ETV Bharat / health

କେଶ ଝଡିବା ଚିନ୍ତା; ଲଗାନ୍ତୁ ପିଆଜ ରସ- ପୁଣି ଉଠିବ କେଶ, ମୂଳ ହେବ ମଜଭୂତ ! ଖର୍ଚ୍ଚ କରିବାକୁ ପଡିବନି ମୋଟା ଅଙ୍କର ଟଙ୍କା - Onion Juice for Hair

author img

By ETV Bharat Odisha Team

Published : Jul 16, 2024, 3:01 PM IST

Onion Juice for Hair: ଯୁବାବସ୍ଥାରୁ କେଶ ଉପୁଡିଯାଉଥିବାରୁ ଏହାକୁ ନେଇ ଯୁବପୀଢି ବେଶ ଚିନ୍ତିତ । ତେବେ ଏହି ସମସ୍ୟାର ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବର ଉପଯୋଗୀ । କେଶ ଝଡିବା ରୋକିବା ପାଇଁ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଆପଣଙ୍କ ରୋଷେଇ ଘରେ ରହିଛି ଏଭଳି ଏକ ଜିନିଷ ଯାହାକୁ ବ୍ୟବହାର କରି ଆପଣ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବେ ।

ପିଆଜ ରସ ରୋକିବ ବନ୍ଦ କରିବ କେଶ ଝଡା !
ପିଆଜ ରସ ରୋକିବ ବନ୍ଦ କରିବ କେଶ ଝଡା ! (RKC)

ହାଇଦ୍ରାବାଦ: ପୁଅ ହେଉ କି ହେଉ କେଶ ଝଡିବା ସମସ୍ୟାକୁ ନେଇ ଆଜିକାଲି ସମସ୍ତେ ଚିନ୍ତିତ । ଆଧୁନିକ ଜୀବନଶୈଳୀ, ପରିବେଶ ପ୍ରଦୂଷଣ, ଖାଦ୍ୟ ପାନୀୟରେ ଅନିୟମିତତା, ରାସାୟନିକ ପଦାର୍ଥର ବ୍ୟବହାର ଆଦି କେଶ ଝଡିବାର ମୁଖ୍ୟ କାରଣ । ଯୁବାବସ୍ଥାରୁ କେଶ ଉପୁଡିଯାଉଥିବାରୁ ଏହାକୁ ନେଇ ଯୁବପୀଢି ବେଶ ଚିନ୍ତିତ । ତେବେ ଏହି ସମସ୍ୟାର ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ଏହି ଖବର ଉପଯୋଗୀ । କେଶ ଝଡିବା ରୋକିବା ପାଇଁ ଆପଣଙ୍କୁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିବାକୁ ପଡିବନି । ଆପଣଙ୍କ ରୋଷେଇ ଘରେ ରହିଛି ଏଭଳି ଏକ ଜିନିଷ ଯାହାକୁ ବ୍ୟବହାର କରି ଆପଣ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇପାରିବେ ।

ପିଆଜ ରସ ରୋକିବ ବନ୍ଦ କରିବ କେଶ ଝଡା !
ପିଆଜ ରସ ରୋକିବ ବନ୍ଦ କରିବ କେଶ ଝଡା ! (RKC)

କାହିଁକି ଝଡିଥାଏ କେଶ: ଆମେରିକାନ ଏକାଡେମୀ ଅଫ ଡର୍ମାଟୋଲୋଜି ପକ୍ଷରୁ ଦାବି କରାଯାଇଛି ଯେ, କେଶ ଝଡିବା କିମ୍ବା ଚନ୍ଦାପଣ ବଂଶାନୁକ୍ରମିକ ହୋଇଥାଏ ।ଏହି ସମସ୍ୟାକୁ ଏଣ୍ଡ୍ରୋଜେନେଟିକ କୁହାଯାଏ ।ଏହାଛଡା କିଛି ମେଡିସିନର ପାର୍ଶ୍ୱପ୍ରତିକ୍ରିୟା, ହର୍ମୋନାଲ ସମସ୍ୟା, ପରିବେଶ ଓ ଜଳ ସମସ୍ୟା ପାଇଁ କେଶ ଝଡିଥାଏ । ଖାଦ୍ୟ ପାନୀୟରେ ଅନିୟମିତତା, ରାସାୟନିକ ପଦାର୍ଥର ବ୍ୟବହାର ମଧ୍ୟ କେଶ ଝଡିବାର ମୁଖ୍ୟ କାରଣ ।

ଏହାମଧ୍ୟ ପଢନ୍ତୁ.. କେଶ ଝଡିବାରୁ ଚିନ୍ତିତ କି ? ଏହି ଛୋଟ ଉପାୟ ଆଣିବ ପରିବର୍ତ୍ତନ - How To Stop Hairfall

