ETV Bharat / health

ଉଠିବା ପରେ ହଠାତ୍ ମୁଣ୍ଡ ବୁଲାଇ ଦେଉଛି କି ? ଜାଣନ୍ତୁ ଏହାର କାରଣ - FEEL DIZZY WHEN YOU STAND UP

ଶୋଇବା କିମ୍ବା ବସିବା ସ୍ଥାନରୁ ଉଠିବା ମାତ୍ରେ ହଠାତ୍ ମୁଣ୍ଡ ବୁଲାଇ ଦେଉଛି କି ? ହୋଇଯାଆନ୍ତୁ ସତର୍କ । ନହେଲେ ଭବିଷ୍ୟତରେ ଭୋଗିପାରନ୍ତି ବଡ ସମସ୍ୟା ।

ହଠାତ୍ ଉଠିବା ପରେ ମୁଣ୍ଡ ବୁଲାଇ ଦେଉଛି କି ?
ହଠାତ୍ ଉଠିବା ପରେ ମୁଣ୍ଡ ବୁଲାଇ ଦେଉଛି କି ? (ETV Bharat)
author img

By ETV Bharat Health Team

Published : Dec 8, 2024, 11:33 AM IST

ବେଳେବେଳେ ବସିଥିବା ସ୍ଥାନରୁ ହଠାତ୍ ଉଠିପଡିବା ପରେ ମୁଣ୍ଡ ବୁଲାଇଦିଏ । ସବୁକିଛି ଝାପ୍‌ସା ଦେଖାଯାଏ । ଆପଣ ବି କେବେ ଏଭଳି ଅନୁଭବ କରିଛନ୍ତି କି ? ଯଦି ହଁ, ତାହେଲେ ଜାଣନ୍ତି ଏହା କାହିଁକି ହୁଏ ? ଅଧିକାଂଶ ଲୋକ ଏହାକୁ ସାଧାରଣ ଭାବି ଅଣଦେଖା କରିଥାନ୍ତି । ଯାହା ସବୁବେବେଳେ ସାଧାରଣ ହୋଇନଥାଏ । ଏହି ମୁଣ୍ଡ ବୁଲାଇବା (dizziness) କୌଣସି ଗୁରୁତର ସ୍ବାସ୍ଥ୍ୟ ସମସ୍ୟାର ମଧ୍ୟ ଲକ୍ଷଣ ହୋଇପାରେ । ଆଜି ଏହି ଖବରରେ ଜାଣନ୍ତୁ କାହିଁକି ବେଳେବେଳେ ଏପରି ଭାବେ ମୁଣ୍ଡ ବୁଲାଇଥାଏ ।

ସକାଳେ ଶଯ୍ୟାରୁ ଉଠିବା ପରେ କିମ୍ବା ବସିବା ସ୍ଥାନରୁ ହଠାତ୍ ଛିଡା ହେଲେ ମୁଣ୍ଡ ବୁଲାଇବା ପଛରେ ଅନେକ କାରଣ ଥାଇପାରେ । ଯେପରିକି:-

ବ୍ଲଡପ୍ରେସର କମିବା (Low blood pressure):

ଡାକ୍ତରଙ୍କ କହିବା କଥା, ଦ୍ରୁତଗତିରେ ରକ୍ତଚାପ ବା ବ୍ଲଡପ୍ରେସର କମିଲେ ମୁଣ୍ଡ ବୁଲାଇଥାଏ । ଏହି ଅବସ୍ଥାକୁ ଅର୍ଥୋଷ୍ଟାଟିକ ହାଇପୋଟେନସନ କୁହାଯାଏ ଯାହାକି ଏକ ପ୍ରକାର ନିମ୍ନ ରକ୍ତଚାପ ଅଟେ । ଏହି ସମସ୍ୟା ବିଶେଷ ଭାବେ ବୃଦ୍ଧାବସ୍ଥାରେ ଦେଖାଯାଏ । ଏଥିରେ ଶୋଇବା କିମ୍ବା ବସିବା ପରେ ଛିଡା ହେବା ମାତ୍ରେ ରକ୍ତଚାପ ତୀବ୍ର ଭାବେ ହ୍ରାସ ପାଇଥାଏ । ଏହି କାରଣରୁ ମୁଣ୍ଡ ବୁଲାଇଦିଏ ।

ଡିହାଇଡ୍ରେସନ (Dehydration):

ମୁଣ୍ଡ ବୁଲାଇବାର ଆଉ ଏକ କାରଣ ହେଉଛି ଡିହାଇଡ୍ରେସନ ବା ଶରୀରରେ ଜଳୀୟଅଂଶର ଅଭାବ । ଶରୀରକୁ ଯଥେଷ୍ଟ ପରିମାଣରେ ତରଳ ପଦାର୍ଥ (fluids) ନମିଳିଲେ ବ୍ଲଡ ଭଲ୍ୟୁମ କମିଯାଏ । ବ୍ଲଡ ଭଲ୍ୟୁମ କମିଲେ ବ୍ଲଡପ୍ରେସର ମଧ୍ୟ କମେ । ଲୋ ବ୍ଲଡପ୍ରେସର ଅର୍ଥ ଆପଣଙ୍କ ମସ୍ତିଷ୍କକୁ ଆବଶ୍ୟକ ପରିମାଣରେ ରକ୍ତ ସଞ୍ଚାଳନ ହୋଇପାରେ ନାହିଁ । ଯେଉଁ କାରଣରୁ ଉଠିବା ପରେ କିଛି ସମୟ ପାଇଁ ମୁଣ୍ଡ ବୁଲାଇବା ଓ ଅନ୍ଧାରିଆ ଦିଶିବା ଭଳି ଅନୁଭବ ହୋଇଥାଏ । ଏହି ସମସ୍ୟା ନହେବା ଲାଗି ପ୍ରଚୁର ମାତ୍ରାରେ ପାଣି ପିଇବା ଆବଶ୍ୟକ ।

