ETV Bharat / health

ଗର୍ଭାବସ୍ଥାରେ ଧୁମ୍ରପାନ କିମ୍ବା ମଦ୍ୟପାନ କରୁଛନ୍ତି କି ? ଛୁଆ ଉପରେ ପଡିପାରେ ସାଙ୍ଘାତିକ ପ୍ରଭାବ - Effects Of Smoking During Pregnancy

author img

By ETV Bharat Odisha Team

Published : Jul 29, 2024, 10:58 PM IST

Effects Of Smoking During And After Pregnancy: ଗର୍ଭାବସ୍ଥାରେ ଧୁମ୍ରପାନ ଛୁଆ ପାଇଁ ସାଜିପାରେ କାଳ । ଛୁଆ ଉପରେ ପଡିପାରେ ସାଙ୍ଘାତିକ ପ୍ରଭାବ । ଏନେଇ ସ୍ତ୍ରୀ ପ୍ରସୂତୀ ବିଭାଗର ଡାକ୍ତର କଣ କହୁଛନ୍ତି ପଢ଼ନ୍ତୁ ।

Effects Of Smoking During  Pregnancy
Effects Of Smoking During Pregnancy (ETV Bharat Odisha)

ଭୁବନେଶ୍ବର: ବଦଳୁଛି ସମୟ । ଏହା ସହିତ ତାଳଦେଇ ପ୍ରତ୍ୟେକଙ୍କ ଜୀବନଶୈଳୀ ବି ବଦଳିବାରେ ଲାଗିଛି । ସମୟ ଥିଲା ନିଶା ସେବନ କେବଳ ପୁରୁଷମାନେ କରୁଥିଲେ । ହେଲେ ବର୍ତ୍ତମାନ ସମୟରେ ଅଧିକାଂଶ ମହିଳାମାନେ ନିଶା ସେବନ କରୁଛନ୍ତି । ବିଶେଷ କରି ଉଚ୍ଚବର୍ଗର ମହିଳାମାନେ ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ପୁରୁଷମାନେ ନିଶା ସେବନ କରୁଥିଲେ । କିନ୍ତୁ ବର୍ତ୍ତମାନ ମହିଳାମାନେ ମଧ୍ୟ ଧୁମ୍ରପାନ ଏବଂ ମଦ୍ୟପାନ ଭଳି କୁଅଭ୍ୟାସକୁ ଆପଣେଇ ନେଇଛନ୍ତି । ୫୦ ବର୍ଷ ମଧ୍ୟରେ ମହିଳାମାନଙ୍କ ଧୁମ୍ରପାନ ଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ମୃତ୍ୟୁହାର ଅଧିକ ହେଉଥିବା ନଜରକୁ ଆସିଛି । ଅନ୍ୟ ଦେଶ ଅପେକ୍ଷା ଆମ ଦେଶରେ ଖୁବ୍ କମ୍ ମହିଳା ସକ୍ରିୟ ଧୁମ୍ରପାନ କରୁଥିଲେ ମଧ୍ୟ ଅଧିକାଂଶ ମହିଳା ଓ ଶିଶୁ ନିଷ୍କ୍ରିୟ ଧୂମପାନ (ପାଶିଭ ସ୍ମୋକିଂ ବା ସେକେଣ୍ଡ ହ୍ୟାଣ୍ଡ ସ୍ମୋକିଂ)ର ଶିକାର ହେଉଛନ୍ତ । ହେଲେ ଜଣେ ମହିଳା ଗର୍ଭବତୀ ଥିବା ବେଳେ ମଦ୍ୟପାନ କରିବା ଉଭୟ ମହିଳା ଓ ଗର୍ଭସ୍ଥ ଶିଶୁଟି ଉପରେ କ'ଣ ପ୍ରଭାବ ପକାଇବ ସେନେଇ ସୂଚନା ଦେଇଛନ୍ତି ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ଜୟପ୍ରକାଶ ମିଶ୍ର ।

