ETV Bharat / health

ଡେଙ୍ଗୁ ହେଲେ କେମିତି ଜାଣିବେ, କେତେବେଳେ ହସ୍ପିଟାଲରେ ଭର୍ତ୍ତି ହେବେ ? ପରାମର୍ଶ ଦେଲେ ଏସସିବି ଡାକ୍ତର - Dengue outbreak in Odisha

author img

By ETV Bharat Odisha Team

Published : Aug 13, 2024, 4:03 PM IST

Cause symptoms and treatment of Dengue: ବର୍ଷା ଦିନ ଆସିଲା ମାତ୍ରେ ରାଜ୍ୟରେ ଡେଙ୍ଗୁ ଆତଙ୍କ ଖେଳିଯାଏ । ତେବେ ଡେଙ୍ଗୁ ଏକ ସାଧାରଣ ରୋଗ । ହେଲେ ରୋଗୀଙ୍କର ସାମାନ୍ୟ ଅବହେଳା ତାଙ୍କୁ ମୃତ୍ୟୁମୁଖରେ ପକାଇଥାଏ । ଅତୀତରେ ଓଡ଼ିଶାରେ ଅନେକ ଡେଙ୍ଗୁ ମୃତ୍ୟୁ ହୋଇଛି । ଏମିତିରେ କେମିତି ଜାଣିବେ ଡେଙ୍ଗୁ ହୋଇଛି ? କ'ଣ କରିବେ ଚିକିତ୍ସା ? ଏନେଇ ଜାଣନ୍ତୁ କ'ଣ କହିଛନ୍ତି କଟକ ବଡ ମେଡିକାଲର ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା

ଡେଙ୍ଗୁ ହେଲେ କେମିତି ଜାଣିବେ, କେତେବେଳେ ହସ୍ପିଟାଲରେ ଭର୍ତ୍ତି ହେବେ ?
ଡେଙ୍ଗୁ ହେଲେ କେମିତି ଜାଣିବେ, କେତେବେଳେ ହସ୍ପିଟାଲରେ ଭର୍ତ୍ତି ହେବେ ? (ETV Bharat Odisha)

କଟକ: ସାଧାରଣତଃ ବର୍ଷା ଦିନରେ ରାଜ୍ୟରେ ଡେଙ୍ଗୁର ପ୍ରାଦୁର୍ଭାବ ଅଧିକ ଦେଖାଯାଇଥାଏ । ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କହିବାକୁ ଗଲେ, ଘରେ ଘରେ ଡେଙ୍ଗୁକୁ ନେଇ ଚିନ୍ତା ବଢିଛି । ସାମାନ୍ୟ ଜ୍ବର ଆସିଲେ ଲୋକେ ଡେଙ୍ଗୁ କି ମ୍ୟାଲେରିଆ ଭାବି ଛାନିଆ ହୋଇଯାଉଛନ୍ତି । ଯଦିଓ ଡେଙ୍ଗୁ ଏକ ସାଧାରଣ ରୋଗ, ହେଲେ ରୋଗୀଙ୍କର ସାମାନ୍ୟ ଅବହେଳା ତାଙ୍କୁ ମୃତ୍ୟୁମୁଖରେ ପକାଇଥାଏ । ଅତୀତରେ ଓଡ଼ିଶାରେ ଅନେକ ଡେଙ୍ଗୁ ମୃତ୍ୟୁ ହୋଇଛି । ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆପଣଙ୍କୁ ସଚେତନ ରହିବା ସହ ସାବଧାନତା ଅବଲମ୍ବନ କରିବାକୁ ପଡିବ । ତେବେ କେମିତି ଜାଣିବେ ଡେଙ୍ଗୁ ହୋଇଛି ? କ'ଣ କରିବେ ଚିକିତ୍ସା ? ଏନେଇ ପରାମର୍ଶ ଦେଇଛନ୍ତି କଟକ ବଡ ମେଡିକାଲର ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡା ।