ପିଆଜ ରସ ରୋକିବ ବନ୍ଦ କରିବ କେଶ ଝଡା !
ପିଆଜ ରସ ରୋକିବ ବନ୍ଦ କରିବ କେଶ ଝଡା ! (RKC)

ପିଆଜ ରସ ବ୍ୟବହାର କଲେ କଣ ହୁଏ: କିଛି ମେଡିକାଲ ରିପୋର୍ଟ ଅନୁଯାୟୀ, ପିଆଜ ରସ ଲଗାଇବା ଦ୍ୱାରା କେଶ ଝଡିବା ଭଳି ସମସ୍ୟାକୁ ରୋକାଯାଇପାରିବ । ତେବେ କିଛି ମେଡିକାଲ ରିପୋର୍ଟ ଅନୁଯାୟୀ, ପିଆଜ ରସରେ ଏଭଳି କିଛି ଗୁଣ ରହିଥାଏ ଯାହା କେଶ ପାଇଁ ବେଶ ଲାଭଦାୟକ । ପିଆଜ ରସ କେଶ ଝଡିବା ରୋକିବା ସହ ଖପୁରୀରେ କୁଣ୍ଡାଇ ହେବା, ରୂପି ସମସ୍ୟାକୁ ରୋକିବା ସହ ନୂଆ କେଶ ଉଠାଇଥାଏ ଏବଂ କେଶକୁ ପାଚିବା ସମସ୍ୟା ମଧ୍ୟ ବନ୍ଦ ହୋଇଥାଏ ।

କେତେ ଉପଯୋଗୀ ପିଆଜ ରସ: କେଶ ଝଡିବା ବନ୍ଦ କରିବା ସହ ନୂଆ କେଶ ଉଠାଇବା ପାଇଁ ପିଆଜ ରସ ବେଶ ଉପଯୋଗୀ । ପିଆଜ ରସ କେଶର ମୂଳରେ ପହଞ୍ଚି ପୋଷକ ତତ୍ତୱ ଯୋଗାଇଥାଏ । ଏହି ପୋଷକ ତତ୍ୱରେ କେଶ ମଜଭୂତ ହୋଇଥାଏ । ଏହାଛଡା କେଶ ପତଳା ହେବା ଓ ଝଡିବା ମଧ୍ୟ ବନ୍ଦ ହୋଇଥାଏ । ପିଆଜରେ ଏକ ପ୍ରକାର ସଲଫର ରହିଥାଏ ଯେଉଁଥିପାଇଁ ଏହା ସମ୍ଭବ ହୋଇଥାଏ ।

ପିଆଜ ରସ ରୋକିବ ବନ୍ଦ କରିବ କେଶ ଝଡା !
ପିଆଜ ରସ ରୋକିବ ବନ୍ଦ କରିବ କେଶ ଝଡା ! (RKC)

ପିଆଜ ରସକୁ ନେଇ କଣ କୁହନ୍ତି ଏକ୍ସପର୍ଟ: କିଛି ଡାକ୍ତରଙ୍କ କହିବାନୁଯାୟୀ, ପିଆଜ ରସ କେଶ ଝଡାଇବା ବନ୍ଦ କରିଥାଏ କିନ୍ତୁ ଏହା ସମସ୍ତଙ୍କ କ୍ଷେତ୍ରରେ ଉପଯୋଗୀ ନୁହେଁ । ପିଆଜ ରସ ଲଗାଉ ଲଗାଉ ଶୀଘ୍ର କେଶ ଉଠିଥାଏ ଏ ଧାରଣା ଭୁଲ କିନ୍ତୁ କିଛି ଦିନ ବ୍ୟବହାର କରିବା ପରେ ଏହାର ଉପକାରିତା ମିଳିଥାଏ । ତେବେ ସମସ୍ତଙ୍କ କ୍ଷେତ୍ରରେ ଏହାର ଉପଯୋଗୀ ସାବ୍ୟସ୍ତ ହେବ ଏହା ଭାବିବା ଭୁଲ । କିଛି ଲୋକଙ୍କ କ୍ଷେତ୍ରରେ ଓଲଟା ରେଜଲ୍ଟ ମଧ୍ୟ ମିଳିପାରେ ।

ଏହା ‘ଇଟିଭି ଭାରତ’ର ନିଜସ୍ବ ମତ ନୁହେଁ । ମେଡିକାଲ ରିପୋର୍ଟ ଉପରେ ଆଧାରିତ ଏହି ତଥ୍ୟ । ସ୍ୱାସ୍ଥ୍ୟ ସମ୍ପର୍କିତ କୌଣସି ସମସ୍ୟା କିମ୍ବା ଉପଚାର ପାଇଁ ଡାକ୍ତରଙ୍କୁ ଯୋଗାଯୋଗ କରିବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.