ETV Bharat / health

ଇୟରଫୋନର ବହୁଳ ବ୍ୟବହାର ପଡିପାରେ ମହଙ୍ଗା ! ହରାଇପାରନ୍ତି ଶ୍ରବଣ ଶକ୍ତି - ଇୟରଫୋନ ବ୍ୟବହାରର ପ୍ରଭାବ

Earphone Side Effects: ଯେଉଁମାନେ ଇୟରଫୋନ ବ୍ୟବହାର କରନ୍ତି ସେମାନେ ସାବଧାନ ହେବା ଉଚିତ୍ କାରଣ ଏହା ଆପଣଙ୍କ ଶ୍ରବଣ କ୍ଷମତା ଉପରେ ପ୍ରଭାବ ପକାଇପାରେ । ଆପଣ ବଧିର ହୋଇପାରନ୍ତି । ଏହା କିପରି କ୍ଷତି ଘଟାଏ ? ଜାଣନ୍ତୁ ଏହି ଆର୍ଟିକିଲରେ,

ଇୟରଫୋନର ବହୁଳ ବ୍ୟବହାର ପଡିପାରେ ମହାଙ୍ଗା! ହରାଇପାରନ୍ତି ଶ୍ରବଣ ଶକ୍ତି

author img

By ETV Bharat Odisha Team

Published : Mar 3, 2024, 2:15 PM IST

ହାଇଦ୍ରାବାଦ: ଆଜିକାଲି ଇୟରଫୋନ ବ୍ୟବହାର କରିବା ଏକ ସାଧାରଣ କଥା । ପିଲା ଠାରୁ ବଡ଼ ପ୍ରାୟ ସମସ୍ତେ ଏହାକୁ ବ୍ୟବହାର କରନ୍ତି । ଗୀତ ଶୁଣିବା ଠାରୁ ଆରମ୍ଭ କରି ଚଳଚ୍ଚିତ୍ର, ଭିଡିଓ ଦେଖିବା, କଥାବାର୍ତ୍ତା କିମ୍ବା ଅଫିସ ବୈଠକରେ ଯୋଗଦେବା ଭଳି କାର୍ଯ୍ୟରେ ଇୟରଫୋନ ବ୍ୟବହାର କରିଥାନ୍ତି । ଏହା ଦ୍ୱାରା ଆଖପାଖର ଲୋକଙ୍କୁ ସମସ୍ୟା ହୁଏ ନାହିଁ ଏବଂ ନିଜେ ଆରାମରେ ଯେ କୌଣସି କାର୍ଯ୍ୟ ସୁରୁଖୁରୁରେ କରିଥାଉ । ହେଲେ ଆପଣ ଜାଣନ୍ତି କି, ଏହା ଆପଣଙ୍କ ଶ୍ରବଣ ଶକ୍ତି ହ୍ରାସ କରିପାରେ । ଯଦି ଆପଣ ଅଧିକାଂଶ ସମୟ କାନରେ ଇୟରଫୋନ ବ୍ୟବହାର କରନ୍ତି, ତେବେ ଏଥିରୁ ଅନେକ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳେ, ଯାହା ଆପଣଙ୍କ ଶ୍ରବଣ ଶକ୍ତି ଉପରେ ପ୍ରଭାବ ପକାଇଥାଏ ।

ଉଚ୍ଚ ସ୍ୱର ଶୁଣିବା କିମ୍ବା ଇୟରଫୋନ ମାଧ୍ୟମରେ ଭିଡିଓ ଦେଖିବା ଦ୍ୱାରା ସୃଷ୍ଟି ହେଉଥିବା କମ୍ପନ କାନର ସ୍ନାୟୁ ଉପରେ ଚାପ ପକାଇଥାଏ । ଯେଉଁଥିପାଇଁ କାନର ଶିରାଗୁଡ଼ିକ ଫୁଲିପାରେ । ଫଳରେ ଧୀରେ ଧୀରେ ଶୁଣିବାର କ୍ଷମତା କମିବା ଆରମ୍ଭ କରେ ଏବଂ ସମୟ ସମୟରେ ଏହାକୁ ଧ୍ୟାନ ନ ଦେଇ ବ୍ୟକ୍ତି ମଧ୍ୟ ବଧିର ହୋଇପାରେ ।

