ETV Bharat / international

20 ବର୍ଷୀୟ ଛାତ୍ର, ପୂର୍ବତନ ରାଷ୍ଟ୍ରପତିଙ୍କୁ କଲା ହତ୍ୟା ଉଦ୍ୟମ; ନିର୍ବାଚନ ପୂର୍ବରୁ ମିଳିଲା ବଡ ସଙ୍କେତ ? - assassination Attempt to Trump

author img

By ETV Bharat Odisha Team

Published : Jul 15, 2024, 12:30 PM IST

ASSASSINATION ATTEMPT TO TRUMP: ସାମ୍ନାକୁ ଆସିଲା ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତର ଫଟୋ ଓ ପରିଚୟ । 20ବର୍ଷର ସ୍ନାତକ ଛାତ୍ର, ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତିଙ୍କୁ କାହିଁକି କଲା ହତ୍ୟା ଉଦ୍ୟମ, ଅଧିକ ପଢନ୍ତୁ

20 ବର୍ଷୀୟ ଛାତ୍ର, ପୂର୍ବତନ ରାଷ୍ଟ୍ରପତିଙ୍କୁ କଲା ହତ୍ୟା ଉଦ୍ୟମ
20 ବର୍ଷୀୟ ଛାତ୍ର, ପୂର୍ବତନ ରାଷ୍ଟ୍ରପତିଙ୍କୁ କଲା ହତ୍ୟା ଉଦ୍ୟମ (ETV Bharat Odisha)

ହାଇଦ୍ରାବାଦ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ହୋଇଛି । ସଭାକୁ ସମ୍ବୋଧିତ କରୁଥିବା ବେଳେ ଗୁଳିମାଡ କରିଛି ଆତତାୟୀ । ହେଲେ ଏଥିରେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବେ ଏହି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଅଭିଯୁକ୍ତର ଫଟୋ ଓ ପରିଚୟ ସାମ୍ନାକୁ ଆସିଛି । କୌଣସି ପେଶାଦାର କିମ୍ବା ଅଭ୍ୟାସଗତ ଅପରାଧୀ ନୁହେଁ ବରଂ ଜଣେ 20 ବର୍ଷୀୟ ତରୁଣ ଛାତ୍ର ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଛି । ଗୁଳିକାଣ୍ଡ ଦିନ ସିକ୍ରେଟ ସର୍ଭିସ ସ୍ନାଇପରଙ୍କ ଗୁଳିରେ ଆତତାୟୀର ମୃତ୍ୟୁ ହୋଇଥିଲା । ଆମେରିକାର କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ଏଫବିଆଇ) ଏହି ଅଭିଯୁକ୍ତକର ଫଟୋ ଓ ନାମ ସାର୍ବଜନୀନ କରିଛି । ଏହି ଯୁବକ ହେଉଛି 20ବର୍ଷୀୟ ଛାତ୍ର ଥୋମାସ୍ ମାଥ୍ୟୁ କ୍ରୁକ୍ସ । ପୋଲିସ ଗୁଳିରେ ଅଭିଯୁକ୍ତର ମୃତ୍ୟୁ ହେବା ପରେ ମୃତଦେହ ନିକଟରୁ ଏକ ଏଆର-15 ପରି ଅତ୍ୟାଧୁନିକ ମାରଣାସ୍ତ୍ର ମଧ୍ୟ ଜବତ ହୋଇଛି । ତେବେ ନିର୍ବାଚନ ପୂର୍ବରୁ ଏହା ଏକ ବଡ ସଙ୍କେତ ବୋଲି କହିଛନ୍ତି ଆମେରିକୀୟ । ବର୍ତ୍ତମାନ ବନ୍ଧୁକ ନୀତିରେ ପରିବର୍ତ୍ତନର ସମୟ ଆସିଛି ବୋଲି ମତ ପ୍ରକାଶ ପାଇଛି ।

ରବିବାର ପେନସିଲଭାନିଆ ସହରରେ ଏକ ନିର୍ବାଚନ ରାଲିରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳିମାଡ ହୋଇଥିଲା । ଟ୍ରମ୍ପଙ୍କ କାନରେ ଗୁଳି ବାଜିଥିବା ବେଳେ ସାରା ଦେଶରେ ଏକ ସମ୍ବେଦନଶୀଳତା ଦେଖାଦେଇଥିଲା । ଘଟଣାର କିଛି ଘଣ୍ଟା ପରେ ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ (FBI) ଅଭିଯୁକ୍ତ 20 ବର୍ଷୀୟ ଥୋମାସ୍ ମାଥ୍ୟୁ କ୍ରୁକ୍ସ ବୋଲି ଚିହ୍ନଟ କରିଥିଲା । ଏହା ପୂର୍ବରୁ ତାର ମୃତ୍ୟୁ ହୋଇସାରିଥିଲା ।

