ETV Bharat / health

ମୁଣ୍ଡବିନ୍ଧାକୁ ସାମାନ୍ୟ ଭାବନ୍ତୁ ନାହିଁ, ଏସବୁ ଲକ୍ଷଣ ଥିଲେ ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ

ଅର୍ଦ୍ଧକପାଳି ବା ମାଇଗ୍ରେନ ମୁଣ୍ଡବିନ୍ଧା ଆଜିକାଲି ସାଧାରଣ ହୋଇଗଲାଣି । ତେବେ କ'ଣ ଏହି ସମସ୍ୟା ଓ କେମିତି ଏଥିରୁ ମୁକ୍ତି ପାଇବେ ? ପଢନ୍ତୁ ଏହି ଖବରରେ

author img

By ETV Bharat Health Team

Published : 9 hours ago

Updated : 3 hours ago

ମାଇଗ୍ରେନ ମୁଣ୍ଡବିନ୍ଧା
ମାଇଗ୍ରେନ ମୁଣ୍ଡବିନ୍ଧା (ETV Bharat)

ଭୁବନେଶ୍ବର: ଆଜିକାଲି ଅଧିକାଂଶ ଲୋକେ ମାଇଗ୍ରେନ ବା ଅର୍ଦ୍ଧକପାଳି ସମସ୍ୟାରେ ପୀଡିତ । ଏହା କିଶୋରଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ କ୍ଷେତ୍ରରେ ଦେଖାଯାଉଛି । ଏଥିରେ ମୁଣ୍ଡର ଗୋଟିଏ ଫାଳରେ ପ୍ରବଳ ଯନ୍ତ୍ରଣା ହୋଇଥାଏ । ସାଧାରଣତଃ ପରିବର୍ତ୍ତିତ ଜୀବନଶୈଳୀ, ପରିବେଶ, ମାନସିକ ଚାପ ଏବଂ ଚିନ୍ତା, ହରମୋନରେ ପରିବର୍ତ୍ତନ, ନିଦ୍ରା ଅଭାବ ଏହାର ପ୍ରମୁଖ କାରଣ । ପରିବାରର କୌଣସି ସଦସ୍ୟଙ୍କୁ ମାଇଗ୍ରେନ ଥିଲେ ପିଲାଙ୍କୁ ବି ହୋଇପାରେ । ତେବେ ଏହି ମୁଣ୍ଡବିନ୍ଧାକୁ ସବୁବେଳେ ସାମାନ୍ୟ ଭାବିବା ଠିକ୍ ନୁହେଁ । ପରବର୍ତ୍ତୀ ସମୟରେ ଏହା ଘାତକ ହୋଇପାରେ । ତେବେ ମାଇଗ୍ରେନ କ'ଣ, ଏହାର ଲକ୍ଷଣ ଏବଂ ନିରାକରଣ ନେଇ ଅଧିକ ସୂଚନା ଦେଇଛନ୍ତି ନ୍ୟୁରୋଲୋଜିଷ୍ଟ ଡାକ୍ତର ଆକାଶ ଅଗ୍ରୱାଲ ।

ମାଇଗ୍ରେନ୍ କ'ଣ:

ଡାକ୍ତର ଆକାଶ ଅଗ୍ରୱାଲ କହିଛନ୍ତି, ଅର୍ଦ୍ଧକପାଳି ବା ମାଇଗ୍ରେନ ସମସ୍ୟା ଆଜିକାଲି ସାଧାରଣ ହୋଇଗଲାଣି । ଏହା ଏକ ମୁଣ୍ଡବିନ୍ଧା ଜନିତ ସମସ୍ୟା । ଏଥିରେ ଆକ୍ରାନ୍ତ ରୋଗୀର ମୁଣ୍ଡର ଗୋଟିଏ ପାଖ ଅତ୍ୟଧିକ ଭାବରେ ବିନ୍ଧା ହୋଇଥାଏ । ପ୍ରବଳ ମୁଣ୍ଡବିନ୍ଧା ସହ ବାନ୍ତି ହେବା ଲକ୍ଷଣ ଦେଖାଗଲେ ହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ । କାରଣ ମାଇଗ୍ରେନ କାରଣରୁ ଅନେକ ମାରାତ୍ମକ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ । ପୁରୁଷମାନଙ୍କ ଅପେକ୍ଷା ମହିଳାଙ୍କଠାରେ ମାଇଗ୍ରେନ ସମସ୍ୟା ଅଧିକ ଦେଖାଯାଇଥାଏ ।

How to cure migraine (ETV Bharat Odisha)

ମାଇଗ୍ରେନ ଲକ୍ଷଣ:

ଡାକ୍ତର ଆହୁରି କହିଛନ୍ତି ଯେ, ମାଇଗ୍ରେନରେ ଆଖି ଦରଜ ହେବା, ଅଧା କପାଳ କିମ୍ବା ପୁରା ମୁଣ୍ଡରେ ଭୀଷଣ ଯନ୍ତ୍ରଣା ହେବା, ଜୋରରେ ଶଦ୍ଦ ଓ ଅଧିକ ଆଲୁଅକୁ ଡର ଲାଗିବା ଇତ୍ୟାଦି ଲକ୍ଷଣମାନ ଦେଖାଯାଏ । ଏହାସହ ବାନ୍ତି ଆସିବା, ଦେହ ଭଲ ନଲାଗିବା, କାମ କରିବାକୁ ଇଚ୍ଛା ନହେବା, ଭୋକ ନ ଲାଗିବା, ଅଧିକ ଝାଳ ବୋହିବା, ଦୁର୍ବଳ ଲାଗିବା ଭଳି ଲକ୍ଷଣ ପ୍ରକାଶ ପାଏ । ଏଭଳି ଲକ୍ଷଣ ଦେଖାଗଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

