ETV Bharat / health

କାହିଁକି ପାଳନ ହୁଏ ଗର୍ଭନିରୋଧକ ଦିବସ, ଗର୍ଭନିରୋଧ ଔଷଧ ସେବନ କେତେ ସୁରକ୍ଷିତ ? - World Contraception Day 2024

author img

By ETV Bharat Health Team

Published : 16 hours ago

World Contraception Day 2024: ଆଜି 'ବିଶ୍ବ ଗର୍ଭନିରୋଧକ' ଦିବସ । କାହିଁକି ପାଳନ ହୁଏ ଏହି ଦିବସ ଏବଂ ଗର୍ଭନିରୋଧକ ଔଷଧ ସେବନ ମହିଳାଙ୍କ ପାଇଁ କେତେ ସୁରକ୍ଷିତ ? ଜାଣନ୍ତୁ

କାହିଁକି ପାଳନ ହୁଏ ଗର୍ଭନିରୋଧକ ଦିବସ
କାହିଁକି ପାଳନ ହୁଏ ଗର୍ଭନିରୋଧକ ଦିବସ (ETV Bharat)

ହାଇଦ୍ରାବାଦ: ଆଜି 'ବିଶ୍ବ ଗର୍ଭନିରୋଧକ' ଦିବସ । ଅବାଞ୍ଛିତ ଗର୍ଭଧାରଣ ରୋକିବା ଓ ଜନ୍ମହାର ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର 26କୁ ଗର୍ଭନିରୋଧକ ଦିବସ ରୂପ ପାଳନ କରାଯାଉଛି । ଗର୍ଭନିରୋଧ ପଦ୍ଧତି ନେଇ ଜନସଚେତନତା ସୃଷ୍ଟି ସହ ଯୌନଗତ ଓ ପ୍ରଜନନ ସ୍ବାସ୍ଥ୍ୟ ସମ୍ପର୍କରେ ଅବଗତ କରାଇବା ଏହି ଦିବସ ମୂଳ ଉଦ୍ଦେଶ୍ୟ । ପ୍ରଥମେ 2007 ମସିହାରେ ଗର୍ଭନିରୋଧକ ଦିବସ ପାଳନ କରାଯାଇଥିଲା । ଯୌନ ସମ୍ପର୍କ ପ୍ରତ୍ୟେକ ମଣିଷ ଜୀବନରେ ଏକ ସ୍ବାଭାବିକ ପ୍ରକ୍ରିୟା । କିନ୍ତୁ ବେଳେବେଳେ ଏହା କାରଣରୁ ଅବଞ୍ଛିତ ଗର୍ଭଧାରଣ ମହିଳାଙ୍କ ଶାରିରୀକ, ମାନସିକ ସ୍ବାସ୍ଥ୍ୟ ସହ ସାମାଜିକ ଜୀବନ ପ୍ରଭାବିତ କରିଥାଏ । ଯେଉଁଥିପାଇଁ ଗର୍ଭନିରୋଧକ ବ୍ୟବହାର ଜରୁରୀ । ପରିବାର ନିୟୋଜନ ତଥା ଗର୍ଭନିରୋଧ ପାଇଁ ବ୍ୟବହୃତ ପଦ୍ଧତିକୁ ଗର୍ଭନିରୋଧକ କୁହନ୍ତି । ଆଜି ବି ବହୁସଂଖ୍ୟକ ଲୋକେ ଏହି ବିଷୟରେ ଅବଗତ ନାହାନ୍ତି ।

ଗର୍ଭନିରୋଧକ କ'ଣ ?

ଅବାଞ୍ଛିତ ଗର୍ଭଧାରଣ ରୋକିବା ପାଇଁ ଗର୍ଭନିରୋଧକ ବ୍ୟବହାର କରାଯାଏ । ଏହି ପଦ୍ଧତି ଏକ ଉପକରଣ, ମେଡିସିନ, ପ୍ରକ୍ରିୟା କିମ୍ବା ଆଚରଣ ହୋଇପାରେ । ଗର୍ଭନିରୋଧକ ଜଣେ ମହିଳାଙ୍କୁ ତାଙ୍କର ପ୍ରଜନନ ସ୍ବାସ୍ଥ୍ୟ (Reproductive health) ଉପରେ ନିୟନ୍ତ୍ରଣ ରଖିବାକୁ ଅନୁମତି ଦିଏ ଓ ପରିବାର ନିୟୋଜନରେ ସକ୍ରିୟ ଅଂଶଗ୍ରହଣ କରିବାର କ୍ଷମତା ପ୍ରଦାନ କରେ । କେତେକ ପ୍ରକାରର ଗର୍ଭନିରୋଧକ ଯୌନ ସମ୍ପର୍କ ଦ୍ବାରା ହେଉଥିବା ସଂକ୍ରମଣରୁ ସୁରକ୍ଷା ଦେଇଥାଏ । ଗର୍ଭଧାରଣ ଏଡାଇବା ପାଇଁ ପୁରୁଷ କଣ୍ଡୋମ ବ୍ୟବହାର କରିପାରିବେ । ମହିଳା ଗର୍ଭନିରୋଧ ଔଷଧ ସେବନ କରିପାରିବେ ନଚେତ୍ ବନ୍ଧ୍ୟାକରଣ କରିପାରିବେ ।

ଗର୍ଭନିରୋଧକ ଔଷଧ ସେବନ କେତେ ସୁରକ୍ଷିତ ?

