ETV Bharat / health

ବ୍ରଣ ସମସ୍ୟାକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ, ବ୍ରଣ କହିବ ବାଏ ବାଏ - Acne prevention tips

author img

By ETV Bharat Health Team

Published : Aug 24, 2024, 3:45 PM IST

Acne Prevention Tips: ବ୍ରଣ ଏକ ସାଧାରଣ ସମସ୍ୟା । ହେଲେ ମୁହଁରେ ବ୍ରଣ ଉଠିବା ଦ୍ବାରା ବିଶେଷ ଭାବେ ମହିଳାମାନେ ଅଧିକ ଚିନ୍ତିତ ରହିଥାନ୍ତି । କାରଣ ଏହି ବ୍ରଣ ସେମାନଙ୍କ ସୌନ୍ଦର୍ଯ୍ୟକୁ କମ୍ କରିଦିଏ । ଯଦି ଆପଣ ବି ବ୍ରଣ ନେଇ ଚିନ୍ତିତ ଅଛନ୍ତି, ତାହେଲେ ମାନନ୍ତୁ ଏହି ଟିପ୍ସ

ସହଜରେ ଦୂର ହେବ ବ୍ରଣ ସମସ୍ୟା, କରନ୍ତୁ ଏହି ଉପାୟ
ସହଜରେ ଦୂର ହେବ ବ୍ରଣ ସମସ୍ୟା, କରନ୍ତୁ ଏହି ଉପାୟ (ETV Bharat)

ହାଇଦ୍ରାବାଦ: ବ୍ରଣ ହେଉଛି ଏକ ସାଧାରଣ ଚର୍ମ ସମସ୍ୟା । ଉଭୟ ପୁରୁଷ ଓ ମହିଳାଙ୍କ ମୁହଁରେ ବ୍ରଣ ହୋଇଥାଏ । କିନ୍ତୁ ବ୍ରଣକୁ ନେଇ ମହିଳାମାନେ ଅଧିକ ଚିନ୍ତିତ ରହିଥାନ୍ତି । ଆଉ ବ୍ରଣ ଦୂର କରିବାକୁ ମୁହଁରେ ନାନା ପ୍ରକାରର କ୍ରିମ ଲଗାଇବା ସହ ବିଭିନ୍ନ ଉପଚାର କରିଥାନ୍ତି । ଯାହା ବେଳେବେଳେ ଏହି ବ୍ରଣ ସମସ୍ୟାକୁ ଆହୁରି ବଢାଇ ଦିଏ । ସେହିପରି ଅନେକ ଲୋକ ବ୍ରଣ ସ୍ଥାନକୁ ବାରମ୍ବାର ଛୁଇଁବା ଦ୍ବାରା ଏହା ଅଧିକ ଉଠିଥାଏ ଓ କଳା ଦାଗ ପଡେ । ଯାହାକି ମୁହଁରେ ସୌନ୍ଦର୍ଯ୍ୟକୁ କମ୍ କରିଦିଏ । ବିଶ୍ବରେ ଲକ୍ଷ ଲକ୍ଷ ଲୋକେ ଏହି ବ୍ରଣ ସମସ୍ୟାରେ ପୀଡିତ । ମୁହଁ, ଛାତି ଏବଂ ପିଠିରେ ମଧ୍ୟ ବ୍ରଣ ହୋଇପାରେ । ତେବେ କେମିତି ପାଇବେ ବ୍ରଣରୁ ମୁକ୍ତ, ବ୍ରଣ ହେଲେ କ'ଣ କରିବେ ଓ କ'ଣ ନ କରିବେ, ପଢନ୍ତୁ

ମୁହଁରେ ବ୍ରଣ ହେଉଥିଲେ କେମିତି ଯତ୍ନ ନେବେ ?

