ETV Bharat / health

ଖାଇବା ପରେ ଛାତିରେ ଜଳାପୋଡା ହେଉଛି ? ନ୍ୟୁଟ୍ରିସନିଷ୍ଟ କହିଲେ ଏମିତି

ଖାଦ୍ୟ ଖାଇସାରିବା ପରେ ଛାତିରେ ଜଳାପୋଡା ହେଉଛି ? କେମିତି ଏଥିରୁ ପାଇବେ ମୁକ୍ତି, ଜଣାଇଲେ ନ୍ୟୁଟ୍ରିସନିଷ୍ଟ । ଅଧିକ ପଢନ୍ତୁ

author img

By ETV Bharat Health Team

Published : 5 hours ago

ଖାଇବା ପରେ ଛାତିରେ ଜଳାପୋଡା ହେଉଛି ? ଏକ୍ସପର୍ଟ କହିଲେ ଏମିତି
ଖାଇବା ପରେ ଛାତିରେ ଜଳାପୋଡା ହେଉଛି ? ଏକ୍ସପର୍ଟ କହିଲେ ଏମିତି (ETV Bharat)

What causes heartburn: ଆଜିକାଲି ପ୍ରାୟ ସମସ୍ତଙ୍କ ଜୀବନ ଧାଁ ଦୌଡ ଭରା । ଏହି ବ୍ୟସ୍ତବହୁଳ ଲାଇଫଷ୍ଟାଇଲ ଏବଂ ବିଭିନ୍ନ କାରଣରୁ ଲୋକମାନେ ଠିକ୍ ସମୟରେ ଖାଇ ପାରୁନାହାନ୍ତି । ଖାସ୍ କରି ମହିଳାମାନେ ଘରର କାମଧନ୍ଦା ଭିତରେ ସକାଳ ଜଳଖିଆ ଓ ମଧ୍ୟାହ୍ନ ଭୋଜନ ବିଳମ୍ବରେ କରିଥାନ୍ତି । ଏହି କାରଣରୁ କେତେକ ଲୋକଙ୍କ ଛାତିରେ ଜଳାପୋଡା ହେବା ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ । ଏମିତିରେ ପ୍ରଶ୍ନ ଉଠେ, କ'ଣ ଡେରିରେ ଭୋଜନ କଲେ ଏପରି ହୁଏ କି ? ଜାଣନ୍ତୁ ଏନେଇ କୁହନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...

ଯଦିଓ ଛାତିରେ ଜଳାପୋଡା ପଛରେ ଅନେକ କାରଣ ଥାଇପାରେ, ହେଲେ ଜଣାଶୁଣା ନ୍ୟୁଟ୍ରିସନିଷ୍ଟ ଡଃ ଜାନକୀ ଶ୍ରୀନାଥଙ୍କ କହିବା କଥା ହେଲା ସାଧାରଣତଃ ଏସିଡିଟି କାରଣରୁ ଛାତିରେ ଜଳାପୋଡା ହୋଇଥାଏ । ଏସିଡିଟି ପାଚନ ସହ ଜଡିତ ଏକ ସାଧାରଣ ସମସ୍ୟା, ଯାହା ଅନେକ ସମୟରେ ପାଚନ ପ୍ରଣାଳୀରେ ଖାଦ୍ୟ ହଜମ କରୁଥିବା ଏସିଡର ମାତ୍ରା ଆବଶ୍ୟକତା ଠାରୁ ଅଧିକ ହେଲେ ହୋଇଥାଏ । ସେହିପରି ଏସିଡିଟି ଅଧିକ ବଢିଲେ ଅସହଜ ଲାଗିବା ସଙ୍ଗେ ସଙ୍ଗେ ଗମ୍ଭୀର ସମସ୍ୟା ହେବାର ଆଶଙ୍କା ରହିଥାଏ ।

କ'ଣ କୁହନ୍ତି ନ୍ୟୁଟ୍ରିସନିଷ୍ଟ

ଡଃ ଜାନକୀଙ୍କ କହିଛନ୍ତି, ''କେବଳ ବିଳମ୍ବରେ ଖାଇଲେ ଏସିଡିଟି ହୁଏନି, ବରଂ ମୋଟାପା, ଶାରିରୀକ ଗତିବିଧିର ଅଭାବ ଓ ପେଟରେ H.pylori ସଂକ୍ରମଣ କାରଣରୁ ମଧ୍ୟ ହୋଇପାରେ । ଏହା ବ୍ୟତୀତ ଅନ୍ନପ୍ରଣାଳୀ (ଖାଦ୍ୟନଳୀର ଏକ ଭାଗ ଯାହା ଗଳା ଓ ପେଟକୁ ଯୋଡିଥାଏ) ପାଖ ଛୋଟ ମାଂସପେଶୀ ଢିଲା ହୋଇଗଲେ ଯେଉଁ ତରଳ ପଦାର୍ଥ ପାଚନ ତନ୍ତ୍ରରେ ରହିବା କଥା ତାହା ଗଳା ଓ ନାକକୁ ଆସିଯାଏ । କୁହାଯାଏ ସେହି କାରଣରୁ ଏସିଡିଟି ଲକ୍ଷଣ ପ୍ରକାଶ ପାଏ ।''

