ETV Bharat / international

ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ତ୍ରିରଙ୍ଗାରେ ରଙ୍ଗୀନ ହେଲା ବୁର୍ଜଖଲିଫା

author img

By ETV Bharat Odisha Team

Published : Feb 14, 2024, 9:25 PM IST

Burj Khalifa Lit Up In Indian Flag Colours: ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ତ୍ରିରଙ୍ଗାରେ ରଙ୍ଗୀନ ହେଲା ବୁର୍ଜଖଲିଫା । ଦୁଇ ଦିନିଆ ୟୁଏଇ ଓ କତାର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ୟୁଏଇରେ ପ୍ରଧାନମନ୍ତ୍ରୀ, ତ୍ରିରଙ୍ଗାରେ ରଙ୍ଗୀନ ହେଲା ବୁର୍ଜଖଲିପା

ହାଇଦ୍ରାବାଦ: ଦୁଇଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଓ କତାର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଗତକାଲି ଠାରୁ ଆବିଧାବିରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଜାରି ରଖିଛନ୍ତି । ଆଜି ସେ ଆବୁଧାବିରେ ନିର୍ମିତ ଭବ୍ୟ ହିନ୍ଦୁ ମନ୍ଦିରର ଉଦଘାଟନ ମଧ୍ୟ କରିଛନ୍ତି । ଏହା ପୂର୍ବରୁ ସେ ଓ୍ବାର୍ଲ୍ଡ ଗମେଣ୍ଟ ସମ୍ମିଟରେ ମଧ୍ୟ ଅଂଶଗ୍ରହଣ କରି ସମ୍ବୋଧନ ରଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଦୁବାଇରେ ଥିବା ବିଶ୍ବର ଉଚ୍ଚତମ ଅଟ୍ଟାଳିକା ବୁର୍ଜଖଲିଫାକୁ ତ୍ରିରଙ୍ଗା ରଙ୍ଗରେ ରଙ୍ଗୀନ କରାଯାଇଛି । ଲାଇଟ ସୋ‘ ମାଧ୍ୟମରେ ବୁର୍ଜଖଲିପାରେ ଭାରତର ଜାତୀୟ ପତାକା ‘ତ୍ରିରଙ୍ଗା’ ପ୍ରଦର୍ଶିତ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ତ୍ରିରଙ୍ଗାରେ ରଙ୍ଗୀନ ହେଲା ବୁର୍ଜଖଲିପା

ଗତକାଲି (ମଙ୍ଗଳବାର) ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମିରେଟ୍ସ ରାଜଧାନୀ ଆବୁଧାବିରେ ପହଞ୍ଚିବା ପରେ ସ୍ଥାନୀୟ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦ ଅଲ ନ୍ୟାହାନ ତାଙ୍କୁ ସ୍ବାଗତ କରିଥିଲେ । ଏହା ପରେ ଉଭୟ ରାଷ୍ଟ୍ରମୁଖ୍ୟ ପାରସ୍ପାରିତ ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିଥିଲେ । ଉଭୟ ନେତାଙ୍କ ଉପସ୍ଥିତିରେ ଦୁଇ ଦେଶ ମଧ୍ୟରେ ଏକାଧିକ କ୍ଷେତ୍ରରେ ବିଭିନ୍ନ ରାଜିନାମା ମଧ୍ୟ ସ୍ବାକ୍ଷରିତ ହୋଇଥିଲା । ନିବେଶ, ଶକ୍ତି ଓ ଭିତ୍ତିଭୂମି ପରି କ୍ଷେତ୍ରରେ ପ୍ରାୟ 10ଟି ଏମଓୟୁ ସ୍ବାକ୍ଷରିତ ହୋଇଥିଲା ।

ସଂଧ୍ୟାରେ ଜାଏଦ ଷ୍ଟାଡିୟମରେ ଆୟୋଜିତ ‘ଆଲାନ ମୋଦି’ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଥିଲେ । ନ୍ୟାହାନଙ୍କ ନେତୃତ୍ବରେ ଭାରତ- ଏମିରେଟ୍ସ ସମ୍ପର୍କ ସୁଦୃଢ ହୋଇଛି କହିଥିଲେ ମୋଦି । ଆବୁଧାବିରେ ହିନ୍ଦୁ ମନ୍ଦିର ନିର୍ମାଣରେ ମଧ୍ୟ ସ୍ଥାନୀୟ ରାଷ୍ଟ୍ରପତି ନ୍ୟାହାନଙ୍କ ସହଯୋଗପୂର୍ଣ୍ଣ ଭୂମିକା ଥିବା କଥା ପ୍ରଧାନମନ୍ତ୍ରୀ କହିଥିଲେ । ଏମିରେଟ୍ସର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ଭାରତୀୟ ନାଗରିକଙ୍କ ପାଇଁ ଭାରତ ଆଜି ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଜି ପ୍ରଧାନମନ୍ତ୍ରୀ ଆବୁଧାବିରେ ଆୟୋଜିତ ଓ୍ବାର୍ଲ୍ଡ ଗମେଣ୍ଟ ସମ୍ମିଳନୀକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ଏଥିରେ ବହୁ ପ୍ରବାସୀ ଭାରତୀୟଙ୍କ ସମେତ ୟୁଏଇ ସରକାର ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ହଟିବ ସାମ୍ରାଜ୍ୟବାଦର ଛାପ, ମେସରେ କୁର୍ତ୍ତା-ପାଇଜାମା ପିନ୍ଧିବେ ନୌସୈନିକ

ଆଜି ପ୍ରଧାନମନ୍ତ୍ରୀ ଆବୁଧାବିରେ ଭାରତ ବାହାରେ ନିର୍ମିତ ବିଶ୍ବର ସର୍ବବୃହତ୍ତ ହିନ୍ଦୁ ମନ୍ଦିରର ଉଦଘାଟନ ମଧ୍ୟ କରିଛନ୍ତି । ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ଦୁବାଇରେ ଥିବା ବିଶ୍ବର ଉଚ୍ଚତମ ଅଟ୍ଟାଳିକା ବୁର୍ଜଖଲିଫାରେ ତ୍ରିରଙ୍ଗା ଡିସପ୍ଲେ ହୋଇଛି । ବିଶ୍ବର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମରେ ଏହି ଅଟ୍ଟାଳିଳାରେ ଲାଇଟ ଡିସପ୍ଲେ ହେବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.