ETV Bharat / health

ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ, ଏଥିରୁ କେମିତି ପାଇବେ ରକ୍ଷା ? - Health Expert On Monkeypox

author img

By ETV Bharat Health Team

Published : Sep 10, 2024, 1:24 PM IST

Updated : Sep 10, 2024, 4:49 PM IST

Health Expert On Monkeypox: ଭାରତରେ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ପରେ ବଢିଛି ଭୟ । ତେବେ କେମିତି ଏହି ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବେ ? କାହା ପାଇଁ ଅଧିକ ବିପଦ ? କ'ଣ ଏହାର ଲକ୍ଷଣ ଓ ନିରାକରଣ ? ଜାଣନ୍ତୁ, କ'ଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର

ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ, ଏଥିରୁ କେମିତି ପାଇବେ ରକ୍ଷା ?
ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ, ଏଥିରୁ କେମିତି ପାଇବେ ରକ୍ଷା ? (ETV Bharat)

ଭୁବନେଶ୍ବର: ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେଲା ପରେ ଏବେ ବଢିଛି ଟେନସନ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକ ପାଇଁ ଆଡଭାଇଜରି ଜାରି କରାଯାଇ ସନ୍ଦିଗ୍ଧ ରୋଗୀଙ୍କର ସ୍କ୍ରିନିଂ, ଟେଷ୍ଟିଂ, ସଙ୍ଗରୋଧ ଓ କଣ୍ଟାକ୍ଟ ଟ୍ରେସିଂ ଉପରେ ଅଧିକ ଫୋକସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ରୋଗ କେତେ ମାରାତ୍ମକ ? କେମିତି ସଂକ୍ରମଣ ବ୍ୟାପେ ? ଏହାର ଲକ୍ଷଣ ଓ ନିରାକରଣ କ'ଣ ? ସେନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର । ଏହି ରୋଗ ବିଶେଷକରି ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କ ପ୍ରତି ଅଧିକ ବିପଦ ସୃଷ୍ଟି କରେ ବୋଲି ସେ କହିଛନ୍ତି ।

ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ (ETV Bharat Odisha)

ମଙ୍କିପକ୍ସ ଏକ ଭୂତାଣୁ ଜନିତ ସଂକ୍ରାମକ ରୋଗ । ମଙ୍କିପକ୍ସର ଲକ୍ଷଣ ଚିକେନପକ୍ସ ଭଳି ସମାନ । ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ନାଲି ଦାଗ ଓ ଫୋଟକା ଭଳି ଫଳିଯାଏ । ଜ୍ବର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ଥକ୍କା ଅନୁଭବ ହୁଏ । ଲକ୍ଷଣ ସବୁ ୨ରୁ ୫ ଦିନ ପର୍ଯ୍ୟନ୍ତ ଦେଖାଯାଏ । ରୋଗୀ ବ୍ୟବହାର କରୁଥିବା ଜିନିଷ ମାଧ୍ଯମରେ ଭୂତାଣୁ ବ୍ୟାପିଥାଏ । ଭୂତାଣୁ ସଂସ୍ପର୍ଶରେ ଆସିବାର ପ୍ରାୟ ୧୦ ଦିନ ପରେ ରୋଗ ଆରମ୍ଭ ହୋଇଥାଏ ।

ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ
ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ (ETV Bharat)
ମଙ୍କିପକ୍ସ ଲକ୍ଷଣ:-

ମଙ୍କିପକ୍ସକୁ ନେଇ ଭୟଭୀତ ନୁହେଁ, ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡ଼ଃ ନୀରଜ ମିଶ୍ର । ସେ କହିଛନ୍ତି, "ଲୋକେ ଅଧିକ ଭୟଭୀତ ନହୋଇ ସଚେତନ ରହିବା ଜରୁରୀ । ମଙ୍କିପକ୍ସ ରୋଗ ହଠାତ୍ ଜଣକଠାରୁ ଅନ୍ୟ ଜଣକୁ ବ୍ୟାପେ ନାହିଁ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ଏହା ବ୍ୟାପିଥାଏ । ମଙ୍କିପକ୍ସ ହେଲେ ଶରୀରରେ ନାଲି ଦାଗ, କାଶ, ଛିଙ୍କ, ଫୋଟକା ଭଳି ପ୍ରଥମେ ଲକ୍ଷଣ ଦେଖାଯାଏ । ଏହାପରେ ଫୋଟକା ଘା ରୂପ ନେଇଥାଏ । ଘା ମଧ୍ୟରୁ ବାହାରୁଥିବା ପାଣି ଅନ୍ୟ ଜଣେ ବ୍ୟକ୍ତିର ଦେହରେ ଲାଗିଲେ ଏହା ବ୍ୟାପିବାର ଅଧିକ ସମ୍ଭାବନା ଥାଏ । କିଛି ଲୋକଙ୍କ କ୍ଷେତ୍ରରେ ହାତ, ଗୋଡ଼ ମୁହଁ, ଗୁପ୍ତାଙ୍ଗରେ ଏହି ଘା' ହୋଇଥାଏ ।