ନ୍ୟୁଟ୍ରିସନିଷ୍ଟ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ଜୀବନଶୈଳୀ ସମାନ ହୋଇନଥାଏ । ସକାଳୁ ଉଠିବା ପରେ ଆପଣ କ'ଣ କରନ୍ତି, କେଉଁ ଖାଦ୍ୟ ଖାଆନ୍ତି, କେତେ ଖାଆନ୍ତି ଏସବୁ ଗୁରୁତ୍ବ ରଖେ ।

କ'ଣ ଖାଇବେନି

ନ୍ୟୁଟ୍ରିସନିଷ୍ଟ କହିଛନ୍ତି ଯେ, ଯେଉଁମାନଙ୍କ ଏସିଡିଟି ସମସ୍ୟା ଅଛି ସେମାନେ ମାଂସ ଓ ତେଲିଆ ଜିନିଷ କମ୍ ଖାଇବା ଉଚିତ୍ । କାରଣ ଏସବୁ ଖାଦ୍ୟ ହଜମ ହେବାକୁ ଅଧିକ ସମୟ ନିଏ ଓ ଅତିରିକ୍ତ ଏସିଡ୍ ଉତ୍ପାଦନ ବଢାଇଥାଏ । ଏଥିସହ କିଛି ମସାଲା ମଧ୍ୟ ରହିଛି ଯାହା ପାଇଁ ଏସିଡିଟି ସମସ୍ୟା ବଢିଥାଏ । ଗୋଲମରିଚ, ଶୁଖିଲା ଲଙ୍କା, କଞ୍ଚା ଲଙ୍କା, ତେନ୍ତୁଳି ପ୍ରଭୃତି ଖାଇଲେ ଏସିଡିଟି ହେବାର ସମ୍ଭାବନା ଅଧିକ ଥାଏ ।

କେତେ ବିପଦଜ୍ଜନକ ଏସିଡିଟି ସମସ୍ୟା ?

ଯଦି ଆପଣଙ୍କ ଏସିଡିଟି ସମସ୍ୟା ଅଛି ତାହେଲେ ନିଜ ଖାଦ୍ୟପେୟ ପ୍ରତି ଯତ୍ନବାନ ହୁଅନ୍ତୁ । ନହେଲେ ପାଇଲୋରୀ ସଂକ୍ରମଣ ହୋଇପାରେ । ପାଇଲୋରୀ ସଂକ୍ରମଣ ଏଚ.ପାଇଲୋରୀ ବ୍ୟାକ୍ଟେରିଆ କାରଣରୁ ହୁଏ । ଏହି ବ୍ୟାକ୍ଟେରିଆ ପେଟରେ ଆବରଣ ଉପରେ ଆକ୍ରମଣ କରି ପ୍ରଦାହ ସୃଷ୍ଟି କରେ । ଏହାଯୋଗୁଁ ପେଟ କିମ୍ବା ଅନ୍ତଃନଳୀରେ ଅଲ୍‌ସର ହେବାର ସମ୍ଭାବନା ରହିଥାଏ । ତେଣୁ ଏସିଡିଟି ଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ଖାଇବାର ଠିକ୍ ସମୟର:

ଡଃ ଜାନକୀ ଶ୍ରୀନାଥଙ୍କ କହିବା କଥା, ଏସିଡିଟି ସମସ୍ୟାରେ ପୀଡିତ ଲୋକେ ନିଜର ଦୈନନ୍ଦିନ ଖାଦ୍ୟ ଯୋଜନା ପ୍ରସ୍ତୁତ କରିବା ଉଚିତ୍ । ସକାଳ 6ଟା ସୁଦ୍ଧା ଉଠି 9ଟା ପୂର୍ବରୁ ଜଳଖିଆ, 1ଟା ସୁଦ୍ଧା ମଧ୍ୟାହ୍ନ ଭୋଜନ, ଅପରାହ୍ନ 4ଟାରୁ 5ଟା ଭିତରେ ଓଟସ୍, ଫଳମୂଳ ଆଦି ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ୍ । ସେହିପରି 7ଟାରୁ 8 ମଧ୍ୟରେ ରାତ୍ରିଭୋଜନ କରିବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ମସ୍ତିଷ୍କରେ ବ୍ଲାକଆଉଟ କ'ଣ ? ଜାଣନ୍ତୁ, କାହିଁକି ହୁଏ ଓ ଏହାର ଲକ୍ଷଣ

ଏହା ମଧ୍ୟ ପଢନ୍ତୁ: ମଧୁମେହ ଓ ମୋଟାପଣ ପାଇଁ ରାମବାଣ ଏହି ସବୁଜ ପରିବା

(Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.