ETV Bharat / health

ୟୁରିକ ଏସିଡ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏହି ଡ୍ରାଏ ଫ୍ରୁଟ୍ସ

Uric Acid: ଆଜିକାଲି ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ଏକ ସାଧାରଣ ସମସ୍ୟା ହୋଇଗଲାଣି । ଏହି କାରଣରୁ ଲୋକେ ଗଣ୍ଠି ଯନ୍ତ୍ରଣା, ଆର୍ଥ୍ରାଇଟିସ୍ ଭଳି ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏପରି ପରିସ୍ଥିତିରେ, ଆପଣ ନିଜ ଖାଦ୍ୟରେ କିଛି ଡ୍ରାଏ ଫ୍ରୁଟ୍ସ ଅନ୍ତର୍ଭୁକ୍ତ କରି ଏହାକୁ ନିୟନ୍ତ୍ରଣ କରିପାରିବେ । ତେବେ ଜାଣନ୍ତୁ କେଉଁ ଡ୍ରାଏ ଫ୍ରୁଟ୍ସ ୟୁରିକ ଏସିଡ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ?

ୟୁରିକ ଏସିଡ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏହି ଡ୍ରାଏ ଫ୍ରୁଟ୍ସ
ୟୁରିକ ଏସିଡ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ଏହି ଡ୍ରାଏ ଫ୍ରୁଟ୍ସ
author img

By ETV Bharat Odisha Team

Published : Feb 25, 2024, 1:42 PM IST

ହାଇଦ୍ରାବାଦ: କେବଳ ବୃଦ୍ଧ ନୁହଁନ୍ତି ଆଜିର ଯୁବାମାନେ ମଧ୍ୟ ୟୁରିକ୍ ଏସିଡ୍ ବୃଦ୍ଧି ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହା ଏକ ଜୀବନଶୈଳୀ ପରିବର୍ତ୍ତନ ସହ ଅନ୍ୟାନ୍ୟ ରୋଗର ପାର୍ଶ୍ବ ପ୍ରତିକ୍ରିୟାର କାରଣ ହୋଇଥାଏ । ଆଜିକାଲି, ଏହା ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଥିବା ବେଳେ ଏହି କାରଣରୁ ହାଡ, ଗଣ୍ଠି ଏବଂ ଜଏଣ୍ଟରେ ଯନ୍ତ୍ରଣା ସହ ଆର୍ଥ୍ରାଇଟିସ୍ ଭଳି ଗମ୍ଭୀର ସମସ୍ୟାର ସମ୍ମୁଖୀନ ହୁଅନ୍ତି ଲୋକେ । ତେବେ ସଠିକ୍ ସମୟରେ ଚିକିତ୍ସା କରାନଗଲେ କିମ୍ୱା ଏହାକୁ ନିୟନ୍ତ୍ରଣ କରାନଗଲେ ଏହା ବିପଦର କାରଣ ମଧ୍ୟ ହୋଇପାରେ । ଏପରି ପରିସ୍ଥିତିରେ ପୋଷକ ତତ୍ତ୍ୱରେ ଭରପୂର କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଦରକାର । ଯାହା ୟୁରିକ୍ ଏସିଡ ସମସ୍ୟାକୁ ଏଡାଇ ଦେଇପାରିବ । ୟୁରିକ୍ ଏସିଡ୍ କ'ଣ ଏବଂ କେଉଁ ଡ୍ରାଏ ଫ୍ରୁଟ୍ସକୁ ଖାଇବା ଦ୍ୱାରା ଏଡାଯାଇପାରିବ, ଜାଣନ୍ତୁ

ୟୁରିକ୍ ଏସିଡ୍ କ'ଣ ?

