ETV Bharat / health

ସମୟରେ ଋତୁସ୍ରାବ ହେଉନଥିଲେ କରନ୍ତୁନି ଅଣଦେଖା, ଆସିପାରେ ବଡ଼ ବିପଦ ! ଜାଣନ୍ତୁ ସମାଧାନର ବାଟ - Irregular Menstruation

author img

By ETV Bharat Odisha Team

Published : Aug 4, 2024, 8:17 PM IST

Irregular Menstruation: ମହିଳାଙ୍କ କ୍ଷେତ୍ରରେ ଋତୁସ୍ରାବରେ ଅନିୟମିତତା ଦେଖାଦେବା ହେଉଛି ଚିନ୍ତାର କାରଣ । ଏହା ବହୁ ରୋଗର ଲକ୍ଷଣ ହୋଇପାରେ । ସ୍ତ୍ରୀ ପ୍ରସୂତି ଡାକ୍ତର ଶିବାନୀ ଦେବୀଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସତର୍କ ଓ କ'ଣ ପଦକ୍ଷେପ ନେବେ ।

Irregular Menstruation
Irregular Menstruation (Getty Images)

ଭୁବନେଶ୍ବର: ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା । ଋତୁସ୍ରାବ ହେଉଛି ନାରୀ ଜୀବନର ଏକ ବିଶେଷ ଅଂଶ । ଏହା ବିନା ନାରୀ ମା’ ହୋଇପାରେ ନାହିଁ । ସାଧାରଣତଃ 22 ରୁ 30 ଦିନ ଭିତରେ ଋତୁସ୍ରାବ ହୋଇଥାଏ । କିନ୍ତୁ ଗୋଟିଏ ଗୋଟିଏ ମାସରେ ଋତୁସ୍ରାବ ହେଉନଥିବା ଭଳି ସମସ୍ୟା ଦେଖାଦିଏ । ଏହା ପଛର ଅନେକ କାରଣ ରହିଛି । ମାନସିକ, ଶାରୀରିକ ଚାପ, ଚିନ୍ତା ଏବଂ ହରମୋନରେ ଅସନ୍ତୁଳନତା କାରଣରୁ ଋତୁସ୍ରାବରେ ବିଳମ୍ବ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଥାଆନ୍ତି । ଏହାକୁ ନେଇ କ'ଣ ପରାମର୍ଶ ଦେଇଛନ୍ତି ସ୍ତ୍ରୀ ପ୍ରସୂତି ଡାକ୍ତର ଶିବାନୀ ଦେବୀ ଆସନ୍ତୁ ଜାଣିବା ।

Irregular Menstruation (ETV Bharat Odisha)

ଅନିୟମିତତା ଋତୁସ୍ରାବର ସମୟ:

ସ୍ତ୍ରୀ ପ୍ରସୂତି ଡାକ୍ତର ଶିବାନୀ ଦେବୀ କହିଛନ୍ତି, "ଋତୁସ୍ରାବ ଅନିୟମିତତା ଭିନ୍ନ ଭିନ୍ନ ବୟସ ରହିଛି । ଗୋଟିଏ 15 ରୁ 30 ବର୍ଷରୁ କମ । ଅନ୍ୟଟି 35 ବର୍ଷରୁ ଊର୍ଦ୍ଧ୍ବ । ଯେମିତିକି 30 ବର୍ଷ ବା ନୂଆ କରି ବିବାହ କରିଥିବା ମହିଳାଙ୍କ ଋତୁସ୍ରାବରେ ଅନିୟମିତତା ଅଧିକ ଦେଖାଯାଉଛି । ଏହାର ମୁଖ୍ୟକାରଣ ପଲିଷ୍ଟିକ ଓଭରି ସିଣ୍ଡ୍ରୋମ (PCOS) । ଏହା କଲେଜ ଯାଉଥିବା ଝିଅମାନେ ବା ଚାକିରି କରୁଥିବା ଝିଅମାନଙ୍କ କ୍ଷେତ୍ରରେ ବହୁ ମାତ୍ରାରେ ଦେଖାଯାଉଛି । ଶାରୀରିକ ବ୍ୟାୟାମ ଉପରେ ଗୁରୁତ୍ବ ଦିଆଯାଉନାହିଁ । ଆଧୁନୀକରଣ ଲାଇଫ ଷ୍ଟାଇଲ, ଖାଦ୍ୟରେ ଜଙ୍କ ଫୁଡ, ଚକୋଲେଟ୍, ଅଧିକ ମିଠା ଖାଉଥିଲେ ଏହି ସମସ୍ୟା ଦେଖାଦିଏ । ଏହାସହ ଷ୍ଟ୍ରେସ ଅଧିକ ରହିଲେ ଏଭଳି ଦେଖାଯାଇଥାଏ । ଯାହା ଫଳରେ ମେଦବହୁଳତା ମଧ୍ୟ ଅଧିକ ରହିଥାଏ । ପିସିଓଏସ ଗୋଟିଏ ଲାଇଫ ଷ୍ଟାଇଲ ରୋଗ ।"

Irregular Menstruation
Irregular Menstruation (Getty Images)

କାହିଁକି ହୋଇନଥାଏ ସଠିକ ସମୟରେ ଋତୁସ୍ରାବ?

