ETV Bharat / health

କୋଲେଷ୍ଟ୍ରଲ ଠାରୁ ଓଜନ ନିୟନ୍ତ୍ରଣ ଯାଏଁ, ଦହି ଖାଇଲେ ମିଳିପାରେ ଏସବୁ ଫାଇଦା - Curd health benefits - CURD HEALTH BENEFITS

Curd health benefits: ନିୟମିତ ଦହି ଖାଇଲେ ମିଳେ ଅନେକ ସ୍ବାସ୍ଥ୍ୟଗତ ଫାଇଦା । ଏଥିରେ ଥିବା ପ୍ରୋବାୟୋଟିକ୍ସ, ପ୍ରୋଟିନ, କ୍ୟାଲେସିୟମ, ଭିଟାମିନ ଓ ଖଣିଜ ସାର ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ରକ୍ଷା କରେ । ପଢନ୍ତୁ ପୁରା ଖବର

କୋଲେଷ୍ଟ୍ରଲ ଠାରୁ ଓଜନ ନିୟନ୍ତ୍ରଣ ଯାଏଁ, ଦହି ଖାଇଲେ ମିଳିପାରେ ଏସବୁ ଫାଇଦା
କୋଲେଷ୍ଟ୍ରଲ ଠାରୁ ଓଜନ ନିୟନ୍ତ୍ରଣ ଯାଏଁ, ଦହି ଖାଇଲେ ମିଳିପାରେ ଏସବୁ ଫାଇଦା (ETV Bharat)
author img

By ETV Bharat Health Team

Published : Sep 26, 2024, 2:52 PM IST

Health Benefits Of Curd: ପ୍ରତିଦିନ ଦହି ଖାଉଛନ୍ତି କି ? ଯଦି ନା, ତାହେଲେ ଆଜିଠୁ ହିଁ ନିଜ ଖାଦ୍ୟ ଥାଳିରେ ଦହି ସାମିଲ କରନ୍ତୁ । କାରଣ ଦହି ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣରେ ଭରପୂର । ଏଥିରେ ପ୍ରୋବାୟୋଟିକ୍ସ, ପ୍ରୋଟିନ, କ୍ୟାଲେସିୟମ, ଭିଟାମିନ ଓ ଖଣିଜ ସାର ରହିଛି, ଯାହା ଶରୀର ପାଇଁ ଜରୁରୀ । ଦହି ଖାଇଲେ ହଜମ ପ୍ରକ୍ରିୟା ଉନ୍ନତ ହେବା ସହ ହାଡ ଓ ଦାନ୍ତ ମଜଭୁତ ହୁଏ । ହୃଦଜନିତ ରୋଗ ଆଶଙ୍କା କମିଥାଏ, ତ୍ବଚା ସୁସ୍ଥ ରଖେ, ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ ଓ କୋଲେଷ୍ଟ୍ରଲ ସ୍ତର ମଧ୍ୟ ହ୍ରାସ କରେ । ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକେ ପ୍ରତିଦିନ ଦହି ଖାଇବା ଭଲ ।

ଦହି ଅନେକ ପୋଷକ ତତ୍ତ୍ବରେ ଭରପୂର । ଏଥିରେ କ୍ୟାଲେସିୟମ, ମ୍ୟାଗ୍ନେସିୟମ, ଭିଟାମିନ-ଏ, ଡି, ଭିଟାମିନ ବି-12, ପ୍ରୋଟିନ, ସୋଡିୟମ, ପୋଟାସିୟମ, କ୍ୟାଲେସିୟମ ରହିଛି । ନିୟମିତ ଦହି ସେବନ ଦ୍ବାରା ନିମ୍ନୋଲିଖିତ ଫାଇଦା ମିଳିଥାଏ ।

ହଜମ ପ୍ରକ୍ରିୟା ଉନ୍ନତ କରେ: ଦହିରେ ପ୍ରୋବାୟୋଟିକ ଥାଏ, ଯାହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ । ବଦହଜମୀ ସମସ୍ୟାରେ ପୀଡିତ ଲୋକେ ନିୟମିତ ଦହି ସେବନ ଦ୍ବାରା ବେଶ୍ ଲାଭ ମିଳିଥାଏ ।

କୋଲେଷ୍ଟ୍ରଲ କମାଏ: ନିୟମିତ ଦହି ସେବନ କଲେ କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇପାରିବ । ଖରାପ କୋଲେଷ୍ଟ୍ରଲ ନିୟନ୍ତ୍ରଣ ରହେ । ହାଇ ବ୍ଲଡପ୍ରେସର (ଉଚ୍ଚ ରକ୍ତଚାପ) ଥିବା ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ୍ ଲାଭଦାୟକ ।

ଇମ୍ୟୁନିଟି ବଢାଏ: ଦହି ଭିଟାମିନ, ପ୍ରୋଟିନ, ଲୋକ୍ଟୋବାସିଲସ ଓ ଅନ୍ୟ ପ୍ରୋବାୟୋଟିକରେ ଭରପୂର, ଏହି ପୋଷକ ତତ୍ତ୍ବ ପେଟ ଭଲ ରଖିବା ସହ ଇମ୍ୟୁନିଟି ସିଷ୍ଟମ ସୁଦୃଢ କରେ । ଯାହାଫଳରେ ବିଭିନ୍ନ ସଂକ୍ରମଣ ଓ ରୋଗରୁ ରକ୍ଷା ମିଳିଥାଏ ।

