ETV Bharat / health

ବୈଜ୍ଞାନିକଙ୍କ ଚେତାବନୀ, ଭୟଙ୍କର ମହାମାରୀ ଆଣିପାରେ ଜୋମ୍ବି ଭାଇରସ ! - ଜୋମ୍ବି ଭାଇରସ

Zombie Virus: ପୁଣି ବିଶ୍ବକୁ ଭାଇରସ ଭୟ । ଜୋମ୍ବି ଭାଇରସ ଭୟଙ୍କର ମହାମାରୀ ଆଣିପାରେ ବୋଲି ଚେତାବନୀ ଦେଲେ ବୈଜ୍ଞାନିକ । ଅଧିକ ପଢନ୍ତୁ

ଜୋମ୍ବି ଭାଇରସ
ଜୋମ୍ବି ଭାଇରସ
author img

By ETV Bharat Odisha Team

Published : Jan 24, 2024, 1:13 PM IST

ହାଇଦ୍ରାବାଦ: କୋରୋନା ମହାମାରୀ କବଳରୁ ବିଶ୍ବ ଏଯାଏଁ ମୁକୁଳିପାରି ନଥିବା ବେଳେ ବୈଜ୍ଞାନିକମାନେ ଆଉ ଏକ ଭାଇରସ ନେଇ ଚେତାବନୀ ଦେଇଛନ୍ତି । ଏହି ଭାଇରସ ଆର୍କଟିକ ଏବଂ ଅନ୍ୟାନ୍ୟ ସ୍ଥାନର ବରଫ ତଳେ ଚାପି ହୋଇ ରହିଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । ତେବେ ଏହି ଭାଇରସର ନାମ ଜୋମ୍ବି ରଖାଯାଇଥିବା ବେଳେ ଆଗାମୀ ଦିନରେ ଏବା ବ୍ୟାପିପାରେ ବୋଲି ଚେତାବନୀ ଦେଇଛନ୍ତି ବୈଜ୍ଞାନିକ ।

ଏକ ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ, ଆର୍କଟିକ୍ ପର୍ମାଫ୍ରୋଷ୍ଟ ତରଳିବା କାରଣରୁ ସେଥିରୁ ଜୋମ୍ବି ଭାଇରସ ବାହାରିପାରେ । ଏହି ଭାଇରସ ବିଶ୍ବରେ ଏକ ବିପଦଜ୍ଜନକ ସ୍ବାସ୍ଥ୍ୟ ପରିସ୍ଥିତି ସୃଷ୍ଟି କରିବାରେ ବୋଲି କହିଛନ୍ତି ବିଶେଷଜ୍ଞ । ପ୍ରକାଶଥାଉକି, ପୃଥିବୀ ପୃଷ୍ଠରେ କିମ୍ବା ତଳେ ସ୍ଥାୟୀ ଭାବରେ ଫ୍ରିଜ୍ ହୋଇଥିବା ସ୍ତରକୁ ପର୍ମାଫ୍ରୋଷ୍ଟ କୁହାଯାଏ ।

ଗ୍ଲୋବାଲ ୱାର୍ମିଂ ହେତୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବରଫ ତରଳିବା କାରଣରୁ ବିପଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ସାଇବେରିଆର ପର୍ମାଫ୍ରୋଷ୍ଟରୁ କିଛି ନମୁନା ନେଇ ଅନୁସନ୍ଧାନ କରିଥିଲେ ବୈଜ୍ଞାନିକ । ତେବେ ଆର୍କଟିକରେ ରହିଥିବା ଭାଇରସ ହଜାର ହଜାର ବର୍ଷ ତିଷ୍ଠିଥିବା ନେଇ ମଧ୍ୟ ସେମାନେ କହିଥିଲେ ।

ଏହା ମଧ୍ୟ ପଢନ୍ତୁ : ଚୀନର ରହସ୍ୟମୟ ରୋଗ ନେଇ 'WHO'ର ବଡ଼ ବୟାନ, କୋରୋନା ପରି ଏକ ମାରାତ୍ମକ ରୋଗ...

ବୈଜ୍ଞାନିକଙ୍କ ଚେତାବନୀ: ଏନେଇ ଏକ୍ସ-ମାର୍ସିଲେ ବିଶ୍ୱବିଦ୍ୟାଳୟର ଜେନେଟିଷ୍ଟଙ୍କ କହିବା ଅନୁସାରେ, ଏବେ ମହାମାରୀ ବିପଦ ଦକ୍ଷିଣ ଭାଗରେ ସୃଷ୍ଟି ହୋଇ ଉତ୍ତର ଭାଗକୁ ବ୍ୟାପୁଛି । ତେଣୁ ଏବା ମହାମାରୀ ସୃଷ୍ଟି କରିବାର ସମ୍ଭାବନା ଅଧିକ । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଥିବା ବେଳେ ସମସ୍ତେ ସତର୍କ ରହିବା ଉଚିତ ଅଟେ । ତେବେ ଅନ୍ୟ କେତେକ ବୈଜ୍ଞାନିକ ମଧ୍ୟ ଏହି ବିଷୟକୁ ନେଇ ସହମତୀ ପ୍ରକାଶ କରିଛନ୍ତି । ଆମେ ଜାଣିନାହୁଁ ପର୍ମାଫ୍ରୋଷ୍ଟରେ କେଉଁ ଭାଇରସ ରହିଛି, କିନ୍ତୁ ଏହା କେତେବେଳେ ମଧ୍ୟ ମହାମାରୀର ରୂପ ନେଇପାରେ ବୋଲି କହିଛନ୍ତି ରୋଟର୍ଡାମର ଏରାସମସ୍ ମେଡିକାଲର ବୈଜ୍ଞାନିକ ମେରିୟନ କୁପମେନ୍ସ । ହଜାର ହଜାର ବର୍ଷ ଧରି ଏହା ପର୍ମାଫ୍ରୋଷ୍ଟରେ ଚାପି ହୋଇ ରହିଥିଲେ ସୁଦ୍ଧା ଏହା ଅନ୍ୟକୁ ସଂକ୍ରମିତ କରିବାର ଆଶଙ୍କା ଅଧିକ ବୋଲି କହିଛନ୍ତି ବୈଜ୍ଞାନିକ । ତେବେ ଖବର ସାମ୍ନାକୁ ଆସିବା ପରେ ବିଶ୍ବବାସୀଙ୍କ ମନରେ ପୁଣି ଭୟ ସୃଷ୍ଟି ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.