ETV Bharat / international

ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ ପଛରେ ଇରାନ ! କାହିଁକି ଏବେ ଚର୍ଚ୍ଚାରେ ଜେନେରାଲ ସୁଲେମାନୀ - Assassination attempt to trump

author img

By ETV Bharat Odisha Team

Published : Jul 17, 2024, 5:16 PM IST

Attack to Donald trump: ସାମ୍ନାକୁ ଆସିଲା ଆମେରିକା ସିକ୍ରେଟ ସର୍ଭିସର ସାଙ୍ଘାତିକ ଖୁଲାସା । ପୁଣି କାହିଁକି ଚର୍ଚ୍ଚାରେ ଇରନୀୟ କମାଣ୍ଡର ସୁଲେମାନୀଙ୍କ ହତ୍ୟା । ଟ୍ରମ୍ପ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ବଡ ଆକ୍ସନ ନେବ କି ଆମେରିକା । ଅଧିକ ପଢନ୍ତୁ

ଟ୍ରମ୍ପଙ୍କୁ ମାରିବାକୁ ଷଡଯନ୍ତ୍ର କରୁଥିଲା ଇରାନ ! କାହିଁକି ଏବେ ଚର୍ଚ୍ଚାରେ ଜେନେରାଲ ସୁଲେମାନୀ
ଟ୍ରମ୍ପଙ୍କୁ ମାରିବାକୁ ଷଡଯନ୍ତ୍ର କରୁଥିଲା ଇରାନ ! କାହିଁକି ଏବେ ଚର୍ଚ୍ଚାରେ ଜେନେରାଲ ସୁଲେମାନୀ (ETV Bharat Odisha)

ହାଇଦ୍ରାବାଦ: ଆମରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଥିବା ବେଳେ ନିର୍ବାଚନୀ ସଭାରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରାମ୍ପଙ୍କୁ ଗୁଳି କରି ହତ୍ୟା ଉଦ୍ୟମ ସାରା ବିଶ୍ବରେ ଆଲୋଚନା ସୃଷ୍ଟି କରିଛି । ତେବେ ଏହି ହତ୍ୟା ଉଦ୍ୟମର ଅଭିଯୁକ୍ତ ମାତ୍ର 20ବର୍ଷୀୟ ଛାତ୍ର ଭାବେ ଚିହ୍ନଟ ହେବା ଏକାଧିକ ପ୍ରଶ୍ନ ସାମ୍ନାକୁ ଆସିଥିଲା । ଏବେ ଆଉ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଟ୍ରମ୍ପଙ୍କୁ ମାରିବାକୁ ଇରାନ ପକ୍ଷରୁ ବିପଦ ଥିଲା । ଇରାନ ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଯୋଜନାରେ ଥିଲା ଓ ଏ ସମ୍ପର୍କିତ ସୂଚନା ଆମେରିକୀୟ ଗୁଇନ୍ଦା ସଂସ୍ଥା ‘ସିକ୍ରେଟ ସର୍ଭିସ’ ନିକଟରେ ମଧ୍ୟ ଥିଲା ବୋଲି ଜଣାପଡିଛି । ଏନେଇ ସଂସ୍ଥାର ଜଣେ ଉଚ୍ଚପଦସ୍ଥ ଅଧିକାରୀ ପ୍ରକାଶ କରିବା ପରେ ଟ୍ରମ୍ପଙ୍କ ହତ୍ୟା ଉଦ୍ୟମ ମାମଲାରେ ଇରାନର ଭୂମିକା ସନ୍ଦେହଘେରକୁ ଆସିଛି ।

ସିକ୍ରିଟ ସର୍ଭିସର ଅଧିକାରୀ ଜଣକ କହିଛନ୍ତି, ଟ୍ରମ୍ପଙ୍କୁ ଇରାନ ହତ୍ୟା କରିବାକୁ ଚାହୁଁଥିବା ନେଇ ସେମାନଙ୍କୁ କୌଣସି ସୂତ୍ରରୁ ଅଗଷ୍ଟ ମାସରେ ଜଣାପଡିଥିଲା । ଟ୍ରମ୍ପ ଓ ତାଙ୍କ ଟିମକୁ ନିର୍ବାଚନୀ ସଭା କିମ୍ବା କୌଣସି ସାଧାରଣ ସ୍ଥାନରେ ଆକ୍ରମଣ ହୋଇପାରେ ବୋଲି ଇନପୁଟ ସୂଚନା ମିଳିବା ପରେ ଆମେରିକା ସିକ୍ରେଟ ସର୍ଭିସ ଟ୍ରମ୍ପଙ୍କ ସୁରକ୍ଷା ବଢାଇବା ସହ ତାଙ୍କ କାର୍ଯ୍ୟକ୍ରମ ଉପରେ ମଧ୍ୟ କଡା ନଜର ରଖିଥିଲା । ଶନିବାର ଟ୍ରମ୍ପଙ୍କୁ ଗୁଳି ଚଳାଇଥିବା 20 ବର୍ଷୀୟ ଅଭିଯୁକ୍ତର ସମ୍ପୃକ୍ତି ଇରାନ କିମ୍ବା ସେହି ପ୍ରସଙ୍ଗ ସହ ଅଛି ବୋଲି ସଂସ୍ଥା ଏପର୍ଯ୍ୟନ୍ତ ସ୍ପଷ୍ଟ କରିନି । ଏହି ହତ୍ୟା ଉଦ୍ୟମରେ ଇରାନର ଭୂମିକା କୌଣସି ଦିଗରୁ ସାମ୍ନାକୁ ଆସିନାହିଁ । ମାତ୍ର ପୂର୍ବରୁ ହତ୍ୟା ଉଦ୍ୟମ ନେଇ ଇନପୁଟ ସୂଚନା ମିଳିବା ଖବର ସାମ୍ନାକୁ ଆସିବା ପରେ ପୂର୍ବତନ ଇରାନୀୟ କମାଣ୍ଡରଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଏବେ ପୁଣି ଚର୍ଚ୍ଚାରେ ରହିଛି ।

