ETV Bharat / health

କେତେ ମାରାତ୍ମକ ମଙ୍କିପକ୍ସ, ଏହାର ଟୀକାକରଣ ଅଛି କି ? ଶୁଣନ୍ତୁ କ'ଣ କହିଲେ ବରିଷ୍ଠ ଚିକିତ୍ସକ - Monkeypox Virus Alert

author img

By ETV Bharat Health Team

Published : Aug 30, 2024, 1:51 PM IST

Updated : Aug 30, 2024, 2:17 PM IST

Monkeypox Virus Alert: କୋଭିଡ ପରେ ଚିନ୍ତା ବଢାଇଛି ମଙ୍କିପକ୍ସ । କ'ଣ ଏହି ରୋଗ ? କେମିତି ରୋକିବେ ଏହାକୁ ? କୋଭିଡ ଭଳି ଏହି ରୋଗର ଟିକା ଅଛି କି ? ଶୁଣନ୍ତୁ ଏନେଇ କ'ଣ କହୁଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ଜୟନ୍ତ ପଣ୍ଡା

କେତେ ମାରାତ୍ମକ ମଙ୍କିପକ୍ସ, ଏହାର ଟୀକାକରଣ ଅଛି କି ? ଶୁଣନ୍ତୁ କ'ଣ କହିଲେ ବରିଷ୍ଠ ଚିକିତ୍ସକ
କେତେ ମାରାତ୍ମକ ମଙ୍କିପକ୍ସ, ଏହାର ଟୀକାକରଣ ଅଛି କି ? ଶୁଣନ୍ତୁ କ'ଣ କହିଲେ ବରିଷ୍ଠ ଚିକିତ୍ସକ (ETV Bharat Odisha)

କଟକ: ବିଶ୍ୱରେ କୋଭିଡ ପରେ ବର୍ତ୍ତମାନ ଚିନ୍ତା ବଢ଼ାଇଛି ମଙ୍କିପକ୍ସ ଭାଇରସ । ଏଯାବତ୍ 116 ଦେଶରେ ମଙ୍କିପକ୍ସ ବ୍ୟାପି ସାରିଲାଣି । 2022 ମସିହାରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ଜନିତ ରୋଗ ବର୍ତ୍ତମାନ ବ୍ୟାପକ ଭାବେ ମଣିଷମାନଙ୍କୁ ପ୍ରଭାବିତ କରୁଛି । ଯଦିଓ ଭାରତରେ ଅଦ୍ୟାବଧି କୌଣସି ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ହେଲେ ପଡୋଶୀ ଦେଶରେ ଚିହ୍ନଟ ପରେ ସରକାରଙ୍କ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି । ସମସ୍ତ ବିମାନବନ୍ଦର, ସାମୁଦ୍ରିକ ସୀମା ଉପରେ କଡ଼ା ନଜର ରଖାଯିବା ସହ ଲୋକମାନେ ଏଥିପ୍ରତି ସଚେତନ ହେଲେ ମଙ୍କିପକ୍ସକୁ ଦେଶରେ ରୋକାଯାଇ ପାରିବ ବୋଲି କହିଛନ୍ତି ବରିଷ୍ଠ ଭେଷଜ ଚିକିତ୍ସକ ପ୍ରଫେସର ଜୟନ୍ତ ପଣ୍ଡା ।

