ETV Bharat / health

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଆମ୍ବ ପତ୍ର, ଏହି ରୋଗରୁ ଦେଇଥାଏ ମୁକ୍ତି

author img

By ETV Bharat Odisha Team

Published : Mar 3, 2024, 5:57 PM IST

Mango Leaves Benefits: ସମସ୍ତେ ଗ୍ରୀଷ୍ମ ସମୟରେ ଆମ୍ବ ଖାଇବାକୁ ପସନ୍ଦ କରନ୍ତି । ଏହା ଉଭୟ ସ୍ୱାଦ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଯୁକ୍ତ । କେବଳ ଏତିକି ନୁହଁ ଏହାର ପତ୍ରରେ ମଧ୍ୟ ରହିଛି ଅନେକ ଗୁଣ, ଯାହା ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ୟାରୁ ଦୂର କରିବାରେ ସାହାଯ୍ୟ କରେ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଆମ୍ବ ପତ୍ର, ଏହି ରୋଗରୁ ଦେଇଥାଏ ମୁକ୍ତି
ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଆମ୍ବ ପତ୍ର, ଏହି ରୋଗରୁ ଦେଇଥାଏ ମୁକ୍ତି

ହାଇଦ୍ରାବାଦ: ଆମ୍ବ ଖାଇବାକୁ ସମସ୍ତେ ବେଶ ପସନ୍ଦ କରନ୍ତି । ଗ୍ରୀଷ୍ମ ଋତୁରେ ପ୍ରାୟ ଏହି ଫଳ ମିଳୁଥିବା ବେଳେ ପିଲାରୁ ବୃୟସ୍କ ଲୋକମାନେ ସମସ୍ତେ ଏହାକୁ ଖାଇବାକୁ ବେଶ ଭଲପାଆନ୍ତି । ଏହାର ସ୍ୱାଦ ଯେମିତି ଏହା ଶରୀର ପାଇଁ ମଧ୍ୟ ଠିକ ସେମିତି ଲାଭଦାୟକ । ତେବେ କେବଳ ଯେ, ଆମ୍ୱ ନୁହଁ ଏହାର ପତ୍ର ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଏହାର ପତ୍ର ଖାଇବ ଦ୍ୱାରା ଡାଇବେଟିସ୍ ଠାରୁ କିଡନୀ ଷ୍ଟୋନ ଭଳି ବିପଦଜ୍ଜନକ ରୋଗ ଦୂର କରିବାରେ ବେଶ ସହାୟକ ହୋଇଥାଏ । ତେବେ କିପରି ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ? ଜାଣନ୍ତୁ,

ମଧୁମେହ:- ମଧୁମେହରେ ପୀଡିତ ଲୋକଙ୍କ ପାଇଁ ଆମ୍ବ ପତ୍ରର ଜଳ ଅତ୍ୟନ୍ତ ଲାଭଦାୟକ ଅଟେ । ମଧୁମେହରେ ପୀଡିତ ଲୋକେ ଆମ୍ୱ ପତ୍ରକୁ ପାଣିରେ ଫୁଟାଇବେ, ଏହାକୁ ରାତିରେ ଏହି ପାଣିକୁ ସେପରି ରଖିଦେଇ ସକାଳେ ଖାଲି ପେଟରେ ଏହାକୁ ପିଇବେ । ଫଳରେ ଏହି ପାଣିରେ ମିଳୁଥିବା ଆନ୍ଥୋସିୟାନିନ ନାମକ ଟେନିନ୍ ସାହାଯ୍ୟରେ ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ପଢନ୍ତୁ: ଅଧିକ ଚିନି ଖାଉଥିଲେ ସାବଧାନ ! ହୋଇପାରେ ଏହିସବୁ ସ୍ୱାସ୍ଥ୍ୟ ସମସ୍ୟା

ଆସ୍ଥମା ବା ଶ୍ବାସରୋଗ:- ଆସ୍ଥମା କିମ୍ବା ଶ୍ୱାସକ୍ରିୟାରେ ସମସ୍ୟାରେ ପୀଡ଼ିତ ଲୋକଙ୍କ ପାଇଁ ଆମ୍ବ ପତ୍ର କୌଣସି ଔଷଧଠାରୁ କମ୍ ନୁହେଁ । ଆମ୍ୱ ପତ୍ରର କାଢା ପ୍ରସ୍ତୁତ କରି ପିଇଲେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଏହା ଫ୍ଲୁ ଏବଂ ଗଳା ଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ ।

କିଡନୀ ଷ୍ଟୋନ:- କିଡନୀ ଷ୍ଟୋନର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମ୍ବ ପତ୍ର ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଏଥିପାଇଁ ଆମ୍ୱ ପତ୍ରକୁ ଖରାରେ ଶୁଖାଇ ସେଥିରେ ପାଉଡର ତିଆରି କରି ରାତିସାରା ପାଣିକୁ ରଖିବାକୁ ପଡିବ । ଏହି ପାଣିକୁ ସକାଳେ ପିଇବା ଦ୍ୱାରା କିଡନୀ ଷ୍ଟୋନ ପରିସ୍ରା ମାଧ୍ୟମରେ ବାହାରିଥାଏ ।

ଓଜନ ହ୍ରାସ କରିବାରେ ସାହାଯ୍ୟ କରେ:- ଆଜିର ଅସ୍ୱାସ୍ଥ୍ୟକର ଜୀବନଶୈଳୀରେ ଓଜନ ବୃଦ୍ଧି ଏକ ସାଧାରଣ କଥା ହୋଇଗଲାଣି । କେବଳ ବୟସ୍କ ନୁହଁନ୍ତି ପିଲାମାନଙ୍କ ମଧ୍ୟ ଓଜନ ବଢିଥାଏ, ଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏପରି ପରିସ୍ଥିତିରେ ଆମ୍ବ ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏଥିରେ ଥିବା ଉପକାରୀ ଉପାଦାନଗୁଡ଼ିକ ମଧ୍ୟ ଶରୀରର ମେଟାବୋଲିକ୍ ସିଣ୍ଡ୍ରୋମରେ ବହୁତ ପ୍ରଭାବଶାଳୀ ଭାବେ କାମ କରିଥାଏ । ଫଳରେ ଏହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।

(ବଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏକା ଏକ ରିପୋର୍ଟ ଆଧାରିତ ଖବର ଅଟେ । ଯଦି କୌଣସି ଆଶଙ୍କା ରହିଛି ତାହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ।)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.