ETV Bharat / health

ରାଜ୍ୟରେ 24 ଶହ ଉପରେ ଡେଙ୍ଗୁ ରୋଗୀ; ଭୁବନେଶ୍ବର-ସୁନ୍ଦରଗଡ ପାଲଟିଛି ହଟସ୍ପଟ, ଏମିତି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - Dengue cases raise concern

author img

By ETV Bharat Health Team

Published : Aug 24, 2024, 5:29 PM IST

Dengue cases raise concern in Odisha: ରାଜ୍ୟରେ 2400ରୁ ଅଧିକ ରହିଛି ଡେଙ୍ଗୁ ମାମଲା । ବିଶେଷକରି ସୁନ୍ଦରଗଡ ଓ ଭୁବନେଶ୍ବରରେ ସ୍ଥିତି ଉଦବେଗଜନକ ରହିଛି । ଏନେଇ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

ରାଜ୍ୟରେ 24 ଶହ ଉପରେ ଡେଙ୍ଗୁ ରୋଗୀ; ଭୁବନେଶ୍ବର-ସୁନ୍ଦରଗଡ ପାଲଟିଛି ହଟସ୍ପଟ, ଏମିତି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
ରାଜ୍ୟରେ 24 ଶହ ଉପରେ ଡେଙ୍ଗୁ ରୋଗୀ; ଭୁବନେଶ୍ବର-ସୁନ୍ଦରଗଡ ପାଲଟିଛି ହଟସ୍ପଟ, ଏମିତି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ 24 ଶହ ଟପିଛି ଡେଙ୍ଗୁ ମାମଲା । ବିଶେଷକରି ସୁନ୍ଦରଗଡ ଓ ଭୁବନେଶ୍ବର ଡେଙ୍ଗୁ ହଟସ୍ପଟ ପାଲଟିଛି । ସୁନ୍ଦରଗଡ ଜିଲ୍ଲାରେ ସବୁଠୁ ଅଧିକ 727 ଜଣ ଡେଙ୍ଗୁ ରୋଗୀ ରହିଛନ୍ତି । ଏହାପଛକୁ ଭୁବନେଶ୍ବର, କଟକ ଓ ବଲାଙ୍ଗୀରରେ ଅଧିକ ମାମଲା ରହିଛି । ତେବେ ରାଜ୍ୟରେ ଗତବର୍ଷ ଏ ବର୍ଷ ରୋଗୀଙ୍କ ସଂଖ୍ୟା କମ୍ ରହିଛି । 22 ତାରିଖ ସୁଦ୍ଧା ରାଜ୍ୟରେ ମୋଟ 2,471ଟି ମାମଲା ରହିଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ 595 ରୋଗୀ ରହିଥିବାବେଳେ କଟକ, ବଲାଙ୍ଗୀର ଓ ବାଲେଶ୍ବର ଜିଲ୍ଲାରେ ରୋଗୀ ସଂଖ୍ୟା ଶହେ ଉପରେ ରହିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଛି ।

ରାଜ୍ୟରେ 24 ଶହ ଉପରେ ଡେଙ୍ଗୁ ରୋଗୀ (ETV Bharat Odisha)

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ଡେଙ୍ଗୁ ଆକ୍ରାନ୍ତ ଲୋକମାନେ ଘରେ ଭିତରେ ରହୁଛନ୍ତି । ଡାକ୍ତରଙ୍କ ପରାମର୍ଶ ନେଉନାହାନ୍ତି । ଘର ଚାରିପଟରେ ସଫାସୁତୁରା ରଖୁନାହାନ୍ତି କିମ୍ବା ପାଣି ଜମିଥିବା ସ୍ଥାନ ମଧ୍ୟ ପରିଷ୍କାର କରୁନାହାନ୍ତି । ଏମିତିରେ ଡେଙ୍ଗୁ ବ୍ୟାପିବାର ସମ୍ଭାବନା ଅଧିକ ରହିଥାଏ । ତେଣୁ ଡେଙ୍ଗୁକୁ ପ୍ରତିହତ କରିବା ପାଇଁ ହେଲେ ଲୋକମାନଙ୍କ ସହଯୋଗ ନିହାତି ଆବଶ୍ୟକ ।''

ଡେଙ୍ଗୁ ମ୍ୟାଲେରିଆ ପରେ ବଢୁଛି ଭାଇରାଲ ଜ୍ଵର:

ବର୍ଷା ଦିନରେ ଡେଙ୍ଗୁ, ମ୍ୟାଲେରିଆ ସହ ଭାଇରାଲ ଜ୍ଵର ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ବି ଡେଙ୍ଗୁ ମ୍ୟାଲେରିଆ ଓ ଭାଇରାଲ ଜ୍ଵରର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ କହିଛନ୍ତି, ଯଦି ଜ୍ଵର ହେଉଛି ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଏବଂ ରକ୍ତ ପରୀକ୍ଷା କରନ୍ତୁ । ଏହି ବର୍ଷା ଋତୁରେ ଛୋଟ ପିଲାଙ୍କୁ ଅଧିକ ଥଣ୍ଡା ଜ୍ବର ହୋଇଥାଏ । ପ୍ରତ୍ୟେକ ରୋଗ ପାଇଁ ପ୍ରତିରୋଧକ ବ୍ୟବସ୍ଥା କରାଯାଇଛି । ଯେଉଁମାନଙ୍କୁ ଥଣ୍ଡା ଜ୍ବର ହେଉଛି ସେମାନେ ସବୁ ସମୟରେ ମାକ୍ସ ପିନ୍ଧିବା ଆବଶ୍ୟକ । ଏପରିକି ଯେଉଁମାନେ ରୋଗୀର ସଂସ୍ପର୍ଶରେ ଆସୁଛନ୍ତି ସେମାନେ ବି ମାକ୍ସ ବ୍ୟବହାର କରନ୍ତୁ । ଏହାସହ ଭଲ ଭାବରେ ହାତ ଧୋଇବେ । ଯେମିତି କୋରୋନା ସମୟରେ ସଚେତନ ରହୁଥିଲେ ସେହିଭଳି ରହିବା ଆବଶ୍ୟକ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ମଧ୍ୟ ପଢନ୍ତୁ: ମଙ୍କିପକ୍ସ ନେଇ ଓଡ଼ିଶାରେ ଆଗୁଆ ପ୍ରସ୍ତୁତି; ସିଡିଏମଙ୍କୁ ଚିଠି, ଲକ୍ଷଣ ଦେଖାଦେଲେ ରହିବେ ଆଇସୋଲେସନ - preparedeness for monkeypox

ଡେଙ୍ଗୁ ପାଇଁ ସତର୍କ:

ଡେଙ୍ଗୁ ପାଇଁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଘର ଚାରିପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ । ସବୁବେଳେ ଫୁଲ ସାର୍ଟ ପିନ୍ଧିବାକୁ ଚେଷ୍ଟା କରନ୍ତୁ । ଯେମିତି ଦିନରେ କୌଣସି ମଶା ନ କାମୁଡ଼ନ୍ତି, ସେଥିପ୍ରତି ସଚେତନ ଦରକାର । ଯଦି ଜ୍ଵର, ଦେହ ହାତ ଘୋଳାବିନ୍ଧା ଏବଂ ବାନ୍ତି ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ରକ୍ତ ପରୀକ୍ଷା ଓ ଚିକିତ୍ସା କରିବା ଆବଶ୍ୟକ । ଦୁଇରୁ ତିନି ଦିନ ମଧ୍ୟରେ ଜ୍ବର ଭଲ ନହେଲେ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.