ଆଇରନ ଅଭାବ ବା ରକ୍ତହୀନତା (Anemia):

ଶରୀରରେ ଆଇରନ ଅଭାବ ହେଲେ ଏନିମିଆ ବା ରକ୍ତହୀନତା ହୋଇଥାଏ । ରକ୍ତହୀନତା କାରଣରୁ ମୁଣ୍ଡ ବୁଲାଇବା, ଦୁର୍ବଳ ଅନୁଭବ ହେବା ସହ ହାଲୁକା ମୁଣ୍ଡବିନ୍ଧା ହୋଇଥାଏ । ଏହାବ୍ୟତୀତ ସ୍କିନ ହଳଦିଆ ପଡିବା, ନିଶ୍ବାସ ଫୁଲିବା, ଛାତିରେ ଯନ୍ତ୍ରଣା, ହୃଦସ୍ପନ୍ଦନ ବଢିବା, ନଖ ଦୁର୍ବଳ ହେବା ଓ କେଶ ଝଡିବା ମଧ୍ୟ ରକ୍ତହୀନତାର ଲକ୍ଷଣ ହୋଇପାରେ । ରକ୍ତହୀନତା ହେଲେ ଶରୀରରେ ଲୋହିତ ରକ୍ତକଣିକା ଅଭାବ ଦେଖାଯାଏ । ଫଳରେ ଶରୀରକୁ ପର୍ଯ୍ୟାପ୍ତ ଅକ୍ସିଜେନ ମିଳିପାରେ ନାହିଁ । ମସ୍ତିଷ୍କରେ ମଧ୍ୟ କମ୍ ଅକ୍ସିଜେନ ପହଞ୍ଚେ, ଯେଉଁଥିପାଇଁ ମୁଣ୍ଡ ବୁଲାଇଥାଏ ।

ହାର୍ଟ ଫେଲିୟର (Heart failure):

NIH ଅନୁସାରେ, ମୁଣ୍ଡ ବୁଲାଇବା ପଛରେ ହୃଦରୋଗ ମଧ୍ୟ ଏକ କାରଣ ହୋଇପାରେ । ଯଦି ଆପଣଙ୍କ ହାର୍ଟ ଫେଲିୟର ଥାଏ ତାହେଲେ ଆପଣଙ୍କର ହାର୍ଟ ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ପମ୍ପ କରିପାରେ ନାହିଁ । ଏହାଯୋଗୁଁ ବ୍ଲଡପ୍ରେସର ସମସ୍ୟା ଦେଖାଯାଏ । ପରିଣାମସୂରୁପ ଆପଣ ବସିଥିବା ସ୍ଥାନରୁ ଉଠିବା ମାତ୍ରେ ହଠାତ୍ ମୁଣ୍ଡ ବୁଲାଇଦିଏ ଓ ଅନ୍ଧାରିଆ ଦେଖାଯାଏ ।

ସ୍ଲିପ ଏପନିଆ (Sleep apnea):

ଯଦି ସ୍ଲିପ୍ ଏପନିଆ ଥାଏ ତାହେଲେ ଶୋଇବା ସମୟରେ ଆପଣ ଠିକ୍ ଭାବେ ଲଗାତାର ନିଶ୍ବାସ ନେଇପାରି ନଥାନ୍ତି । ଏହି ସ୍ଥିତିରେ ରକ୍ତକୁ ଆବଶ୍ୟକ ପରିମାଣରେ ଅକ୍ସିଜେନ ମିଳିପାରେ ନାହିଁ । ଯେଉଁଥିପାଇଁ ଉଠିବା ପରେ ମୁଣ୍ଡ ବୁଲାଇବା ଓ ହାଲୁକା ମୁଣ୍ଡବିନ୍ଧା ହେବା ଭଳି ଅନୁଭବ ହୋଇଥାଏ । ଏସବୁ ବ୍ୟତୀତ କିଛି ଔଷଧର ପାର୍ଶ୍ବପ୍ରତିକ୍ରିୟା କାରଣରୁ ମଧ୍ୟ ମୁଣ୍ଡ ବୁଲାଇପାରେ । ବାରମ୍ବାର ଏହି ସମସ୍ୟା ଦେଖାଗଲେ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ହାର୍ଟ ଫେଲିୟର ହେଲେ ଦେଖାଯାଏ ଏସବୁ ଲକ୍ଷଣ

ଏହା ମଧ୍ୟ ପଢନ୍ତୁ: ମଳରେ ରକ୍ତ ପଡିବା କେବଳ ମଳକଣ୍ଟକ ନୁହେଁ, ହୋଇପାରେ ଏହି କ୍ୟାନ୍ସର

ଏହା ମଧ୍ୟ ପଢନ୍ତୁ: ଶୀତୁଆ ସନ୍ଧ୍ୟାରେ ଚୁଟ୍‌କିରେ ଘରେ ବନାନ୍ତୁ ଭେଜ୍ ସୁପ୍

(Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.