ETV Bharat / international

ଜଳୁଛି ବାଂଲାଦେଶ: ଗାଜିଆବାଦରେ ପ୍ରଧାନମନ୍ତ୍ରୀ ଶେଖ ହସିନା, ସେନା ହାତରେ କ୍ଷମତା, ସୀମାରେ BSFର ହାଇଆଲର୍ଟ, ବିମାନ-ରେଳ ଚଳାଚଳ ବନ୍ଦ କଲା ଭାରତ - BANGLADESH PM HASINA RESIGNED

author img

By ETV Bharat Odisha Team

Published : Aug 5, 2024, 3:17 PM IST

Updated : Aug 5, 2024, 6:19 PM IST

Bangladesh PM Sheikh Hasina resigned and departed: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ବଡ଼ ଖବର । ଦେଶରେ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା । ଏହାପରେ ସେନା ହାତକୁ ଯାଇଛି କ୍ଷମତା ଡୋରି । ହସିନା ଦେଶ ଛାଡ଼ିଥିବା ବେଳେ, ଦେଶରେ ଥମିନି ହିଂସାକାଣ୍ଡ । ଅଧିକ ପଢନ୍ତୁ

Bangladesh PM Departed
Bangladesh PM Departed (ETV Bharat)

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ନେଇ ବଡ଼ ଖବର । ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶେଖ ହସିନା । ହସିନା ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି ବାଂଲାଦେଶ ସେନା ମୁଖ୍ୟ । ଏହାପରେ ସେନା ହାତକୁ ଗଲା କ୍ଷମତା ଡୋରି । ହସିନା ଅପରାହ୍ନ 2.30ଟା ସମୟରେ ସେ ବଙ୍ଗଭବନରୁ ହେଲିକପ୍ଟର ଯୋଗେ ଦେଶ ଛାଡିଛନ୍ତି । ଭଉଣୀ ଶେଖ ରିହାନାଙ୍କ ସହ ସେ ଦେଶ ଛାଡିଥିବା ନେଇ ବାଲାଂଦେଶ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ବାଲାଂଦେଶରେ ଭୟଙ୍କର ହିଂସା ଜାରି ରହିଥିବାବେଳେ ଅନେକଙ୍କର ଜୀବନ ଗଲାଣି ।

ଶେଖ ହସିନାଙ୍କ ଇସ୍ତଫା:

ବିରୋଧ ପ୍ରଦର୍ଶନ ଭିତରେ ଅନେକଙ୍କ ଜୀବନ ଗଲାଣି । ପ୍ରଧାନମନ୍ତ୍ରୀ ଶେଖ ହସିନା ଇସ୍ତଫା ଦେଇଛନ୍ତି । ଏହାପରେ ସେ ସାମରିକ ହେଲିକପ୍ଟର ଯୋଗେ ଦେଶ ଛାଡିଛନ୍ତି । ଶେଖ ହସିନା ପଦ ଛାଡିବା ପରେ ସେନା ହାତକୁ ଗଲା ସରକାର । ପ୍ରଧାନମନ୍ତ୍ରୀ ଦେଶ ଛାଡିବା ପରେ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଭିତରେ ପଶି ହଲ୍ଲାବୋଲ କରିଛନ୍ତି ବୋଲି ବାଂଲାଦେଶ ଗଣମାଧ୍ୟମ ରିପୋର୍ଟ କରିଛି ।

Bangladesh PM Departed
Bangladesh PM Departed (ETV Bharat)

ବାଂଲାଦେଶରେ ଅନ୍ତରୀଣ ସରକାର:

ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ବର୍ତ୍ତମାନ ଦେଶର ସାମରିକ ଶାସନ ଲାଗୁ ହୋଇଛି । ସେନା ହାତକୁ ଯାଇଛି କ୍ଷମତା । ବାଲାଂଦେଶ ସେନା ମୁଖ୍ୟ ଛାତ୍ରଛାତ୍ରୀମାନଙ୍କୁ ଶାନ୍ତ ହେବାକୁ ଅନୁରୋଧ କରିଛନ୍ତି । "ଦେଶରେ ଶାନ୍ତି ରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି । କର୍ଫ୍ୟୁ କିମ୍ବା ଏମରଜେନ୍ସିର ଆବଶ୍ୟକତା ନାହିଁ । ରାତି ସୁଦ୍ଧା ସମାଧାନର ବାଟ ବାହାରିବ" ବୋଲି ସେନା ମୁଖ୍ୟ କହିଛନ୍ତି ।

ସୀମାରେ ହାଇଆଲର୍ଟ:

ଗୋଟିଏ ପଟେ ଶେଖ ହସିନା ଦେଶ ଛାଡିବା ପରେ ଭାରତ ଆସିଥିବା କହିଯାଉଛି । ଅନ୍ୟପଟେ ବାଂଲାଦେଶରେ ଜାରି ରହିଥିବା ହିଂସା ପରିସ୍ଥିତିକୁ ନଜରରେ ରଖି ଭାରତ-ବାଲାଂଦେଶ ସୀମାରେ ହାଇଆଲର୍ଟ ଜାରି ହୋଇଛି ।

ଭାରତରେ ପ୍ରଧାନମନ୍ତ୍ରୀ ଶେଖ ହସିନା
ଭାରତରେ ପ୍ରଧାନମନ୍ତ୍ରୀ ଶେଖ ହସିନା (ETV Bharat Odisha)

ଭାରତରେ ଶେଖ ହସିନା:

ବାଂଲାଦେଶ ଛାଡିବା ପରେ ଭାରତରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ଶେଖ ହସିନା । ବାୟୁସେନାର ଏୟାରଫୋର୍ସ ବିମାନରେ ଆସି ହିଣ୍ଡନ ଏୟାରବେସରେ ପଞ୍ଚିଛନ୍ତି ହସିନା । ବାଂଲାଦେଶରେ ବ୍ୟାପକ ହିଂସା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡିଥିଲେ ଶେଖହସିନା ।

ଭାରତ-ବାଂଲାଦେଶ ରେଳ ଚଳାଚଳ ବାତିଲ:

ହିଂସାକୁ ଦୃଷ୍ଟିରେ ରଖି ଭାରତ-ବାଂଲାଦେଶ ମଧ୍ୟରେ ରେଳ ଚଳାଚଳ ବାତିଲ ହୋଇଛି । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା 15 ଦିନ ଯାଏଁ ଏହି ନିୟମ ବଳବତ୍ତର ରହିବ।

ହିଂସାରେ ଗଲାଣି ଅନେକ ଜୀବନ:

ହିଂସାରେ ଅଦ୍ୟାବଧି ୨୦୦ରୁ ଅଧିକ ମୃତ୍ୟୁ ହେଲାଣି, ମାତ୍ର ଏହି ସରକାରୀ ବିରୋଧୀ ଆନ୍ଦୋଳନ ଥମିବା ବଦଳରେ ଦିନକୁ ଦିନ ଅଧିକ ଉଗ୍ର ହେଉଛି । ଆନ୍ଦୋଳନକାରୀ ଛାତ୍ର ଗୋଷ୍ଠୀ ଏବଂ ଶାସକ ଆୱାମୀ ଲିଗ୍ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହେବାରୁ 90ରୁ ଊର୍ଦ୍ଧ୍ବ ମୃତ୍ୟୁ ହୋଇଛି, ଏଥିରେ ଅନେକ ଆହତ ହୋଇଛନ୍ତି । ଆନ୍ଦୋଳନକାରୀମାନେ ଢାକାର ମୁନିସଗଞ୍ଜ ଠାରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବିରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିବାବେଳେ ଆୱାମୀ ଲିଗ୍, ଛାତ୍ର ଲିଗ୍ ଏବଂ ଯୁବୋ ଲିଗ୍ କାର୍ଯ୍ୟକର୍ତ୍ତାଙ୍କ ସହିତ ସଂଘର୍ଷ ହୋଇଥିଲା ।

ଆନ୍ଦୋଳନର କାରଣ:

୧୯୭୧ରେ ବାଂଲାଦେଶ ଓ ପାକିସ୍ତାନ ଯୁଦ୍ଧ ହୋଇଥିଲା । ଏଥିରେ ଲଢେଇ କରିଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ୩୦ ପ୍ରତିଶତ ସଂରକ୍ଷଣ ଘୋଷଣା ହୋଇଛି । ଏହି ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବା ଏବଂ ଯୋଗ୍ୟତା ଭିତ୍ତିରେ ଚାକିରି ଦେବାକୁ ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିବାବେଳେ ଏଥିରେ ଏବେ ସୁଦ୍ଧା ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ବିପକ୍ଷବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ତେବେ ଆଜି ସେ ଇସ୍ତଫା ଦେଇଛନ୍ତି।

ଏହା ମଧ୍ୟ ପଢନ୍ତୁ: ବାଂଲାରେ ଥମୁନି ହିଂସା: ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହିଂସାତ୍ମକ ଆନ୍ଦୋଳନ, ଗଲାଣି 90ରୁ ଊର୍ଦ୍ଧ୍ବ ଜୀବନ

Last Updated : Aug 5, 2024, 6:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.