କେଉଁ କେଉଁ ଅଙ୍ଗ ଉପରେ ବିଶେଷ ପ୍ରଭାବ ପକାଏ ଡେଙ୍ଗୁ ?
ସାଧାରଣତଃ ପ୍ରବଳ ଜ୍ଵର, ମୁଣ୍ଡବିନ୍ଧା ଓ ଗଣ୍ଠି ଦରଜ ହେଲେ ଲୋକେ ଡେଙ୍ଗୁ ହୋଇଥାଏ ବୋଲି ଅନୁମାନ କରନ୍ତି ଓ ପରୀକ୍ଷା ମଧ୍ୟ କରାଇଥାନ୍ତି । ହେଲେ ଜାଣିଛନ୍ତି କି, ଡେଙ୍ଗୁ ଆପଣଙ୍କ ଶରୀରର କେଉଁ କେଉଁ ଅଙ୍ଗ ଉପରେ ପ୍ରଭାବ ପକାଇଥାଏ ? ଡେଙ୍ଗୁ ହେଲେ ଲିଭର, କିଡନୀ, ରକ୍ତଜନିତ ସମସ୍ୟା ଦେଖାଯାଏ । ଯାହାକି ଜଣେ ଡେଙ୍ଗୁ ରୋଗୀଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଥାଏ । ଏପରିକି ରକ୍ତଚାପ ଭଳି ସମସ୍ୟା ମଧ୍ୟ ଦେଖାଥାଏ । ଯଦି ଜଣେ ଡେଙ୍ଗୁ ରୋଗୀ ଠିକ ସମୟରେ ଚିକିତ୍ସା ନକରେ, ତାହେଲେ ଶରୀରର ଅନେକ ଅଙ୍ଗ ଖରାପ ହୋଇଯାଏ । ଫଳରେ ରୋଗୀର ଜୀବନ ଚାଲିଯାଇଥାଏ ।

ଏହା ମଧ୍ୟ ପଢନ୍ତୁ: କାୟା ମେଲାଉଛି ଡେଙ୍ଗୁ, ରାଉରକେଲାରେ ସ୍ଥିତି ଅଣାୟତ୍ତ ! - DENGUE CASES RISING

ଡେଙ୍ଗୁର ଲକ୍ଷଣ:-
ଡେଙ୍ଗୁ ଆକ୍ରାନ୍ତ ହେଲେ ରୋଗୀଙ୍କ ଶରୀରରେ ଅନେକ ଲକ୍ଷଣ ଦେଖାଯାଏ । ବିଶେଷକରି ରୋଗୀକୁ ପ୍ରବଳ ଜ୍ଵର ହେବା, ମୁଣ୍ଡ ବିନ୍ଧିବା, ପରିସ୍ରା କମିଯିବା, ନାକ ବନ୍ଦ ହୋଇଯିବା, ଆଖି ଲାଲ୍ ପଡିଲା, ଦେହରେ ଲାଲ୍ ଲାଲ୍ ଫଳିଯିବା, ଅନେକ ସମୟରେ ବାଉଳି ଚାଉଳି ହେବା ଇତ୍ୟାଦି । ଏସବୁ ଲକ୍ଷଣ ଦେଖାଦେଲେ ଅନେକ ଲୋକ ଭୟଭୀତ ହୋଇଯାଆନ୍ତି । ଡାକ୍ତରଙ୍କ ପରାମର୍ଶ ନେଇ ନିଜର ଚିକିତ୍ସା କରିଥାନ୍ତି । ତେବେ ଡେଙ୍ଗୁ ହେଲେ ଅନେକ ଲୋକ କେବଳ ଜ୍ଵର ମେଡ଼ିସିନ ଖାଇଥାନ୍ତି । ସାଧାରଣତଃ ପାରାସିଟାମାଲ ଔଷଧ ଖାଇବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି ।

ଡେଙ୍ଗୁ ଚିକିତ୍ସା ପାଇଁ କେତେ ଦିନ ସମୟ ଲାଗେ ?

