ETV Bharat / international

ପାକିସ୍ତାନରେ TTP ବିରୋଧୀ ଅପରେସନ ଜୋରଦାର: ୨୩ ଆତଙ୍କୀ ନିପାତ, ୭ ସେନା ମୃତ - Pak Soldier Terrorist Encounter - PAK SOLDIER TERRORIST ENCOUNTER

Pak Anti Terrorist Operation in Khyber: ପାକିସ୍ତାନରେ ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ବିରୋଧୀ ଅପରେସନ ଜୋରଦାର । ୨ ଦିନ ମଧ୍ୟରେ ୨୩ ଟିଟିପି ଆତଙ୍କବାଦୀ ନିହତ, ୭ ସେନା ମୃତ । ଅଧିକ ପଢନ୍ତୁ

Pak Anti Terrorist Operation in Khyber
Pak Anti Terrorist Operation in Khyber (IANS)
author img

By ETV Bharat Odisha Team

Published : May 28, 2024, 8:17 AM IST

ଇସଲାମାବାଦ: ପାକିସ୍ତାନର ଉତ୍ତର- ପଶ୍ଚିମ ଖାଇବର ପଖତୁନଖ୍ବା ପ୍ରଦେଶରେ ପାକ୍ ସେନା ଓ ଟିଟିପି ଆତଙ୍କବାଦୀ ମଧ୍ୟରେ ଏନକାଉଣ୍ଟର । ରବିବାରଠାରୁ ଚାଲିଥିବା ସାମରିକ ଅପରେସନରେ ୨୩ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୭ ଜଣ ସୈନିକ ପ୍ରାଣ ହରାଇଛନ୍ତି । ଏନେଇ ପାକ୍ ସେନା ପକ୍ଷରୁ ସୂଚନା ଜାରି କରାଯାଇଛି ।

ପାକିସ୍ତାନୀ ସେନା ମିଡିଆ ଓ୍ବିଙ୍ଗ ପକ୍ଷରୁ ଜାରି ବୟାନ ଅନୁଯାୟୀ,ସୁରକ୍ଷା ବଳ ଟିଟିପି ଆତଙ୍କବାଦୀ ବିରୋଧି ଅଭିଯାନ ଜୋରଦାର ଚଳାଇଛି । ରବିବାର ଓ ସୋମବାର ୨ ଦିନ ଧରି ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କବାଦୀ ଓ ସେନାମଧ୍ୟରେ ଏନକାଉଣ୍ଟର ହୋଇଛି । ଏହି ଆତଙ୍କୀ ଗୋଷ୍ଠୀ ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ସହ ଜଡିତ ଅଛନ୍ତି । ଖାଇବର ପଖତୁନଖ୍ବା ପ୍ରଦେଶର ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଏହି ଆତଙ୍କୀ ବିରୋଧି ଅଭିଯାନ କରାଯାଇଥିଲା । ଏଥିରେ ୨୩ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।

ସେନା ପକ୍ଷରୁ ଆଉ ମଧ୍ୟ କୁହାଯାଇଛି ଯେ, ରବିବାର ଦିନ ପେଶାଓ୍ବାର ନିକଟସ୍ଥ ହସନ ଖେଲ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବା ନେଇ ଏକ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା । ସେଠାରେ ସୁରକ୍ଷା ବଳ ଓ ଆତଙ୍କୀ ମଧ୍ୟରେ ଗୁଳିମାଡ ହୋଇଥିଲା । ଏହି ଏନକାଉଣ୍ଟରରେ ୬ ଆତଙ୍କୀଙ୍କୁ ନିପାତ କରାଯାଇଥିଲା । ଏହାପରେ ସେଠାରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିଲା । ଏହି ସମୟରେ ଅନ୍ୟ ଆତଙ୍କୀ ଆଡ୍ଡା ଗୁଡିକ ବିଷୟରେ ଜଣାପଡିଥିଲା । ଅନ୍ୟପଟେ ଏହି ଏନକାଉଣ୍ଟର ସମୟରେ ଜଣେ ସୁରରକ୍ଷା କର୍ମୀଙ୍କ ମଧ୍ୟ ମୃତ୍ୟୁ ହୋଇଛି ।

ଏହାମଧ୍ୟ ପଢନ୍ତୁ.. ପାକିସ୍ତାନକୁ ଝଟକା ଦେଲା ଆମେରିକା, କ୍ଷେପଣାସ୍ତ୍ର ପ୍ରକଳ୍ପକୁ ଉପକରଣ ଯୋଗାଉଥିବା 3ଚୀନ କମ୍ପାନୀ ବ୍ୟାନ - US Sanctions 3 Chinese Firms

ଏହାପରେ ସୋମବାର ମଧ୍ୟ ଭିନ୍ନ ଭିନ୍ନ ସ୍ଥାନରେ ଆତଙ୍କୀ ବିରୋଧୀ ଅପରେସନ ଜୋରଦାର କରାଯାଇଥିଲା । ଟଙ୍କ ଜିଲ୍ଲାରେ ଆତଙ୍କୀ ଆଡ୍ଡା ଉପରେ ସୈନ୍ୟମାନେ ହାମଲା କରିଥିଲେ । ଯେଉଁଥିରେ ୧୦ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ତେବେ ଖାଇବର ଜିଲ୍ଲାର ବାଗ ଅଞ୍ଚଳରେ ମଧ୍ୟ ସେନା ପକ୍ଷରୁ ତୃତୀୟ ଅପରେସନ କରାଯାଇଥିଲା । ଏଥିରେ ୭ ଜଣ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ୨ ଜଣଙ୍କୁ ଆହତ ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଜୋରଦାର ଫାୟାରିଂ ମଧ୍ୟରେ ୫ ଜଣ ପାକ ସୁରକ୍ଷାକର୍ମୀ ମଧ୍ୟ ପ୍ରାଣ ହରାଇଛନ୍ତି ।

ପାକ ସେନାଙ୍କ ସୂଚନା ଅନୁଯାୟୀ, ଏହି ଅଭିଯାନରେ ମୃତ ଆତଙ୍କବାଦୀମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଓ ବିସ୍ଫୋଟକ ସାମଗ୍ରୀ ଜବତ କରାଯାଇଛି । ସେନା ପକ୍ଷରୁ କୁହାଯାଇଛି ଯେ ଟିଟିପି ଆତଙ୍କୀ ସଂଗଠନକୁ ମୂଳପୋଛ କରିବା ପାଇଁ ବଡ ଧରଣର ଆତଙ୍କୀ ବିରୋଧି ଅଭିଯାନ ଆରମ୍ଭ କରାଯାଇଛି । ଦେଶକୁ ଆତଙ୍କବାଦୀ ଡରରୁ ମୁକ୍ତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛି ସେନା ।

ପାକିସ୍ତାନରେ ଟିଟିପି (ତେହରିକ-ଏ- ତାଲିବାନ) ଆତଙ୍କୀ କାର୍ଯ୍ୟକଳାପ ଦେଶରେ ବୃଦ୍ଧି ପାଉଥିବା ବେଳେ ଏହି ଅପରେସନ ଦେଶରେ ଜୋରଦାର କରାଯାଇଛି । ଏହି ଟିଟିପି ଆତଙ୍କୀ ଗୋଷ୍ଠୀ ଆଫଗାନିସ୍ତାନରୁ ଆତଙ୍କୀ ପ୍ରଶିକ୍ଷଣ ନେଇ ପାକ୍ ସୀମାରେ ଆକ୍ରମଣ କରୁଥିବା ନେଇ ପାକିସ୍ତାନ ବାରମ୍ବାର ଦାବି କରିଆସୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.