ETV Bharat / health

ପ୍ରତିଦିନ ଖାଆନ୍ତୁ ଏହି ପତ୍ର, ଅଳ୍ପ ଦିନରେ ଗାଏବ ହୋଇଯିବ ଖରାପ କୋଲେଷ୍ଟ୍ରଲ - Curry Leaf Benefits

author img

By ETV Bharat Odisha Team

Published : Jul 24, 2024, 9:50 PM IST

Curry Leaf Health Benefits: ଖରାପ କୋଲେଷ୍ଟ୍ରଲ ଶରୀର ପାଇଁ ଅତ୍ୟନ୍ତ ବିପଦଜ୍ଜନକ । ଶରୀରରେ ଖରାପ କୋଲେଷ୍ଟ୍ରଲ ପରିମାଣ ବୃଦ୍ଧି ହେଲେ ହୃଦଘାତ, ଅବରୋଧ ଓ ଷ୍ଟ୍ରୋକ ଭଳି ସମସ୍ୟା ହେବାର ଆଶଙ୍କା ବଢିଥାଏ । ତେବେ ଆମେ ରୋଷେଇରେ ବ୍ୟବହାର କରୁଥିବ କିଛି ପତ୍ର ଅଛି ଯାହାକୁ ଖାଇବା ଦ୍ବାର ଶରରୀରୁ ଆପେ ଆପେ ଗାଏବ ହୋଇଯିବ ଖରାପ କୋଲେଷ୍ଟ୍ରଲ । ଅଧିକ ପଢ଼ନ୍ତୁ

Curry Leaf Health Benefits
Curry Leaf Health Benefits (ETV Bharat Odisha)

ହାଇଦ୍ରାବାଦ: ଭୃସଙ୍ଗ ପତ୍ର । ପ୍ରାୟ ପ୍ରତ୍ୟେକଙ୍କ ଘରେ ରୋଷେଇରେ ଏହି ପତ୍ରକୁ ବ୍ୟବହାର କରାଯାଏ । ଆଉ ଏହି ପତ୍ର ଖାଦ୍ୟର ସ୍ବାଦକୁ ଦୁଇଗୁଣିତ କରିଦିଏ । ତେବେ ଅନେକ ଲୋକ ଏହାକୁ ତରକାରୀରୁ ବାହାର କରି ଫିଙ୍ଗିଦିଅନ୍ତି । କିନ୍ତୁ ଆପଣ କ'ଣ ଜାଣିଛନ୍ତି କି ? ଘରବାଡ଼ିରେ ସହଜରେ ମିଳିଯାଉଥିବା ଏହି ପତ୍ରର ରହିଛି ଅମୂଲ୍ୟ ଗୁଣ । ଏହା କେବଳ ଆପଣଙ୍କ ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ବରଂ ଆପଣଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ । ହାର୍ଟ ସମ୍ବନ୍ଧୀୟ ରୋଗ ସହ ଖରାପ କୋଲେଷ୍ଟ୍ରଲ ପାଇଁ ଏହା ରାମବାଣ ସଦୃଶ । କେବଳ ସେତିକି ନୁହେଁ ଯକୃତ ସମ୍ବନ୍ଧୀୟ ରୋଗ ଠାରୁ ଆରମ୍ଭ କରି ଡାଇବେଟିସ୍‌ ଭଳି ମାରାତ୍ମକ ରୋଗକୁ ମଧ୍ୟ ନିୟନ୍ତ୍ରଣ କରେ ଭୃସଙ୍ଗ ପତ୍ର ।

ଖରାପ କୋଲେଷ୍ଟ୍ରଲକୁ ହ୍ରାସ କରେ:

Curry Leaf Health Benefits
Curry Leaf Health Benefits (RKC)

ପ୍ରତ୍ୟେକଙ୍କ ରୋଷେଇ ଘରେ ଭୃସଙ୍ଗ ପତ୍ର ବ୍ୟବହାର କରାଯାଏ । ମହିଳାମାନେ ଖାଦ୍ୟର ସ୍ବାଦ ବଢ଼ାଇବା ପାଇଁ ଏହି ପତ୍ର ବ୍ୟବହାର କରନ୍ତି । ଦହିବରା, ବରା ଓ ପୋହା ଭଳି ଟେଷ୍ଟି ଟେଷ୍ଟି ଖାଦ୍ୟରେ ଏହି ପତ୍ର ପ୍ରଥମେ ଆବଶ୍ୟକ ପଡ଼େ । ହେଲେ ପାଟିର ସ୍ବାଦ ପାଇଁ ଆମେ ଯେଉଁ ଭୃସଙ୍ଗ ପତ୍ରର ବ୍ୟବହାର କରୁଛେ ଏହାର ଏନେକ ଚମତ୍କାରୀ ଗୁଣ ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏକ ଅନୁସନ୍ଧାନରୁ ଜାଣିବାକୁ ପାଇଛନ୍ତି ଯେ, ଭୃସଙ୍ଗ ପତ୍ରରେ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରଲକୁ ଦୂର କରିବା ସହ ଶରୀରରେ ଭଲ କୋଲେଷ୍ଟ୍ରଲକୁ ବୃଦ୍ଧି କରିଥାଏ ।

