ETV Bharat / health

ଦୈନିକ ଚାଲନ୍ତୁ ଏତିକି ସମୟ; ଓଜନ ହେବ ନିୟନ୍ତ୍ରଣ, ମାନସିକ ସ୍ବାସ୍ଥ୍ୟ ଭଲ ରହିବ - Walking routine

author img

By ETV Bharat Health Team

Published : Sep 15, 2024, 10:40 AM IST

Walking routine: ନିୟମିତ ଚାଲିଲେ ସୁସ୍ଥ ରହିବ ଶରୀର । ଓଜନ ନିୟନ୍ତ୍ରଣ ହେବା ସହ ମାନସିକ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିବ । ହେଲେ ଦିନକୁ କେତେ ସମୟ ଚାଲିବା ଉଚିତ୍ ? ଜାଣିବା ପାଇଁ ପଢନ୍ତୁ

ଦୈନିକ ଚାଲନ୍ତୁ ଏତିକି ସମୟ; ଓଜନ ହେବ ନିୟନ୍ତ୍ରଣ, ମାନସିକ ସ୍ବାସ୍ଥ୍ୟ ବି ଭଲ ରହିବ
ଦୈନିକ ଚାଲନ୍ତୁ ଏତିକି ସମୟ; ଓଜନ ହେବ ନିୟନ୍ତ୍ରଣ, ମାନସିକ ସ୍ବାସ୍ଥ୍ୟ ବି ଭଲ ରହିବ (Getty Images)

ହାଇଦ୍ରାବାଦ: ଆଜିର ପରିବର୍ତ୍ତିତ ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଅନେକ ପ୍ରକାର ରୋଗ ମାଡିବସୁଛି । ଏମିତିରେ ଏହି ବ୍ୟସ୍ତବହୁଳ ଜୀବନରେ ନିଜ ଶରୀର ସୁସ୍ଥ ରଖିବା କୌଣସି ଆହ୍ବାନଠୁ କମ୍ ନୁହେଁ । ଯଦି ଆପଣ ମଧ୍ୟ କାର୍ଯ୍ୟବସ୍ତତା ମଧ୍ୟରେ ନିଜକୁ ଠିକ୍ ଭାବେ ସମୟ ଦେଇପାରୁନାହାନ୍ତି ତାହେଲେ ଶରୀରକୁ ଫିଟ୍ ରଖିବା ପାଇଁ ପ୍ରତିଦିନ ଚାଲିବା ଅଭ୍ୟାସ କରନ୍ତୁ । ଚାଲିବା ବା ୱାକିଂ, ଏମିତି ଏକ ଏକ୍ସରସାଇଜ ଯାହା କେବଳ ଆମ ଶରୀରକୁ ସୁସ୍ଥ ରଖେନି ବରଂ ମାନସିକ ସ୍ବାସ୍ଥ୍ୟ ମଧ୍ୟ ଠିକ୍ ରଖେ ।

ଓଜନ ନିୟନ୍ତ୍ରଣ ରହେ:

ନିୟମିତ ଚାଲିବା ଦ୍ବାରା ଶରୀରରେ ରକ୍ତ ପ୍ରବାହ ବୃଦ୍ଧି ହୁଏ ଓ ସବୁ ଅଙ୍ଗକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ମିଳେ । ଏହାବ୍ୟତୀତ ଚାଲିବା ଦ୍ବାରା ଆମ ଶରୀରର ଓଜନ ମଧ୍ୟ ନିୟନ୍ତ୍ରିତ ରହେ । ଯଦି ସୁସ୍ଥ ରହିବାର ଅଛି, ତାହେଲେ ଆପଣଙ୍କୁ ଚାଲିବାର 30 ଦିନିଆ ପ୍ଲାନ ବନାଇବା ଉଚିତ୍ ।

ଦୈନିକ ଚାଲନ୍ତୁ ଏତିକି ସମୟ; ଓଜନ ହେବ ନିୟନ୍ତ୍ରଣ, ମାନସିକ ସ୍ବାସ୍ଥ୍ୟ ଭଲ ରହିବ
ଦୈନିକ ଚାଲନ୍ତୁ ଏତିକି ସମୟ; ଓଜନ ହେବ ନିୟନ୍ତ୍ରଣ, ମାନସିକ ସ୍ବାସ୍ଥ୍ୟ ଭଲ ରହିବ (Getty Images)

ଦିନକୁ କେତେ ସମୟ ଚାଲିବେ ?