ଗର୍ଭାବସ୍ଥାରେ ଧୁମ୍ରପାନର ପ୍ରଭାବ: ଗର୍ଭାବସ୍ଥାରେ ଟବାକୋରେ ଥିବା ନିକୋଟିନ୍ ଶରୀର ଭିତରକୁ ଯିବା ଦ୍ଵାରା ଜରାୟୁକୁ ରକ୍ତ ଯୋଗାଉଥିବା ଧମନୀ ଅଣଓସାରିଆ ହୋଇଯାଏ । ତେଣୁ ଶିଶୁଟି ଗର୍ଭରେ ଭଲଭାବେ ବଢିପାରେ ନାହିଁ । ଏପରିକି ଅନେକ ସମୟରେ ଗର୍ଭରେ ଶିଶୁର ମୃତ୍ୟୁ ମଧ୍ୟ ଘଟିବାର ସମ୍ଭାବନା ଅଧିକ ଥାଏ । ଏହାସହ ଶିଶୁଟି ସମ୍ପୂର୍ଣ୍ଣ ରୂପେ ବିକଳାଙ୍ଗ ହେବାର ଆଶଙ୍କା ମଧ୍ୟ ଥାଏ । ପ୍ରସବ ସମୟରେ ଜରାୟୁର ଅସ୍ଵାଭାବିକ ସଂକୋଚନ ଓ ପ୍ରସାରଣ ହେତୁ ସ୍ଵାଭାବିକ ପ୍ରସବ ହୋଇ ନ ପାରି ସିଜରିଆନକୁ ଅନେକ ଆପଣାଇଥାନ୍ତି । ଯାହାଦ୍ଵାରା କ୍ଷତ ଶୁଖିବାକୁ ଡେରି ହୋଇଥାଏ । ସଦ୍ୟ ପ୍ରସୂତିମାନେ ମଧ୍ୟ ଶିଶୁକୁ ଠିକ୍ ଭାବରେ ସ୍ତନ୍ୟପାନ କରାଇପାରି ନଥାନ୍ତି । ଯେଉଁ ମହିଳାମାନେ ମାସିକ ଋତୁସ୍ରାବର ବିରତି ସମୟରେ ଧୂମପାନ କରୁଥାନ୍ତି, ସେମାନେ ମାନସିକ ଅବସାଦ ଭୋଗିଥାନ୍ତି । ଟିକିଏ ଟିକିଏ କଥାରେ ମଧ୍ୟ ଚିଡି ଚିଡା ହୋଇଥାନ୍ତି । ଅନେକ ସମୟରେ ସାମାନ୍ୟ କଥାରେ ବିରକ୍ତ ଭାବ ପ୍ରକାଶ ମଧ୍ୟ କରିଥାନ୍ତି ।
Effects Of Smoking During  Pregnancy
Effects Of Smoking During Pregnancy (Getty)
ଗର୍ଭାବସ୍ଥାରେ ନିଶା ସେବନ କରିବା ପରେ ସ୍ଵାସ୍ଥ୍ୟଗତ ଲକ୍ଷଣ:

ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ କାଶ, କୃନିକ୍ ରେସପିରେଟୋରି ଡିଜିଜ୍, ଶ୍ଵାସ, ଦୃଦରୋଗ ଓ ଫୁସଫୁସ୍ କର୍କଟ ରୋଗ ଭୋଗିଥାନ୍ତି । ମାସିକ ଋତୁସ୍ରାବ ପରେ ହେଉଥିବା ଜଟିଳତା ଯଥା, ଦେହରୁ ଝାଳ ବୋହିବା, ରାତିରେ ବାରମ୍ବାର ନିଦ ଭାଙ୍ଗିବା, ମୁତ୍ର ସଂକ୍ରମଣ ଆଦି ମହିଳାମାନଙ୍କ ଠାରେ ଅଧିକ ପରିମାଣରେ ଦେଖାଦେଇଥାଏ । ଯେଉଁମାନେ ଖଇନି ଓ ଧୂଆଁପତ୍ର ବ୍ୟବହାର କରୁଛନ୍ତି ସେମାନେ ମଧ୍ୟ ମୁଖଗହ୍ଵର କର୍କଟ ରୋଗ ଭୋଗିଥାନ୍ତି । ଏହା ସହ ନିୟମିତ ଧୂମପାନ କରୁଥିବା ମହିଳାମାନଙ୍କର ସ୍ୱାସ୍ଥ୍ୟହାନୀ, ମାନସିକ ଅବସାଦ ହେବା ସହ ସୌନ୍ଦର୍ଯ୍ୟ ହାନୀ ମଧ୍ୟ ହୋଇଥାଏ । ସେମାନଙ୍କର ଦୁର୍ବଳ ସ୍ୱାସ୍ଥ୍ୟ ସହ ଓଠ କଳା ପଡିଯିବା ସହ ବିଶେଷ ଭାବରେ ମୁହଁର ଆକର୍ଷଣ କମିଯାଇଥାଏ ।