ଡାକ୍ତରଙ୍କ ପରାମର୍ଶ ବିନା ଗର୍ଭନିରୋଧକ ଔଷଧ ସେବନ କରିବା ଘାତକ ହୋଇପାରେ । ତଥାପି ଅଧିକାଂଶ ମହିଳା ବିନା ଡାକ୍ତରୀ ପରାମର୍ଶରେ ଏହି ଔଷଧ ଖାଇଥାନ୍ତି । ଯେଉଁ କାରଣରୁ ଭବିଷ୍ୟତରେ କେବେ ବି ସେମାନେ ଗର୍ଭଧାରଣ କରିପାରି ନଥାନ୍ତି । ଏହାସହିତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ଦେଖାଯାଏ । ସରକାରୀ ହସ୍ପିଟାଲଗୁଡିକରେ ଏମିତି ଅନେକ ମାମଲା ଆସେ, ଯେଉଁଥିରେ ଦେଖାଯାଏ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ବିନା ଦୀର୍ଘ ଦିନ ଧରି ଗର୍ଭନିରୋଧକ ଔଷଧ ଖାଉଥିଲେ, ଦ୍ବିତୀୟ ଥର ଗର୍ଭଧାରଣ ସମ୍ଭବ ହୋଇପାରେନି । ତେଣୁ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଔଷଧ ଗ୍ରହଣ କରିବା ନିରାପଦ ବୋଲି କୁହାଯାଏ ।

ଗର୍ଭନିରୋଧକ ନେଇ ଯୁବବର୍ଗ ମଧ୍ୟରେ କ୍ରମଶଃ ସଚେତନତା ବୃଦ୍ଧି ପାଉଥିଲେ ହେଁ ଏବେ ବି ଏକ ତୃତୀୟାଂଶ ପୁରୁଷ ଭାବନ୍ତି ଯେ, ଗର୍ଭନିରୋଧ ମହିଳାଙ୍କ ବ୍ୟାପାର । ନ୍ୟାସନାଲ ହେଲ୍‌ଥ ସର୍ଭେ (NFHS-5) ପରିବାର ନିୟୋଜନ ଓ ଗର୍ଭନିରୋଧକ ବ୍ୟବହାରକୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆଣିଛି ।

ବର୍ତ୍ତମାନ ମହିଳା ବନ୍ଧ୍ୟାକରଣ (Female Sterilization) ସବୁଠୁ ଲୋକପ୍ରିୟ ଆଧୁନିକ ଗର୍ଭନିରୋଧକ ପଦ୍ଧତି ଭାବେ ରହିଆସିଛି । ଗର୍ଭଧାରଣ ଏଡାଇବା ପାଇଁ 15ରୁ 49 ବର୍ଷର ବିବାହିତା ମହିଳାଙ୍କ ମଧ୍ୟରେ 38 ପ୍ରତିଶତ ବନ୍ଧ୍ୟାକରଣ ଆପଣାଉଛନ୍ତି । 10 ପ୍ରତିଶତ ପୁରୁଷ କଣ୍ଡୋମ ବ୍ୟବହାର କରୁଥିବାବେଳେ 5 ପ୍ରତିଶତ ଗର୍ଭନିରୋଧ ଔଷଧ ସେବନ କରୁଛନ୍ତି । ସେହିପରି 10 ପ୍ରତିଶତ ଲୋକେ ପାରମ୍ପରିକ ପଦ୍ଧତି ବ୍ୟବହାର କରୁଛନ୍ତି । ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖୁଥିଲେ ଗର୍ଭଧାରଣ ରୋକିବା ପାଇଁ କଣ୍ଡୋମ ସବୁଠୁ ଅଧିକ ବ୍ୟବହୃତ ହେଉଥିବା ପଦ୍ଧତି (27%) ଭାବେ ରହିଛି । 2015-16ରେ 15ରୁ 49 ବର୍ଷର ବିବାହିତା ମହିଳାଙ୍କ ମଧ୍ୟରେ ଗର୍ଭନିରୋଧକ ହାର 54 ପ୍ରତିଶତ ରହିଥିବାବେଳେ 2019-20ରେ ଏହା 67 ପ୍ରତିଶତକୁ ବୃଦ୍ଧି ପାଇଛି ।

ଗର୍ଭନିରୋଧ ପାଇଁ ଭାରତରେ ପ୍ରଚଳିତ ପଦ୍ଧତି ଓ ଆବଶ୍ୟକତା:

  • ମହିଳା ବନ୍ଧ୍ୟାକରଣ
  • କଣ୍ଡୋମ
  • ଓରାଲ କଣ୍ଟ୍ରାସେପଟିଭ ପିଲ୍
  • ସିଲିକନ ଭଜିନାଲ ରିଙ୍ଗ
  • ଇଞ୍ଜେକ୍ଟିବୁଲ ହରମୋନାଲ କଣ୍ଟ୍ରାସେପଟିଭ
  • କପର୍ ଟି ଇନଟ୍ରାୟୁଟେରିନ ଡିଭାଇସ

ମାତୃ ଓ ଶିଶୁ ସ୍ବାସ୍ଥ୍ୟ ଉନ୍ନତି: ବିପଦପୂର୍ଣ୍ଣ ଗର୍ଭାଧାରଣ, ମାତୃ ଓ ଶିଶୁ ମୃତ୍ୟୁହାର ହ୍ରାସ ଓ ପ୍ରସବ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରଖିବା କ୍ଷେତ୍ରରେ ଗର୍ଭନିରୋଧକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯାହାକି ଉଭୟ ମାଆ ଓ ଶିଶୁର ସ୍ବାସ୍ଥ୍ୟ ଏବଂ ଶାରିରୀକ ବିକାଶ ପାଇଁ ଜରୁରୀ ।

ଅବାଞ୍ଛିତ ଗର୍ଭଧାରଣ ରୋକେ: ଗର୍ଭନିରୋଧକ ଅବାଞ୍ଛିତ ଗର୍ଭଧାରଣକୁ ଏଡାଇ ଥାଏ । କାରଣ ବେଳେବେଳେ ଅବଞ୍ଛିତ ଗର୍ଭବସ୍ଥା ମହିଳାଙ୍କ ଶାରିରୀକ, ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ କରିବା ସହ ତାଙ୍କର ଶିକ୍ଷା, କ୍ୟାରିଅର ଓ ସାମାଜିକ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଏ । ଗର୍ଭନିରୋଧକ ମହିଳାଙ୍କୁ ନିଜ ଇଚ୍ଛାରେ ଗର୍ଭଧାରଣ ପାଇଁ ଅନୁମତି ଦିଏ ।

ସ୍ବାସ୍ଥ୍ୟ ସମସ୍ୟା ଆଶଙ୍କା କମାଏ: କିଛି ଗର୍ଭନିରୋଧକ ପଦ୍ଧତି ଯେମିତିକି ଗର୍ଭନିରୋଧ ଔଷଧରୁ କିଛି ସ୍ବାସ୍ଥ୍ୟଗତ ଲାଭ ମଧ୍ୟ ମିଳିଥାଏ । ଏହା ମହିଳାଙ୍କଠାରେ ଓଭାରିଆନ ଓ ଏଣ୍ଡୋମେଟ୍ରିଆଲ କ୍ୟାନ୍ସର ଆଶଙ୍କା କମାଇଥାଏ ।

କାହିଁକି ଭାରତରେ ଜନ୍ମ ନିୟନ୍ତ୍ରଣ ଜରୁରୀ

ସମ୍ପ୍ରତି ଭାରତ ବିଶ୍ବର ସବୁଠୁ ଜନବହୁଳ ଦେଶ । ଭାରତରେ ଜନସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଏପରି ସ୍ଥିତିରେ ଜନ୍ମହାର ନିୟନ୍ତ୍ରଣ ଜରୁରୀ ହୋଇପଡିଛି । ଦେଶର ଜନସଂଖ୍ୟା ବଢିଲେ ସମ୍ବଳ ଓ ସେବା ଉପରେ ଅଧିକ ଚାପ ପଡେ, ଯେଉଁ କାରଣରୁ ପରିବେଶ ଅସନ୍ତୁଳନ, ଦାରିଦ୍ର୍ୟ ଓ ଅସମାନତା ଭଳି ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଥାଏ । ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ବୋଝ ବଢିଥାଏ, ଯେଉଁ କାରଣକୁ ଲୋକମାନଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଓ ଶିକ୍ଷା ପ୍ରଦାନ କରିବା ବଡ ଚ୍ୟାଲେଞ୍ଜ ହୋଇଯାଏ । ଏଥିସହ ପ୍ରାକୃତିକ ସମ୍ପଦର ଅତ୍ୟଧିକ ବ୍ୟବହାର ହେବା ପରିବେଶ ପ୍ରତି ବିପଦପୂର୍ଣ୍ଣ ହେବା କରିବା ସହ ନିଯୁକ୍ତ ସୁଯୋଗ ହ୍ରାସ ପାଇଥାଏ ।

ଏହା ମଧ୍ୟ ପଢନ୍ତୁ: ପୁରୁଷଙ୍କ ତୁଳନାରେ ମହିଳାଙ୍କ ପାଇଁ ଅଧିକ ମାରାତ୍ମକ ମଦ, ବିଶେଷଜ୍ଞ କହିଲେ ବଡ କାରଣ - Women and Alcohol

ଏହା ମଧ୍ୟ ପଢନ୍ତୁ: ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - Stale roti health benefits

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.