ETV Bharat / health

ଚୁଟକିରେ ଗାଏବ ହୋଇଯିବ ବ୍ଲାକହେଡ୍ସ, ମୁହଁରେ ଆସିବ ଗ୍ଲୋ: କରନ୍ତୁ ଏହି ଘରୋଇ ଉପଚାର - Blackheads removal remedies - BLACKHEADS REMOVAL REMEDIES

Blackheads removal remedies: ମୁହଁରେ ବ୍ଲାକହେଡ୍ସ ଓ ହ୍ବାଇଟହେଡ୍ସକୁ ନେଇ ଚିନ୍ତିତ କି ? ଜମା ଚିନ୍ତା କରନ୍ତୁନି । ବିନା କ୍ରିମ ଓ ମାସ୍କରେ କିଛି ଘରୋଇ ଉପଚାର ମାଧ୍ୟମରେ ଆପଣ ଏହି ସମସ୍ୟା ଦୂର କରିପାରିବେ । ଆଉ ନିଜ ଚେହେରାକୁ ଚମକଦାର କରିପାରିବେ । ଜାଣିବା ପାଇଁ ପଢନ୍ତୁ

ଚୁଟକିରେ ଗାଏବ ହୋଇଯିବ ବ୍ଲାକହେଡ୍ସ, ମୁହଁ ବି ଦିଶିବ ଗ୍ଲୋ: କରନ୍ତୁ ଏହି ଘରୋଇ ଉପଚାର
ଚୁଟକିରେ ଗାଏବ ହୋଇଯିବ ବ୍ଲାକହେଡ୍ସ, ମୁହଁ ବି ଦିଶିବ ଗ୍ଲୋ: କରନ୍ତୁ ଏହି ଘରୋଇ ଉପଚାର (ଚୁଟକିରେ ଗାଏବ ହୋଇଯିବ ବ୍ଲାକହେଡ୍ସ, ମୁହଁ ବି ଦିଶିବ ଗ୍ଲୋ: କରନ୍ତୁ ଏହି ଘରୋଇ ଉପଚାର)
author img

By ETV Bharat Health Team

Published : Sep 4, 2024, 12:10 PM IST

ହାଇଦ୍ରାବାଦ: ସମସ୍ତେ ସୁନ୍ଦର ଦେଖାଯିବାକୁ ଚାହାନ୍ତି । ହେଲେ ବିଭିନ୍ନ କାରଣରୁ ଅନେକ ଯୁବତୀଙ୍କ ମୁହଁରେ ବ୍ଲାକହେଡ୍ସ ଓ ହ୍ବାଇଟହେଡ୍ସ ଭଳି ସମସ୍ୟା ଦେଖାଯାଏ । ଏହାକୁ ଦୂର କରିବାକୁ ସେମାନେ ପାର୍ଲର ଯାଇ ଖର୍ଚ୍ଚାନ୍ତ ହୁଅନ୍ତି । ବଜାରରୁ ନାନା ପ୍ରକାରର କ୍ରିମ୍ ଓ ମାସ୍କ ମୁହଁରେ ଲଗାନ୍ତି । କିନ୍ତୁ ଏଥିରୁ କିଛି ଫାଇଦା ମିଳିପାରେନି । ଓଲଟା ଏହି କ୍ରିମରେ ଥିବା କେମିକାଲ ତ୍ବଚାରେ ଅନ୍ୟ ସମସ୍ୟା ସୃଷ୍ଟି କରେ । ଏନେଇ ଏକ୍ସପର୍ଟଙ୍କ କହିବା କଥା, ଆପଣ କିଛି ଘରୋଇ ଉପାୟ ଅନୁସରଣ କରି ନାକରେ ଥିବା ବ୍ଲାକହେଡ୍ସ ଓ ହ୍ବାଇଟହେଡ୍ସ ସମସ୍ୟା ସହଜରେ ଦୂର କରିପାରିବେ ।

ଷ୍ଟିମ ନେବା: ଆପଣ ସପ୍ତାହକୁ ଦୁଇରୁ ତିନି ଥର ଷ୍ଟିମ (ବାମ୍ଫ) ନେଇପାରିବେ । ଏପରି କଲେ ତ୍ବଚାର ଲୋମଛିଦ୍ର ଖୋଲିଯାଏ ଏବଂ ତେଲ ବାହାରିବା କମ୍ ହୋଇଥାଏ । ଏକ୍ସପର୍ଟଙ୍କ କହିବା କଥା, ଷ୍ଟିମ ଦ୍ବାରା ବ୍ଲାକହେଡ୍ସ ସମସ୍ୟା କମିବା ସହ ତ୍ବଚା ମୁଲାୟମ ରହେ ।