  • ବ୍ରଣରେ ବାରମ୍ବାର ହାତ ଲଗାଇଲେ ତାହା ଦାଗ ହୋଇପାରେ କିମ୍ବା ସେହି ସ୍ଥାନରେ ଖାଲ ହୋଇପାରେ ।
  • ମୁହଁରେ ମେକଅପ୍ ଲଗାଉଥିଲେ, ଏହାକୁ ଶୋଇବା ପୂର୍ବରୁ ଭଲ ଭାବେ ଛଡାନ୍ତୁ । ଏଥିପାଇଁ ମେକଅପ୍ ରିମୁଭର, ଗୋଲାପ ଜଳ ଓ ନଡିଆ ତେଲ ବ୍ୟବହାର କରିପାରିବେ ।
  • ମୁହଁରେ ଅଯଥାରେ କୌଣସି ସାଧାରଣ କ୍ରିମ ଲଗାନ୍ତୁ ନାହିଁ ।
  • ବ୍ରଣ ହୋଇଥିବା ସ୍ଥାନରେ ସାବୁନ କିମ୍ବା କ୍ଲିନଜରରେ ଦିନକୁ ଦୁଇ ଥର ସଫା କରନ୍ତୁ । ଗରମ ଓ ଅଧିକ ଥଣ୍ଡା ପାଣି ବ୍ୟବହାର କରନ୍ତୁ ନାହିଁ ।
  • ପୋରସ୍ ବନ୍ଦ ନହେବା ପାଇଁ ଜଳ ଭିତ୍ତିକ, ତେଲ ନଥିବା ମେକଅପ୍ ଏବଂ ସ୍କିନ କେୟାର ପ୍ରଡକ୍ଟ ବ୍ୟବହାର କରନ୍ତୁ ।
  • ଡ୍ରାଏ ସ୍କିନ ପାଇଁ ସୁଗନ୍ଧମୁକ୍ତ, ଜଳ ଭିତ୍ତିକ ଇମୋଲିଏଣ୍ଟ ବ୍ୟବହାର କରନ୍ତୁ ।
  • ଚର୍ମକୁ ହାଇଡ୍ରେଟ ରଖିବା ଖୁବ୍ ଜରୁରୀ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ବାରା ସ୍କିନ ହାଇଡ୍ରେଟ ରହିଥାଏ ଓ ମୃତକୋଷ ବାହାରକୁ ଆସିଥାଏ । ଫଳରେ ବ୍ରଣ ହେବାର ସମ୍ଭାବନା କମ୍ ରହିଥାଏ ।
  • ଅଧିକ ଚାପଗ୍ରସ୍ତ ରହିଲେ ହରମୋନରେ ସନ୍ତୁଳନ ବଜାୟ ରୁହେ ନାହିଁ ଏବଂ ବ୍ରଣ ଭଳି ଚର୍ମ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ ।

ଯଦି ଆପଣ ସବୁ ପ୍ରକାର ଉପାୟ କରିବା ପରେ ମଧ୍ୟ ବ୍ରଣ ସମସ୍ୟା ଦୂର ହେଉନି ଏବଂ ଏହା ଅଧିକ ବାହାରୁଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଗ୍ୟାସ ସମସ୍ୟାରେ ପୀଡିତ କି ? ଖାଦ୍ୟରୁ ବାଦ ଦିଅନ୍ତୁ ଏସବୁ ଜିନିଷ, ଚୁଟକିରେ ଛୁ ମନ୍ତର ହେବ ସମସ୍ୟା - gastric problem

ବ୍ରଣର କାରଣ:

ସାଧାରଣତଃ ଯୌବନାବସ୍ଥାରେ ହରମୋନାଲ ପରିବର୍ତ୍ତନ ଯୋଗୁଁ ବ୍ରଣ ହୋଇଥାଏ । ହେଲେ ଏହା ଯେକୌଣସି ବୟସରେ ମଧ୍ୟ ହୋଇପାରେ । ହରମୋନ ମୁହଁରେ ଅଧିକ ତେଲ ଜମା କରିଥାଏ ଏବଂ ସ୍କିନ ବ୍ୟାକ୍ଟେରିଆର କାର୍ଯ୍ୟକଳାପକୁ ପରିବର୍ତ୍ତନ କରେ । ମାସିକ ଋତୁସ୍ରାବ କିମ୍ବା ଗର୍ଭଧାରଣ ଭଳି ଜେନେଟିକ୍ସ ଏବଂ ହରମୋନାଲ ପରିବର୍ତ୍ତନ କାରଣରୁ ବ୍ରଣ ସମସ୍ୟା ଦେଖାଯାଏ ।

ବିଭିନ୍ନ ପ୍ରକାରର ବ୍ରଣ ଦାଗ:

