ETV Bharat / health

ପଇଡ଼ ପାଣି ପିଇବା ପରେ ନାଳି ନଡ଼ିଆ ଖାଉଛନ୍ତି କି ? ଏଡ଼ାନ୍ତୁ ଅଭ୍ୟାସ - Raw Coconut Side Effects

author img

By ETV Bharat Odisha Team

Published : Apr 23, 2024, 5:59 PM IST

Raw Coconut Side Effects: ଗରମରୁ ରକ୍ଷା ପାଇବା ପାଇଁ ଲୋକେ ପ୍ରାୟତଃ ପଇଡ଼ ପାଣି ପିଇଥାନ୍ତି । ତେବେ କିଛି ଲୋକ ପଇଡ଼ ପାଣି ପିଇବା ପରେ ଏଥିରେ ଥିବା ନଡ଼ିଆ ଖାଇବାକୁ ଭଲ ପାଆନ୍ତି । ତେବେ ଆପଣଙ୍କର ମଧ୍ୟ ଏହି ଅଭ୍ୟାସ ଅଛି କି ? ତେବେ ଏହାକୁ ଏଡ଼ାନ୍ତୁ । ଅଧିକ ପଢନ୍ତୁ

ନଡ଼ିଆ ଖାଇବାକୁ ଭଲପାଆନ୍ତି କି? ହୋଇପାରେ ଏହି ସ୍ୱାସ୍ଥ୍ୟ ସମସ୍ୟା

ହାଇଦ୍ରାବାଦ: ଗ୍ରୀଷ୍ମ ଋତୁରେ କିମ୍ୱା ପେଟ ଗରମ ହେଲେ ଲୋକେ ସାଧାରଣତଃ ପଇଡ଼ ପାଣି ପିଇଥାଆନ୍ତି । ଏହା ପେଟ ଥଣ୍ଡା କରିବା ସହ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି କୁହାଯାଏ । ତେବେ ଲୋକେ ପଇଡ଼ ପିଇବା ପରେ ଏଥିରେ ଥିବା ନଡ଼ିଆକୁ ଖାଇବାକୁ ବେଶ ଭଲପାଆନ୍ତି । ତେବେ ନଡ଼ିଆ ଖାଇବା ଦ୍ୱାରା ବି ଅନେକ ସ୍ୱାସ୍ଥ୍ୟ ଉପକାର ମିଳିଥାଏ । ନଡ଼ିଆରେ ଅନେକ ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ନଡିଆ କେଶ, ଚର୍ମ ଇତ୍ୟାଦି ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଅଧିକ ପରିମାଣରେ ନଡ଼ିଆ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

୨୦୧୬ରେ "ଆମେରିକୀୟ ଜର୍ନାଲ୍ ଅଫ୍ କ୍ଲିନିକାଲ୍ ନ୍ୟୁଟିସନ" ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନେ ଅଧିକ ନଡ଼ିଆ ଖାଉଛନ୍ତି ସେମାନଙ୍କ ଓଜନ ବଢିିବାର ସମ୍ଭାବନା ଅଧିକ । ଏହି ଅନୁସନ୍ଧାନରେ ବ୍ରାଜିଲର ରିଓ ଡି ଜେନେରିଓର ଫେଡେରାଲ୍ ୟୁନିଭରସିଟିର ବିଶିଷ୍ଟ ପୁଷ୍ଟିକର ବିଶେଷଜ୍ଞ ଡକ୍ଟର ୱାଣ୍ଡରଲି ଦେ ପୋଆ ଏଥିରେ ଅଂଶଗ୍ରହଣ କରିଥିଲେ । ସେ ଦାବି କରିଛନ୍ତି ଯେ ନଡ଼ିଆର ଅତ୍ୟଧିକ ବ୍ୟବହାର ଫଳରେ ଏହାର ଅଧିକ କ୍ୟାଲୋରୀଯୁକ୍ତ କାରଣରୁ ଓଜନ ବୃଦ୍ଧି ହୋଇପାରେ ।

ଏଥିସହ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ନଡିଆ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସ୍ତର ବଢିଥାଏ । ଫଳସ୍ୱରୂପ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ରହିଥାଏ । ତେଣୁ ସୀମିତ ପରିମାଣର ନଡ଼ିଆ ଖାଇବା ସହ ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି ତେବେ ବିଶେଷଜ୍ଞଙ୍କ ପରାମର୍ଶରେ ନଡ଼ିଆ ଖାଇବାକୁ ପରାମର୍ଶ ଦିଆଯାଇଛି । ଜଣେ ବ୍ୟକ୍ତି ପ୍ରତିଦିନ ୪୦ ଗ୍ରାମ ନଡ଼ିଆ ଖାଇପାରିବେ ବୋଲି ପରାମର୍ଶ ଦିଆଯାଇଛି ।

  • ପେଟ ଜନିତ ସମସ୍ୟା ସୃଷ୍ଟି କରିପାରେ

ଅଧିକ ପରିମାଣରେ ନଡ଼ିଆ ଖାଇବା ଦ୍ୱାରା ପେଟ ସମସ୍ୟା ସୃଷ୍ଟି ହୋଇପାରେ । କାରଣ ଅଧିକ ପରିମାଣରେ ନଡ଼ିଆ ଖାଇବା ଦ୍ୱାରା ଡାଇରିଆ, ଫ୍ଲାଟୁଲେନ୍ସ ଏବଂ ପେଟ ଫୁଲିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହା ସହିତ, ପେଟ ସମ୍ବନ୍ଧୀୟ ଅନେକ ସମସ୍ୟା ହୋଇଥାଏ । ତେଣୁ ନଡ଼ିଆକୁ ସୀମିତ ପରିମାଣରେ ଖାଇବା ଉଚିତ୍ ।

  • କୋଲେଷ୍ଟ୍ରଲ୍ର ସମସ୍ୟା ହୋଇପାରେ

ଅଧିକ ପରିମାଣରେ ନଡ଼ିଆ ଖାଇବା ଦ୍ୱାରା କୋଲେଷ୍ଟ୍ରଲ ସମସ୍ୟା ସୃଷ୍ଟି ହୋଇପାରେ । କାରଣ ନଡ଼ିଆରେ ପ୍ରଚୁର ତେଲ ଥାଏ, ଯାହା କୋଲେଷ୍ଟ୍ରଲ ସମସ୍ୟା ସୃଷ୍ଟି କରିଥାଏ ।

  • ଓଜନ ବୃଦ୍ଧି କରାଏ

ନଡ଼ିଆ ଖାଇବା ଦ୍ୱାରା ଓଜନ ବଢିପାରେ । କାରଣ ନଡ଼ିଆରେ କମ୍ କ୍ୟାଲୋରୀ ଏବଂ ଅଧିକ ଚିନି ଏବଂ ତେଲ ଥାଏ । ତେଣୁ ସୀମିତ ପରିମାଣର ନଡ଼ିଆ ଖାଇବା ଉଚିତ ।

  • ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ

ନଡ଼ିଆ ଖାଇବା ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ ହୋଇପାରେ । କାରଣ ନଡ଼ିଆରେ ଚିନିର ମାତ୍ରା ଅଧିକ ଥାଏ । ଯେଉଁଥିପାଇଁ ଶରୀରରେ ସୁଗାର ସ୍ତର ବୃଦ୍ଧି ପାଇପାରେ । ତେଣୁ ମଧୁମେହ ରୋଗୀମାନେ ସୀମିତ ପରିମାଣରେ ନଡ଼ିଆ ଖାଇବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.