ETV Bharat / health

ସ୍ତନ୍ୟପାନ ଭୁଲିଲେଣି ଆଧୁନିକ ମାଆ: ଶିଶୁଙ୍କ ପାଇଁ କ୍ଷତିକାରକ ଡବା କ୍ଷୀର, ରାଜ୍ୟ ସରକାରଙ୍କ ମିଲ୍କ ବ୍ୟାଙ୍କ ସୁବିଧା - Breast Feeding Awareness - BREAST FEEDING AWARENESS

Breast Feeding: ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଶିଶୁ ପାଇଁ ମା' କ୍ଷୀର କେତେ ଗୁରୁତ୍ବପୂର୍ଣ୍ଣ ଓ ଡବାକ୍ଷୀର କେତେ ବିପଦପୂର୍ଣ୍ଣ ? ରାଜ୍ୟ ସରକାରଙ୍କ ତରଫରୁ କରାଯାଇଥିବା ମିଲ୍କ ବ୍ୟାଙ୍କ ସୁବିଧା କେଉଁ ହସ୍ପିଟାଲରେ ଉପଲବ୍ଧ? ଜାଣନ୍ତୁ

Breast Feeding
Breast Feeding (Getty Images)
author img

By ETV Bharat Odisha Team

Published : Aug 2, 2024, 7:58 PM IST

ଭୁବନେଶ୍ବର: ମାଆ କ୍ଷୀର ସତରେ ଅମୃତ । କିନ୍ତୁ ଅନେକ ମାଆ ଏବେ ନିଜର ସୁନ୍ଦରତା ଓ ଆଧୁନୀକରଣର ବଶବର୍ତ୍ତୀ ହୋଇ ଅଧାରୁ ଛୁଆଙ୍କୁ କ୍ଷୀର ଦେବା ବନ୍ଦ କରୁଛନ୍ତି । ଯାହା ପିଲାମାନଙ୍କ ପକ୍ଷେ ଆଣିଥାଏ ଅନେକ ବିପଦ । ପ୍ରତ୍ୟେକ ବର୍ଷ ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଥାଏ । ଏହା ଏକ ବିଶ୍ବସ୍ତରୀୟ ଅଭିଯାନ । ଯାହା ସ୍ବତନ୍ତ୍ର ସ୍ତନ୍ୟପାନର ଉପକାରିତା ବିଷୟରେ ସଚେତନତା ବଢାଇବା ସହିତ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ସମୟରେ ସ୍ତନ୍ୟପାନ କରାଇବା ପାଇଁ ମାଆଙ୍କ ଅଧିକାରକୁ ପ୍ରୋତ୍ସାହନ, ସୁରକ୍ଷା ଏବଂ ସମର୍ଥନ କରିଥାଏ । ତେବେ ମାଆ ସ୍ତନ୍ୟପାନ କେତେ ଗୁରୁତ୍ବପୂର୍ଣ୍ଣ ? ରାଜ୍ୟର କେଉଁ କେଉଁ ହସ୍ପିଟାଲରେ ହସ୍ପିଟାଲରେ ବିନା ମୂଲ୍ୟରେ ମା' କ୍ଷୀରର ବ୍ୟବସ୍ଥା ସହ ଡବା କ୍ଷୀରକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରାଯାଇଛି ? ଏନେଇ କ'ଣ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ସଂଯୁକ୍ତା ସାହୁ ଏବଂ ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଆଦିତ୍ୟ ମହାପାତ୍ର ଆସନ୍ତୁ ଜାଣିବା ।

Breast Feeding (ETV Bharat Odisha)

Milk Bank କ'ଣ ?

Breast Feeding
Breast Feeding (Getty Images)

