ETV Bharat / health

ବର୍ଷାଦିନେ ଏହି ପନିପରିବାଠାରୁ ରୁହନ୍ତୁ ସତର୍କ, ନଚେତ ବଢ଼ିପାରେ ସଂକ୍ରମଣ - Vegetables To Avoid In Monsoon

author img

By ETV Bharat Odisha Team

Published : Jul 9, 2024, 4:52 PM IST

Monsoon Health Tips: ବର୍ଷା ଦିନେ ପ୍ରଚୁର ପରିମାଣରେ ସବୁଜ ପନିପରିବା ମିଳିଥାଏ । ହେଲେ କ'ଣ ଜାଣିଛନ୍ତି କି କେଉଁ ପରିବା ବର୍ଷାଦିନେ ନ ଖାଇବା ଉଚିତ । ଆସନ୍ତୁ ଜଣାଇବା କେଉଁ ପରିବା ବର୍ଷାଋତୁରେ ଖାଇବେ ନାହିଁ । ଅଧିକ ପଢ଼ନ୍ତୁ

Monsoon Health Tips
Monsoon Health Tips (ETV Bharat Odisha)

ହାଇଦ୍ରାବାଦ: ବର୍ଷା ଦିନ ଆସିବା ପରେ ଗରମ କମିଛି ସତ ହେଲେ ସଂକ୍ରମଣର ଅଧିକ ଆଶଙ୍କା ରହିଛି । ବର୍ଷାଦିନ ଆସିବା ସଙ୍ଗେସଙ୍ଗେ ବେମାରିକୁ ସାଙ୍ଗରେ ଧରି ଆସିଥାଏ । କାରଣ ବର୍ଷାଦିନେ ଖାଦ୍ୟପେୟରେ ସ୍ବଚ୍ଛତା ଅଭାବରୁ ରୋଗ ବୃଦ୍ଧି ହୋଇଥାଏ । ବିଶେଷ କରି ଜଳଜନୀତ ଓ ଫୁଡ୍‌ ପଏଜନିଂ ଭଳି ଖତରନାକ ସମସ୍ୟା ଦେଖାଦେଇଥାଏ । ତେବେ ଏଥିପାଇଁ ବିଶେଷଜ୍ଞମାନେ ବର୍ଷାଋତୁରେ କିଛି ପନିପରିବା ନ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । କାରଣ ବର୍ଷାଦିନେ କିଛି ପନିପରିବାରେ ଜୀବାଣୁ ଓ ବ୍ୟାକ୍ଟେରିଆ ଅଧିକ ଥାଆନ୍ତି । ଯାହାକୁ ଖାଇବା ଦ୍ବାରା ପେଟ ଜନିତ ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ବର୍ଷାଦିନେ କେଉଁ ପରିବା ଠାରୁ ସାବଧାନ ରହିବା ଉଚିତ ।

Spinach
Spinach (RKC)

ବର୍ଷା ଦିନେ ଖାଆନ୍ତୁ ନାହିଁ ଏସବୁ ପରିବା :

ବର୍ଷା ଦିନେ ମୁଖ୍ୟତଃ ପତ୍ର ଜାତୀୟ ପରିବା ଠାରୁ ଦୂରେଇ ରହିବା ଆବଶ୍ୟକ । ବର୍ଷାରେ ବ୍ୟାକ୍ଟେରିଆ ଓ ଫଙ୍ଗସ୍ ସଂକ୍ରମଣର ଆଶଙ୍କା ବେଶୀ ବଢିଯାଏ । ପତ୍ର ଯୁକ୍ତ ପନିପରିବାରେ ବିଭିନ୍ନ ପ୍ରକାର କୀଟ ପୋକ ବଂଶ ବୃଦ୍ଧି କରିଥାନ୍ତି । ପତ୍ର ଜାତୀୟ ପରିବାରେ ବର୍ଷା ଋତୁରେ ଅଧିକ ଜୀବାଣୁ ଥାଆନ୍ତି । ଯାହାକୁ ଖାଇବା ଦ୍ବାରା ପେଟରେ ସଂକ୍ରମଣ ହେବା ସହ ହଜମ ଜନିତ ସମସ୍ୟା ଦେଖାଦେଇଥାଏ । ବର୍ଷାଦିନେ ପତ୍ର ଜାତୀୟ ପରିବା ଯେପରିକି ପାଳଙ୍ଗ, ଶାଗ, ପତ୍ରକୋବି ବା ବନ୍ଧାକୋବି ଓ ଫୁଲକୋବି ଭଳି ପରିବାଠାରୁ ଦୂରେଇ ରହିବା ଉଚିତ ।