ବଧିରତାର ଲକ୍ଷଣ:-

  • କାନରେ ହ୍ୱିସିଲର ଶବ୍ଦ ଶୁଣାଯିବା
  • କମ ଶୁଣାଯିବା
  • ମୁଣ୍ଡ ବୁଲାଇବା, ଅନିଦ୍ରା, ମୁଣ୍ଡବିନ୍ଧା ଏବଂ କାନ ଯନ୍ତ୍ରଣା ହେବା
  • କ୍ରୋଧ, ଚିନ୍ତା ଏବଂ ବ୍ଲଡପ୍ରେସର ବୃଦ୍ଧି ହେବା

ଇୟରଫୋନର ଅତ୍ୟଧିକ ବ୍ୟବହାର ଦ୍ୱାରା ହୋଇପାରେ ଏହି ସମସ୍ୟା

1. କାନ ସଂକ୍ରମଣ

କ୍ରମାଗତ ଭାବରେ ଇୟରଫୋନ ପିନ୍ଧିବା ଦ୍ୱାରା କାନରେ ମଇଳା ଜମା ହୋଇଯାଏ । ଯାହା କାନ ସଂକ୍ରମଣର କାରଣ ହୋଇପାରେ । କେବଳ ଏତିକି ନୁହେଁ ଅନ୍ୟର ବ୍ୟବହୃତ ଇୟରଫୋନର ବ୍ୟବହାର ଦ୍ୱାରା ମଧ୍ୟ ଏହି ସଂକ୍ରମଣ ବଢିବାର ଆଶଙ୍କା ରହିଛି ।

2. ମୁଣ୍ଡବିନ୍ଧା

ହେଡଫୋନ କିମ୍ବା ଇୟରଫୋନରୁ ବାହାରୁଥିବା ଇଲେକ୍ଟ୍ରୋମ୍ୟାଗ୍ନେଟିକ ମଧ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ବ୍ୟକ୍ତି ମୁଣ୍ଡବିନ୍ଧାର ଶିକାର ହୋଇପାରେ ଏବଂ ବେଳେବେଳେ ମାଇଗ୍ରେନ ମଧ୍ୟ ହୋଇପାରେ । ଏଥିସହ ଏହା ଦ୍ୱାରା ନିଦ ମଧ୍ୟ ହୋଇନଥାଏ ।

3. ହୃଦରୋଗର ଆଶଙ୍କା

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସକାଳରୁ ରାତି ପର୍ଯ୍ୟନ୍ତ ଇୟରଫୋନ୍ ବ୍ୟବହାର କରିବା କେବଳ ଆପଣଙ୍କ କାନକୁ ନୁହେଁ ଆପଣଙ୍କ ହୃଦୟକୁ ମଧ୍ୟ ପ୍ରଭାବିତ କରିଥାଏ । ଏହି କାରଣରୁ, ହୃଦଘାତ ହେବା ଆଶଙ୍କା ବଢିଥାଏ ।

4. ଅନାବଶ୍ୟକ ଚାପ

ହେଡଫୋନର ଲଗାତାର ବ୍ୟବହାର ହେତୁ, ଚାପ ଏବଂ ଉତ୍ତେଜନା ଜନିତ ସମସ୍ୟା ମଧ୍ୟ ଦେଖାଯାଏ । ଯଦି ଠିକ ସମୟରେ ଚାପକୁ ନିୟନ୍ତ୍ରଣ ନ କରାହୁଏ, ତେବେ ଏହି କାରଣରୁ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ ।

ଏହା ମଧ୍ୟ ପଢନ୍ତୁ: ଆଗକୁ ଶ୍ରବଣ ଶକ୍ତି ହରାଇପାରନ୍ତି 100 କୋଟି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.