ବେକିଂ ସୋଡା ଓ ପାଣି: ଗୋଟିଏ ପାତ୍ରରେ ଅଳ୍ପ ପାଣି ନେଇ ଏଥିରେ ଏକ ଚାମଚ ବେକିଂ ସୋଡା ମିଶାନ୍ତୁ । ଏହି ମିଶ୍ରଣକୁ ବ୍ଲାକହେଡ୍ସରେ ମାଲିସ୍ କରନ୍ତୁ । 15 ମିନିଟ୍ ପରେ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ ଓ ନରମ କପଡାରେ ପୋଛନ୍ତୁ । ଏଥିରେ ତ୍ବଚାରେ ବ୍ଲାକହେଡ୍ସ ଓ ହ୍ବାଇଟହେଡ୍ସ ସୃଷ୍ଟି କରିଥିବା ମୃତ କୋଷଗୁଡିକ ଦୂର ହୋଇଯାଏ ।

ମହୁ ଓ ଡାଲଚିନ ପାଉଡର: ସମାନ ପରିମାଣର ମହୁ ଓ ଡାଲଚିନ ପାଉଡରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ନିଜ ମୁହଁରେ ମାସ୍କ ଭଳି ଲଗାନ୍ତୁ । 15 ମିନିଟ୍ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ବ୍ଲାକଡେଡ୍ସ ସମସ୍ୟା କେମିତି ଦୂର ହୋଇଯିବ ।

ଚିନି ଓ ଲେମ୍ବୁ ରସ: ଗୋଟିଏ ପାତ୍ରରେ ଲେମ୍ବୁ ଚିପୁଡି ରସ ବାହାର କରନ୍ତୁ । ଏଥିରେ ଏକ ବଡ ଚାମଚ ଚିନି ପକାନ୍ତୁ । ଏହାକୁ ଭଲ ଭାବେ ମିଶାଇ ନାକରେ ଲଗାନ୍ତୁ । ଏକ୍ସପର୍ଟଙ୍କ କହିବା କଥା, ଏପରି କରିବା ଦ୍ବାରା ବ୍ଲାକହେଡ ସମସ୍ୟା ଜଲ୍‌ଦି ଠିକ୍ ହୋଇଯିବ । 2010ରେ 'ଜର୍ନାଲ ଅଫ୍ କସମେଟିକ୍ ଡର୍ମାଟୋଲୋଜି'ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଚିନି ଓ ଲେମ୍ବୁ ରସ ନାକରୁ ବ୍ଲାକହେଡ୍ସ ଦୂର କରିବାରେ ଭଲ କାମ କରେ ।

ଗ୍ରୀନ ଟି ଓ ଅଟୋମିଲ: ଏହାବ୍ୟତୀତ ଗ୍ରୀନ ଟିରେ ଏକ କଟନକୁ ବୁଡାଇ ନିଜ ନାକରେ ବାରମ୍ବାର ଲଗାଇବା ଦ୍ବାରା ବ୍ଲାକହେଡ୍ସ ସମସ୍ୟା କମ୍ ହୋଇଥାଏ । ସେହିପରି ସମୟ ସମୟରେ ଅଟୋମିଲ ମାସ୍କ ବ୍ୟବହାର କରିବା ଦ୍ବାରା ତ୍ବଚା ମୁଲାୟମ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ: ଉତ୍ତମ ସ୍ବାସ୍ଥ୍ୟର ସାଥୀ ନଡ଼ିଆ; ଭାରତ ନୁହେଁ, ଏହି ଦେଶରେ ହୁଏ ଅଧିକ ଉତ୍ପାଦନ - World Coconut Day

ଏହା ମଧ୍ୟ ପଢନ୍ତୁ: ପ୍ରସବ ପରେ ବ୍ୟାକପେନ୍ ହେଉଛି କି ? କେମିତି ମିଳିବ ମୁକ୍ତି, ଜାଣନ୍ତୁ କ'ଣ କହୁଛନ୍ତି ଡାକ୍ତର - Back pain after Pregnancy

Disclaimer- ଏଠାରେ ପ୍ରଦତ୍ତ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.