"ଅତି କମରେ ଜନ୍ମ ହେବାର ପ୍ରଥମ 6 ମାସ ପର୍ଯ୍ୟନ୍ତ ଛୋଟ ଶିଶୁକୁ ମା’ କ୍ଷୀର ଦେବା ନିହାତି ଆବଶ୍ୟକ। ହେଲେ ଏବେ ମା’ କ୍ଷୀର ଅଭାବରୁ ପିଲାଙ୍କ କ୍ଷେତ୍ରରେ ଅପପୁଷ୍ଟି ରୋଗ ଦେଖିବାକୁ ମିଳୁଛି । ତେଣୁ କରି ପିଲାଙ୍କ ପାଇଁ ଆରମ୍ଭ ହୋଇଛି ମିଲ୍କ ବ୍ୟାଙ୍କ । ବିଶେଷ ଭାବରେ ମିଲ୍କ ବ୍ୟାଙ୍କ ହେଉଛି ଏକ କ୍ଷୀର ଭଣ୍ଡାର । ଯେଉଁ ଠାରେ ଅସୁସ୍ଥ ଶିଶୁ ମାନଙ୍କ ପାଇଁ କ୍ଷୀରର ବ୍ୟବସ୍ଥା କରାଯାଇଥାଏ। ଯେଉଁଠାରେ ମାଆମାନେ ସେମାନଙ୍କ କ୍ଷୀରକୁ ଡୋନେଟ କରିଥାନ୍ତି । ତାହାକୁ ଫ୍ରିଜର କରାଯାଇ ରଖାଯାଇଥାଏ । ଯେଉଁ ଶିଶୁମାନେ କ୍ଷୀର ପାଇପାରୁନାହାନ୍ତି ସେହି ଶିଶୁମାନଙ୍କୁ କ୍ଷୀର ଦିଆଯାଉଛି । ଯାହା ଫଳରେ ଶିଶୁ ମୃତ୍ୟୁହାର କମିବାରେ ସହାୟକ ହେବ । ଏହାସହ ରାଜ୍ୟରେ ଯେଉଁ ପିଲାମାନେ ରେଫରାଲ ହୋଇ ହସ୍ପିଟାଲକୁ ଆସିଥାନ୍ତି ସେମାନେ ପ୍ରାୟ 6 ରୁ 8 ଘଣ୍ଟା ରୁମରେ ରହିପାରିବେ। ଏହି କ୍ଷୀର ସେମାନଙ୍କ ପାଇଁ ସହାୟକ ହେବ। ତେବେ ମିଲ୍କ ବ୍ୟାଙ୍କରେ 6 ମାସ ଏପର୍ଯ୍ୟନ୍ତ କ୍ଷୀର ଗଚ୍ଛିତ ହୋଇ ରହିପାରିବ" ବୋଲି କହିଛନ୍ତି ଡାକ୍ତର ଆଦିତ୍ୟ ମହାପାତ୍ର।

Breast Feeding
Breast Feeding (Getty Images)

କେଉଁ ହସ୍ପିଟାଲରେ ଅଛି Milk Bank?

"ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲ ଏବଂ ଦ୍ଵିତୀୟରେ କଟକର ଏସସିବି ମେଡିକାଲ କଲେଜରେ ଉପଲବ୍ଧ । କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ 158 ଲିଟର ମାଆ କ୍ଷୀର ସଂଗ୍ରହ କରାଯାଇଥିବାବେଳେ କଟକ ଏସସିବି ମେଡିକାଲରେ ପାଖାପାଖି 400 ଲିଟର କ୍ଷୀର ସଂଗ୍ରହ କରାଯାଇଛି । ପାଖାପାଖି 18ଶହ ଶିଶୁ ଏଥିରୁ ଉପକୃତ ହୋଇଛନ୍ତି" ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶିକା ସଂଯୁକ୍ତା ସାହୁ । ଏହାସହ "ଭବିଷ୍ୟତରେ 3 ଟି ପୁରାତନ ମେଡିକାଲ କଲେଜରେ ଖୋଲାଯିବା ସହ ଶିଶୁଭବନରେ ମଧ୍ୟ ଖୋଲା ଯିବାର ବ୍ୟବସ୍ଥା କରାଯାଉଛି" ବୋଲି କହିଛନ୍ତି ସଂଯୁକ୍ତା ସାହୁ । ଏହା ସମେତ "ସରକାର 12 ଟି BFHI (Baby Friendly Hospital Initiative) ସ୍ବୀକୃତିପ୍ରାପ୍ତ ଡାକ୍ତରଖାନା, 2 ଟି ଡାକ୍ତରଖାନାରେ କ୍ୟାପିଟାଲ ଏବଂ ଏସସିବିରେ ସମ୍ପୂର୍ଣ୍ଣ ସ୍ତନ୍ୟପାନ ବ୍ୟବସ୍ଥାପନ କେନ୍ଦ୍ର ରହିଛି। ଏହାସହ 18 ଟି ସ୍ଥାନରେ ସ୍ତନ୍ୟପାନ ପରିଚାଳନା ୟୁନିଟ ରହିଥିବାବେଳେ ଚଳିତ ବର୍ଷ ଆହୁରି 7 ଟି କରାଯିବ। ଏହାସହ କଙ୍ଗାରୁ ମଦର୍ସ କେୟାର ମାଧ୍ୟମରେ ଶାରୀରିକ ସ୍ପର୍ଶକୁ ପ୍ରୋତ୍ସାହନ କରି ମା' କିପରି ନିଜ ନବଜାତକୁ ସ୍ତନ୍ୟପାନ କରାଇପାରିବ ସେଥିପାଇଁ ବ୍ୟବସ୍ଥା ହୋଇଛି। ଏହା ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ 31 ଟି ଶିଶୁ ଓ କିଶୋର ପୋଷଣ ପରାମର୍ଶ କେନ୍ଦ୍ର ସ୍ଥାପାନ କରାଯାଇଛି । ରାଜ୍ୟର ସମସ୍ତ ଆଇୱାଇସିଏଫ ଅଞ୍ଚଳରେ ମେଡିକାଲ ଅଫିସର, ଷ୍ଟାପ୍ ନର୍ସ, ଏଏନଏମ୍, ଆଶା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରକୁ ତାଲିମ ଦିଆଯାଇଛି" ବୋଲି କହିଛନ୍ତି ଡାକ୍ତର ଆଦିତ୍ୟ ମହାପାତ୍ର ।