ମହିଳା ନିଶାସେବନ କଲେ କ'ଣ ହୁଏ:ମହିଳାମାନେ ତମାଖୁ ସେବନ କରିବା ଦ୍ବାରା ଗର୍ଭଧାରଣରେ ବାଧା ଉପୁଜିଥାଏ । ଓଭାରିରେ ସମସ୍ୟା ହୋଇଥାଏ । ମହିଳାଙ୍କ କ୍ଷେତ୍ରରେ ପରିପକ୍ବ ଡିମ୍ବାଣୁ ଠିକ ଭାବରେ ହୋଇପାରେ ନାହିଁ । ତେବେ ତମାଖୁ ସେବନ ଦ୍ବାରା ଗର୍ଭଧାରଣର ପ୍ରୟାସ, ଗର୍ଭାବସ୍ଥା ଏବଂ ଛୁଆଜନ୍ମ ହେବା ମଧ୍ୟ ସମସ୍ୟା ଉପୁଜିଥାଏ । ଗର୍ଭଧାରଣର ନଅ ମାସ ମଧ୍ୟରେ ଜଣେ ମହିଳା ଧୁମ୍ରପାନ କରୁଥିଲେ ବିଶେଷ ଭାବରେ ଭ୍ରୁଣର ବିକାଶରେ ବାଧା ସୃଷ୍ଟି ହୋଇଥାଏ । କେବଳ ଧ୍ରୁମପାନ ନୁହେଁ ବରଂ ଆଖପାଖରେ ଯଦି କେହି ଧୂମ୍ରପାନ କରିବା ଦ୍ବାରା ପରୋକ୍ଷ ଭାବେ ଗର୍ଭବତୀ ମହିଳାଙ୍କ ଉପରେ ପ୍ରଭାବ ପଡିଥାଏ । ବିଶେଷ ଭାବରେ ଗର୍ଭଧାରଣରେ ସମସ୍ୟା, ଗର୍ଭାଶୟରେ ସମସ୍ୟା କିମ୍ବା ଶିଶୁ ଜନ୍ମ ହେବା ପରେ ମଧ୍ୟ ସମସ୍ୟା ଦେଖାଯିବା ସମ୍ଭାବନା ରହିଥାଏ । ଧୂମ୍ରପାନରେ ଆକ୍ରାନ୍ତ ମହିଳାମାନେ ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ସହ ଜଟିଳ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଗର୍ଭବସ୍ଥାରେ ଧୂମ୍ରପାନ କଲେ ଛୋଟ ପିଲାଙ୍କ ଅଙ୍ଗରେ ତ୍ରୁଟି, ଗ୍ୟାଷ୍ଟ୍ରୋସିସିସ୍, ହାଇପୋସ୍ପାଡିଆସ ସହ କମ ଓଜନର ଶିଶୁ ଜନ୍ମ ନେବା ଭଳି ସମସ୍ୟା ଦେଖାଯାଇଥାଏ । ଶିଶୁଙ୍କ ଉପରେ ପ୍ରଭାବ:ଯଦି ମାଆ ଗର୍ଭାବସ୍ଥାରେ ବା ପରେ ମଦ୍ୟପାନ କି ଧୂମ୍ରପାନ କରେ ତେବେ ସିଧାସଳଖ ଭାବରେ ପିଲାଙ୍କ ଉପରେ ପ୍ରଭାବ ପଡ଼ିଥାଏ । ଗର୍ଭାବସ୍ଥାରେ ନିଶା ସେବନ କଲେ ବିଶେଷ ଭାବରେ ମାଆମାନଙ୍କର ଡାଇବେଟିସ ଭଳି ଲକ୍ଷଣ ଦେଖାଯାଇଥାଏ । ତେବେ ଏହାର ମଧ୍ୟ ପ୍ରଭାବ ଛୁଆଙ୍କ ଉପରେ ସିଧାସଲଖ ଭାବରେ ପଡ଼ିଥାଏ । ଏପରିକି ଛୁଆ ବିକଳାଙ୍ଗ ହେବାର ସମ୍ଭାବନା ଅଧିକ ରହିଥାଏ । ଏହାସହ ଛୁଆ ମାନସିକ ସ୍ତରରେ ଠିକ ଭାବରେ ପରିପକ୍ବତା ପାଇନଥାଏ । ଏହାର ନିରାକରଣ:ଯେଉଁ ମହିଳାମାନେ ଖୁସି ପାଇଁ ଏହା କରୁଛନ୍ତି ନିହାତି ଭାବରେ ସେମାନଙ୍କୁ ମନା କରାଯାଉଛି । ଯେଉଁମାନେ ଆଗରୁ ଅଭ୍ୟସ୍ତ ରହିଛି ସେମାନେ ଧୀରେ ଧୀରେ ଏହାକୁ କମାଇବାକୁ ଉଚିତ୍‌ । ପ୍ରଥମେ ଏହାକୁ ଛାଡ଼ିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରନ୍ତୁ । କେଉଁ ସମୟରେ ଧୂମପାନ କରନ୍ତି ତାହା ସ୍ଥିର କରନ୍ତୁ । ଧୂମପାନ ପ୍ରତି ନିଜର ନିର୍ଭରଶୀଳତାକୁ ଧୀରେ ଧୀରେ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ । ଅଧିକ ମାତ୍ରାରେ ଯୋଗ କରିବା ସହ କୌଣସି ଏକ କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବା ଆବଶ୍ୟକ । ଏହା ମଧ୍ୟ ପଢ଼ନ୍ତୁ...ଖରାପ କୋଲେଷ୍ଟ୍ରଲରୁ ମିଳିବ ମୁକ୍ତି, ସକାଳୁ ପିଅନ୍ତୁ ଏହି ଜୁସ୍‌ - Juice To Avoid High Cholesterolଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.