ୟୁରିକ୍ ଏସିଡ୍ ହେଉଛି ଆମ ଶରୀରର ହଜମ ପ୍ରକ୍ରିୟାରୁ ଉତ୍ପନ୍ନ ବର୍ଜ୍ୟବସ୍ତୁ, ଯେଉଁଥିରେ ପ୍ୟୁରିନ୍ ଥାଏ । ଯେତେବେଳେ ଏହି ପ୍ୟୁରିନ୍ ଶରୀର ଭିତରେ ଭାଙ୍ଗିଯାଏ, ଏଥିରୁ ୟୁରିକ୍ ଏସିଡ୍ ନିର୍ଗତ ହୁଏ, ଯାହା ଶରୀରରେ ଦାଗ ଓ ଯନ୍ତ୍ରଣା ସୃଷ୍ଟି କରେ । ଯେତେବେଳେ ପ୍ୟୁରିନର ପରିମାଣ ବଢେ, ଏହା ଶରୀରର ଚାରିଆଡେ ବ୍ୟାପିଥାଏ ଏବଂ ତା'ପରେ ଗଣ୍ଠି ଯନ୍ତ୍ରଣା, ଆର୍ଥ୍ରାଇଟିସ୍ ଭଳି ରୋଗ ସୃଷ୍ଟି ହୁଏ । ଏହା ବ୍ୟତୀତ ଏହା କିଡନୀ କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ୟୁରିକ୍ ଏସିଡ୍ ବୃଦ୍ଧି ମଧୁମେହ କିମ୍ବା ହୃଦୟ ରୋଗୀଙ୍କ ପାଇଁ ବି ସମସ୍ୟା ବଢାଇଥାଏ ।

ଏହି ଡ୍ରାଏ ଫ୍ରୁଟ୍ସ ୟୁରିକ୍ ଏସିଡ ନିୟନ୍ତ୍ରଣ କରାଏ

ବାଦାମ

ପ୍ରୋଟିନ୍, ଭିଟାମିନ E, ମ୍ୟାଗ୍ନେସିୟମ୍ ଏବଂ ଫାଇବରରେ ଭରପୂର ବାଦାମ ଖାଇବା ଦ୍ୱାରା ଶରୀରରେ ୟୁରିକ୍ ଏସିଡ ସ୍ତରକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଅଳସୀ ମଞ୍ଜି

ଅଳସୀ ମଞ୍ଜିରେ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ଥାଏ, ଯାହା ଶରୀରରେ ପ୍ୟୁରିନ୍ ପରିମାଣକୁ ହ୍ରାସ କରିଥାଏ, ଯାହାଦ୍ୱାରା ୟୁରିକ୍ ଏସିଡ୍ ସମସ୍ୟାରୁ ମୁକ୍ତି ମିଳିଥାଏ ।

ବ୍ରାଜିଲ ବାଦାମ

ସେଲେନିୟମରେ ଭରପୂର ବ୍ରାଜିଲ୍ ବାଦାମ ଶରୀରରେ ୟୁରିକ୍ ଏସିଡ୍ ଅତି ଶୀଘ୍ର ହ୍ରାସ କରିଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଥାଇରଏଡ୍, ହୃଦଘାତ, ଶାରୀରିକ ଫୁଲା ଏବଂ କର୍କଟ ଭଳି ଗମ୍ଭୀର ରୋଗରୁ ମୁକ୍ତି ମିଳିପାରେ ।

କାଜୁ

କାଜୁ ବାଦାମର ନିୟମିତ ବ୍ୟବହାର, ଯାହା ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ଭିଟାମିନ K ଏବଂ ଭିଟାମିନ B6 ପରି ପୋଷକ ତତ୍ତ୍ୱରେ ଭରପୂର, ଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । କେବଳ ଏତିକି ନୁହେଁ, ଏଥିରେ ଥିବା କୋଲେଷ୍ଟ୍ରଲ ମଧ୍ୟ ହାର୍ଟକୁ ମଧ୍ୟ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଶରୀରରେ ୟୁରିକ୍ ଏସିଡ୍‌ ସ୍ତର ବୃଦ୍ଧି କାହିଁକି ବିପଦପୂର୍ଣ୍ଣ, ଜାଣନ୍ତୁ

ଅଖରୋଟ୍

ଅଖରୋଟରେ ଓମେଗା ୩ ଫ୍ୟାଟି ଏସିଡ୍ ଏବଂ ପ୍ରୋଟିନ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆର୍ଥ୍ରାଇଟିସରୁ ମୁକ୍ତି ପାଇବାରେ ସହାୟକ ହୋଇଥାଏ । କେବଳ ଏତିକି ନୁହେଁ, ଏଥିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ହାର୍ଡ ୟୁରିକ୍ ଏସିଡ୍ ଦ୍ୱାରା ହେଉଥିବା ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ: Uric Acid ବୃଦ୍ଧି ଜନିତ ସମସ୍ୟା ଭୋଗୁଛନ୍ତି କି ? ଆପଣାନ୍ତୁ ଏହିସବୁ ଉପାୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.