Breast Feeding
Breast Feeding (Getty Images)
କାହିଁକି ମାଆମାନେ ନିଜ କ୍ଷୀର ଦେବାକୁ ଅରାଜି ?ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ମହାପାତ୍ର କହିଛନ୍ତି, "ଅନେକଙ୍କ ଧାରଣା ଥାଏ, ଯେ ଯଦି ଶିଶୁମାନଙ୍କୁ ମାଆମାନେ କ୍ଷୀର ଦିଅନ୍ତି ତେବେ ସେମାନଙ୍କର ସୁନ୍ଦରତା ହ୍ରାସ ପାଇଥାଏ। ଏହାସହ ଓଜନ ମଧ୍ୟ କମିଯାଇଥାଏ। ତେଣୁ କମ ଦିନ ମଧ୍ୟରେ ମାଆ ଓ ଶିଶୁଙ୍କୁ ଅଲଗା କରିଦେଇଥାନ୍ତି। ଯାହା ଫଳରେ ଶିଶୁମାନେ ବିଭିନ୍ନ ରୋଗରେ ପଡିଥାନ୍ତି। ଯଦି ମାଆ ଶିଶୁକୁ କ୍ଷୀର ନଦିଏ ତେବେ ସ୍ତନ କର୍କଟ ଏବଂ ଜରାୟୁ କର୍କଟ ହେବାର ଆଶଙ୍କା ଅଧିକ ରହିଥାଏ।"

ସରକାରୀ ହସ୍ପିଟାଲରେ ଡବା କ୍ଷୀର ନିଷେଧ:
ପରିବାର କଲ୍ୟାଣ ନିର୍ଦ୍ଦେଶିକା ସଂଯୁକ୍ତା ସାହୁ କହିଛନ୍ତି, "ସରକାରଙ୍କ ଏଥିପ୍ରତି ପ୍ରତିବଦ୍ଧତା ରହିଛି । ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡବା କ୍ଷୀରକୁ ନିଷେଧ କରାଯାଇଛି । ନିଜର ପିଲା ଜନ୍ମ ହେବା ମାତ୍ରା ମା' କିଭଳି ପିଲାଙ୍କୁ କ୍ଷୀର ଦେବ ସବୁବେଳେ ସଚେତନତା କରାଯାଉଛି। ଆଶାକର୍ମୀ ଏବଂ ନର୍ସ ମାନେ ମାଆମାନଙ୍କୁ ବୁଝାଉଛନ୍ତି ।"

NFHS-5ର ତଥ୍ୟ
ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ(National Family Health Survey)5 ର ତଥ୍ୟ ଅନୁସାରେ, ଜନ୍ମର ପ୍ରଥମ ଘଣ୍ଟା 68.5 ପ୍ରତିଶତ ଶିଶୁ ସ୍ତନ୍ୟପାନ କରନ୍ତି । ଯାହା ଜାତୀୟ ହାର 41.8 ପ୍ରତିଶତ ତୁଳନାଠାରୁ ଅଧିକ। ପ୍ରଥମ 6 ମାସରେ ନବଜାତ ଶିଶୁଙ୍କୁ ସ୍ୱତନ୍ତ୍ର ସ୍ତନ୍ୟପାନ କରାଇବାର ହାର ଓଡ଼ିଶାରେ 71.9 ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ହାର ରହିଛି ହାରାହାରି 63.7 ପ୍ରତିଶତ ।

