ETV Bharat / health

ଭୁଲ ତରିକାରେ ଦସ୍ତଖତ କରୁନାହାନ୍ତି ତ ? Signature କଲାବେଳେ ଏସବୁ ଦିଗ ପ୍ରତି ଦିଅନ୍ତୁ ଧ୍ୟାନ, ନଚେତ.. - Right Signature Pattern

author img

By ETV Bharat Odisha Team

Published : Aug 14, 2024, 10:17 PM IST

Right Signature Pattern: ସମସ୍ତେ ପ୍ରାୟ କୌଣସି ନା କୌଣସି କାର୍ଯ୍ୟରେ ଦସ୍ତଖତ କରନ୍ତି । ତେବେ ଆମେ ଭୁଲ ତରିକାରେ କରୁଥିବା ଦସ୍ତଖତ ଆମକୁ ସମସ୍ୟାରେ ପକାଇପାରେ । ଶାସ୍ତ୍ର ଅନୁସାରେ, କିପରି ଦସ୍ତଖତ କରିବେ ଆସନ୍ତୁ ଜାଣିବା ।

Right Signature Pattern
Right Signature Pattern (ETV Bharat Odisha)

ହାଇଦ୍ରାବାଦ: ଆମ ଜୀବନ ସହ ଜଡ଼ିତ ଛୋଟ ଛୋଟ ଜିନିଷ ଗୁଡ଼ିକର ଶୁଭ ଓ ଅଶୁଭ ପ୍ରଭାବ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ବିଶ୍ବାସ କରାଯାଏ ଯେ, ଆମେ କରୁଥିବା ପ୍ରତ୍ୟେକଟି ଭୁଲର ପ୍ରଭାବ କୁଣ୍ଡଳୀରେ ଥିବା ଗ୍ରହମାନଙ୍କ ଉପରେ ପଡ଼ିଥାଏ । ଶାସ୍ତ୍ର ଅନୁସାରେ, ଯଦି କୌଣସି ବ୍ୟକ୍ତି ଭୁଲ ଭାବରେ ଦସ୍ତଖତ (Signature) କରୁଛନ୍ତି ତେବେ ଏହାର ପ୍ରଭାବରେ ବ୍ୟକ୍ତିର ଜୀବନରେ ବଡ଼ ସମସ୍ୟା ଆଣିପାରେ । ତେଣୁ ଦସ୍ତଖତ କରିବା ସମୟରେ କିଛି କଥା ଉପରେ ଧ୍ୟାନ ରଖିବା ଉଚିତ । ନଚେତ ଏହା ପ୍ରଭାବରେ ଧନହାନୀ ହେବାର ସମ୍ଭାବନା ରହିଛି । ଏହା ବ୍ୟତୀତ କ୍ୟାରିୟରରେ ମଧ୍ୟ ସଫଳତା ହାସଲ କରିବାରେ ବାଧା ଉତ୍ପନ୍ନ ହୋଇଥାଏ । ଯଦି ଆପଣ ସଠିକ ତରିକାରେ ଦସ୍ତଖତ କରୁଛନ୍ତି ତେବେ ଏହା ଆପଣଙ୍କୁ ଧନୀ ମଧ୍ୟ କରିପାରେ । ତେବେ ଦସ୍ତଖତ କରିବା ସମୟରେ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେବା କଥା ଆସନ୍ତୁ ଜାଣିବା ।

Right Signature Pattern
Right Signature Pattern (Getty)

ଶବ୍ଦ ଗୁଡ଼ିକୁ ସମାନ ରଖନ୍ତୁ:

ଶାସ୍ତ୍ର ଅନୁସାରେ, ଦସ୍ତଖତ କରିବା ସମୟରେ କୌଣସି ଶବ୍ଦ ଛୋଟ କିମ୍ବା ବଡ଼ ହେବା ଉଚିତ ନୁହେଁ । ଯଦି ଆପଣ ପ୍ରଥମ ଶବ୍ଦକୁ ବଡ ଅକ୍ଷର (Capital Letter)ରେ ଲେଖିଛନ୍ତି, ତେବେ ସମସ୍ତ ଶବ୍ଦକୁ ଶେଷ ପର୍ଯ୍ୟନ୍ତ ସମାନ ରଖନ୍ତୁ । ଏହା ଆପଣଙ୍କ ଜୀବନରେ ଥିବା ସମସ୍ୟାକୁ ଦୂର କରିବା ସହ ଜୀବନକୁ ସନ୍ତୁଳିତ କରିଥାଏ ।

