ETV Bharat / health

ଆଜି ବିଶ୍ୱ ୟୁନାନି ଦିବସ, ଜାଣନ୍ତୁ କାହିଁକି ହୁଏ ପାଳନ - ବିଶ୍ବ ୟୁନାନି ଦିବସ

World Unani Day 2024: ପ୍ରତିବର୍ଷ ଫେବୃଆରୀ ୧୧ରେ 'ବିଶ୍ୱ ୟୁନାନି ଦିବସ' ସାରା ବିଶ୍ୱରେ ପାଳନ କରାଯାଏ । ଏହି ଦିବସ ୟୁନାନି ଶିକ୍ଷା ପ୍ରଣାଳୀର ଜଣାଶୁଣା ପଣ୍ଡିତ ହାକିମ ଅଜମଲ ଖାନଙ୍କ ଜୟନ୍ତୀ ଅବସରରେ ପାଳନ କରାଯାଉଛି । ତେବେ ସେ କିଏ ଏବଂ ଏହି ଦିବସ ପାଳନର ଉଦ୍ଦେଶ୍ୟ କ'ଣ ? ଜାଣନ୍ତୁ

'ବିଶ୍ବ ୟୁନାନି ଦିବସ' କାହିଁକି ପାଳନ କରାଯାଏ? ଜାଣନ୍ତୁ

author img

By ETV Bharat Odisha Team

Published : Feb 11, 2024, 11:00 AM IST

ହାଇଦ୍ରାବାଦ: ସାଧାରଣତଃ ଲୋକମାନେ କୌଣସି ରୋଗ କିମ୍ବା ସମସ୍ୟା ପାଇଁ ଏଲୋପାଥିକ, ଆୟୁର୍ବେଦିକ, ହୋମିଓପାଥିକ ଭଳି ଚିକିତ୍ସା ପଦ୍ଧତି ଆପଣାଇଥାନ୍ତି । ସେଥିମଧ୍ୟରେ ୟୁନାନି ଔଷଧ ମଧ୍ୟ ରହିଛି । ଏହାଦ୍ବାରା ବିଭିନ୍ନ ପ୍ରକାରର ଚିକିତ୍ସା ସମ୍ଭବପର ହୋଇଥାଏ । ୟୁନାନି ଚିକିତ୍ସା ପଦ୍ଧତିରେ ଭାରତ ସର୍ବଦା ଅଗ୍ରଣୀ ରହିଆସିଛି । ଦେଶରେ ୟୁନାନି ଚିକିତ୍ସା ପଦ୍ଧତି ଏବଂ ଏହାସହ ଜଡିତ ଅନ୍ୟାନ୍ୟ ପଦ୍ଧତିର ବିକାଶରେ ୟୁନାନି ଶିକ୍ଷା ପ୍ରଣାଳୀର ଜଣାଶୁଣା ପଣ୍ଡିତ ହାକିମ ଅଜମଲ ଖାନ ଅମୂଲ୍ୟ ଅବଦାନ ରହିଛି । ତେବେ ଦେଶରେ ୟୁନାନି ଚିକିତ୍ସା ପଦ୍ଧତି ଏବଂ ଶିକ୍ଷା ବ୍ୟବସ୍ଥାରେ ତାଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ପ୍ରତିବର୍ଷ ୧୧ ଫେବୃଆରୀରେ ବିଶ୍ୱ ୟୁନାନି ଦିବସ ପାଳନ କରାଯାଉଛି ।

ହାକିମ ଅଜମଲ ଖାନ କିଏ?

ହାକିମ ଅଜମଲ ଖାନ ଜଣେ ଉତ୍ତମ ଡାକ୍ତର ହେବା ସହ ସେ ଜଣେ ଶ୍ରେଷ୍ଠ ରାଜନେତା ମଧ୍ୟ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ଥିଲେ । ଏହା ବ୍ୟତୀତ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ତଥା ଦିଲ୍ଲୀର ଆୟୁର୍ବେଦିକ ଏବଂ ୟୁନାନି ତିବିଆ କଲେଜ ପ୍ରତିଷ୍ଠା କରିବାରେ ମଧ୍ୟ ତାଙ୍କର ଏକ ପ୍ରମୁଖ ଅବଦାନ ରହିଥିଲା । କେବଳ ଏତିକି ନୁହେଁ, ସେ ଆରମ୍ଭରୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଜାମିଆ ମିଲିଆ ଇସଲାମିଆର କୁଳପତି ରହିଥିଲେ ।

