ETV Bharat / health

ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ 'ଅଣ୍ଡା 65', ମାତ୍ର ଦଶ ମିନିଟ୍‌ରେ...

ମାତ୍ର କେଇ ମିନିଟରେ ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ ଅଣ୍ଡା 65 । ପୁରା ଖୁସ୍ ହୋଇଯିବେ ପରିବାର ଲୋକ । ଜାଣନ୍ତୁ ରେସିପି

author img

By ETV Bharat Lifestyle Team

Published : 2 hours ago

ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ 'ଅଣ୍ଡା 65', ମାତ୍ର ଦଶ ମିନିଟ୍‌ରେ...
ଘରେ ବନାନ୍ତୁ ରେସ୍ତୋରାଁ ଷ୍ଟାଇଲ 'ଅଣ୍ଡା 65', ମାତ୍ର ଦଶ ମିନିଟ୍‌ରେ... (ETV Bharat)

Restaurant style egg 65: ଆପଣ ମଟନ୍ 65, ଚିକେନ 65 ଖାଇଥିବେ । ହେଲେ କେବେ ଅଣ୍ଡା ବା ଏଗ୍ 65 ଖାଇଛନ୍ତି କି ? ଯଦି ନା, ତାହେଲେ ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ଏହି ସ୍ବାଦିଷ୍ଟ ଡିସ୍ । ସନ୍ଧ୍ୟାବେଳେ କିଛି ଫାଷ୍ଟଫୁଡ ଖାଇବାକୁ ଖାଇବାକୁ ମନ ହେଉଥିଲେ ନିଜ ଘରେ ରେସ୍ତୋରାଁ ଷ୍ଟାଇଲରେ 'ଅଣ୍ଡା 65' ବନାଇ ଖାଇପାରିବେ, ତା' ପୁଣି ମାତ୍ର କେଇ ମିନିଟ୍‌ରେ । ଏହି ଡିସ୍ ଆମିଷପ୍ରେମୀ, ଛୋଟ ଛୁଆଙ୍କୁ ଭାରି ପସନ୍ଦ ଆସିବ । ଏହା ସ୍ବାଦିଷ୍ଟ ସହ ସ୍ବାସ୍ଥ୍ୟ ପାଇଁ ବି ଭଲ । ଚାଲନ୍ତୁ ଜାଣିବା କେମିତି ପ୍ରସ୍ତୁତ ହୁଏ ଏହି ଅଣ୍ଡା 65 ।

ଆବଶ୍ୟକୀୟ ସାମଗ୍ରୀ:

  • ସିଝା ଅଣ୍ଡା
  • ବେସନ- ଅଧା କପ୍
  • ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ
  • ଅଦା
  • ରସୁଣ
  • କଞ୍ଚା ଲଙ୍କା
  • ଭୃସଙ୍ଗ ପତ୍ର
  • ଧନିଆ ପତ୍ର
  • ତେଲ

ପ୍ରସ୍ତୁତି ପ୍ରଣାଳୀ

  • ଗୋଟିଏ ପାତ୍ର ନିଅନ୍ତୁ । ସିଝା ଅଣ୍ଡାଗୁଡିକରୁ କେଶର ବାହାର କରି ଟିକ୍ ଟିକ୍ କରି କାଟି ରଖନ୍ତୁ ।
  • ପ୍ରଥମେ ଅଦା, ରସୁଣ ଓ କଞ୍ଚାଲଙ୍କାକୁ ଛୋଟ ଛୋଟ ଗୁଣ୍ଡ କରି ଅଣ୍ଡାରେ ପକାନ୍ତୁ ।
  • ଅଧା କପ୍ ବେସନ ପକାନ୍ତୁ ।
  • ଏବେ ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ, ଗରମ ମସାଲା, ସ୍ବାଦ ଅନୁସାରେ ଲୁଣ ମିଶାନ୍ତୁ ।
  • ଶେଷରେ ଗୋଟିଏ କଞ୍ଚା ଅଣ୍ଡା ଫଟାଇ ଏହି ମିଶ୍ରଣରେ ଗୋଳାନ୍ତୁ ।
  • ଏହାକୁ ଗୋଳାଇବା ଲାଗି ଆଦୌ ପାଣି ବ୍ୟବହାର କରିବେ ନାହିଁ ।
  • ସେହି ଅଣ୍ଡା ମିଶ୍ରଣକୁ ଭଲ ଭାବେ ଗୋଳାଇ ଛୋଟ ଛୋଟ ଗୁଳା କରି ତେଲରେ ଛାଣନ୍ତୁ ।
  • ମଧ୍ୟମ ଆଞ୍ଚରେ 5ରୁ 7 ମିନିଟ୍ ଛାଣିବା ପରେ ବାହର କରି ଦିଅନ୍ତୁ ।
  • ଆଉ ଏକ କଡେଇରେ ଅଳ୍ପ ତେଲ ଗରମ କରନ୍ତୁ । ଏଥିରେ ଗୋଟିଏ ଚାମଚ କଟା ରସୁଣ, କଞ୍ଚାଲଙ୍କା ଓ ଭୃସଙ୍ଗ ପତ୍ର ପକାଇ ଗୋଳାନ୍ତୁ ।
  • ଏହାପରେ ଅଣ୍ଡା ପକାନ୍ତୁ । ଏହା ଉପରେ ଅଳ୍ପ ଲୁଣ ଓ ଲଙ୍କାଗୁଣ୍ଡ ମିଶାନ୍ତୁ ।
  • କଞ୍ଚା ଲଙ୍କା ଦୁଇ ଫାଳ କାଟି ପକାନ୍ତୁ ।
  • ଏବେ ଟମାଟୋ ସସ୍ ପକାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଆପଣ ଚାହିଁଲେ ଚିଲି ସସ୍ ମିଶାଇ ପାରିବେ ।
  • ପ୍ରସ୍ତୁତ ହୋଇଗଲା ଅଣ୍ଡା 65 । ପ୍ଲେଟରେ ବାହାର କରି ଗରମ ଗରମ ପରିଷ ଦିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: କୁମାର ପୂର୍ଣ୍ଣିମା ସ୍ପେଶାଲ; ଘରେ ବନାନ୍ତୁ ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା

ଏହା ମଧ୍ୟ ପଢନ୍ତୁ: ବେକର କଳାପଣ ନେଇ ଚିନ୍ତିତ କି ? ଏମିତି ଚୁଟ୍‌କିରେ କରନ୍ତୁ ଦୂର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.