ଏହା ମଧ୍ୟ ପଢନ୍ତୁ: ପ୍ରତିଦିନ ସକାଳୁ ପିଅନ୍ତୁ ଏହି ପାଣି, ବରଫ ଭଳି ତରଳିଯିବ ଖରାପ କୋଲେଷ୍ଟ୍ରଲ

ଯକୃତ, ହୃଦଘାତ, କର୍କଟ ରୋଗର ରକ୍ଷା କବଚ:

Curry Leaf Health Benefits
Curry Leaf Health Benefits (RKC)

ତେବେ ଶରୀରରେ ଯେତେବେଳେ ଖରାପ କୋଲେଷ୍ଟ୍ରଲର ପରିମାଣ ବଢିଯାଏ ଏହା ହୃଦୟର ଧମନୀରେ ବାଧା ସୃଷ୍ଟି କରେ । ଫଳରେ ହୃଦଘାତ, ଷ୍ଟ୍ରୋକ ଭଳି ଅନେକ ସମସ୍ୟାର ଆଶଙ୍କା ବଢିଯାଏ । ଭୃସଙ୍ଗ ପତ୍ରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ହୃଦୟକୁ ମଜବୁତ ରଖେ । କେବଳ ଏତିକି ନିହେଁ ଏହା ଶରୀରରେ ଇନସୁଲିନ୍ ସ୍ତର ବଜାୟ ରଖିବାରେ ମଧ୍ୟ ସହାୟକ ହୁଏ । ଭୁର୍ସଙ୍ଗ ପତ୍ରରେ ରାସାୟନିକ ପଦାର୍ଥ ମଧ୍ୟ ରହିଥାଏ ଯାହା ଯକୃତ (Liver)କୁ ମଜଭୁତ କରିଥାଏ, ଯେଉଁ କାରଣରୁ ଯକୃତ ସଠିକ୍ ଭାବରେ କାର୍ଯ୍ୟ କରିଥାଏ । ଏହି ପତ୍ର ହଜମ ପ୍ରକ୍ରିୟାକୁ ସହଜ କରିଯାଏ । ପେଟ ଗ୍ୟାସ ସମସ୍ୟାରୁ ମଧ୍ୟ ଏହି ପତ୍ର ମୁକ୍ତି ଦିଏ । ଭୃସଙ୍ଗ ପତ୍ର ରସ ଶରୀରରେ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସରାଇଡ୍ ସ୍ତରକୁ ହ୍ରାସ କରି ହୃଦରୋଗର ଆଶଙ୍କା ହ୍ରାସ କରିଥାଏ । ଏହା କର୍କଟ ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହା ବ୍ୟତୀତ ଭୁର୍ସଙ୍ଗ ପତ୍ର ଶରୀରରେ ଲୌହ, କ୍ୟାଲସିୟମ୍, ଫସଫରସ୍ ଏବଂ ପ୍ରୋଟିନର ଅଭାବକୁ ମଧ୍ୟ ପୂରଣ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ସୋରିଷ ତେଲରେ ପ୍ରସ୍ତୁତ କରନ୍ତୁ ଖାଦ୍ୟ, କୋଲେଷ୍ଟ୍ରଲ କହିବ ବାଏ ବାଏ

ଖାଦ୍ୟରେ ସାମିଲ କରନ୍ତୁ ଭୃସଙ୍ଗ ପତ୍ର:

Curry Leaf Health Benefits
Curry Leaf Health Benefits (RKC)

ପୂର୍ବରୁ ଆମ ଜେଜେ ମାଆ ଅମଳରେ ଖାଦ୍ୟରେ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ମସଲାକୁ ବ୍ୟବହାର କରାଯାଉଥିଲା । ତେବେ ଯେଉଁ ସବୁ ମସଲା ବ୍ୟବହାର କରାଯାଉଥିଲା ତାହା କେବଳ ସ୍ୱାଦ ପାଇଁ ବ୍ୟବହୃତ ହେଉନଥିଲା ବରଂ ଏହା ପଛରେ ଅନେକ ରହସ୍ୟ ଲୁଚି ରହିଥିଲା ​​। ସେସବୁ ଦ୍ରବ୍ୟରେ ଆୟୁର୍ବେଦିକ ଗୁଣ ଯୋଗୁଁ ସେମାନେ ଆମ ଖାଦ୍ୟରେ ଏହାକୁ ଅନ୍ତର୍ଭୁକ୍ତ କରିଥିଲେ । ତେଣୁ ଭୃସଙ୍ଗ ପତ୍ର ଏପରି ଏକ ପାରମ୍ପାରିକ ଔଷଧ ଯାହାକି ସ୍ୱାଦ ସହିତ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନିଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.