Right Signature Pattern
Right Signature Pattern (Getty)

ତଳୁ ଉପରକୁ ଦସ୍ତଖତ:

ଦସ୍ତଖତ କରିବା ବେଳେ କେବେ ବି ଉପରୁ ତଳ ପର୍ଯ୍ୟନ୍ତ ହେବା ଉଚିତ ନୁହେଁ । ହସ୍ତଖତ ସର୍ବଦା ତଳୁ ଉପରକୁ ହେବା ଉଚିତ । ଶାସ୍ତ୍ର ଅନୁସାରେ, ଏହି ଉପାୟରେ ଦସ୍ତଖତ କଲେ ଜୀବନରେ ଅଭିବୃଦ୍ଧି ହେବାସହ ଶାନ୍ତି ଆସିଥାଏ ।

Right Signature Pattern
Right Signature Pattern (Getty)

ଦସ୍ତଖତ ତଳେ ଲାଇନ ଟାଣନ୍ତୁ:

ଯେତେବେଳେ ବି ଦସ୍ତଖତ କରୁଛନ୍ତି ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ, ଦସ୍ତଖତର ତଳେ ଏକ ଲାଇନ ଟାଣନ୍ତୁ । ଯାହା ତଳୁ ଉପରୁ ଯାଇଥିବ । ଏହା କରିବା ଦ୍ବାରା କ୍ୟାରିଅରରେ ସଫଳତା ପ୍ରାପ୍ତି ହେବା ସହ ଜୀବନରେ ଅନେକ ସଫଳତା ପାଇବେ ।

ଦସ୍ତଖତ ତଳେ ବିନ୍ଦୁ ଦିଅନ୍ତୁ :

ଦସ୍ତଖତ କରିବା ବେଳେ ତଳେ ଏକ ଲାଇନ ଟାଣିବା ସହ ତଳେ 2ଟି ବିନ୍ଦୁ ଦିଅନ୍ତୁ । ଯାହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଆପଣ ଜୀବନରେ ବହୁତ ଆଗକୁ ବଢ଼ିବାକୁ ଯାଉଥିବାର ଦର୍ଶାଏ ।

ଶବ୍ଦକୁ କାଟିବା ଉଚିତ ନୁହେଁ :

ଦସ୍ତଖତ ଉପରେ କୌଣସି ଗାର ଟାଣିବା ଉଚିତ୍ ନୁହେଁ । ଏହା ବ୍ୟତୀତ, ଶବ୍ଦଗୁଡିକ କେବେ ବି ଓଭରରାଇଡ (OVERRIDE) କରାଯିବା ଉଚିତ୍ ନୁହେଁ । ଶାସ୍ତ୍ରରେ କୁହାଯାଇଛି ଯେ, ଯେଉଁମାନେ ଏପରି ଦସ୍ତଖତ କରନ୍ତି ସେମାନେ ନିଜ ଜୀବନରେ କଦାପି ସନ୍ତୁଷ୍ଟ ହୁଅନ୍ତି ନାହିଁ । ସେମାନଙ୍କର ସର୍ବଦା ଶାରୀରିକ ସମସ୍ୟା ସମ୍ମୁଖୀନ ହୋଇତାନ୍ତି । ଏହାସହ ସେମାନଙ୍କର ଆର୍ଥୀକ ସମସ୍ୟା ଲାଗି ରହିଥାଏ । ଟଙ୍କା ଅଭାବକୁ ନେଇ ମାନସିକ ଚିନ୍ତାରେ ରୁହନ୍ତି ।

ଏହି ୱେବସାଇଟରେ ଦିଆଯାଇଥିବା ସମସ୍ତ ତଥ୍ୟ କେବଳ ଆପଣଙ୍କ ସୂଚନା ପାଇଁ । ଏହା ‘ଇଟିଭି ଭାରତ’ର ନିଜସ୍ବ ମତାମତ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.