ଓଜନ ନିୟନ୍ତ୍ରଣ: ଦହିରେ ହାଇ ପ୍ରୋଟିନ ମିଳେ, ଯାହା ତୃପ୍ତି ବଢାଇବା ସହ ଅଧିକ କ୍ୟାଲୋରୀ ସେବନ କମ୍ କରିବାରେ ସାହାଯ୍ୟ କରେ । ଏହା ପେଟ ଭର୍ତ୍ତି ହେଲା ଭଳି ଅନୁଭବ କରାଏ । ଭୋକ କମ୍ ହେଉଥିବାରୁ ଅଧିକ ଖାଦ୍ୟ ଗ୍ରହଣ କରିବାକୁ ପଡିନଥାଏ । ଯାହାଫଳରେ ଓଜନ ନିୟନ୍ତ୍ରଣ ରହିଥାଏ ।

ଦାନ୍ତ ଓ ହାଡମ ମଜଭୁତ କରେ: ଦହିରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ, ଫସଫରସ୍ ଓ ଜରୁରୀ ଖଣିଜ ସାର ଥାଏ, ଯାହା ହାଡ ଓ ଦାନ୍ତ ମଜଭୁତ କରେ । ପ୍ରତିଦିନ କ୍ୟାଲେସିୟମ ଓ ଫରଫରସ୍ ସେବନ ହାଡର ଘନତ୍ବ ବଜାୟ ରଖେ ଓ ଅଷ୍ଟିଓପୋରୋସିସ୍ (ହାଡ ଦୁର୍ବଳ ଓ ପୋଲା ହୋଇଯାଏ) ଭଳି ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ ।

ସୁସ୍ଥ ହୃଦୟ: ଦହିରେ ଭଲ ଫ୍ୟାଟ ଥାଏ, ଯାହା ଶରୀରରେ ଭଲ କୋଲେଷ୍ଟ୍ର ସ୍ତର ବଜାୟ ରଖେ । ନିୟମିତ ଦହି ଖାଇଲେ ଏହା ଖରାପ କୋଲେଷ୍ଟ୍ରଲ ଓ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରି ହୃଦଜନିତ ରୋଗ ଆଶଙ୍କା ହ୍ରାସ କରିଥାଏ । ଘରେ ପ୍ରସ୍ତୁତ ଲୋ ଫ୍ୟାଟ ଦହି ସେବନ ହାର୍ଟଆଟକ ଓ ଷ୍ଟ୍ରୋକ ବିପଦ କମ୍ କରେ ।

ମାନସିକ ଚାପ କମାଏ: ଦହିରେ ଥିବା ପ୍ରୋବାୟୋଟିକ ମାନସିକ ଚାପ, ଚିନ୍ତା ହ୍ରାସ କରେ ଓ ମୁଡ୍ ଭଲ ରଖେ । ତେଣୁ ପ୍ରତିଦିନ ନିଜ ଖାଦ୍ୟରେ ଦହି ସାମିଲ କରିବାକୁ ପରାମର୍ଶ ଦିଆଯାଏ ।

ସୁସ୍ଥ ତ୍ବଚା ଓ କେଶ: ଦହିରେ ଥିବା ଲାକ୍ଟିକ ଏସିଡ ନ୍ୟାଚୁରାଲ ଏକ୍ସଫୋଲିଆଣ୍ଟ ଭଳି କାମ କରେ । ଏହା ତ୍ବାଚାରୁ ମୃତ କୋଷିକା ହଟାଇବାରେ ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାକୁ ପ୍ରାକୃତିକ ମଇଶ୍ଚରାଜର ରୂପେ ବ୍ୟବହାର କରାଯାଇପାରେ । ଏଥିରେ ଆଣ୍ଟି ଏଜିଂ ଗୁଣ ରହିଛି, ଯାହାକି ନ୍ୟାଚୁରାଲ ଡାର୍କ ସ୍ପଟ (କଳାଦାଗ) ରିମୁଭର ଭାବେ କାମ କରିପାରେ । ଏଥିସହ ନିୟମିତ ଦହି ଖାଇବା ଦ୍ବାରା ଏଥିରେ ଥିବା ପ୍ରୋଟିନ, ଭିଟାମିନ, ମିନେରାଲ କେଶ ମଜଭୁତ କରିବା ସହ କେଶ ଝଡିବା କମ୍ କରେ । କେଶ ସୁସ୍ଥ ରଖେ ଓ ରୂପୀ ସମସ୍ୟା ମଧ୍ୟ ଦୂର କରେ ।

ଶରୀର ହାଇଡ୍ରେଟ ରଖେ: ଦହିରେ ଅତ୍ୟଧିକ ଜଳ ଥିବାରୁ ଏହା ଶରୀରକୁ ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ । ଦୈନନ୍ଦିତ କାର୍ଯ୍ୟ ପାଇଁ ଶରୀରକୁ ଆକ୍ଟିଭ ରଖିବା, ତାପମାତ୍ରା ନିୟନ୍ତ୍ରଣ କରିବା ଓ ଡିହାଇଡ୍ରେସନ ରୋକିବା ପାଇଁ ସଠିକ୍ ହାଇଡ୍ରେସନ ରହିବା ଜରୁରୀ ।

ଏହା ମଧ୍ୟ ପଢନ୍ତୁ: ସକାଳେ ଫିଙ୍ଗି ଦେଉଛନ୍ତି କି ବାସି ରୁଟି ? ଏହାର ଫାଇଦା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ - Stale roti health benefits

ଏହା ମଧ୍ୟ ପଢନ୍ତୁ: କାହିଁକି ପାଳନ ହୁଏ ଗର୍ଭନିରୋଧକ ଦିବସ, ଗର୍ଭନିରୋଧ ଔଷଧ ସେବନ କେତେ ସୁରକ୍ଷିତ ? - World Contraception Day 2024

ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.