ETV Bharat / health

ସୁଗାର, ବ୍ଲଡପ୍ରେସର ପାଇଁ ଦାମୀ ବିଦେଶୀ ଫୁଡ୍ ନୁହେଁ, ଖାଆନ୍ତୁ ଏହି ଲୋକାଲ୍ ସୁପରଫୁଡ୍

ସୁସ୍ଥ ଓ ଫିଟ୍ ରହିବା ପାଇଁ ଲୋକେ ବିଦେଶୀ ସୁପରଫୁଡକୁ ପ୍ରାଥମିକତା ଦେଉଛନ୍ତି । ହେଲେ ଭାରତରେ ଏମିତି କିଛି ଖାଦ୍ୟ ଅଛି ଯାହା ଅଧିକ ପୁଷ୍ଟିକର ।

author img

By ETV Bharat Health Team

Published : 3 hours ago

Indian super foods for healthy life
Indian super foods for healthy life (ETV Bharat)

World food day: ମଣିଷ ଜୀବନର ମୌଳିକ ଆବଶ୍ୟକତା ଖାଦ୍ୟ, ବସ୍ତ୍ର ଓ ବାସଗୃହ । ଯେମିତି ଇଞ୍ଜିନ ପାଇଁ ଇନ୍ଧନ, ସେମିତି ଶରୀର ପାଇଁ ଖାଦ୍ୟ । ସ୍ବାସ୍ଥ୍ୟକର ଖାଦ୍ୟ ସମ୍ପର୍କରେ ସଚେତନ କରିବା ଏବଂ ବିଶ୍ବରେ ଖାଦ୍ୟ ସୁରକ୍ଷା ଓ କ୍ଷୁଧା ସହ ଜଡିତ ପ୍ରସଙ୍ଗରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ଲାଗି ପ୍ରତିବର୍ଷ ଅକ୍ଟୋବର 16 ତାରିଖକୁ ବିଶ୍ବ ଖାଦ୍ୟ ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷର ଥିମ୍ ରହିଛି ''ଉତ୍ତମ ଜୀବନ ଏବଂ ଉତ୍ତମ ଭବିଷ୍ୟତ ପାଇଁ ଭୋଜନ ଅଧିକାର( Right to food for a better life and a better future ) । ମିଳିତ ଜାତିସଂଘ ଦ୍ବାରା 1945 ମସିହାରେ ଖାଦ୍ୟ ଓ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏଦି ଦିନକୁ ବିଶ୍ବ ଖାଦ୍ୟ ଦିବସ ରୂପ ଘୋଷଣା କରାଯାଇଥିଲା ।

ଫୁଡ୍ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ ଅଫ ଦ ୟୁନାଇଟେଡ ନେସନ୍ (FAO) ଅନୁସାରେ, ବିଶ୍ବର ପ୍ରାୟ 2.8 ବିଲିୟନ ଲୋକ ଏମିତି ଅଛନ୍ତି ଯେଉଁମାନେ ପୌଷ୍ଟିକ ଖାଦ୍ୟ ଖର୍ଚ୍ଚ ବହନ କରିବାକୁ ସକ୍ଷମ ନୁହଁନ୍ତି । ଏଥିସହ ପାଖାପାଖି 600 ମିଲିୟନ ଲୋକେ ବ୍ୟାକ୍ଟେରିଆ, କେମିକାଲ ଓ ପେଷ୍ଟିସାଇଡ ଥିବା ଖାଦ୍ୟ ଖାଇ ରୋଗାଗ୍ରସ୍ତ ହେଉଛନ୍ତି । ତେବେ ନିକଟରେ ଦେଖିବାକୁ ମିଳୁଛି ଯେ, ଲୋକେ ସ୍ବାସ୍ଥ୍ୟ ପ୍ରତି ସଚେତନ ହୋଇ ବିଦେଶୀ ସୁପରଫୁଡକୁ ପ୍ରାଥମିକତା ଦେଉଛନ୍ତି ହେଲେ ଆମ ଭାରତରେ ମିଳୁଥିବା ପୌଷ୍ଟିକ ଆହାରକୁ ଅଣଦେଖା କରୁଛନ୍ତି ।

World food day 2024
World food day 2024 (ETV Bharat)

ଜଣାଶୁଣା ଡାଏଟେସିଆନ ନେହା ଯଦୁବଂଶୀଙ୍କ କହିବା କଥା, ଯଦି ଆପଣ ହେଲ୍‌ଦି ଲାଇଫଷ୍ଟାଇଲ ବଞ୍ଚିବାକୁ ଚାହାଁନ୍ତି ତାହେଲେ ମହଙ୍ଗା ତଥା ଫ୍ୟାନ୍ସି ଫୁଡ ଖାଇବା ଦରକାର ନାହିଁ । କାରଣ ଭାରତୀୟ ବଜାରରେ ମିଳୁଥିବା ସ୍ଥାନୀୟ ଫୁଡ୍ ସ୍ବାଦ ସହ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବଡ କଥା ହେଲା ଏହିସବୁ ଖାଦ୍ୟ ଆପଣଙ୍କ ପକେଟ ଫ୍ରେଣ୍ଡଲି । ଚାଲନ୍ତୁ ଜାଣିବା ଏହି ସ୍ଥାନୀୟ ସୁପରଫୁଡ ବିଷୟରେ

ଚିଆ ସିଡ୍‌ରୁ ଅଧିକ ଭଲ ଅଳସୀ ଓ ତୁଳସୀ ମଞ୍ଜି:

