ETV Bharat / health

ଇସକେମିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକରେ ପୀଡ଼ିତ ମିଥୁନ, ଜାଣନ୍ତୁ ଏହା କ'ଣ ?

author img

By ETV Bharat Odisha Team

Published : Feb 11, 2024, 4:24 PM IST

Ischemic Cerebrovascular Stroke: ବଲିଉଡ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥତା ହେତୁ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେ ଇସକେମିକ୍ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଏହି ଷ୍ଟ୍ରୋକ କ'ଣ, ଏହାର ଲକ୍ଷଣ ଏବଂ ନିରାକରଣ ବିଷୟରେ ଚାଲନ୍ତୁ ଜାଣିବା ।

ଇସକେମିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକରେ ପୀଡ଼ିତ ମିଥୁନ, ଜାଣନ୍ତୁ ଏହା କ'ଣ?

ହାଇଦ୍ରାବାଦ: ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଶନିବାର ସକାଳେ ଅସୁସ୍ଥତା କାରଣରୁ କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ମିଥୁନ ଚକ୍ରବର୍ତ୍ତୀ ଇସକେମିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକରେ ପୀଡିତ ଥିବା ନେଇ ଡାକ୍ତରୀ ଟିମ ପକ୍ଷରୁ ସୂଚନା ଦିଆଯାଇଥିଲା । ବର୍ତ୍ତମାନ ଅଭିନେତା ସୁସ୍ଥ ଥିବା ଜଣାପଡିଛି ଏବଂ ସେ ଆଇସିୟୁରୁ ମଧ୍ୟ ବାହାରିଛନ୍ତି । ତେବେ ଆପଣ ଜାଣନ୍ତି କି ଏହି ଇସକେମିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ କ’ଣ ? ଏହାର କାରଣ, ଲକ୍ଷଣ ଏବଂ ନିରାକରଣ ବିଷୟରେ ଜାଣନ୍ତୁ ।

ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ କ’ଣ?

ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ୍ ହେଉଛି ମସ୍ତିଷ୍କର ଏକ ଅବସ୍ଥା, ଯେଉଁଥିରେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ କମିଯାଏ ଏବଂ ଏହି କାରଣରୁ ମସ୍ତିଷ୍କ ଆବଶ୍ୟକୀୟ ପରିମାଣର ଅମ୍ଳଜାନ ପାଇପାରେ ନାହିଁ । ଏପରି ଅବସ୍ଥାରେ, ଯଦି ଠିକ୍ ସମୟରେ ଚିକିତ୍ସା ନ କରାଯାଏ, ତେବେ ମସ୍ତିଷ୍କର ସ୍ନାୟୁ ନଷ୍ଟ ହେବାକୁ ଲାଗେ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଲକ୍ଷଣ ଦେଖାଯାଏ । ଏହାର ଦୁଇ ପ୍ରକାର ହେଉଛି ଇସକେମିକ ଷ୍ଟ୍ରୋକ୍ ଏବଂ ହେମୋରାଜିକ ଷ୍ଟ୍ରୋକ ।

  • ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ ଦୁଇ ପ୍ରକାରର

୧. ଇସକେମିକ ଷ୍ଟ୍ରୋକ: ଏହା ହେଉଛି ସାଧାରଣ ପ୍ରକାର, ଯାହା ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ରକ୍ତ ନଳୀରେ ଅବରୋଧ ହେତୁ ଘଟିଥାଏ । ରକ୍ତ ଜମାଟ ବାନ୍ଧିବା, ଫ୍ୟାଟି ଜମା ହେବା କିମ୍ବା ଅନ୍ୟାନ୍ୟ କାରଣରୁ ଏହା ହୋଇପାରେ ।

୨. ହେମୋରାଜିକ ଷ୍ଟ୍ରୋକ: ଏହି ଷ୍ଟ୍ରୋକ୍ ଯେତେବେଳେ ମସ୍ତିଷ୍କରେ ଥିବା ଏକ ରକ୍ତନଳୀ ଫାଟିଯାଏ ଏବଂ ମସ୍ତିଷ୍କ ଟିସୁରେ ରକ୍ତସ୍ରାବ ହୁଏ । ଏହାକୁ ହେମୋରାଜିକ ସେରେବ୍ରୋଭାସ୍କୁଲାର ଷ୍ଟ୍ରୋକ କୁହାଯାଏ ।

ଇସକେମିକ୍ ଷ୍ଟ୍ରୋକ୍ ଲକ୍ଷଣ:-

  • ସଠିକ୍ ଦେଖିବାରେ ଅକ୍ଷମତା
  • ମୁହଁ, ହାତ କିମ୍ବା ଗୋଡରେ ଦୁର୍ବଳତା କିମ୍ବା ଯନ୍ତ୍ରଣା
  • ଚାଲିବାରେ ଅସୁବିଧା
  • କଥା କହିବା କିମ୍ବା ବୁଝିବାରେ ଅସୁବିଧା
  • ବିନା କାରଣରେ ମୁଣ୍ଡବିନ୍ଧା

ଇସକେମିକ୍ ଷ୍ଟ୍ରୋକର କାରଣ:-

  • ବୟସ ବଢିବା
  • ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେବା
  • ଉଚ୍ଚ ରକ୍ତଚାପ
  • ଅସ୍ୱାସ୍ଥ୍ୟକର ଜୀବନଶୈଳୀ
  • ଧୂମପାନ
  • ହାର୍ଟ ସମସ୍ୟା

ଏହା ମଧ୍ୟ ପଢନ୍ତୁ: ଆଇସିୟୁରୁ ବାହାରିଲେ ମିଥୁନ ଚକ୍ରବର୍ତ୍ତୀ, କାଲି ହୋଇଥିଲା ବ୍ରେନ ଷ୍ଟ୍ରୋକ

ନିରାକରଣ:-

  • ଏକ ସୁସ୍ଥ ଖାଦ୍ୟ ଗ୍ରହଣ କରନ୍ତୁ ଏବଂ ଆପଣଙ୍କର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ ।
  • ଯେତେବେଳେ ଆପଣ ସମୟ ପାଇବେ ପ୍ରତିଦିନ କିଛି ସମୟ ପାଇଁ ବ୍ୟାୟାମ କରନ୍ତୁ ।
  • ଯଦି ଆପଣ ରକ୍ତଚାପ ସହ ମଧୁମେହ ରୋଗରେ ପାଡ଼ିତ । ତେବେ ଡାଏଟ୍, ପରୀକ୍ଷା ଏବଂ ଔଷଧ ମାଧ୍ୟମରେ ଏହି ଦୁଇଟିକୁ ନିୟନ୍ତ୍ରଣରେ ରଖନ୍ତୁ ।
  • ଧୂମପାନ ଏବଂ ମଦ୍ୟପାନରୁ ଦୂରେଇ ରୁହନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.