କିଏ ଏହି 20 ବର୍ଷୀୟ ଅଭିଯୁକ୍ତ:-

ଥୋମାସ୍ ମାଥ୍ୟୁ କ୍ରୁକ୍ସ ହେଉଛି ଜଣେ ଛାତ୍ର । 2022ରେ ସେ ବିଠଲ-ପର୍କ ହାଇସ୍କୁଲର ସ୍ନାତ୍ତକ ପାଠ୍ୟକ୍ରମ ଶେଷ କରିଛି । ଜାତୀୟ ଗଣିତ ଓ ବିଜ୍ଞାନ ବର୍ଗରେ ସେ ଭଲ ପ୍ରଦର୍ଶନ ପାଇଁ ସମ୍ମାନିତ ମଧ୍ୟ ହୋଇଛନ୍ତି । ତାଙ୍କ ସ୍କୁଲ ସହପାଠୀଙ୍କ ବୟାନ ମଧ୍ୟ ଏବେ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଲାଣି । ସହପାଠୀଙ୍କ ମଧ୍ୟରେ ବାର୍ତ୍ତାଳାପ ବେଳେ ସେ କୌଣସି ରାଜନୈତିକ ପ୍ରସଙ୍ଗରେ ଆଗ୍ରହ ପ୍ରକାଶ କରନ୍ତି ନାହିଁ, କିମ୍ବା ଟ୍ରମ୍ପଙ୍କ ସମ୍ପର୍କରେ ସେ କେବେ ଆଲୋଚନା କରିବାର ଦେଖାଯାଇନଥିବା ତାଙ୍କ ସହପାଠୀ କହିଛନ୍ତି । ସେ ସ୍କୁଲ ପରିସରରେ ଅଧିକାଂଶ ସମୟରେ ଶାନ୍ତ ରହୁଥିଲେ । ଉତ୍ତେଜିତ ଅବସ୍ଥାରେ ବନ୍ଧୁମାନଙ୍କ ସହ ବିତର୍କ କରିବା କିମ୍ବା ଅନ୍ୟ ଉତ୍ତେଜିତ କାର୍ଯ୍ୟକଳାପରେ ତାଙ୍କୁ କେବେ ହେଲେ ଦେଖାଯାଇନଥିଲା ବୋଲି ମଧ୍ୟ ସହପାଠୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- US Presidents Assassinated: କାହିଁକି ଆମେରିକାରେ ବଢୁଛି ଗୁଳିକାଣ୍ଡ, କେତେ ଜଣ ରାଷ୍ଟ୍ରପତିଙ୍କୁ ହୋଇଛି ଗୁଳିମାଡ, ଜାଣନ୍ତୁ କଣ ଓ୍ୱିପନ ଲାଇସେନ୍ସ ପଲିସି ? - US presidents who were assassinated

ପ୍ରଥମ ଥର ଭୋଟ ଦେଇଥାନ୍ତା ଅଭିଯୁକ୍ତ:-

ଆମେରିକାରେ ଚଳିତଥର ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ତେବେ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରିଥିବା ଏହି ଅଭିଯୁକ୍ତ ଚଳିତ ନିର୍ବାଚନରେ ପ୍ରଥମ ଥର ତାର ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଥାନ୍ତା । ସେ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ନଥିଲା କିମ୍ବା କୌଣସି ନିର୍ବାଚନରେ ଏପର୍ଯ୍ୟନ୍ତ ଭୋଟ ଦେଇନି । ତେବେ ରାଜନୀତିରେ ରୁଚି ନରଖିଥିବା ଓ କେବେ ନିର୍ବାଚନରେ ଭୋଟ ଦେଇନଥିବା ଏହି ତରୁଣ ଛାତ୍ର କେଉଁ କାରଣରୁ ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କଲା । କେଉଁଠାରୁ ଅତ୍ୟାଧୁନିକ ମାରଣାସ୍ତ୍ର ପାଇଲା । ଏହାପଛରେ ରାଜନୈତିକ କାରଣ ନା ଆତଙ୍କବାଦୀ ଲିଙ୍କ ରହିଛି, ସେ ନେଇ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.