ETV Bharat / international

ଜିତିଲା ଛାତ୍ର ଆନ୍ଦୋଳନ ! ବାଂଲାଦେଶରେ ସରକାରୀ ଚାକିରି ସଂରକ୍ଷଣରେ ବଡ ହ୍ରାସ ଆଣିଲେ ସର୍ବୋଚ୍ଚ ନ୍ୟାୟାଳୟ - Bangladesh student protest

author img

By ETV Bharat Odisha Team

Published : Jul 22, 2024, 9:15 AM IST

Bangladesh top court decision over job quota: ବାଂଲାଦେଶରେ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବ୍ୟାପକ ଛାତ୍ର ଆନ୍ଦୋଳନ ପରେ ରାୟ ଶୁଣାଇଛନ୍ତି ବାଂଲାଦେଶ ସର୍ବୋଚ୍ଚ ନ୍ୟାୟାଳୟ । ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ସହ ସଂରକ୍ଷଣ ବ୍ୟବସ୍ଥାକୁ ୫୬ ପ୍ରତିଶତରୁ 7 ପ୍ରତିଶତକୁ ହ୍ରାସ କରିଛନ୍ତି । ଅଧିକ ପଢନ୍ତୁ

Bangladesh top court decision over job quota
Bangladesh top court decision over job quota (AP)

ଢାକା: ବାଂଲାଦେଶରେ ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗକୁ ନେଇ ବ୍ୟାପକ ଛାତ୍ର ଆନ୍ଦୋଳନ ପରେ ରାୟ ଶୁଣାଇଛନ୍ତି ବାଂଲାଦେଶ ସର୍ବୋଚ୍ଚ ନ୍ୟାୟାଳୟ । ହାଇକୋର୍ଟଙ୍କ ରାୟକୁ ରଦ୍ଦ କରିବା ସହ ସଂରକ୍ଷଣ ବ୍ୟବସ୍ଥାକୁ ୫୬ ପ୍ରତିଶତରୁ 7 ପ୍ରତିଶତକୁ ହ୍ରାସ କରିଛନ୍ତି । ସରକାରୀ ଚାକିରିରେ ୯୩ ପ୍ରତିଶତ ଆସନ ମେଧା ଆଧାରରେ ପୂରଣ କରାଯିବ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି । ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏଭଳି ରାୟ ପରେ ଛାତ୍ରଛାତ୍ରୀମାନଙ୍କର ବିଜୟୀ ହୋଇଥିବା କୁହାଯାଉଛି ।

ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଦେଶବ୍ୟାପୀ ଛାତ୍ରଛାତ୍ରୀମାନଙ୍କର ଜୋରଦାର ଆନ୍ଦୋଳନ ପରେ ରବିବାର ଦିନ ସେମାନଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସରକାରୀ ଚାକିରି କ୍ଷେତ୍ରରେ ମୋଟ ୫୬ ପ୍ରତିଶତ ସଂରକ୍ଷଣ ଦେବା ଲାଗି ହାଇକୋର୍ଟ ଦେଇଥିବା ରାୟକୁ ରଦ୍ଦ କରିବା ସହ ଏହି ସଂରକ୍ଷଣ ବ୍ୟବସ୍ଥାକୁ ୫୬ ପ୍ରତିଶତରୁ 7 ପ୍ରତିଶତକୁ ହ୍ରାସ କରିଛନ୍ତି । ଏଥିରେ ୧୯୭୧ ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ୫ ପ୍ରତିଶତ ଏବଂ ଜାତିଗତ ସଂଖ୍ୟାଲଘୁ, କିନ୍ନର ଓ ଭିନ୍ନକ୍ଷମଙ୍କ ପାଇଁ ୨ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରଖିବାକୁ କୁହାଯାଇଛି । ସରକାରୀ ଚାକିରିରେ ୯୩ ପ୍ରତିଶତ ଆସନ ମେଧା ଆଧାରରେ ପୂରଣ କରାଯିବ ବୋଲି ଦେଶର ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ... ଅଶାନ୍ତ ବାଂଲାଦେଶ, ପଡ଼ୋଶୀ ଦେଶ ପାଇଁ ମୁହଁ ଖୋଲିଲେ ମମତା - Mamata on Bangla crisis

ପୂର୍ବରୁ ବାଂଲାଦେଶରେ ସରକାରୀ ଚାକିରିରେ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ଲାଗି ୫୬ ପ୍ରତିଶତ ସଂରକ୍ଷଣ ବ୍ୟସ୍ଥା ଲାଗୁ ହେଉଥିଲା । ସେଥିରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ଲାଗି ୩୦ ପ୍ରତିଶତ ରହିଥିଲା । କିନ୍ତୁ ୨୦୧୮ରେ ଶେଖ ହସିନାଙ୍କ ସରକାର ତାକୁ ଏହି ବ୍ୟବସ୍ଥା ରବ୍ଦ କରି ଦେଇଥିଲେ । କିନ୍ତୁ ଏହାକୁ ବିରୋଧ କରି ହାଇକୋର୍ଟରେ ପିଟିସନ ଫାଇଲ ହୋଇଥିଲା । ହାଇକୋର୍ଟ ଗତ ଜୁନ ୫ ତାରିଖରେ ସରକାରଙ୍କ ନିଷ୍ପତିକୁ ରଦ୍ଦ କରି ପୁଣିଥରେ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ନେଇ ଆରମ୍ଭ ହୋଇଥିଲା ଦେଶବ୍ୟାପୀ । ହାଇକୋର୍ଟଙ୍କ ରାୟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ ହଜାର ହଜାର ଛାତ୍ରଗୋଷ୍ଠୀ । ଦେଶରେ ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା, ପୋଡାଜଳା, ହିଂସାକା୍ଡ ଘଟିଥିଲା । ଦେଶର ଶାନ୍ତିଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିଲା । ଛାତ୍ର ଓ ପୋଲିସ ମଧ୍ୟରେ ସଂଘର୍ଷ ଜୋରଦାର ହୋଇଥିଲା । ଏଥିରେ ୧୩୩ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦୦ ଶହରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ । ଆନ୍ଦୋଳନକୁ ଦମନ କରିବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରାଯାଇଥିଲା । ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଥିଲା । ଦେଖିବା ମାତ୍ରେ ଗୁଳି କରିବା ନେଇ ପୋଲିସକୁ ନିର୍ଦ୍ଦେଶ ଜାରି କରିଥିଲେ ସରକାର । ଏହାସତ୍ତ୍ବେ ଆନ୍ଦୋଳନ ଜାରି ରହିଥିଲା ।

ଏହାମଧ୍ୟ ପଢନ୍ତୁ... ଚାକିରିରେ ସଂରକ୍ଷଣ ବିରୋଧରେ ହିଂସା; 25 ମୃତ, ଶତାଧିକ ଆହତ, କାହିଁକି ଘଟିଲା ହିଂସା, ରହିଛି 1971 ଯୁଦ୍ଧ ସହ ଲିଙ୍କ୍ ? - Bangladesh quota violence

ବାଂଲାଦେଶରେ ହିଂସାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ବାଂଲାଦେଶରେ ୧୫ହଜାରରୁ ଅଧିକ ଭାରତୀୟ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ୮ ହଜରା ୫୦୦ ଛାତ୍ରଛାତ୍ରୀ ଅଛନ୍ତି । ସେମାନଙ୍କ ୪ ହଜାର ୫୦୦ରୁ ଉର୍ଦ୍ଧ୍ବ ଜଣଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଅଣାଯାଇଥିବା ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ଫେରିବା ପାଇଁ ମଧ୍ୟ ଉଦ୍ୟମ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.