ହାକିମ ଅଜମଲ ଖାନଙ୍କ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ଜିନିଷ

  • ହାକିମ ଅଜମଲ ଖାନ ୧୧ ଫେବୃଆରୀ ୧୮୬୮ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ।
  • ସେ ୨୦ ଡିସେମ୍ବର ୧୯୨୭ରେ ୫୯ ବର୍ଷ ବୟସରେ ଆଖି ବୁଜିଥିଲେ ।
  • ଦିଲ୍ଲୀ ଆୟୁର୍ବେଦିକ ଏବଂ ୟୁନାନି ତିବିଆ କଲେଜର ପ୍ରତିଷ୍ଠାତା ଥିଲେ ।
  • ସେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆର ଅନ୍ୟତମ ପ୍ରତିଷ୍ଠାତା ଥିଲେ ।
  • ଅଲ ଇଣ୍ଡିଆ ମୁସଲିମ ଲିଗର ପ୍ରତିଷ୍ଠାତା ସଦସ୍ୟ ତଥା ସଭାପତି ମଧ୍ୟ ଥିଲେ ।
  • ସେ ଭାରତୀୟ ଜାତୀୟ କଂଗ୍ରେସ (୧୯୨୧) ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
  • ସେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅତି ନିକଟତର ଥିଲେ ।
  • ସେ ଜଣେ ମହାନ ମୁସଲମାନ ଏବଂ ସମାନ ମହାନ ଭାରତୀୟ ଥିଲେ ।
  • ସେ ହିନ୍ଦୁ ଏବଂ ମୁସଲମାନଙ୍କୁ ସମାନ ଭାବେ ଆଗେଇ ନେଇଥିଲେ ।
  • ହାକିମ ଅଜମଲ ଖାନଙ୍କ ମୃତ୍ୟୁ ପରେ ମହାତ୍ମା ଗାନ୍ଧୀ 'ୟଙ୍ଗ ଇଣ୍ଡିଆ'ରେ ଲେଖିଥିଲେ ।

ୟୁନାନି ଦିବସ ଅବସରରେ ଶ୍ରୀନଗରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

କାଉନସିଲ ଅଫ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (CSIR), ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟିଗ୍ରେଟିଭ ମେଡିସିନ (IIIM) ଏବଂ ପାରମ୍ପରିକ ଜ୍ଞାନ ଡିଜିଟାଲ ଲାଇବ୍ରେରୀ ୟୁନିଟ ସହଯୋଗରେ ଫେବୃଆରୀ ୧୩ରେ ଶ୍ରୀନଗରରେ ୟୁନାନି ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଏହି ଅବସରରେ ସମଗ୍ର ବିଶ୍ୱରେ ପେଟେଣ୍ଟ ଅଫିସରେ ଭାରତୀୟ ପାରମ୍ପାରିକ ଜ୍ଞାନର ସୁରକ୍ଷା ପାଇଁ ଜନସଚେତନତା ବୃଦ୍ଧି ଉପରେ ଧ୍ୟାନ ଦିଆଯିବ । ଏଥିସହ, ୟୁନାନି ପ୍ରତିକାରର ବ୍ୟବହାର ବିଷୟରେ ଜନସଚେତନତା ମଧ୍ୟ ବୃଦ୍ଧି କରାଯିବ ।

ଏହା ମଧ୍ୟ ପଢନ୍ତୁ: କେବଳ ଚିକିତ୍ସା ନୁହେଁ ସୁସ୍ଥ ଏବଂ ରୋଗମୁକ୍ତ ରଖେ ୟୁନାନି ଔଷଧ !

ୟୁନାନି ଦିବସ ପାଳନର ଉଦ୍ଦେଶ୍ୟ:

  • ସାଧାରଣ ଲୋକଙ୍କୁ ୟୁନାନି ଚିକିତ୍ସା ଏବଂ ପ୍ରାକୃତିକ ଜୀବନଶୈଳୀ ବିଷୟରେ ଅବଗତ କରାଇବା
  • ଜନସାଧାରଣଙ୍କ ମଧ୍ୟରେ ୟୁନାନି ଚିକିତ୍ସା ପଦ୍ଧତି ବିଷୟରେ ସଚେତନତା ସୃଷ୍ଟି କରିବା
  • ଶୀଘ୍ର ପୁନରୁଦ୍ଧାର ଏବଂ ଉନ୍ନତ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ୟୁନାନି ଚିକିତ୍ସାର ଉପଯୋଗିତାକୁ ବ୍ୟାଖ୍ୟା କରିବା
  • ୟୁନାନି ଚିକିତ୍ସାରେ ଜନସାଧାରଣଙ୍କୁ ସାମିଲ କରିବା ଏବଂ ଏନେଇ ସଚେତନତା ବୃଦ୍ଧି କରିବା
  • ୟୁନାନି ଚିକିତ୍ସା ମାଧ୍ୟମରେ ଘରୋଇ ଉପଚାର, ରୋଷେଇ ଫାର୍ମାସିକୁ ଉତ୍ସାହିତ କରିବା
  • ସରଳ ଏବଂ ୟୁନାନି ଚିକିତ୍ସା ପଦ୍ଧତି ଜୀବନରେ ଆପଣାଇବାକୁ ନିବେଦନ କରିବା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.