ETV Bharat / international

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ସପ୍ତାହରେ ତୃତୀୟ ଘଟଣା - ଆମେରିକାରେ ଭାରତୀୟ ଛାତ୍ରଙ୍କୁ ହତ୍ୟା

Indian student found dead in US: ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ମୃତକଙ୍କ ନାମ ଶ୍ରେୟାସ ରେଡ୍ଡି ଏବଂ ସେ ଲିଣ୍ଡର ସ୍କୁଲ ଅଫ୍ ବିଜନେସରେ ପଢୁଥିଲେ । ଅଧିକ ପଢନ୍ତୁ

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ
author img

By ETV Bharat Odisha Team

Published : Feb 2, 2024, 7:18 AM IST

ୱାଶିଂଟନ: ଆମେରିକାରେ ଅସୁରକ୍ଷିତ ଭାରତୀୟ ଛାତ୍ର । ବାରମ୍ବାର ଏଠାରୁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାମ ଶ୍ରେୟାସ ରେଡ୍ଡି । ଓହିଓ ରାଜ୍ୟର ସିନସିନାଟିରେ ଶ୍ରେୟାସଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଗତ ସପ୍ତାହେ ଭିତରେ ଭାରତୀୟ ଛାତ୍ର ମୃତ୍ୟୁର ଏହା ତୃତୀୟ ଘଟଣା ।

ସୂଚନା ମୁତାବକ, ଶ୍ରେୟାସ ରେଡ୍ଡି ଲିଣ୍ଡର ସ୍କୁଲ ଅଫ୍ ବିଜନେସର ଛାତ୍ର ଥିଲେ । ସିନସିନାଟିରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । କେମିତି ତାଙ୍କର ମୃତ୍ୟୁ ଘଟିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ନ୍ୟୁୟର୍କରେ ସ୍ଥିତ ଭାରତୀୟ ଦୂତାବାସ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତ ଛାତ୍ରଙ୍କ ପରିବାର ସହ ଯୋଗାଯୋଗ କରାଯାଉଥିବା ସୂଚନା ଦିଆଯାଇଛି । ଦୂତାବାସ ପକ୍ଷରୁ କୁହାଯାଇଛି, ଓହିଓରେ ଭାରତୀୟ ବଂଶୋଦ୍ଭବ ଶ୍ରେୟାସ ରେଡ୍ଡି ବେନିଗେରିଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁରେ ଆମେ ମର୍ମାହତ । ପୋଲିସ ମାମଲାର ତଦନ୍ତ କରୁଛି । ମୃତକଙ୍କ ପରିବାର ସହ ନିରନ୍ତର ଯୋଗାଯୋଗରେ ଅଛୁ ଏବଂ ସେମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରୁଛୁ ।

ବିବେକ ସାଇନି ଏବଂ ନୀଲ ଆଚାର୍ଯ୍ୟ ପରେ ଭାରତୀୟ ଛାତ୍ର ଶ୍ରେୟାସ ରେଡ୍ଡିଙ୍କ ମୃତ୍ୟୁ ସପ୍ତାହ ଭିତରେ ତୃତୀୟ ଘଟଣା । ଜାନୁଆରୀ ୩୦ରେ ପର୍ଡୁ ୟୁନିଭରସିଟିରେ ପଢୁଥିବା ନୀଲ ଆଚାର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା । ତାଙ୍କର ମୃତ୍ୟୁ ଖବର ଜଣାପଡିବା ପୂର୍ବରୁ ଜାନୁଆରୀ ୨୮ରୁ ନିଖୋଜ ଥିବାର ତାଙ୍କର ମାଆ ଜଣାଇଥିଲେ । ନୀଲ ଉବେରରେ ୟୁନିଭରସିଟି ଯାଉଥିବା ବେଳେ ପରିବାର ଲୋକେ ତାଙ୍କ ସହ ଶେଷ ଥର ଯୋଗାଯୋଗ କରିଥିଲେ । ତା' ପରଠୁ ତାଙ୍କର କୌଣସି ପତ୍ତା ମିଳିନଥିଲା । ତେଣୁ ପୁଅ ବିଷୟରେ ସୂଚନା ପାଇଁ ପରିବାର ଲୋକେ ସହାୟତା ମାଗିଥିଲେ । କିନ୍ତୁ ୨ ଦିନ ପରେ ନୀଲଙ୍କ ମୃତଦେହ ଉଦ୍ଧାର ହୋଇଥିଲ ।

ଏହା ମଧ୍ୟ ପଢନ୍ତୁ: ଆମେରିକାରେ ନିଖୋଜ ଭାରତୀୟ ଛାତ୍ରଙ୍କ ମିଳିଲା ମୃତଦେହ

ସେହିପରି ଜାନୁଆରୀ ୨୯ରେ ବିବେକ ସାଇନଙ୍କୁ ଲିଥୋନିଆରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜଣେ ବାସହରା ବ୍ୟକ୍ତି ଗୋଟିଏ ଷ୍ଟୋର ଭିତରେ ହାତୁଡିରେ ପିଟିପିଟି ତାଙ୍କୁ ହତ୍ୟା କରିଥିଲେ । ଯାହାର ଲୋମଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.