ETV Bharat / international

‘ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆସିଛି, ଭାରତ ଆପଣଙ୍କ ପାଇଁ ଗର୍ବିତ’

author img

By ETV Bharat Odisha Team

Published : Feb 13, 2024, 10:37 PM IST

PM Modi to Indian diaspora: ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ ଭାବୁକ ହେଲେ ମୋଦି । କହିଲେ ‘ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆସିଛି, ଭାରତ ଆପଣଙ୍କ ପାଇଁ ଗର୍ବିତ’ । ଅଧିକ ପଢନ୍ତୁ

‘ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆସିଛି, ଭାରତ ଆପଣଙ୍କ ପାଇଁ ଗର୍ବିତ’
‘ମୁଁ ଦେଶବାସୀଙ୍କ ସନ୍ଦେଶ ନେଇ ଆସିଛି, ଭାରତ ଆପଣଙ୍କ ପାଇଁ ଗର୍ବିତ’

ହାଇଦ୍ରାବାଦ: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜଧାନୀ ଆବୁଧାବିର ଜାୟଦ ଷ୍ଟାଡିୟମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି । ‘ଆଲାନ ମୋଦି’ କାର୍ଯ୍ୟକ୍ରମରେ ଏକାଠି ହୋଇଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବା ବେଳେ ପ୍ରଧାନମନ୍ତ୍ରୀ ଭାବୁକ ହେବା ସହ ୟୁଏଇ ଓ ଭାରତର ଦଶନ୍ଧି ପୁରୁଣା ସୁସମ୍ପର୍କର ଉଦାହରଣ ଦେଇଛନ୍ତି । ସେ ଦରିଆ ଆରପାରିରୁ 140 କୋଟି ଭାରତୀୟ ଭାଇ ଭଉଣୀଙ୍କ ସନ୍ଦେହ ନେଇ ଏମିରେଟ୍ସରେ ଥିବା ପ୍ରବାସୀ ଭାରତୀୟଙ୍କୁ ଭେଟିବାକୁ ଆସିଛନ୍ତି । ଆଜି ଦେଶ ସେମାନଙ୍କ ପାଇଁ ଗର୍ବିତ ବୋଲି ପ୍ରବାସୀଙ୍କୁ ମୋଦି କହିଛନ୍ତି ।

କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଭାରତୀୟ ଉପସ୍ଥିତ ରହିଥିଲେ । ସମ୍ବୋଧନରେ ମୋଦି କହିଥିଲେ,‘‘ଏଠାକୁ ମୁଁ ମୋ ପରିବାର ସଦସ୍ୟଙ୍କୁ ଭେଟିବାକୁ ଆସିଛି । ମୁଁ ଆପଣମାନେ ଜନ୍ମମାଟିର ମହକ ସାଙ୍ଗରେ ଆଣିଛି । ମୁଁ ସମୁଦ୍ର ଆରପାରିରେ ଥିବା 140 କୋଟି ଭାରତୀୟଙ୍କର ସନ୍ଦେଶ ମଧ୍ୟ ଆଣିଛି । ଆଜି ଦେଶ ଆପଣଙ୍କ ପାଇଁ ଗର୍ବ ଅନୁଭବ କରୁଛି । ଆପଣ ଦେଶର ଗୌରବ ।’’

ସମ୍ବୋଧନରେ ମୋଦି ଭାରତ-ସଂଯୁକ୍ତ ଆରବ ଏମିରେଟ୍ସର ସୁସମ୍ପର୍କ ପାଇଁ ସ୍ଥାନୀୟ ରାଷ୍ଟ୍ରପତି ନ୍ୟାହାନଙ୍କ ନୀତିକୁ ଧନ୍ୟବାଦ ଦେଇଥିଲେ । କୋଭିଡ ସମୟରେ ସେ ଭାରତୀୟଙ୍କୁ ସ୍ବଦେଶ ଫେରାଇବା ଉପରେ ଗୁରୁତ୍ବ ଦେଇଥିଲେ, ମାତ୍ର ନ୍ୟାହାନ ତାଙ୍କୁ ଆଦୌ ବ୍ୟସ୍ତ ନହେବା ପାଇଁ କହିଥିଲେ । ଆରବରେ ଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷାକୁ ନ୍ୟାହାନ ହିଁ ନିଶ୍ଚିତ କରିଥିଲେ । ସେହିପରି ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଉଦଘାଟନ କରିବାକୁ ଯାଉଥିବା ଭବ୍ୟ ମନ୍ଦିରର ନିର୍ମାଣରେ ମଧ୍ୟ ନ୍ୟାହାନଙ୍କର ବଡ ଭୂମିକା ରହିଛି । ସେ ମନ୍ଦିର ନିର୍ମାଣ ପାଇଁ ଜମି ଓ ଅନ୍ୟ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପୂର୍ଣ୍ଣ ପ୍ରତିଶୃତି ଦେଇଥିଲେ ବୋଲି ମୋଦି କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- କାଲି ରାଜ୍ୟସଭା ପାଇଁ ନାମାଙ୍କନ ଭରିବେ ସୋନିଆ, ଆଜି ରାତି ସୁଦ୍ଧା ସ୍ଥିର ହେବ ରାଜ୍ୟ

ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଆବୁଧାବିରେ ଅବତରଣ କରିବା ପରେ ସ୍ଥାନୀୟ ରାଷ୍ଟ୍ରପତି ନ୍ୟାହାନ ମୋଦିଙ୍କୁ ସ୍ବାଗତ କରିଥିଲେ । ଉଭୟଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ପରେ ପ୍ରବାସୀଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ‘ମୋଦି ହୈ ତୋ ମୁମକିନ ହୈ’ ଓ ‘ହର ହର ମହାଦେବ ଘର ଘର ମୋଦି’ ନାରାରେ ପୁରା ପରିବେଶ କମ୍ପିଥିଲା । ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଆବୁଧାବିର ଜାୟଦ ଷ୍ଟାଡିୟମରେ ଆୟୋଜିତ ବିଶାଳ ‘ଆଲାନ ମୋଦି’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.