ଡାଏଟେସିଆନ ନେହା ଯଦୁବଂଶୀ କହିଛନ୍ତି, ଫିଟ୍ ରହିବା ପାଇଁ ଆଜିକାଲି ଲୋକେ ଚିଆ ସିଡସ୍ ଖାଉଛନ୍ତି । କାରଣ ଏଥିରେ ଓମେଗା-3 ମିଳିଥାଏ ଯାହା ଆପଣଙ୍କ ହୃଦୟକୁ ସୁସ୍ଥ ରଖେ । ହେଲେ ମହଙ୍ଗା ଚିଆ ସିଡସ୍‌ଠୁ ଅନେକ ଗୁଣରେ ଭଲ ଅଳସୀ (flaxseeds) ଓ ତୁଳସୀ ମଞ୍ଜି (basil seeds)। ଉଭୟ ପୋଷଣର ପାୱାରହାଉସ୍ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ହୃଦୟ ସୁସ୍ଥ ରଖେ । ବ୍ଲଡ ସୁଗାର କଣ୍ଟ୍ରୋଲ କରିବାରେ ସହାୟକ ହୁଏ ।

ବ୍ଲୁବେରୀ ନୁହେଁ, ଖାଆନ୍ତୁ ଜାମୁକୋଳି:

ସାଧାରଣତଃ ବ୍ଲୁବେରୀକୁ ଏକ ସୁପରଫୁଡ୍ କୁହାଯାଏ । ହେଲେ ଏହି ଫଳ ଖୁବ୍ ମହଙ୍ଗା । ଡାଏଟେସିନ ନେହା କୁହନ୍ତି, ବ୍ଲୁବେରୀରେ ଯେତିକି ନ୍ୟୁଟ୍ରିସନ ଥାଏ ସେତିକି ଭାରତର ଜାମୁକୋଳିରେ ମିଳେ । ଜାମୁକୋଳି ଦାମ୍ ମଧ୍ୟ ଖୁବ୍ କମ । ଜାମୁକୋଳି ଜୁସ୍‌ର ଗ୍ଲାଇସେମିକ ଇଣ୍ଡେକ୍ସ କମ୍ ହୋଇଥିବାରୁ ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ ।

ଅକାଇ ବେରୀ ଓ ଅଁଳା:

ଅକାଇ ବେରୀ ଏକ ବ୍ରାଜିଲୀୟ ସୁପରଫ୍ରୁଟ । ଏଥିରେ ପ୍ରଚୁର ଆଣ୍ଟିଅକ୍ସିଡାଣ୍ଟ, ହାଇପୋଲିପିଡେମିକ ଓ ଆଣ୍ଟିଇନଫ୍ଲାମେଟୋରୀ ଗୁଣ ରହିଥାଏ । ସେହିପରି ଭାରତର ପ୍ରାୟ ସବୁ ଅଞ୍ଚଳରେ ମିଳୁଥିବା ଅଁଳାକୁ ମଧ୍ୟ ସୁପରଫ୍ରୁଟ କୁହାଯାଏ । ଭିଟାମିନ ସି, ଆଣ୍ଟିଅକ୍ସିଡାଣ୍ଟ ଆଦି ବହୁ ଔଷଧୀୟ ଗୁଣର ଭରପୁର ଏହି ଫଳ ଦାମୀ ଅକାଇ ବେରୀ ତୁଳନାରେ ଅଧିକ ସ୍ବାସ୍ଥ୍ୟପଯୋଗୀ । ଏହାକୁ ଖାଇଲେ ବ୍ଲଡସୁଗାର, କୋଲେଷ୍ଟ୍ରଲ ନିୟନ୍ତ୍ରଣ ସହ ହୃଦରୋଗ ଆଶଙ୍କା କମିଥାଏ ।

କ୍ବିନାଓଠାରୁ ଭଲ ବାଜରା ଓ ଜୋଆର:

ସାଧାରଣତଃ ଦକ୍ଷିଣ ଆମେରିକାରେ ବହୁଳ ଉତ୍ପାଦିତ ହେଉଥିବା କ୍ବିନାଓ ଭଳି ବାଜରା ଓ ଜୋଆରରେ ହାଇପ୍ରୋଟିନ ଓ ଫାଇବର ରହିଥାଏ । ବାଜରା ଓ ଜୋଆର ପୌଷ୍ଟିକତାରେ ଭରପୂର । ଏଥିରେ ପ୍ରଚୁର ଫାଇବର, ଆଇରନ ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ । ଯାହା ଆପଣଙ୍କ ହାର୍ଟ ଓ ବ୍ଲଡସୁଗାର ନିୟନ୍ତ୍ରଣ ପାଇଁ ବେଶ୍ ଲାଭଦାୟକ ହୋଇପାରେ । ଭାରତୀୟ ବଜାରରେ ଏହି ଦୁଇ ସୁପରଫୁଡ ଶସ୍ତାରେ ଉପଲବ୍ଧ ହୁଏ ।

ଏହା ମଧ୍ୟ ପଢନ୍ତୁ: ମୁଣ୍ଡବିନ୍ଧାକୁ ସାମାନ୍ୟ ଭାବନ୍ତୁ ନାହିଁ, ଏସବୁ ଲକ୍ଷଣ ଥିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଏହା ମଧ୍ୟ ପଢନ୍ତୁ: କାହିଁକି ଶରୀର ପାଇଁ 'ଗୁଡ୍' ଗୁଡ଼ ? ଡାଇବେଟିସ୍ ରୋଗୀ ଖାଇପାରିବେ କି, ଜାଣନ୍ତୁ

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.