ଡାକ୍ତର ଶିବାନୀ ଦେବୀ କହିଛନ୍ତି, "ଆଜିକାଲି ଅନେକ ଅବିବାହିତ ମହିଳାଙ୍କର ସଠିକ ସମୟ ଅନୁସାରେ ଋତୁସ୍ରାବ ହୋଇନଥାଏ । ଯାହା ଫଳରେ ଅନେକ ସମସ୍ୟା ଦେଖାଯାଇଥାଏ । ବିଶେଷ ଭାବରେ ଓଭାରିରେ ଛୋଟ ଛୋଟ ଚର୍ବି ଏକାଠି ହୋଇଥାଏ । ଯାହା ଫଳରେ ସଠିକ ସମୟରେ ଋତୁସ୍ରାବ କରିନଥାଏ । ତେଣୁ ଗର୍ଭାଶୟରେ ସୃଷ୍ଟି ହେଉଥିବା ଅଣ୍ଡା ମଧ୍ୟ ସଠିକ ଭାବରେ ବିକଶିତ ହୋଇ ପାରିନଥାଏ । ଏଣୁ ଗର୍ଭବତୀ କରାଇବାରେ ମଧ୍ୟ ସମସ୍ୟା ସୃଷ୍ଟି କରିଥାଏ । ଏପରିକି 30 ଦିନରେ ଥରେ ଋତୁସ୍ରାବ କରିବାକୁ ଦିଏ ନାହିଁ । ଅନେକ ଝିଅ ମାନଙ୍କର 3 ମାସ ଓ 6 ମାସ ଏଭଳି କି ଏକ ବର୍ଷ ଧରି ଋତୁସ୍ରାବ ହୋଇନଥାଏ । ଯାହାକୁ ଅଣଦେଖା କରିଥାନ୍ତି । କିନ୍ତୁ ବର୍ଷ ବର୍ଷ ଧରି ଋତୁସ୍ରାବ ନହେବା କାରଣରୁ ଅନେକ ସମସ୍ୟା ଦେଖାଯାଇଥାଏ । ତେବେ ଏହି ସମୟରେ ଯେତେବେଳେ ଅଲଟ୍ରାସାଉଣ୍ଡ କରାଯାଏ ସେଥିରେ ପିସିଓଏସ ବାହାରିଥାଏ । ଯାହା ଏକ ମାରାତ୍ମକ ରୋଗ ଅଟେ ।"

କେଉଁ ବୟସରେ ଅନିୟମିତତା ଦେଖାଯାଏ ?

"ପିସିଓଏସ ବିଶେଷ ଭାବରେ 18 ବର୍ଷ ଠାରୁ ଆରମ୍ଭ କରି 40 ବର୍ଷ ବୟସର ଝିଅମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ଯେଉଁ ମାନଙ୍କର ବର୍ଷ ବର୍ଷ ଧରି ଋତୁସ୍ରାବ ହୋଇନଥାଏ । ସେମାନେ ଅନେକ ସମସ୍ୟାରେ ପଡିଥାନ୍ତି । ଏପରିକି ଭବିଷ୍ୟତରେ ମଧ୍ୟ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି" ବୋଲି କହିଛନ୍ତି ଡାକ୍ତର ଶିବାନୀ ଦେବୀ ।

Irregular Menstruation
Irregular Menstruation (Getty Images)

ଅନିୟମିତ ଋତୁସ୍ରାବର ଲକ୍ଷଣ:
ସ୍ତ୍ରୀ ପ୍ରସୂତି ବିଭାଗର ଡାକ୍ତର ଦେବୀ କହିଛନ୍ତି, "ଝିଅମାନଙ୍କର ଋତୁସ୍ରାବ ପ୍ରତ୍ୟେକ 30 ଦିନରେ ଥରେ ଆସିବା କଥା । ଅନେକ ଝିଅମାନଙ୍କର ଏହି ସମୟରେ ଆସିଥାଏ । ଏହାର ଲକ୍ଷଣ ଦେଖିଲେ ଝିଅର ଅଚାନକ ଭାବରେ ଓଜନରେ ବୃଦ୍ଧି ଘଟିବା, ମୁହଁ, ଛାତି, ଥୋଡି ତଳେ ଓ ଶରୀରର ଅନ୍ୟ କିଛି ସ୍ଥାନରେ ଛୁଟି ଆସିଥାଏ" ବୋଲି କହିଛନ୍ତି । ଏହା ସହ ସେ କହିଛନ୍ତି ଯେ, "ମୁହଁରେ ଅଧିକ ଭାବରେ ବ୍ରଣ ଦେଖାଯିବା । ଗର୍ଭଧାରଣ ପାଇଁ ଯୋଜନା କରୁଛନ୍ତି କିନ୍ତୁ ଗର୍ଭବତୀ ହେଇପାରୁନାହାନ୍ତି" ବୋଲି ଅସୁବିଧା ବା ଲକ୍ଷଣ ଦେଖିବାକୁ ମିଳିଥାଏ ।

ଅନିୟମିତତା ଋତୁସ୍ରାବ କେତେ କ୍ଷତିକାରକ ?