ମଙ୍କି ପକ୍ସ କ'ଣ:- ପ୍ରଫେସର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଏହି ଭାଇରସ୍ ପଶୁମାନଙ୍କଠୁ ଉତ୍ପତ୍ତି ହୋଇଛି ଯାହା ମଣିଷମାନଙ୍କୁ ସଂକ୍ରମିତ କରୁଛି । ପ୍ରଥମେ ଆଫ୍ରିକାରେ ଏହି ଭାଇରସ୍ ଚିହ୍ନଟ ହୋଇଥିଲା । ପ୍ରଥମ କରି ମାଙ୍କଡ଼ଙ୍କ ଦେହରୁ ଏହି ଭାଇରସ୍ ଚିହ୍ନଟ ହୋଇଥିବାରୁ ଏହାର ନାମ ମଙ୍କିପକ୍ସ ରଖାଯାଇଥିଲା । ପରେ ଧିରେ ଧୀରେ ମୂଷାମାନଙ୍କ ଦ୍ୱାରା ବ୍ୟାପିବାରେ ଲାଗିଲା । ୨୦୨୨ ମସିହାରୁ ଏହି ଭାଇରସ ଆଫ୍ରିକା ନିକଟବର୍ତ୍ତୀ ଦେଶମାନଙ୍କରେ ବ୍ୟାପିଥିଲା । ବସନ୍ତ ରୋଗର ଅନ୍ୟ ଏକ ରୂପ ହେଉଛି ମଙ୍କି ପକ୍ସ । ୧୯୭୬ ମସିହାରେ ବସନ୍ତ ରୋଗକୁ ସମ୍ପୂର୍ଣ୍ଣ ନିରକାରଣ କରାଯାଇଥିବାବେଳେ ଏବେ ଏହି ମଙ୍କିପକ୍ସ ଭାଇରସର ନିରାକରଣ ପାଇଁ ସଚେତନତା ସହ ଟିକାକରଣ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ।

ଲକ୍ଷଣ:- ଦେହ ଘୋଳାବିନ୍ଧା ହେବା, ଜ୍ବର ଆସିବା, ଜ୍ବରର ତିନି ଦିନ ଭିତରେ ଶରୀରରେ ଫୋଟକା ଭଳି ଫଳିଯିବା, ଥଣ୍ଡା, କାଶ , ଛିଙ୍କ, ମୁଣ୍ଡବିନ୍ଧା ଆଦି ମଙ୍କିପକ୍ସର ଲକ୍ଷଣ । ଏଥିରେ ରୋଗୀକୁ ଖୁବ୍ ଯନ୍ତ୍ରଣା ହୁଏ । ଏଯାବତ ୧୧୬ ଦେଶରେ ଲକ୍ଷାଧିକ ଲୋକ ମଙ୍କିପକ୍ସ ଆକ୍ରାନ୍ତ ହେଇଛନ୍ତି । 200ରୁ ଊର୍ଦ୍ଧ୍ବ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁହାର 100ରେ 10% ବୋଲି ମେଡିକାଲ ବିଜ୍ଞାନ କହୁଛି ।

ମଙ୍କିପକ୍ସକୁ ସଶକ୍ତ କରୁଛି କୋଭିଡ:- 2020 ମସିହାରେ ଚୀନର ଉହାନ ମାରାତ୍ମକ କୋଭିଡ୍ ଭାଇରସ୍ ବ୍ୟାପିଥିଲା । କୋଭିଡ ପ୍ରଭାବରେ ଲୋକମାନଙ୍କ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଇଛି । ଯଦିଓ ଟିକା ଦ୍ବାରା ଇମ୍ୟୁନିଟି ବଢିଛି ହେଲେ ପୂର୍ବ ପରି ସେହି ରୋଗ ପ୍ରତିରୋଧକ ଶକ୍ତି ଲୋକମାନଙ୍କଠାରେ ନାହିଁ । ତେଣୁ ଏହି ମଙ୍କିପକ୍ସ ସହଜରେ ବ୍ୟାପିବାର ସମ୍ଭାବନା ଏଡାଇ ଦିଆଯାଇନପାରେ । ତେବେ ଯଥାସମ୍ଭବ ସଚେତନତା ହିଁ ଏହାର ନିରାକରଣ ବୋଲି ଡାକ୍ତର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ହ୍ରାସ ପାଉଛି Y କ୍ରୋମୋଜୋମ, କ'ଣ ଲୋପ ପାଇଯିବ କି ପୁରୁଷ ବଂଶ ? - Y chromosome disappearing

ଏହା ମଧ୍ୟ ପଢନ୍ତୁ: ପୁଅଙ୍କୁ ଗାଇନାକୋମାଷ୍ଟିଆ ବିପଦ; ଜାଣନ୍ତୁ କ'ଣ ଏହି ରୋଗ, କେମିତି ହୁଏ ଚିକିତ୍ସା ? - Gynecomastia disease

ଇଟିଭି ଭାରତ, କଟକ

Last Updated : Aug 30, 2024, 2:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.