ETV Bharat / health

ଧୂମ୍ରପାନ କରୁନଥିବା ବ୍ୟକ୍ତି ବି ହେଉଛନ୍ତି କ୍ୟାନସରରେ ଆକ୍ରାନ୍ତ, କାରଣ ଜାଣନ୍ତୁ - LUNG CANCERS RISE - LUNG CANCERS RISE

Lung Cancers Rise: ବଢିବାରେ ଲାଗିଛି ଫୁସଫୁସ କର୍କଟ । ରାଡନ ଗ୍ୟାସ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ବୃଦ୍ଧି ପାଉଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି । ଅଧିକ ପଢନ୍ତୁ

Lung Cancers Rise
Lung Cancers Rise
author img

By ETV Bharat Odisha Team

Published : Apr 11, 2024, 8:21 PM IST

ହାଇଦ୍ରାବାଦ: ଏକ ରିସର୍ଚ୍ଚ ଅନୁସାରେ, ଧୂମ୍ରପାନ କରୁନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ଫୁସଫୁସ ଜନିତ ସମସ୍ୟା ବୃଦ୍ଧି ପାଉଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ, ପାଖାପାଖି କ୍ୟାନସରରେ ପୀଡିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୧୫-୨୦ ପ୍ରତିଶତ ଲୋକ ଧୂମ୍ରପାନ କରନ୍ତି ନାହିଁ । ସାଧାରଣତଃ ଫୁସଫୁସ କର୍କଟ ଧୂମ୍ରପାନ ଜନିତ ରୋଗ ବୋଲି ବିବେଚନା କରାଯାଏ । ହେଲେ ଏକ ଅଧ୍ୟୟନ ଅନୁଯାୟୀ, ଧୂମ୍ରପାନ କରୁନଥିବା ଲୋକଙ୍କ ମଧ୍ୟରେ ଏହି ରୋଗ ସାଂଘାତିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଯାହାର କାରଣ ହେଉଛି ରାଡନ ଗ୍ୟାସ । ଏହି ଗ୍ୟାସ୍ ରଙ୍ଗହୀନ ଏବଂ ଗନ୍ଧହୀନ ହୋଇଥିବାବେଳେ ଏହା ଭୂତଳରୁ ମିଳୁଥିବା ପ୍ରାକୃତିକ ବା ରେଡିଓ ଆକ୍ଟିଭ୍ ପଦାର୍ଥକୁ ଭାଙ୍ଗିବା ଦ୍ବାରା ନିର୍ଗତ ହୁଏ । ଏହି ଗ୍ୟାସ ସହଜରେ ଲୋକଙ୍କ ଫୁସଫୁସରେ ଜମା ହୋଇପାରେ । ଏହାର କୌଣସି ଲକ୍ଷଣ ନଥିବାରୁ ସ୍ବାସ୍ଥ୍ୟ ପରୀକ୍ଷା ନହେବା ପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନଥାଏ ।

ଅଧ୍ୟୟନରୁ ଜଣାପଡ଼ିଛି ଯେ, ଫୁସଫୁସ କର୍କଟ ଜନିତ ରୋଗରେ ପୀଡ଼ିତଙ୍କ ମଧ୍ୟରୁ ପ୍ରାୟ ୧୫-୨୦ ପ୍ରତିଶତ ଲୋକ ଧୂମ୍ରପାନ କରନ୍ତି ନାହିଁ । ଏହାକୁ ନେଇ କେତେକ ବିଶେଷଜ୍ଞ ମତ ରଖିଛନ୍ତି ଯେ, ଯେକୌଣସି ବ୍ୟକ୍ତିଙ୍କୁ ଫୁସଫୁସ କର୍କଟ ହୋଇପାରେ । ଅପରପକ୍ଷେ, ଆଉ କେତେକଙ୍କ କହିବା କଥା ରାଡନ ଗ୍ୟାସ ସମ୍ପର୍କରେ ଆସିବାରୁ ଫୁସଫୁସ ଜନିତ ସମସ୍ୟା ବା ଫୁସଫୁସ କର୍କଟରେ ପୀଡ଼ିତ ହୋଇଥାନ୍ତି ସମ୍ପୃକ୍ତ ବ୍ୟକ୍ତି ।

ଏହା ବି ପଢନ୍ତୁ...ଦେଶରେ ବ୍ୟାପୁଛି କ୍ୟାନ୍ସର, ଚିନ୍ତାର କାରଣ କହିଲେ ସ୍ବାସ୍ଥ୍ୟ ବିଶେଷଜ୍ଞ - CANCER CAPITAL

ଆମେରିକାର ଓହିୟୋ ଷ୍ଟେଟ ୟୁନିଭର୍ସିଟିର ଥୋରେସିକ ମେଡିକାଲ ଅନକୋଲୋଜିଷ୍ଟ ଡେବିଡ କାର୍ବୋନ କହିଛନ୍ତି, "ଏଥିପାଇଁ ସରଳ ପରୀକ୍ଷଣ କରାଯାଇପାରିବ, ଯାହାଦ୍ବାରା ରାଡନର ମାତ୍ରା ମପାଯାଇପାରିବ । ବ୍ୟବସାୟୀକ କ୍ଷେତ୍ରରେ ବିକ୍ରି କରାଯାଉଛି ଅନେକ ସାମଗ୍ରୀ । ସେସବୁରେ କେତେ ପରିମାଣରେ ର୍ୟାଡନ ଗ୍ୟାସ ରହିଛି ତାହାର ପରିମାଣକୁ ନିୟନ୍ତ୍ରଣ କରିବା କ୍ଷେତ୍ରରେ ଏକ ଆଇନ ପ୍ରଚଳନ ହେବାର ଆବଶ୍ୟକତା ରହିଛି । ଆପଣଙ୍କ ପିଲା ଯେତେବେଳେ ସ୍କୁଲ ଯାଉଛନ୍ତି କିମ୍ବା ବେସମେଣ୍ଟରେ ଖେଳୁଛନ୍ତି ହୁଏତ ସେ ସମୟରେ ସେ ରାଡନ ଗ୍ୟାସ ସମ୍ପର୍କରେ ଆସୁଥାଇପାରନ୍ତି । ଫଳରେ ୧୦,୨୦ କିମ୍ବା ୩୦ ବର୍ଷ ପରେ ସେମାନେ ଫୁସଫୁସ ଜନିତ କର୍କଟରେ ପୀଡିତ ହେବାର ଆଶଙ୍କା ରହିଛି । କାରଣ ଏହି ଗ୍ୟାସ ରଙ୍ଗହୀନ, ସ୍ବାଦହୀନ ହୋଇଥିବାବେଳେ ଏହାର ଉପସ୍ଥିତି ସମ୍ପର୍କରେ ଜାଣିବା ସମ୍ଭବପର ହୁଏ ନାହିଁ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.