ସ୍ତ୍ରୀ ପ୍ରସୂତି ଡାକ୍ତର ଶିବାନୀ ଦେବୀ କହିଛନ୍ତି, "ଯଦି ଗୋଟିଏ ଝିଅ ବର୍ଷ ବର୍ଷ ଧରି ଋତୁସ୍ରାବରେ ଅନିୟମିତତା ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବହୁ ବର୍ଷ ଧରି ଏହି ସମସ୍ୟା ହେବା ଦ୍ବାରା ଡାଇବେଟିସ ହୋଇଥାଏ । ଏହାସହ କ୍ୟାନ୍ସର ଭଳି ଅନେକ ରୋଗ ମଧ୍ୟ ଦେଖିବାକୁ ମିଳିଥାଏ । ମାନସିକ ସ୍ତରରେ ଅନେକ ସମସ୍ୟା ଦେଖାଯାଇଥାଏ । କାରଣ ସେ ନିଜେ ଜାଣିନଥାଏ କେତେବେଳେ ଋତୁସ୍ରାବ ହେବ । କେଉଁଠିକୁ ଯିବାର ଅଛି ବା କୌଣସି ଗୁରୁତ୍ଵପୂର୍ଣ୍ଣ କାମରେ ବାହାରକୁ ଯିବାର ଅଛି, ତେଣୁ ଚିନ୍ତାରେ ରହିବାକୁ ପଡେ । ଯାହା ମାନସିକ ଉପରେ ଗୁରୁତର ଭାବରେ ପ୍ରଭାବ ପକାଏ ।"

ଏହା ବି ପଢନ୍ତୁ...ପିଲାଙ୍କ ଗଳାରେ ସଂକ୍ରମଣ ହେଲେ ସାଙ୍ଘାତିକ, ହୋଇପାରେ ହାର୍ଟ ଭାଲବ ରୋଗ - Heart Valve Disease

ଗର୍ଭଧାରଣ ଉପରେ ପ୍ରଭାବ:
"ପଲିଷ୍ଟିକ ଓଭାରି ଏକ ପ୍ରମୁଖ କାରଣ ହେଉଛି ଛୁଆଁ ଜନ୍ମ ନହେବା । ବିଶ୍ୱରେ ଏହାର ମାତ୍ରା ଅଧିକ ଦେଖାଯାଇଥାଏ । ପଲିଷ୍ଟିକ ଓଭାରି ଅର୍ଥ ଅଣ୍ଡା ଗୁଡ଼ିକ ଫରମେସନ ସଠିକ ଭାବରେ ହୋଇନଥାଏ । ଫଳରେ ଛୁଆ ରହିବାକୁ ଅନେକ ସମସ୍ୟା ଦେଖାଯାଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଇନଫର୍ଟିଲିଟି । ଏହାକୁ ରୋକିବା ପାଇଁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ବିଭିନ୍ନ ପ୍ରକାରର ଟେଷ୍ଟ ଦ୍ଵାରା ଜଣାପଡ଼ିଥାଏ କି ଜଣଙ୍କର ଓଭାରୀ ରୋଗ ଅଛି କି ନାହିଁ" ବୋଲି କହିଛନ୍ତି ଡାକ୍ତର ।

ଅନିୟମିତତା ଋତୁସ୍ରାବର ସମାଧାନ:

"ଏହା ଏକ ଲାଇଫ ଷ୍ଟାଇଲ ରୋଗ । ଯଦି ଲାଇଫ ଷ୍ଟାଇଲରେ କିଛି ପରିବର୍ତ୍ତନ ହୁଏ ତେବେ ଏଭଳି ରୋଗ ହୋଇଥାଏ । ତେଣୁ ଯଦି ସଠିକ ଭାବରେ ଖାଦ୍ୟ ଗ୍ରହଣ ନକରିବା, ବ୍ୟାୟାମ ନକରିବା ତେବେ ହରମୋହନ ସନ୍ତୁଳନ ଅଭାବ ଦେଖାଦେବ । ତେବେ ଏଥିରୁ ନିବୃତ ରହିବା ପାଇଁ ପ୍ରତ୍ୟେକ ଦିନ 30 ମିନିଟ ବ୍ୟାୟାମ ସମେତ ଯୋଗ କରିବା ଆବଶ୍ୟକ । ଜଙ୍କ ଫୁଡ୍, ମଇଦା, ଅତ୍ୟାଧିକ ତେଲ ମସଲା ଜିନିଷ ମଇଦା ଆଦିକୁ ଅଣଦେଖା କରିବା ଆବଶ୍ୟକ । ଦୈନିକ ଫଳ, ଶାଗ, ପନିପରିବା ଅତ୍ୟଧିକ ପରିମାଣରେ ଖାଇବା ଆବଶ୍ୟକ। ଏହା ସହିତ ଯଦି ଅନିୟମିତତା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ" ବୋଲି କହିଛନ୍ତି ଡାକ୍ତର ଶିବାନୀ ଦେବୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.