ଭୁବନେଶ୍ୱର: ଜୁନୋଜିସ୍ ଶବ୍ଦ ଜୁନୋଟିକ୍ ରୋଗ ପାଇଁ ବ୍ୟବହୃତ ହୁଏ । ସାଧାରଣତଃ ଏହା ଏକ ସଂକ୍ରମଣ ଯାହା ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବ୍ୟାପିଥାଏ । ଏହି ରୋଗ ଜୀବାଣୁ, ପରଜୀବି ଏବଂ ଫଙ୍ଗସ୍ ଭଳି କ୍ଷତିକାରକ ଜୀବାଣୁ ଦ୍ୱାରା ହୋଇଥାଏ, ଯାହା ସାମାନ୍ୟରୁ ଗୁରୁତର ରୋଗ ହେବା ସହ ମଣିଷର ମୃତ୍ୟୁ ମଧ୍ୟ ହୋଇପାରେ । ଏଭଳି ପରିସ୍ଥିତିରେ ଜୁନୋଟିକ ରୋଗ କ'ଣ ? ଏହା କେତେ ବିପଦଜ୍ଜନକ ଏବଂ ଏହାର କାରଣ ଏବଂ ନିରାକରଣ ବିଷୟରେ ଜାଣନ୍ତୁ,
ଜୁନୋଟିକ ରୋଗ କ'ଣ?
ଯେଉଁ ରୋଗ ପଶୁମାନଙ୍କଠାରୁ ମଣିଷକୁ ବ୍ୟାପିଥାଏ ସେହି ସମସ୍ତ ରୋଗକୁ ଜୁନୋସିସ୍ ରୋଗ କୁହାଯାଏ । ଏହି ରୋଗ ଜୀବାଣୁ, ପରଜୀବି, ପ୍ରୋଟୋଜୋଆ ଏବଂ କବକ ମାଧ୍ୟମରେ ମନୁଷ୍ୟମାନଙ୍କ ନିକଟରେ ବ୍ୟାପିଥାଏ ଏବଂ ସେମାନଙ୍କୁ ଅସୁସ୍ଥ କରିଥାଏ । ବିଶେଷ ଭାବରେ ଏହି ରୋଗ ବା ସଂକ୍ରମଣ ମେରୁଦଣ୍ଡୀ ପ୍ରାଣୀ ଓ ମନୁଷ୍ୟ ମଧ୍ୟରେ ସ୍ବତଃ ସଞ୍ଚାରିତ ହୋଇଥାଏ । ଏନେଇ ପୂର୍ବ ପ୍ରସ୍ତୁତି ରହିବା ଏବଂ ଏହି ରୋଗଗୁଡ଼ିକର ବାରଣ ପ୍ରତି ଧ୍ୟାନ ଦେବା ଆବଶ୍ୟକ ।
ଏହି ରୋଗ ଜୁନୋଟିକ ରୋଗର ସଂକେତ:-
ସମ୍ପ୍ରତି ଆତଙ୍କ ସୃଷ୍ଟି କରିଥିବା ମଙ୍କିଫକ୍ସ, ବାର୍ଡ ଫ୍ଲୁ, ଜଳାତଙ୍କ (ରେବିଜ୍), ଆନ୍ଥରାକ୍ସ, ବୁସୋଲୋସିସ୍, ଜାପାନିଜ୍ ଏନ୍ସେଫାଲାଇଟିସ୍ ଓ ଏବୋଲା ଆଦି ମାରାତ୍ମକ ସଂକ୍ରାମକ ରୋଗଗୁଡ଼ିକ ଜୁନୋସିସ ରୋଗ ଅଟନ୍ତି । ଏହି ଜିନୋସିସ ରୋଗ ବିଶେଷ ଭାବରେ ବିଭିନ୍ନ ମାଧ୍ୟମରେ ଯଥା ସିଧାସଳଖ ରୋଗାଗ୍ରସ୍ତ ପ୍ରାଣୀ ସଂସ୍ପର୍ଷରେ ଆସିବା ଦ୍ଵାରା ସଂକ୍ରମିତ ଲାଲ, ରକ୍ତ ମଳ ମୂତ୍ର ଆଦି ସଂସ୍ପର୍ଶରେ ଆସିବା ଦ୍ଵାରା ଏହି ରୋଗ ବ୍ୟାପିଥାଏ । ପ୍ରାଣୀଙ୍କ ଠାରୁ ମଣିଷକୁ ଏବଂ ମଣିଷ ଠାରୁ ପ୍ରାଣୀଙ୍କୁ ସଞ୍ଚାରିତ ହେଉଥିବା ରୋଗ ଜିନୋଷିସରେ ଅନ୍ତର୍ଭୁକ୍ତ ।
ଏହି ରୋଗଗୁଡିକ ବିଷୟରେ ଜାଣିବା ଆପଣଙ୍କ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?
ଆଜିକାଲି ଲୋକମାନେ କୁକୁର, ବିଲେଇ, ମାଛ, ମୂଷା, ଛେଳି, ବଳଦ ଏବଂ ଗାଈ ପରି ଅନେକ ପଶୁଙ୍କୁ ନିଜ ଘରେ ରଖନ୍ତି । ଅନେକ ଘରେ ଗୋଟିଏରୁ ଅଧିକ ପଶୁ ଅଛନ୍ତି, ଏପରି ପରିସ୍ଥିତିରେ ପଶୁମାନଙ୍କ ଦ୍ୱାରା ବ୍ୟାପିଥିବା ରୋଗର ଭୟ ବଢିଯାଏ । ଜୁନୋଟିକ୍ ରୋଗ କିପରି ବ୍ୟାପିଥାଏ, ଜାଣନ୍ତୁୁ
ଜୁନୋଟିକ ରୋଗ କିପରି ବ୍ୟାପେ ?