ଆରମ୍ଭରୁ ଆପଣ ପ୍ରତିଦିନ 15 ମିନିଟ୍ ଚାଲନ୍ତୁ । ନିଜ ଇଚ୍ଛାରେ ସକାଳେ ନଚେତ୍ ସନ୍ଧ୍ୟାରେ ଚାଲିପାରିବେ । ଧ୍ୟାନ ରଖିବେ, ଚାଲିବା ବେଳେ ନିଜ ଶରୀରକୁ ଆରାମ ଦେଉଥିବେ । ଅଧିକ ବେଗରେ ଚାଲିବାର ଆବଶ୍ୟକତା ନାହିଁ । ଏମିତି ସପ୍ତାହେ ଯାଏଁ ଦୈନିକ 15 ମିନିଟ୍ ଚାଲାନ୍ତୁ । ଦ୍ବିତୀୟ ସପ୍ତାହରେ ଚାଲିବା ସମୟ ଆଉ 15 ମିନିଟ୍ ବୃଦ୍ଧି କରନ୍ତୁ ଅର୍ଥାତ୍ ଦିନକୁ 30 ମିନିଟ୍ ଚାଲନ୍ତୁ । ତୃତୀୟ ସପ୍ତାହରେ ଆହୁରି 15 ମିନିଟ୍ ବଢାଇ ଦିନକୁ 45 ମିନିଟ୍ ଚାଲିବା ଅଭ୍ୟାସ କରନ୍ତୁ । ଏମିତି କରିବା ଦ୍ବାରା ଶରୀରରେ ରକ୍ତ ପ୍ରବାହ ବଢିବା ସହ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ।

ଚତୁର୍ଥ ସପ୍ତାହ ବେଳରୁ ଦିନକୁ ଏକ ଘଣ୍ଟା ଚାଲିବାକୁ ଚେଷ୍ଟା କରନ୍ତୁ । ଏହି ରୁଟିନ ପାଳନ କରିବା ସଙ୍ଗେ ସଙ୍ଗେ କିଛି ଜିନିଷ ପ୍ରତି ଧ୍ୟାନ ଦେବେ । ଯେମିତିକି- ଚାଲିବା ବେଳେ ମଝିରେ ମଝିରେ ନିଜ ଶରୀରକୁ ଆରାମ ଦେବା ସହ ଜୋର୍‌ରେ ଚାଲିବେ ନାହିଁ । ଆରାମଦାୟକ ଚପଲ ପିନ୍ଧି ଚାଲିବେ । ନିଜ ଶରୀରକୁ ହାଇଡ୍ରେଟ ରଖିବାକୁ ପ୍ରଚୁର ପାଣି ପିଇବେ ।

Source- IANS

ଏହା ମଧ୍ୟ ପଢନ୍ତୁ: ଆପଣଙ୍କୁ ଡାଇବେଟିସ କି ? ସତର୍କ ହୁଅନ୍ତୁ, କ୍ୟାନ୍ସର ଆଶଙ୍କା ଅଧିକ - Higher Cancer Risk In Diabetes

ଏହା ମଧ୍ୟ ପଢନ୍ତୁ: ସବୁ ଜ୍ବର ସାଧାରଣ ନୁହେଁ; ଏହି ଲକ୍ଷଣ ଥିଲେ ହୋଇପାରେ ମାରାତ୍ମକ ଇନଫ୍ଲୁଏନଞ୍ଜା - Influenza symptoms prevention

ଏହା ମଧ୍ୟ ପଢନ୍ତୁ: ରାଜ୍ୟକୁ ସ୍କ୍ରବ ଟାଇଫସ ଭୟ, ଏମିତି ପରାମର୍ଶ ଦେଲେ ଡାକ୍ତର - Scrub Typhus In Odisha

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.