'ମା' କ୍ଷୀର ଶିଶୁ ପାଇଁ ପୋଷଣର ପ୍ରଥମ ଉତ୍ସ'
ଏ ସମ୍ପର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ କହିଛନ୍ତି , “ମା'କ୍ଷୀରରେ ରୋଗ ପ୍ରତିରୋଧକ ଶକ୍ତି ଥିବାରୁ ଏହା ଶିଶୁମାନଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ସ୍ତନ୍ୟପାନ ମା' ଓ ଶିଶୁ ଉଭୟଙ୍କ ପାଇଁ ଲାଭଦାୟକ ହେବ। ତାହା ସେମାନଙ୍କ ଆଜୀବନ ସ୍ବାସ୍ଥ୍ୟ ଓ ବିକାଶକୁ ପ୍ରେତ୍ସାହିତ କରିଥାଏ। ୨୦୦୩ ରୁ ଆଇଏସଏସ ଲାଗୁ ଏବଂ ସଂଶୋଧନ ହେବା ପରେ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଗୁଡିକରେ ବ୍ୟବସାୟିକ ପ୍ରସ୍ତୁତିର ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।"

ମାଆ କ୍ଷୀର କେତେ ଗୁରୁତ୍ବପୂର୍ଣ୍ଣ?
"ମସ୍ତିସ୍କ ବିକାଶ ହେବାର ସମୟ ଅର୍ଥାତ୍ ଜନ୍ମରୁ 1000 ଦିନ ପର୍ଯ୍ୟନ୍ତ ମାଆ କ୍ଷୀର ବିଶେଷ ଭାବରେ ଗୁରୁତ୍ବପୂର୍ଣ୍ଣ। ମାଆ କ୍ଷୀର ଶିଶୁକୁ ସଠିକ ଭାବରେ ନଦେଲେ 25 ପ୍ରତିଶତ ବିକାଶ ହୋଇଥାଏ। ଗୋଟିଏ ଶିଶୁର ବିକାଶ ହେବା ପାଇଁ ମାଆ କ୍ଷୀର ଜରୁରୀ । ଅନେକ ସମୟରେ ପିଲାଠାରୁ ମାଆକୁ ଅଲଗା କରିଦେଇଥାଏ । ମାଆ ପାଖରେ ପିଲା ରହିବା ଆବଶ୍ୟକ । ମାଆ କୋଳରେ ଛୁଆ ରହିଲେ ମାଆ ନିକଟରେ କ୍ଷୀର ଅଧିକ ହେବ । ସ୍ତନକୁ ଯେତେ ଖାଲି କରିବ ମାଆର ଅଧିକରୁ ଅଧିକ କ୍ଷୀର ସୃଷ୍ଟି ହେବ" ବୋଲି କହିଛନ୍ତି ଡାକ୍ତର ଆଦିତ୍ୟ ମହାପାତ୍ର ।

ଏହା ବି ପଢନ୍ତୁ...ଶିଶୁକୁ ସ୍ତନ୍ୟପାନ କରାଇବାରେ ସମସ୍ୟା ହେଉଛି କି ? ଏହା ହୋଇପାରେ କାରଣ, ଜାଣନ୍ତୁ ଏହାର ନିରାକରଣ - world breastfeeding week 2024

ଶିଶୁଙ୍କ କ୍ଷେତ୍ରରେ ଡବା କ୍ଷୀର କେତେ କ୍ଷତିକାରକ?
"ଯେଉଁ ମାଆ ଜନ୍ମର କିଛି ମାସ ପରେ ଶିଶୁକୁ ଡବା କ୍ଷୀର ଦେଉଛନ୍ତି ସେହି ପିଲାମାନେ ସାଧାରଣ ପିଲାଙ୍କଠାରୁ ଅଧିକ ସୁନ୍ଦର ଦେଖାଯାଇଥାନ୍ତି । କିନ୍ତୁ ଶରୀରରେ ପୁଷ୍ଟିକର ନଥାଏ କେବଳ ଚର୍ବି ଜମା ହୋଇ ରହିଥାଏ । ତେଣୁ ସୁନ୍ଦର ଦେଖାଯାଇଥାନ୍ତି । ଯାହା ଶିଶୁ ପାଇଁ ଆଦୌ ଭଲ ନୁହେଁ । ଡବା କ୍ଷୀର ଦେବା ପରେ ଶିଶୁଙ୍କୁ ଘର ଖାଦ୍ୟ ଦେବାକୁ ଚେଷ୍ଟା କଲେ ମଧ୍ୟ ଛୁଆ ଗ୍ରହଣ କରିବ ନାହିଁ । ଯାହା ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାର ଦେଖାଯାଇଥାଏ" ବୋଲି କହିଛନ୍ତି ଶିଶୁ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଆଦିତ୍ୟ ମହାପାତ୍ର।
ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.