ଏହି ରୋଗ ସାଧାରଣତଃ ଲାଳ, ରକ୍ତ, ପରିସ୍ରା, ଶ୍ୱାସ, ମଳ କିମ୍ବା ସଂକ୍ରମିତ ପ୍ରାଣୀର ଶରୀରର ଅନ୍ୟ ତରଳ ପଦାର୍ଥ ସହିତ ପ୍ରତ୍ୟେକ୍ଷ ଯୋଗାଯୋଗ ମାଧ୍ୟମରେ ମଣିଷମାନଙ୍କ ନିକଟରେ ବ୍ୟାପିଥାଏ । ଏହା ବ୍ୟତୀତ, ଏହି ରୋଗ ସଂକ୍ରମିତ ଚର୍ମକୁ ସ୍ପର୍ଶ କରି, ସଂକ୍ରମିତ ପଦାର୍ଥ, ଖାଦ୍ୟ ସହ ସଂସ୍ପର୍ଶରେ ଆସି ବାୟୁ ମାଧ୍ୟମରେ ବ୍ୟାପିଥାଏ ।
ଏହି ରୋଗକୁ ନିୟନ୍ତ୍ରଣ କରିବାର ଉପାୟ:-
ଜୁନୋଟିକ୍ ରୋଗ ଗମ୍ଭୀର ରୂପ ନେଇପାରେ । ଏହି ରୋଗ ସାମାନ୍ୟରୁ ଗୁରୁତର ରୋଗ ଏବଂ ପ୍ରଭାବିତ ବ୍ୟକ୍ତିଙ୍କ ମୃତ୍ୟୁ ବି ହୋଇପାରେ । ଏଣୁ ପରିଷ୍କାର ପରିଚ୍ଛନ୍ନତା ଜୁନୋସିସ ରୋଗକୁ ନିୟନ୍ତ୍ରଣ କରିବା ଏକ ବଡ଼ ବାଟ । ମଣିଷ ଓ ପ୍ରାଣୀମାନଙ୍କୁ ନିୟମିତ ରୋଗ ସର୍ବେକ୍ଷଣ କରାଯାଇ ଜିନୋସିସ୍ ରୋଗ ଗୁଡିକକୁ ଚିହ୍ନଟ କରିବା ଆବଶ୍ୟକ । ଏହାଦ୍ବାରା ରୋଗ ସଂକ୍ରମଣ କେନ୍ଦ୍ରବିନ୍ଦୁ ଜାଣିହେବା ସହ ଯେଭଳି ଭାବରେ ଅଧିକରୁ ଅଧିକ ନ ବ୍ୟାପେ ସେନେଇ ପଦକ୍ଷେପ ନେବା ଆବଶ୍ୟକ । ଏହା ସହ ମଣିଷ ଓ ପ୍ରାଣୀମାନଙ୍କର ବିଭିନ୍ନ ରୋଗ ଚିହ୍ନଟ କରିବା ସେସବୁକୁ ଉଚିତ ସମୟରେ ଚିକିତ୍ସା କରିବା ଆବଶ୍ୟକ । ବିଭିନ୍ନ ରୋଗର ବାହକ ତଥା ବନ୍ୟପ୍ରାଣୀଙ୍କ ପ୍ରାଦୁର୍ଭାବରୁ ରକ୍ଷା ପାଇବା ପାଇଁ ସୁସ୍ଥ ଓ ପରିଷ୍କାର ପରିବେଶ ରଖିବା ଆବଶ୍ୟକ ।
ଏହା ମଧ୍ୟ ପଢନ୍ତୁ: ଗର୍ଭବତୀଙ୍କ ପାଇଁ ଅଧିକ ବିପଦଜ୍ଜନକ ଜିକା; ରାଜ୍ୟ ଗୁଡିକୁ ଆଡଭାଇଜରୀ ଜାରି
କ'ଣ କରିବା ଆବଶ୍ୟକ?
ପ୍ରାଣୀ ହେଉ ବା ମଣିଷ ହୁଅନ୍ତୁ ରୋଗୀଙ୍କୁ ସର୍ବଦା ଅଲଗା କରି ରଖିବା ଆବଶ୍ୟକ । ରୋଗୀଙ୍କୁ ଅଲଗା କରି ରଖିବା, ସମସ୍ତ ଜୈବିକ ସୁରକ୍ଷା ଉପାୟନମାନ ଅବଲମ୍ବନ କରି ରୋଗଣା ସଂସ୍ପର୍ଶରେ ସୁସ୍ଥ ମଣିଷ ପ୍ରାଣୀଙ୍କୁ ଆସିବାକୁ ନଦେବା । ତେବେ ଟୀକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯେଉଁ ଜୁନୋସିସ ରୋଗ ଗୁଡ଼ିକର ଟିକା ଉପଲବ୍ଧ ସେହି ରୋଗଗୁଡ଼ିକ ପାଇଁ ଟୀକାକରଣ ପ୍ରାଣୀ ଓ ମଣିଷଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଆବଶ୍ୟକ ।
ଇଟିଭି ଭାରତ, ଭୁବନେଶ୍ୱର