  • ଆଖି ଦରଜ ହେବା
  • ଅଧା କପାଳ କିମ୍ବା ପୁରା ମୁଣ୍ଡରେ ଭୀଷଣ ଯନ୍ତ୍ରଣା
  • ଜୋରରେ ଶଦ୍ଦ ଓ ଅଧିକ ଆଲୁଅକୁ ଡର ଲାଗିବା
  • ବାନ୍ତି ଆସିବା, ଦେହ ଭଲ ନଲାଗିବା, କାମ କରିବାକୁ ଇଚ୍ଛା ନହେବା
  • ଭୋକ ନ ଲାଗିବା, ଅଧିକ ଝାଳ ବୋହିବା, ଦୁର୍ବଳ ଲାଗିବା

ଏହାର ମୁଖ୍ୟ କାରଣ:

ଅର୍ଦ୍ଧକପାଳି ବା ମାଇଗ୍ରେନର କୌଣସି ନିର୍ଦ୍ଧିଷ୍ଟ କାରଣ ନାହିଁ । ଏହା ଏକ ଲାଇଫଷ୍ଟାଇଲ୍ ଜନିତ ବେମାରି ଅଟେ । ସାଧାରଣତଃ ମାଇଗ୍ରେନ ବଂଶାନୁକ୍ରମ, ଦିନଚର୍ଯ୍ୟାରେ ପରିବର୍ତ୍ତନ, ଖାଇବା ପିଇବା ଅନିୟମିତତା, ମାନସିକ ଚିନ୍ତା, ଚାପ ଇତ୍ୟାଦି କାରଣରୁ ହୋଇଥାଏ । କେତେକ ଲୋକେ ଖରାରେ ବାହାରକୁ ବାହାରିଲେ, ମୁଣ୍ଡ ଧୋଇ ଗାଧୋଇଲେ, ବସ୍ କିମ୍ବା କାରରେ ଯାତ୍ରା କଲେ ମୁଣ୍ଡବିନ୍ଧା ସହ ବାନ୍ତି ଲାଗିଥାଏ । ଏହାସହ ଉଚ୍ଚ ରକ୍ତଚାପ, ଅଧିକ ଚିନ୍ତା, ପର୍ଯ୍ୟାପ୍ତ ନିଦ୍ରା ଅଭାବ ଓ ଅଧିକ ପେନକ୍ଲିଅର ଔଷଧ ସେବନ ଦ୍ୱାରା ମାଇଗ୍ରେନ ବା ଅର୍ଦ୍ଧକପାଳି ସମସ୍ୟା ସାଧାରଣ ଭାବରେ ଦେଖାଯାଇଥାଏ ।

ମାଇଗ୍ରେନ ଚିକିତ୍ସା:

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଜୀବନଶୈଳୀ ଆପଣାଇବା ଜରୁରୀ । ଠିକ୍ ସମୟରେ ଖାଇବା ଓ ଶୋଇବା । ବାହାରକୁ ବାହାରୁଥିଲା ଟୋପି ଓ ଚଷମା ପିନ୍ଧିବା ଉଚିତ୍ । ଯେଉଁମାନଙ୍କ ଅତ୍ୟଧିକ ମାଇଗ୍ରେନ ମୁଣ୍ଡବିନ୍ଧା ହେଉଛି, ସେମାନଙ୍କୁ ବାରମ୍ବାର ମେଡ଼ିସିନ ଦିଆଯିବ ନାହିଁ । ଏଥିପାଇଁ 3ରୁ 4 ମାସ ଧରି ଏକ ସ୍ବତନ୍ତ୍ର ଚିକିତ୍ସା କରାଯାଏ ବୋଲି କହିଛନ୍ତି ଡାକ୍ତର ଆକାଶ ଅଗ୍ରୱାଲ ।

ଏହା ମଧ୍ୟ ପଢନ୍ତୁ: ମୁଣ୍ଡ ବିନ୍ଧୁଥିଲେ ଛାଡନ୍ତୁ ମେଡିସିନ, ଏସବୁ ହର୍ବାଲ ଚା' ଦେଇପାରେ ଆରାମ - Herbal teas for headache

ଏହା ମଧ୍ୟ ପଢନ୍ତୁ: କାହିଁକି ଶରୀର ପାଇଁ 'ଗୁଡ୍' ଗୁଡ଼ ? ଡାଇବେଟିସ୍ ରୋଗୀ ଖାଇପାରିବେ କି, ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ: ବ୍ରେନ ଷ୍ଟ୍ରୋକ ପୂର୍ବରୁ ଦେଖାଯାଏ ଏସବୁ ଲକ୍ଷଣ

ଇଟିଭି ଭାରତ, ଭୁବନେଶ୍ବର

Last Updated : 3 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.