ଜେନେରାଲ ସୁଲେମାମୀ କିଏ:-

ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ଜେନେରାଲ ସୁଲେମାମୀ ଥିଲେ ଇରାନ ସେନାର ଜଣେ ଶୀର୍ଷ କମାଣ୍ଡର । ଇରାନ ସଶସ୍ତ୍ର ବଳ ‘ରିଭୋଲୁସନାରୀ ଗାର୍ଡ’ର ଜଣେ ଶୀର୍ଷ କମାଣ୍ଡର ଥିଲେ ସୁଲେମାନୀ । ଇରାନର ସର୍ବୋଚ୍ଚ ନେତା ଅହେତୁଲ୍ଲା ଖାମନେଇଙ୍କ ପରେ ଦ୍ୱିତୀୟ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ତାଙ୍କର ପରିଚୟ ଥିଲା । ସେ ଇରାନର ଖୁର୍ଦ୍ଦିସ ଫୋର୍ସର ସୁପ୍ରିମ କମାଣ୍ଡର ଥିଲେ । ଏହି ସଂଗଠନକୁ ଆମେରିକା ଓ ଅନ୍ୟ ଉରୋପୀୟ ଦେଶମାନେ ଆତଙ୍କୀ ଗୋଷ୍ଠୀ ଘୋଷଣା କରିଛନ୍ତି । 2020 ମସିହା ଜାନୁୟାରୀ 3 ତାରିଖରେ ଇରାକ ରାଜଧାନୀ ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଡ୍ରୋନ୍ ଆକ୍ରମଣରେ ଜେନେରାଲ୍ ସୁଲେମାନୀଙ୍କର ମୃତ୍ୟୁ ଘଟିଥିଲା । ବିମାନ ବନ୍ଦରରେ ଅବତରଣ କରିବା ପରେ ସେ ତାଙ୍କ ସହକର୍ମୀ ମହଡି ଅଲ-ମୁହାନ୍ଦିସଙ୍କ ସହ ଏକ କାରରେ ଯାଉଥିବା ବେଳେ ଅତ୍ୟାଧୁନିକ ଆମେରିକୀୟ MQ-9 ରେପର ଡ୍ରୋନ ମାଧ୍ୟମରେ ତାଙ୍କ କାରକୁ ଟାର୍ଗେଟ କରାଯାଉଥିଲା ।

ସେତେବେଳେ ଆମେରିକାର ରାଷ୍ଟ୍ରପତି ଥିଲେ ଡୋନାଲ୍ଡ ଟ୍ରମ୍ପ । ଏହି ଆକ୍ରମଣ ସମ୍ପର୍କରେ ଖୋଲା ଘୋଷଣା କରିଥିଲା ଆମେରିକା ସେନା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟେକ୍ଷ ନିର୍ଦ୍ଦେଶ କ୍ରମେ ଆମେରିକା ସ୍ପେଶାଲ ଫୋର୍ସ ଏହି ଆକ୍ସନ ଗ୍ରହଣ କରି ଆତଙ୍କୀ ସଂଗଠନ ଖୁର୍ଦ୍ଧିସ ଫୋର୍ସର ମୁଖ୍ୟ ସୁଲେମାନୀଙ୍କୁ ନିପାତ କରିଥିବା ଆମେରିକା ସେନା ଅଧିକାରୀ ସାର୍ବଜନୀନ ଭାବେ ଘୋଷଣା କରିଥିଲେ । ଯାହାକୁ ନେଇ ଇରାନ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା । ସାରା ଇରାନରେ ଆମେରିକା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାପ ପଡିଥିଲା । ଇରାନ ସରକାର ମଧ୍ୟ ଆମେରିକାକୁ ଆକ୍ରମଣ କରିବା ପାଇଁ ଚେତାବନୀ ଦେଇଥିଲେ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :-ଫାୟାରିଂ ପରେ ଫ୍ରଣ୍ଟଫୁଟରେ ରିପବ୍ଲିକାନ ନେତା ଟ୍ରମ୍ପ : ହେଲେ ପ୍ରେସିଡେଣ୍ଟ ପ୍ରାର୍ଥୀ, ଭାରତ କନେକସନରେ ଥିବା ଭେନ୍ସଙ୍କୁ କଲେ ଉପରାଷ୍ଟ୍ରପତି ପ୍ରାର୍ଥୀ - Trump became President candidate

ପରବର୍ତ୍ତୀ ସମୟରେ 2020 ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ପରାଜିତ ହୋଇଥିଲେ । ଜୋ.ବାଇଡେନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ଏବେ ନିର୍ବାଚନ ହେବାକୁ ଯାଉଥିବା ବେଳେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନିର୍ବାଚନ ଲଢୁଛନ୍ତି । ଠିକ ଏହା ପୂର୍ବରୁ ଇରାନର ଷଡଯନ୍ତ୍ର ସମ୍ପର୍କରେ ଇନପୁଟ ସୂଚନା ମିଳିବା ଓ ପୁଣି ଜଣେ 20 ବର୍ଷୀୟ ଛାତ୍ର ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ କରିବା ମଧ୍ୟରେ ଇରାନର ଭୂମିକା ସନ୍ଦେହ ଘେରକୁ ଆସିଛି । ଏହି କାରଣରୁ ଯଦି ଟ୍ରମ୍ପ ଯଦି ନିର୍ବାଚିତ ହୁଅନ୍ତି, ତେବେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଚରମ ତିକ୍ତତା ଆଡକୁ ଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.