତୀୟଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କଲା ୟୁଏଇରେ ଅବସ୍ଥାପିତ ଭାରତୀୟ ଦୂତାବାସ । ଦୁବାଇର ଆନ୍ତର୍ଜାତୀକ ବିମାନ ବନ୍ଦରକୁ ଯାତ୍ରା ନକରିବାକୁୁ ପରାମର୍ଶ ଦେଲା ଦୂତାବାସ । ତେବେ ଦୁବାଇରେ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ଏହି ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।

ଶୁକ୍ରବାର ଦିନ ଦୁବାଇରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟମାନଙ୍କ ପାଇଁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ନିର୍ଦ୍ଦେଶାନାମା ଅନୁଯାୟୀ, ବର୍ଷାରେ ୟୁଏଇରେ ଉପୁଜିଥିବା ସ୍ଥିତିକୁ ସ୍ୱାଭାବିକ କରିବାକୁ ସେଠାକାର କର୍ତ୍ତୃପକ୍ଷ ଦିନରାତି କାର୍ଯ୍ୟ ଜାରି ରଖିଛନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷ ଯାତ୍ରୀମାନଙ୍କୁ ସ୍ଥିତି ସ୍ୱାଭାବିକ ହେଲା ପରେ ବିମାନବନ୍ଦର ଆସିବାକୁ ପରାମର୍ଶ ଜାରି କରିଛନ୍ତି । ବିମାନ ଉଡ଼ାଣ ତାରିଖ ଏବଂ ସମୟ ସମ୍ପର୍କରେ ସମ୍ପୃକ୍ତ ଏୟାରଲାଇନ୍ସ ପକ୍ଷରୁ ସୂଚନା ଜାରି କରାଯିବା ପରେ ବିମାନ ବନ୍ଦରରେ ଯାତ୍ରା କରିପାରିବେ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. କୁତ୍ରିମ ବର୍ଷାରେ ବୁଡିଲା ଦୁବାଇ, ଓମାନରେ 18ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା - UAE Heavy Rainfall

ଚଳିତ ସପ୍ତାହରେ ୟୁଏଇରେ ଅସ୍ୱାଭାବିକ ପାଣିପାଗ ସ୍ଥିତି ଯୋଗୁଁ ଦୁବାଇ ଆନ୍ତର୍ଜାତିକ ବିମାନ ବିମାନ ଅସ୍ଥାୟୀ ଭାବରେ ଅନେକ ବିମାନ ଚଳାଚଳ ବନ୍ଦ ରଖିଛି ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ଆଉମଧ୍ୟ କୁହାଯାଇଛି ଯେ, ଆଶା କରାଯାଉଛି ଯେ ବିଶ୍ୱର ସବୁଠୁ ବ୍ୟସ୍ତବହୁଳ ଏୟାରପୋର୍ଟ ଦୁବାଇ ଆନ୍ତର୍ଜାତିକ ବିମାନବନ୍ଦର 24 ଘଣ୍ଟା ମଧ୍ୟରେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିବ ।

ଏହି ସମୟ ମଧ୍ୟରେ ଭାରତୀୟ ଯାତ୍ରୀମାନେ ଦୁବାଇ ଏୟାରପୋର୍ଟରୁ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଉଛି । ତେବେ ଏନେଇ ଜରୁରୀକାଳୀନ ନମ୍ବର ମଧ୍ୟ ଜାରି କରାଯାଇଛି । ଭାରତୀୟମାନେ ଦୁବାଇ ପାଣିପାଗ ବିଷୟରେ କୌଣସି ସୂଚନା ଜାଣିବାକୁ ଚାହୁଁଥିଲେ କିମ୍ବା କୌଣସି ଜରୁରୀ ସ୍ଥିତି ପାଇଁ +971501205172, +971507347676, +971569950590 ଓ +971585754213ରେ ଯୋଗାଯୋଗ କରିପାରିବେ ।

ସୂଚନାଯୋଗ୍ୟ, ଚଳିତ ସପ୍ତାହରେ ଦୁବାଇ ତଥା ଏହାର ଆଖପାଖ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଦୁବାଇର ଅବସ୍ଥା ବେହାଲ ହୋଇପଡିଛି । ଏବେସୁଦ୍ଧା ଅନେକ ରାସ୍ତା ଉପରେ ପାଣି ଜମିରହିଛି । ଦୁବାଇ ବିମାନବନ୍ଦରରେ ମଧ୍ୟ ଏବେ ସୁଦ୍ଧା ସ୍ଥିତିରେ ସୁଧାର ଆସିନାହିଁ । ଏହି ବର୍ଷା ବିତ୍ପାତରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି । ଅନ୍ୟପଟେ ଦୁବାଇ ପଡୋଶୀ ଦେଶ ଓମାନରେ ବନ୍ୟା ଓ ଝଡତୋଫାନ କାରଣରୁ 20 ଜଣଙ୍କ ଜୀବନ ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.