CauliFlower
CauliFlower (RKC)

ଫୁଲକୋବି, ପତ୍ରକୋବି ଓ ବ୍ରକଲି ଭଳି ପରିବାଠାରୁ ସାଧାରାଣତଃ ବର୍ଷାଦିନେ ଯଥାସମ୍ଭବ ଦୂରତା ରଖିବା ଉଚିତ । ଯଦିଓ ଏଗୁଡ଼ିକରେ ପୋଷଣ ତତ୍ତ୍ବ ଅଧିକ ଥାଏ, ମାତ୍ର ବର୍ଷାଋତୁରେ ଅଧିକ ଆର୍ଦ୍ରତା କାରଣରୁ ଏଥିରେ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାଏ । ତେଣୁ ବର୍ଷାଦିନେ ଏହି ପରିବା ଖାଉଥିଲେ ସାବଧାନ ରୁହନ୍ତୁ । କାରଣ ଏହି ପରିବା ଖାଇବା ଦ୍ବାରା ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

Cabbage
Cabbage (RKC)

ସେହିପରି ବର୍ଷାଦିନେ ମୂଳା, ଗାଜର ଓ ବିଟ୍‌ ଭଳି ମାଟି ତଳେ ଫଳୁଥିବା ପରିବାଠାରୁ ମଧ୍ୟ ଦୂରେଇ ରହିବା ଉଚିତ । ଯଦି ବି ଏଗୁଡ଼ିକ ଖାଉଛନ୍ତି ତେବେ ଏହାକୁ ଭଲ ଭାବରେ ଧୋଇ ସଫା କରି ଖାଆନ୍ତୁ । ବର୍ଷାରେ ମାଟି ଅଧିକ ଆର୍ଦ୍ରତା ଥିବା କାରଣରୁ ଏହି ପରିବା ଅଧିକ ଜଳ ଗ୍ରହଣ କରିଥାଏ । ଫଳସ୍ବରୂପ, ପରିବାଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଇଥାଏ । ତେଣୁ ଏହି ପରିବାଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜରେ ମଧ୍ୟ ରଖିବା ଉଚିତ ନୁହେଁ ।

Brinjal
Brinjal (RKC)

ସେହିପରି ଛତୁରେ ଅଧିକ ପୋଷକ ତତ୍ତ୍ବ ଥିଲେ ମଧ୍ୟ ବର୍ଷା ଦିନେ ଏହାଠାରୁ ଦୂରତା ରଖିବା ଉଚିତ । କରାଣ ବର୍ଷାଦିନେ ଛତୁରେ ବ୍ୟାକ୍ଟେରିଆ ବୃଦ୍ଧି ହୋଇଥାନ୍ତି । ଏହାକୁ ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ସେହିପରି ବାଇଗଣକୁ ମଧ୍ୟ ବର୍ଷାଦିନେ ନ ଖାଇବା ଭଲ । କାରଣ ବର୍ଷା ଦିନେ ମୁଖ୍ୟତଃ ବାଇଗଣରେ ପୋକ ଲାଗିଥାନ୍ତି । ଯାହା ଫଳରେ ଏଥିରେ ବ୍ୟାକ୍ଟେରିଆ ରହିଥାନ୍ତି । ତେଣୁ ବର୍ଷା ଦିନେ ଏସବୁ ପନିପରିବାଠାରୁ ଯଥେଷ୍ଟ ସତର୍କ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Mushroom
Mushroom (RKC)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.