ETV Bharat / international

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର ପୁଣି ବାଇଡେନ-ଟ୍ରମ୍ପ ଟକ୍କର ! - US President Election

US President Election: ପ୍ରାଇମେରୀ ନିର୍ବାଚନରେ ନିଜ ନିଜ ଦଳ ପକ୍ଷରୁ ବାଜି ମାରିଛନ୍ତି ଟ୍ରମ୍ପ ଏବଂ ବାଇଡେନ୍ । 2024 ରାଷ୍ଟ୍ରପତି ନିର୍ବାଚନରେ ଉଭୟଙ୍କ ମଧ୍ୟରେ ହୋଇପାରେ କଡା ଟକ୍କର । ଅଧିକ ପଢନ୍ତୁ

US Presidential Elections
US Presidential Elections
author img

By ETV Bharat Odisha Team

Published : Mar 13, 2024, 10:51 AM IST

Updated : Mar 13, 2024, 11:10 AM IST

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବଡ ପ୍ରତିଦ୍ବନ୍ଦ୍ବୀ ଭାବେ ବିବେଚନା କରାଯାଇଥିବା ଜୋ ବାଇଜେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପୁଣିଥରେ ଟକ୍କର ଦେଖିବାକୁ ମିଳିବ । କାରଣ ପ୍ରାଇମେରୀ ନିର୍ବାଚନରେ ନିଜ ନିଜ ଦଳ ପକ୍ଷରୁ ବାଜି ମାରିଛନ୍ତି ଟ୍ରମ୍ପ ଏବଂ ବାଇଡେନ୍ । ଦୁହେଁ ନିଜ ନିଜ ଦଳରୁ ଏକ ପ୍ରକାର ସ୍ଥାନ ପକ୍କା କରିଛନ୍ତି । ଆମେରିକାର ବର୍ତ୍ତମାମନର 81 ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ ଓ୍ବାଶିଂଟନରେ ଡେମୋକ୍ରାଟିକ ପ୍ରାଇମେରୀ ନିର୍ବାଚନ ଜିତିଥିବା ବେଳେ 77 ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପ୍ରାଇମେରୀ ନିର୍ବାଚନରେ ବାଜି ମାରିଛନ୍ତି ।

ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଡେମୋକ୍ରାଟିକ୍ ପ୍ରତିନିଧିଙ୍କ ମଧ୍ୟରେ ଜୋ ବାଇଡେନ 2099 ଭୋଟ୍ ପାଇଛନ୍ତି । ଜେସନ ପାମରଙ୍କୁ ତିନୋଟି ଭୋଟ୍ ଏବଂ ଅନ୍ୟ ପ୍ରତିଦ୍ବନ୍ଦ୍ବୀଙ୍କୁ 20ଟି ଭୋଟ୍ ମିଳିଥିଲା । ଏହାର ଅର୍ଥ ଜୋ ବାଇଡେନ 2079 ଭୋଟରେ ଆଗରେ ରହିଥିଲେ । ରିପବ୍ଲିକାନ ପକ୍ଷରୁ ଟ୍ରମ୍ପଙ୍କୁ 1228ଟି ଭୋଟ ମିଳିଥିବା ବେଳେ ନିକ୍କିଙ୍କୁ 91ରୋନ୍ ଡିସାଣ୍ଟିସ୍ ନୋ ଏବଂ ବିବେକ ରାମାସ୍ବାମୀଙ୍କୁ ମାତ୍ର 3ଖଣ୍ଡ ଭୋଟ ମିଳିଥିଲା । ଏଭଳି ପରିସ୍ଥିତିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି 1137 ଭୋଟରେ ରେସରେ ଆଗରେ ରହିଥିଲା । ତେବେ ଏହି ଅଙ୍କକୁ ଦୃଷ୍ଟିରେ ରଖିଲେ ନଭେମ୍ବର 2024ରେ ଟ୍ରମ୍ପ ଏବଂ ବାଇଡେନଙ୍କ ମଧ୍ୟରେ କଡା ଟକ୍କର ହୋଇପାରେ । କିନ୍ତୁ ଜାତୀୟ ସମ୍ମିଳନୀ ଭୋଟ ସହ ଜଡିତ ନିର୍ବାଚନ ନହେବା ପର୍ଯ୍ୟନ୍ତ ବିଦ୍ଧିବଧ ଭାବେ ଏହି ଦୁଇ ନେତା ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତି ରେସ୍‌ରୁ ନିକ୍କି ଆଉଟ୍, ପୁଣି ଥରେ ଟ୍ରମ୍ପ-ବାଇଡେନ ଟକ୍କର !

ସତେଜ ହେବ 2020ର ସ୍ମୃତି !: ତେବେ ଆନ୍ତର୍ଜାତୀୟ ଗଣମାଧ୍ୟମର ରାଜନୈତିକ ରିପୋର୍ଟ ଅନୁସାରେ, ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପୁଣିଥରେ ଟକ୍କର ହେବ । 2020ର ସଂଘର୍ଷର ସ୍ମୃତି ପୁଣିଥରେ 2024ରେ ସତେଜ ହେବ । ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବିକାଶର ନାରା ଦେବା ସହିତ ଆମେରିକାକୁ ନୂଆ ପଥରେ ଆଗକୁ ନେବାର ସ୍ବପ୍ନ ଦେଖାଉଛନ୍ତି । ସେହିପରି ପୂର୍ବତନ ରାଷ୍ଟ୍ରପତି ବାଇଡେନ ଅପରାଧିକ ମାମଲାରେ ଜଡିତ ହୋଇ ମଧ୍ୟ ନିର୍ବାଚନ ମୈଦାନକୁ ଓହ୍ଲାଇ ଆଗରେ ରହିଛନ୍ତି ।

ଆମେରିକାରେ ହେବ ନୂଆ ରେକର୍ଡ, ରାଷ୍ଟ୍ରପତି ନିର୍ବାଚନ କେବେ ?: ବିଶ୍ବ ରାଜନୀତିର ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମେରିକା ଇତିହାସରେ ଚଳିତ ବର୍ଷ ନୂଆ ରେକର୍ଡ ହୋଇପାରେ । ଲଗାତାର ଦୁଇଟି ନିର୍ବାଚନରେ ସମାନ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇପାରେ । 2020 ମସିହାରେ ବାଇଡେନ ଏବଂ ଟ୍ରମ୍ପଙ୍କ ମଧ୍ୟରେ ସିଧାସଳଖ ଟକ୍କର ହୋଇଥିବା ବେଳେ 2024 ନଭେମ୍ବର ମାସରେ ମଧ୍ୟ ଏହା ପୁନରାବୃତ୍ତି ହେବାକୁ ଯାଉଛି । ସୂଚନା ଅନୁସାରେ ନଭେମ୍ବର 5 ତାରିଖରେ ହୋଇପାରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ।

Last Updated : Mar 13, 2024, 11:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.