ଏନେଇ କଟକ ବଡ଼ ମେଡିକାଲର ମେଡ଼ିସିନ ବିଭାଗର ବରିଷ୍ଠ ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିଛନ୍ତି, ''ଜଣେ ଡେଙ୍ଗୁରୁ ସୁସ୍ଥ ହେବାକୁ ୭ ଦିନ ସମୟ ଲାଗିଥାଏ । ଡେଙ୍ଗୁ ପଜିଟିଭ ରୋଗୀ ନିୟମିତ ଭାବରେ ପ୍ଲେଟଲେଟ ଚେକ୍ କରିବା ଉଚିତ୍ । ଡେଙ୍ଗୁ ରିପୋର୍ଟ ପଜିଟିଭ ବାହାରିଲେ ଦିନେ ଛଡା ଦିନେ ନିଜର ପ୍ଲେଟଲେଟ ପରୀକ୍ଷା କରିବା ଉଚିତ । ଭୂତାଣୁ ଜନିତ ଏହି ରୋଗ ସମ୍ପୂର୍ଣ୍ଣ ଭଲ ହେବାକୁ ଏକ ସପ୍ତାହ ଲାଗିଥାଏ । ଆଉ ଏହି ଏକ ସପ୍ତାହ ଯଦି ଜଣେ ସଚେତନ ରହିବ ତେବେ ଡେଙ୍ଗୁ ରୋଗରୁ ସୁସ୍ଥ ହୋଇପାରିବ ।''

କେତେବେଳେ ହସ୍ପିଟାଲରେ ଭର୍ତ୍ତି ହେବେ ଡେଙ୍ଗୁ ରୋଗୀ:

ଡେଙ୍ଗୁ ରୋଗକୁ ଅନେକ ଲୋକ ଅତି ହାଲୁକା ଭାବରେ ନେଇଥାନ୍ତି । ଭାବନ୍ତି କି କ'ଣ ଗୋଟିଏ ଜ୍ଵର ତ, ଦୁଇ ଚାରି ଦିନରେ ଭଲ ହୋଇଯିବ । ଏମିତିକି କେତେକ ଲୋକ ଅତି ହାଲୁକା ଭାବରେ ନେଇ ଚିକିତ୍ସିତ ମଧ୍ୟ ହୁଅନ୍ତି ନାହିଁ । ଔଷଧ ତ ଦୂରର କଥା ରକ୍ତ ପରୀକ୍ଷା ବି କରନ୍ତି ନାହିଁ । ଯାହାକି ସମ୍ପୂର୍ଣ୍ଣ ଭୁଲ୍ । କାରଣ ଡେଙ୍ଗୁ କେତେବେଳେ ଯେ ଜୀବନ ନେଇପାରେ । ଏକଥା ଆମେ କହୁ ନାହୁଁ ବରଂ ଅତୀତରେ ଏପରି ଅନେକ ଜୀବନ ନେଇଛି ଡେଙ୍ଗୁ ।

ଡାକ୍ତର ପଣ୍ଡା କହିଛନ୍ତି, ଯେତେବେଳେ ଜଣେ ଡେଙ୍ଗୁ ରୋଗୀର ରକ୍ତଚାପ କମିଯାଏ, ସେ ବାଉଳି ଚାଉଳି ହୁଏ, ଜଣ୍ଡିସ ଦେଖାଯାଏ, ବାନ୍ତି ହୁଏ, ଧଇଁସଇଁ ହୁଏ ବା ପ୍ରବଳ କାଶ ହୁଏ । ସବୁଠୁ ବଡ଼ କଥା ହେଉଛି ପ୍ଲେଟଲେଟ ଯେତେବେଳେ ୧ ଲକ୍ଷରୁ କମିଯାଏ ଏବଂ ଶରୀରର ବିଭିନ୍ନ ସ୍ଥାନରୁ ରକ୍ତ କ୍ଷରଣ ଆରମ୍ଭ ହୁଏ, ପାଟିର ମାଢିରୁ ରକ୍ତ ବାହାରେ ସେତେବେଳେ ଜଣେ ଡେଙ୍ଗୁ ରୋଗୀଟି ଅତି ଗୁରୁତର ହୋଇଥାଏ । ଏପରି ସ୍ଥିତିରେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଆଡ଼ମିଶନ କରିବା ଆବଶ୍ୟକ ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.