କାହା ପାଇଁ ଅଧିକ ବିପଦ:-

ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା କଥା, "ମଙ୍କିପକ୍ସରେ ଆକ୍ରାନ୍ତ ବ୍ୟକ୍ତି ଗୁରୁତର ମଧ୍ୟ ହୋଇପାରନ୍ତି । ବିଶେଷକରି ଛୋଟ ପିଲା, ଗର୍ଭବତୀ ମହିଳା ଏବଂ ଶରୀରର କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କଠାରେ ଏହା ଜଟିଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ । ଏଚଆଇଭି, ଯକୃତ ପ୍ରତିରୋପଣ କିମ୍ବା ଅନ୍ୟକୌଣସି ଅଙ୍ଗ ପ୍ରତିରୋପଣ କରିଥିବା ଲୋକଙ୍କ କ୍ଷେତ୍ରରେ ମଧ୍ୟ ଅଧିକ ଭୟ ଥାଏ । ମଙ୍କିପକ୍ସ ଆକ୍ରାନ୍ତ ଅଧିକ ଗୁରୁତର ହେଲେ, ନିମୋନିଆ, ବ୍ରେନ୍ ଓ ହାର୍ଟ ଉପରେ ପ୍ରଭାବ ପଡିପାରେ । ଆଖିର କର୍ଣ୍ଣିଆ ମଧ୍ୟ ପ୍ରଭାବିତ ହୋଇଥାଏ ।'' ଫଳରେ ଦୃଷ୍ଟିଶକ୍ତି ହରାଇବାର ସମ୍ଭାବନା ଅଧିକ ରହିଥାଏ ।

କ'ଣ କରିବା ଆବଶ୍ୟକ:-
ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଯେ, ସଂକ୍ରମିତଙ୍କ ଠାରୁ ଦୂରେଇ ରହିବା ଉଚିତ୍ । ସଂକ୍ରମିତଙ୍କ ପାଖରେ ଥିଲେ ଆଖିରେ ଚଷମା ଓ ମୁହଁରେ ମାକ୍ସ ବ୍ୟବହାର କରିବା ଆବଶ୍ୟକ । ସଂକ୍ରମିତଙ୍କ ସହିତ କଥା ହେଲାବେଳେ ତାଙ୍କ ପାଟିରୁ ବାହାରୁଥିବା ଛେପ କଣିକା ଆପଣଙ୍କ ଉପରେ ପଡିଲେ, ସେମାନଙ୍କ କପଡା ବ୍ୟବହାର କଲେ ମଧ୍ୟ ଏହା ବ୍ୟାପିଥାଏ । ତେଣୁ ଗ୍ଲୋବସ, ମାକ୍ସ, ଚଷମା ଆଦି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଟୀକାକରଣ ଦ୍ବାରା ବି ଏହି ରୋଗକୁ ପ୍ରତିହତ କରିପାରିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ପାଖାପାଖି ୮୦ ହଜାର ମଙ୍କିପକ୍ସ ମାମଲା ଆସିଛି । ସେଥିମଧ୍ୟରୁ ପାଖାପାଖି ୨୨୦ ଜଣଙ୍କ ମୃତ୍ୟୁ ହୋଇଛି । ଯଦିଓ ଏହି ଭୂତାଣୁ ଦ୍ରୁତଗତିରେ ବ୍ୟାପେ ନାହିଁ କିନ୍ତୁ ସଚେତନ ରହିବା ଜରୁରୀ । ମଙ୍କିପକ୍ସର ଟୀକାକରଣ ଭାରତରେ ନାହିଁ । ସଚେତନ ରହିବାକୁ ହେଲେ ମାସ୍କ, ଚଷମା, ଗ୍ଲୋବସ ବ୍ୟବହାର କରିବା ଉଚିତ୍ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ।

କ'ଣ କରିବେ, କ'ଣ କରିବେନି:-

ସଂକ୍ରମଣରୁ ବର୍ତ୍ତିବା ପାଇଁ ବାରମ୍ବାର ସାବୁନରେ ହାତ ଧୋଇବେ । ସଂକ୍ରମିତ ରୋଗୀ ବ୍ୟବହାର କରୁଥିବା ଜିନିଷଠାରୁ ଦୂରେଇ ରହିବେ । ଚର୍ମକୁ ଘୋଡ଼ାଇ ରଖିବା ସହ ପଶୁଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ବିଶେଷକରି ମୂଷା ଓ ମାଙ୍କଡଙ୍କଠାରୁ ଦୂରେଇ ରହିବା ଆବଶ୍ୟକ । ସଚେତନତା ଦ୍ବାରା ହିଁ ମଙ୍କିପକ୍ସର ନିରାକରଣ ସମ୍ଭବ ।

ଏହା ମଧ୍ୟ ପଢନ୍ତୁ: ବଢୁଛି ଆତ୍ମହତ୍ୟା ପ୍ରବଣତା; ବର୍ଷକୁ ଜୀବନ ହାରୁଛନ୍ତି 7 ଲକ୍ଷ, ପ୍ରେମ-ପରୀକ୍ଷାରେ ବିଫଳ ନେଉଛି ପ୍ରାଣ - World suicide prevention day

ଏହା ମଧ୍ୟ ପଢନ୍ତୁ: ବିନା ଔଷଧ ବି ଭଲ ହୋଇଯିବ ସିଆଟିକା ଯନ୍ତ୍ରଣା; ଘରେ ଏମିତି କରନ୍ତୁ ଉପଚାର - Sciatica Pain

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍ କେତେ ପ୍ରକାର; ଗର୍ଭାବସ୍ଥାରେ ହେଉଥିବା ଡାଇବେଟିସ୍ କ'ଣ ? ଏହା କେତେ ମାରାତ୍ମକ - Diabetes types

ଏହା ମଧ୍ୟ ପଢନ୍ତୁ: ଇୟରବଡ୍ସ ବ୍ୟବହାର କଲେ ହୁଏ ଏହି ମାରାତ୍ମକ ରୋଗ; ଚେତାଇଲେ ବିଶେଷଜ୍ଞ, ଜାଣନ୍ତୁ କେତେ ସମୟ କରିବେ ୟୁଜ - Earbuds use impact on health

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 10, 2024, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.