ବ୍ଲାକହେଡସ୍: ତ୍ବଚାରେ ଆଦ୍ରତା ବଜାୟ ରଖୁଥିବା ତେଲିଆ ପଦାର୍ଥ 'ସେବମ' ଅକ୍ସିଡେସନ କାରଣରୁ ହେଉଥିବା ଛୋଟ ଓ କଳା ଦାଗ

ହ୍ବାଇଟହେଡସ୍: କଠିନ, ଧଳା ଦାଗ ଯାହାକୁ ଚିପିବା ପରେ ମଧ୍ୟ ଖୋଲେ ନାହିଁ

ପପଲ୍ସ: ଛୋଟ, ଲାଲ୍ ଓ କୋମଳ ଦାଗ

ପୁଷ୍ଟଲ୍ସ: ପପଲ୍ସ ଭଳି କିନ୍ତୁ ଧଳା ପୁଜ ଭର୍ତ୍ତି ହୋଇଥିବା ଏକ ଫୋଟକା ପରି

ନୋଡୁଲ୍ସ: ସ୍କିନ ତଳେ ବଡ, କଠିନ ଫୋଟକା ଭଳି, ଯାହାକି ଯନ୍ତ୍ରଣାଦାୟକ ହୋଇପାରେ

ଏମାନଙ୍କ ମୁହଁରେ ହୁଏ ଅଧିକ ବ୍ରଣ:

ବିଶେଷ କରି କିଶୋର ଏବଂ ଯୁବକ ଯୁବତୀ ଅଧିକ ବ୍ରଣ ସମସ୍ୟାରେ ପୀଡିତ ହୋଇଥାନ୍ତି । 11ରୁ 30 ବର୍ଷ ବୟସ୍କର ପ୍ରାୟ 95 ପ୍ରତିଶତ ଲୋକଙ୍କଠାରେ ଏହି ସମସ୍ୟା ଦେଖାଯାଏ । ବୟସ ସହିତ ବ୍ରଣ ମଧ୍ୟ ଠିକ୍ ହୋଇଯାଏ, କିନ୍ତୁ କିଛି ଲୋକଙ୍କ କ୍ଷେତ୍ରରେ ବୟସାଧିକ ପରେ ମଧ୍ୟ ଏହା ଦୂର ହୁଏ ନାହିଁ । ମୁହଁରେ ବ୍ରଣ ହେଲେ ଅନେକ ଏହାକୁ ହାତ ଲଗାଇ ଖଣ୍ଡିଆ କରିଦିଅନ୍ତି । ଯାହାଫଳରେ ବ୍ରଣ ଆହୁରି ବଢିଯାଏ ଓ କଳା ଦାଗ ହୋଇଯାଏ । ତେଣୁ ବାରମ୍ବାର ମୁହଁକୁ ନ ଛୁଇଁବାକୁ ପରାମର୍ଶ ଦିଆଯାଏ ।

ବ୍ରଣର କାରଣ ଜାଣି ଓ ଏହାର ପ୍ରଭାବଶାଳୀ ପରିଚାଳନା ଦ୍ବାରା ଏହାକୁ ନିୟନ୍ତ୍ରଣ କରାଯାଇପାରିବ ଏବଂ ଜୀବନ ଉପରେ ଏହାର ପ୍ରଭାବ ମଧ୍ୟ କମ୍ କରିହେବ । ଯଦି ବିଭିନ୍ନ ଉପଚାର ଦ୍ବାରା ହି ଆପଣଙ୍କ ମୁହଁରୁ ବ୍ରଣ ଦୂର ହେଉନି, ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । Ref- https://www.nhs.uk/conditions/acne/

Disclaimer- ଏହି ୱେବସାଇଟରେ ଦିଆଯାଇଥିବା ସୂଚନା ବୈଜ୍ଞାନିକ ଅନୁସନ୍ଧାନ, ଅଧ୍ୟୟନ, ଚିକିତ୍ସା ଓ ଡାକ୍ତରଙ୍କ ପରାମର୍ଶ ଉପରେ ଆଧାରିତ । ତେବେ ଏହାକୁ ଅନୁସରଣ କରିବା ପୂର୍ବରୁ ନିଜ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.